BJD MP Manas Mangaraj - The Sakala

ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ
ଭୁବନେଶ୍ୱର: ଓଡ଼ିଶାରେ ସାର ଉତ୍ପାଦନକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ତାଳଚେରରେ ଏକ ନୂତନ ଗ୍ରୀନଫିଲ୍ଡ ୟୁରିଆ କାରଖାନା ସ୍ଥାପନ କରୁଛନ୍ତି। ଫର୍ଟିଲାଇଜର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ର ତାଳଚେର ୟୁନିଟ୍‌ର ପୁନଃକାର୍ଯ୍ୟକ୍ଷମ ପରେ ଯୁଗ୍ମ ଉଦ୍ୟମ (ଜଏଣ୍ଟ ଭେଞ୍ଚର) ମାଧ୍ୟମରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌) ପକ୍ଷରୁ ବର୍ଷକୁ ୧୨.୭ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂତନ କାରଖାନା ନିର୍ମାଣ କରାଯାଉଛି ବୋଲି ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ରସାୟନ ଓ ସାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଓଡ଼ିଶାରେ ସାର ଉତ୍ପାଦନ ୟୁନିଟ୍‌ ସ୍ଥାପନ କିମ୍ୱା ପୁରୁଣା ସାର କାରଖାନାର ପୁନଃରୁଦ୍ଧାର ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ରହିଛି କି? ଯଦି ହଁ, ତେବେ ସେହି ପ୍ରସ୍ତାବଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ପ୍ରଶ୍ନ କରିଥିଲେ। ଏହାସହ ସେହି ପ୍ରସ୍ତାବଗୁଡ଼ିକର ବର୍ତ୍ତମାନ ସ୍ଥିତି, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା କେତେ ପରିମାଣରେ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ଆଦି ଜଣାଇବାକୁ ପ୍ରଶ୍ନ କରିଥିଲେ।  ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୩୦ ଜୁନ୍‌ ୨୦୨୬ ସୁଦ୍ଧା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ୭୨.୫୬ ପ୍ରତିଶତରେ ପହଞ୍ଚିଛି। ଏହି ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଶ୍ରମିକଙ୍କ ସହ ଅଭିଜ୍ଞ ବୃତ୍ତିଗତ କର୍ମଚାରୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେଉଥିବା ସରକାର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଫସଫେଟିକ ଓ ପୋଟାସିକ ସାର କ୍ଷେତ୍ରରେ ୧ ଏପ୍ରିଲ୍‌ ୨୦୧୦ରୁ ପୋଷକ ଭିତ୍ତିକ ସବସିଡି ଯୋଜନା କାର୍ଯ୍ୟକାରୀ ରହିଛି। ଏହି ଯୋଜନା ଅନୁସାରେ ‘ପିଏଣ୍ଡକେ’ ସାର ଓପେନ୍‌ ଜେନେରାଲ୍‌ ଲାଇସେନ୍ସ ଅଧୀନରେ ରହିଥିବାରୁ କମ୍ପାନୀମାନେ ନିଜ ବ୍ୟବସାୟିକ ଆବଶ୍ୟକତା ଓ ରଣନୀତି ଅନୁଯାୟୀ ସାର ଆମଦାନି, ଉତ୍ପାଦନ କିମ୍ୱା ନୂତନ କାରଖାନା ସ୍ଥାପନ ଏବଂ ପୁରୁଣା କାରଖାନାର ପୁନରୁଦ୍ଧାର କରିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ
ନୂଆଦିଲ୍ଲୀ: ଓଡ଼ିଶାରେ ବର୍ତ୍ତମାନ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ନୀତିଗତ ଅନୁମୋଦନ ମିଳିସାରିଛି। ତେବେ ଜମି ଅଧିଗ୍ରହଣ, ଆବଶ୍ୟକ ଅନୁମତି ଓ ଆର୍ଥିକ ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକ୍ରିୟା ଉପରେ ପ୍ରକଳ୍ପର ସମୟସୀମା ନିର୍ଭର କରିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସୋମବାର ବିଜେଡି ସଂସଦୀୟ ଦଳନେତା ତଥା ସାଂସଦ ମାନସ ମଙ୍ଗରାଜଙ୍କ ତାରକା ପ୍ରଶ୍ନର ଉତ୍ତରରେ ଏପରି ବାଆଁରେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାଇଡ଼ୁ।

ଶ୍ରୀ ମଙ୍ଗରାଜ ଓଡ଼ିଶାର ବିମାନବନ୍ଦର ଭିତ୍ତିଭୂମିର ବିକାଶ ସମ୍ପର୍କରେ ତିନୋଟି ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ରାଜ୍ୟରେ କେତୋଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି, ସେଠାରୁ ବାଣିଜ୍ୟିକ ବିମାନ ସେବା କେବେ ଆରମ୍ଭ ହୋଇଥିଲା, ରାଜ୍ୟରେ ନୂତନ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ଏବଂ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ବାଣିଜ୍ୟିକ ବିମାନବନ୍ଦରରେ ପରିଣତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ରାଉରକେଲା ଓ ଉତ୍‌କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ଭୁବନେଶ୍ୱର ବିମାନବନ୍ଦରରୁ ୧୭ ଏପ୍ରିଲ ୧୯୬୨ରେ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଝାରସୁଗୁଡ଼ାରେ ୨୨ ସେପ୍‌ଟେମ୍ବର ୨୦୧୮, ଜୟପୁରରେ ୩ ଅଗଷ୍ଟ ୨୦୨୨, ରାଉରକେଲାରେ ୭ ଜାନୁଆରୀ ୨୦୨୩ ଏବଂ ଉତ୍‌କେଳାରେ ୩୧ ଅଗଷ୍ଟ ୨୦୨୩ରୁ ଆରସିଏସ୍‌–ଉଡାନ ଯୋଜନା ଅଧୀନରେ ବାଣିଜ୍ୟିକ ସେବା ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ୬ ମେ ୨୦୨୫ରେ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ଆରସିଏସ୍‌–ଉଡାନ ଯୋଜନା ଅଧୀନରେ ବିକଶିତ କରି ବାଣିଜ୍ୟିକ ବିମାନବନ୍ଦରରେ ପରିଣତ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ।

ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗକୁ ସଂସଦରେ ଉଠାଇବ ବିଜେଡି।  ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି ସରକାରଙ୍କ ଦୁଇ ବର୍ଷର ବିଫଳତା, କୋଇଲା ରୟାଲଟି ବୃଦ୍ଧି, ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟି, କୃଷି ଓ କୃଷକଙ୍କ ସମସ୍ୟା ସହ ଓଡ଼ିଶା ଏବଂ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ହୋଇଥିବା ନେଇ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ଦିଲ୍ଲୀରେ ଆୟୋଜିତ ସର୍ବଦଳୀୟ ବୈଠକରେ ଶ୍ରୀ ମଙ୍ଗରାଜ ଦଳ ପକ୍ଷରୁ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ଏକାଧିକ ଦାବି ଉପସ୍ଥାପନ କରିବା ସହ ଏହି ସବୁ ପ୍ରସଙ୍ଗ ଉପରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛନ୍ତି। ଏହା ସହ ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ବିଜେଡି ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କ୍ଷେତ୍ରରେ ଦିଆଯାଉଥିବା ବାଧା ଓ ସୃଷ୍ଟି କରାଯାଉଥିବା ପ୍ରତିବନ୍ଧକ ସମ୍ପର୍କରେ ମଧ୍ୟ ସଂସଦୀୟ ଦଳ ବୈଠକରେ ଉଠାଇଛନ୍ତି। ବୈଠକରେ ଉପସ୍ଥିତ ଶାସକଦଳର ତିନି ପ୍ରତିନିଧି ତଥା ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ, ଜଗତପ୍ରକାଶ ନଡ୍ଡା ଓ କିରଣ ରିଜ୍ଜିଜୁ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ବିଜେଡି ପକ୍ଷରୁ ଦକ୍ଷିଣ ଏସିଆର ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି, ଅହେତୁକ ଦରବୃଦ୍ଧି, ପେଟ୍ରୋଲରେ ଇଥାନଲ ମିଶ୍ରଣ ଫଳରେ ଗାଡ଼ିର ଇଞ୍ଜିନରେ ସୃଷ୍ଟି ହେଉଥିବା ସମସ୍ୟା ଆଦି ପ୍ରସଙ୍ଗ ସଂସଦରେ ଉଠାଇବ। ସେହିପରି ଓଡ଼ିଶା ସମ୍ବନ୍ଧୀୟ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦଳ ପ୍ରଶ୍ନ କରିବ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷର ବିଫଳତାକୁ ବିଜେଡି ଏଥର ମୌସୁମୀ ଅଧିବେଶନର ପ୍ରମୁଖ ପ୍ରସଙ୍ଗ କରିବ। ନୂତନ ଶିକ୍ଷା ନୀତି ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ରହିଛି। ଏହି ତ୍ରୁଟି ଯୋଗୁଁ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏହା ପରି ଏକ ଗୁରୁତର ପ୍ରସଙ୍ଗକୁ ରାଜ୍ୟ ସରକାର ଅତ୍ୟନ୍ତ ହାଲୁକା ଭାବରେ ନେଉଥିବାରୁ ରାଜ୍ୟସଭାରେ ଏହା ଉପରେ ଆଲୋଚନା ପାଇଁ ବିଜେଡି ଦାବି କରିଛି। ପୁନଶ୍ଚ ଓଡ଼ିଶାରୁ ଦେଶର ସର୍ବାଧିକ ପରିମାଣର କୋଇଲା ଉତ୍ତୋଳନ ହେଉଥିବା ସତ୍ତେ୍ୱ ରାଜ୍ୟ ଯଥୋଚିତ କୋଇଲା ରୟାଲଟିରୁ ବଞ୍ଚିତ ହେଉଛି। ଏହା ସହ କୃଷକଙ୍କ ସମସ୍ୟା, କୃଷି ସଙ୍କଟ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସଂସଦରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବିଜେଡି ଦାବି କରିଛି।

ସେ ପୁଣି କହିଛନ୍ତି ଯେ ବୈଠକରେ ଅନେକ ସାଂସଦ  ହାତପାଣ୍ଠିକୁ ୫ କୋଟିରୁ ଅଧିକ ବୃଦ୍ଧି କରିବାକୁ ଦାବି କରିଛନ୍ତି। ମାତ୍ର ବର୍ତ୍ତମାନର ମିଳୁଥିବା ହାତପାଣ୍ଠିର ଉପଯୋଗ ଠିକରେ ହୋଇପାରୁ ନାହିଁ। ଓଡ଼ିଶାରେ ବିଜେପି ସରକାର ବିରୋଧୀ ଦଳର ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କରିବାରେ ଯୋଜନାବଦ୍ଧ ଭାବେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।  ସେ ନିଜେ ଏହାର ଭୁକ୍ତଭୋଗୀ। ଚିଲିକା ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସାଂସଦ ହାତପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ତାହାର ସଠିକ୍‌ ବ୍ୟୟ ହେଉନାହିଁ। କେତେକ ସ୍ଥାନରେ ସାଂସଦ ହାତପାଣ୍ଠିରେ କାମ ହେଉଥିଲେ ମଧ୍ୟ ଉଦ୍ଘାଟନ ଫଳକରେ ସ୍ଥାନୀୟ ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରାଯାଉଛି। ଏହି ପ୍ରସଙ୍ଗରେ ସେ ପୂର୍ବରୁ ସଂସଦର ସ୍ୱାଧିକାର କମିଟି ନିକଟରେ ଅଭିଯୋଗ କରିଥିଲେ। ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ରାଜ୍ୟ ସରକାରଙ୍କ ଇଙ୍ଗିତରେ ଅଧିକାରୀମାନେ ବିଜେଡି ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କରିବାକୁ ଦେଉନାହାନ୍ତି ଏବଂ ଗତ ଦୁଇ ବର୍ଷ ଧରି ଏହି ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏହି ପ୍ରସଙ୍ଗରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ପାଇଁ ସେ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି । ପୁନଶ୍ଚ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବାରୁ ବିଜେଡି ସଂସଦରେ ସେଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିବ। ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ସଂସଦୀୟ ପରମ୍ପରାକୁ ସମ୍ମାନ ଦେଇ ବିଜେଡି ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ବିମାନ ସଂଯୋଗୀକରଣ ସ୍ଥିତି ଉଦ୍‌ବେଗଜନକ; ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ କ୍ଷୋଭ
ଭୁବନେଶ୍ୱର: ରାଜ୍ୟରେ ବିମାନ ସଂଯୋଗୀକରଣର ଆଶାନୁରୂପକ ସଫଳତା ମିଳିପାରୁ ନାହିଁ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବିମାନ ସଂଯୋଗୀକରଣ ସ୍ଥିତି ଅତ୍ୟନ୍ତ ଖରାପ ହେବାରୁ ଅସୁବିଧା ସୃଷ୍ଟି ହେଉଛି। ଅଧିକାଂଶ ପ୍ରକଳ୍ପ ଆଗକୁ ଯାଇ ପାରୁ ନାହିଁ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଏହାକୁ ନେଇ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ବେସାମରିକ ବିମାନ ଚଳଚଳ ମନ୍ତ୍ରୀ ମୁରଲୀଧର ମୋହୋଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦକ୍ଷିଣ ଓଡ଼ିଶାରେ ଦୁର୍ବଳ ବିମାନ ସଂଯୋଗୀକରଣ, ଜରୁରୀକାଳୀନ ଚିକିତ୍ସା ଜନିତ ସ୍ଥାନାନ୍ତର, ବିପର୍ଯ୍ୟୟ ପ୍ରତିକ୍ରିୟା (ବିଶେଷକରି ଉପକୂଳ ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ଼) ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିକାଶକୁ ପ୍ରଭାବିତ କରେ ବୋଲି ସରକାର ସ୍ୱୀକାର କରୁଛନ୍ତି କି ନାହିଁ। ଓଡ଼ିଶା ରାଜ୍ୟର ପଛୁଆ ଏବଂ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ପାଇଁ କୌଣସି ସ୍ୱତନ୍ତ୍ର ବିମାନ ଚଳାଚଳ ପ୍ୟାକେଜ୍‌ ବିଚାର କରାଯାଉଛି କି। ଏହାସହ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ଆଞ୍ଚଳିକ ବିମାନ ସଂଯୋଗୀକରଣ ସୁନିଶ୍ଚିତ କରିବା ପାଇଁ ଅବଶ୍ୟକୀୟ ସମୟସୀମା ରହିଛି କି ନାହିଁ।

ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ମୋହୋଲ କହିଛନ୍ତି, ଆର୍‌ସି ସୁଦାନ ଯୋଜନା ଅଧୀନରେ ସରକାର ଓଡ଼ିଶାରେ ଆଞ୍ଚଳିକ ବିମାନ ସଂଯୋଗକୁ ବୃଦ୍ଧି କରୁଛନ୍ତି। ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା ଏବଂ ଜୟପୁର ଭଳି ଚାରିଟି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି। ଏହା ବ୍ୟତୀତ, ରଙ୍ଗେଇଲୁଣ୍ଡା, ଅମର୍ଦ୍ଦା ଏବଂ ରାଇରଙ୍ଗପୁର ବିମାନ ବନ୍ଦରଗୁଡ଼ିକୁ ବିକାଶ ପାଇଁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ୩୨ଟି ଆର୍‌ସିଏସ୍‌ ରୁଟ୍‌ କାର୍ଯ୍ୟକ୍ଷମ ହୋଇଛି। ଭିଜିଏଫ୍‌ ଭାବରେ ୨୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନୁଗୋଳ, ବଡ଼ବିଲ, ବିରାସାଲ, ଗୁଡ଼ାରି, ହୀରାକୁଦ, ଜୟପୁର, ଲାଞ୍ଜିଗଡ଼, ନୱାପାରା, ପଦମ୍‌ପୁର, ରାଇସୁଆଁ, ସୁକିନ୍ଦା, ଥେରୁବାଲି, ତୁଷରା, ମାଲକାନଗିରି, ବାରିପଦା ଏବଂ କୋଣାର୍କ ସମେତ ଅନେକ ବିମାନ ବନ୍ଦରକୁ ‘ଉଡ଼ାନ’ ଯୋଜନା ଅଧୀନରେ ଅଣସେବାପ୍ରାପ୍ତ ବିମାନ ବନ୍ଦର ଭାବରେ ତାଲିକାଭୁକ୍ତ କରାଯାଇଛି। ଏହି ଯୋଜନା ଅଧୀନରେ ବିମାନ ବିଡ୍‌ ଆଧାରରେ ରୁଟ୍‌ ଗୁଡ଼ିକୁ ବିଚାର କରାଯାଇପାରିବ। ‘ଉଡ଼ାନ୍' ଅଧୀନରେ ସଂଯୋଗୀକରଣର ବିସ୍ତାର ଚାଲୁଥିବା ଏବଂ ଚାହିଦା-ଚାଳିତ ପ୍ରକ୍ରିୟା, ଯାହା ଜମିର ଉପଲବ୍ଧତା, ଭିତ୍ତିଭୂମି, ନିୟାମକ ଅନୁମୋଦନ ଏବଂ ବିମାନ ଯୋଗଦାନ ଉପରେ ନିର୍ଭର କରେ। ସରକାର ୧୨୦ଟି ନୂତନ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା, ଆଗାମୀ ୧୦ ବର୍ଷ ମଧ୍ୟରେ ୪ କୋଟି ଯାତ୍ରୀଙ୍କୁ ସେବା ଯୋଗାଇବା ଏବଂ ପାହାଡ଼ିଆ, ଆକାଂକ୍ଷୀ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ଜିଲ୍ଲାଗୁଡ଼ିକରେ ହେଲିପ୍ୟାଡ୍‌ ଏବଂ ଛୋଟ ବିମାନବନ୍ଦରକୁ ସମର୍ଥନ କରିବା ପାଇଁ ଏକ ସଂଶୋଧିତ ଉଡ଼ାନ୍‌ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ବର୍ତ୍ତମାନ ଅନୁମୋଦନ ପର୍ଯ୍ୟାୟରେ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମୋହୋଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ
ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି । ଏହା ସହ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ରେଳ ଚଳାଚଳ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂତନ ଟ୍ରେନ୍‌ ଚଳାଚଳ କରିବା ଲାଇନ୍‌ କ୍ଷମତା, ରୋଲିଂ ଷ୍ଟକ୍‌ ଉପଲବ୍ଧତା, ଭିତ୍ତିଭୂମୀ ଓ ଅନ୍ୟାନ୍ୟ ପ୍ରାୟୋଗିକ ପାରାମିଟର ଉପରେ ନିର୍ଭର କରେ। ଏହି ରୁଟ୍‌ରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ପାଇଁ ମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାବେଳେ ଓଡିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଦର୍ଶାଇଛନ୍ତି। ପୂର୍ବାପେକ୍ଷା ରାଜ୍ୟ ପାଇଁ ବହୁ ଅଧିକ ବଜେଟ୍‌ ବ୍ୟୟବରାଦ  କରାଯାଇଛି। ୨୦୦୯ ରୁ ୧୪ ମଧ୍ୟରେ ବାର୍ଷିକ ଆବଣ୍ଟନ ୮୩୮ କୋଟି ଥିବାବେଳେ କେବଳ ୨୦୨୫-୨୬ରେ ୧୦,୫୯୯ କୋଟି ପ୍ରଦାନ କରାଯାଇଛି। ପୂର୍ବ ତୁଳନାରେ ଏହା ପ୍ରାୟ ୧୩ ଗୁଣା ଅଧିକ। ଏହା ସହିତ ରାଜ୍ୟରେ ନୂତନ ରେଲ ଲାଇନ୍‌ ଓ ଡବଲିଂ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ରାଜ୍ୟରେ ୪୯ଟି ରେଳ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ମୋଟ ୪୦୧୦ କିଲୋମିଟର୍‌ ଲମ୍ୱା ଲାଇନ୍‌ ପ୍ରକଳ୍ପ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ। ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ଏବେ ବି ନେଟୱର୍କ ଦୁର୍ବଳ ରହିଛି। ଇଣ୍ଟରନେଟ ସେବା ମଧ୍ୟ ଭଲ ନାହିଁ। ଏ ନେଇ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଡିିଜିଟାଲ ସେବା ବୃଦ୍ଧି କରିବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ। ମୋବାଇଲ ନେଟୱର୍କ ପାଇଁ ପାହାଡ଼ ଚଢିବାକୁ ପଡୁଛି। ନେଟୱର୍କ ନ ଥିବାରୁ ବିଭିନ୍ନ ସରକାରୀ ସେବା ମିଳୁନି, ପାଠପଢ଼ା ଠିକରେ ହୋଇପାରୁନି। ଏହାର ସମାଧାନ ପାଇଁ ବ୍ରଡବ୍ୟାଣ୍ଡ ସେବା ବୃଦ୍ଧି କରିବାକୁ, ଅଧିକ ମୋବାଇଲ ଟାୱାର ବସାଇବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ।

ବାୟୁ ପ୍ରଦୂଷଣକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ରାଜ୍ୟସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଶୀତ ଋତୁରେ ଦିଲ୍ଲୀ କେବଳ ପ୍ରଦୂଷଣର ସମ୍ମୁଖୀନ ହୁଏ ନାହିଁ, ଏହା ଏକ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ବୋଲି ସେ କହିଛନ୍ତି। ସପ୍ତାହ ସପ୍ତାହ ଧରି, ଏକ୍ୟୁଆଇ (AQI) ୪୦୦ ଏବଂ ୫୦୦ ଉପରେ ରହେ।  ଏହା କେବଳ ଖରାପ ବାୟୁ ନୁହେଁ। ଏହା ହେଉଛି ବିଷାକ୍ତ ବାୟୁ। ଏହା ଆମର ପିଲାମାନଙ୍କୁ, ଆମର ବୟସ୍କ ନାଗରିକମାନଙ୍କୁ, ଏବଂ ଏହି ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଉଛି ବୋଲି ଗୃହରେ କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଓଡ଼ିଶାରୁ ଆସିଥିବା ଜଣେ ବ୍ୟକ୍ତି ଭାବରେ, ଯେଉଁ ରାଜ୍ୟ ଅଦ୍ୱିତୀୟ ଶୃଙ୍ଖଳା ସହିତ ବାତ୍ୟା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼େ, ମୁଁ ଜାଣେ ସଙ୍କଟ କିପରି ଦେଖାଯାଏ। କିନ୍ତୁ ଯାହା ମୋତେ ବ୍ୟଥିତ କରୁଛି ତାହା ହେଉଛି, ଦିଲ୍ଲୀରେ ଏକ ମାନବ-କୃତ ବିପର୍ଯ୍ୟୟ। ପ୍ରତିବର୍ଷ ଫେରିଆସେ, ଏବଂ ଆମେ ତାହା ମଝିରେ ହିଁ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦ ଅଧିବେଶନ କରି ଚାଲିଛୁ। ଆମର ସଦସ୍ୟମାନେ, ଆମର ଅଧିକାରୀମାନେ, ଡ୍ରାଇଭରମାନେ, ସ୍ୱଚ୍ଛତା କର୍ମଚାରୀମାନେ ଏବଂ ସୁରକ୍ଷା କର୍ମୀମାନେ ଏହି ଗୃହକୁ କାର୍ଯ୍ୟକ୍ଷମ ରଖିବା ପାଇଁ ପ୍ରତିଦିନ ଏହି ବିଷାକ୍ତ ବାୟୁରେ ନିଶ୍ୱାସ ନିଅନ୍ତି। ଆମେ ସେମାନଙ୍କ ଦୁଃଖକୁ ଅଣଦେଖା କରିପାରିବା ନାହିଁ। ଆମେ ଏହା ସ୍ୱାଭାବିକ ବୋଲି ଅଭିନୟ କରିପାରିବା ନାହିଁ ବୋଲି ସେ କହିଥିଲେ।

ସରକାରଙ୍କ ନିକଟରେ ଅନୁରୋଧ ରଖି କହିଥିଲେ ଯେ, ବାୟୁ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଏବଂ ବଜେଟ୍ ଅଧିବେଶନକୁ ଦିଲ୍ଲୀରୁ ସ୍ଥାନାନ୍ତର କରନ୍ତୁ। ଭାରତରେ ଅନେକ ସକ୍ଷମ ସହର ଅଛି ଯେଉଁଠାରେ ପରିଷ୍କାର ବାୟୁ ଏବଂ ଦୃଢ଼ ଭିତ୍ତିଭୂମି ରହିଛି । ଭୁବନେଶ୍ୱରରୁ ହାଇଦ୍ରାବାଦ, ଗାନ୍ଧୀନଗରରୁ ବେଙ୍ଗାଲୁରୁ ଏବଂ ଗୋଆରୁ ଡେରାଡୁନ୍ ପର୍ଯ୍ୟନ୍ତ। ଯଦି ଓଡ଼ିଶା ଏକ ବାତ୍ୟା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର କରିପାରେ ଏବଂ ସଠିକତା ସହିତ ଜୀବନ ରକ୍ଷା କରିପାରେ, ତେବେ ନିଶ୍ଚିତ ଭାବରେ ଭାରତ ସରକାର ନିଜ ସଦସ୍ୟ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସଂସଦର ଦୁଇଟି ଅଧିବେଶନକୁ ସ୍ଥାନାନ୍ତର କରିପାରିବେ ବୋଲି ସେ ଗୃହରେ କହିଥିଲେ। ଏହା ରାଜନୀତି ବିଷୟରେ ନୁହେଁ। ଏହା ଜୀବନ ଏବଂ ସମ୍ମାନ ବିଷୟରେ। ସଂସଦକୁ ନେତୃତ୍ୱ ଦେଖାଇବାକୁ ପଡିବ।  ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ବିଳମ୍ବ ନ କରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

ରାଜ୍ୟରେ ନୂତନ ରୁଟ୍‌ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିମାନ ଚଳାଚଳ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଦାବି
ଭୁବନେଶ୍ୱର: ରାଜ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ନୂତନ ରୁଟ୍‌ରେ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସଭାରେ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉନ୍ନତି ହେଉ ନ ଥିବା ଉଲ୍ଲେଖ କରି ସେ ନୂଆ ରୁଟ ସହ ଆଦିବାସୀ ପ୍ରଭାବିତ ଅଞ୍ଚଳକୁ ବିମାନ ଚଳାଚଳ ପାଇଁ କି ଯୋଜନା ରହିଛି ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ସଂସଦରେ ଶ୍ରୀ ମଙ୍ଗରାଜ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ବିମାନ ଚଳାଚଳ ପାଇଁ ନୂଆ ରୁଟ୍‌ ଚିହ୍ନଟ, ଆର୍ଥିକ ବର୍ଷରେ ଉଡାନ୍‌ ସ୍କିମ୍‌ ଅଧୀନରେ ବଜେଟ ବରାଦ, ପ୍ରଚଳିତ ରୁଟ୍‌କୁ ଆଦିବାସୀ ବହୁଳ ଅଞ୍ଚଳକୁ ସମ୍ପ୍ରସାରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କ୍ଷେତ୍ରୀୟ ବିମାନ ଚଳାଚଳର ସୁରକ୍ଷା ଏବଂ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଭଡା ସ୍ଥିର କରିବାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଙ୍ଗରାଜ ଜାଣିବାକୁ ଚାହିଁଛନ୍ତି ।

ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନାଗରିକ ଉଡ଼ାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ ଦେଶରେ ଆର୍‌ସିଏସ୍‌-ଉଡାନ୍‌ ନାମକ ଆଞ୍ଚଳିକ ସଂଯୋଗ ଯୋଜନା ଆରମ୍ଭ କରିଛି। ଓଡ଼ିଶାରେ ମୋଟ ୩୨ଟି ରୁଟ ଏବଂ ଉତ୍ତର-ପୂର୍ବାଞ୍ଚଳରେ ୯୦ଟି ରୁଟରେ ଆର୍‌ସିଏସ୍‌ ଅଧୀନରେ ପରିଚାଳିତ ହୋଇଛି। ନିର୍ଦ୍ଦିଷ୍ଟ ରୁଟରେ ଚାହିଦାର ମୂଲ୍ୟାଙ୍କନ ଆଧାରରେ ଆଗ୍ରହୀ ବିମାନ ସେବା ସଂସ୍ଥାମାନେ ବିଡିଂ ସମୟରେ ନିଜର ପ୍ରସ୍ତାବ ଦାଖଲ କରନ୍ତି। ବୈଧ ବିଡ୍‌ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ଯୋଜନା ଅଧୀନରେ ରୁଟଗୁଡ଼ିକର ପରିଚାଳନା ପାଇଁ ଅନୁମୋଦନ ଦିଆଯାଏ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆର୍‌ସିଏସ୍‌-ଉଡାନ୍‌ ପାଇଁ ୩୦୦ କୋଟି ଟଙ୍କା ବଜେଟ୍‌ ବରାଦ ହେଉଛି। ଟିୟର-୨ ଓ ଟିୟର-୩ ସହରମାନଙ୍କୁ ବିମାନ ସଂଯୋଗ ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ ।ଏଥିରେ ଆଦିବାସୀ ଅଞ୍ଚଳ ଅନ୍ତର୍ଭୁକ୍ତ। ଯୋଜନା ନିର୍ଦ୍ଦିଷ୍ଟ ଆସନଗୁଡ଼ିକରେ ବିମାନ ଭଡ଼ାକୁ ସୀମିତ କରି ଏବଂ ବିମାନ ସେବା ସଂସ୍ଥାମାନଙ୍କୁ ପରିଚାଳନା ଖର୍ଚ୍ଚ ଓ ଆଶାକୃତ ରାଜସ୍ୱ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବା ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ସୁଲଭ ବିମାନ ଯାତ୍ରାକୁ ପ୍ରୋତ୍ସାହନ ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବିଜେଡ଼ି ନେତା ଓ କର୍ମୀଙ୍କ ଉପରେ ପୁଲିସର ରବର ବୁଲେଟ ମାଡକୁ ସାଂସଦ ମାନସ ମଙ୍ଗରାଜଙ୍କ ଦୃଢ ନିନ୍ଦା
ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜେଡ଼ି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ଗୁଣ୍ଡାଗିରିକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୁଲିସର ରବର ବୁଲେଟ ମାଡକୁ ଦୃଢ ନିନ୍ଦା କରିଛନ୍ତି। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ ଏହା ପୁଲିସ ଜାଣିଛି। ନିର୍ଦ୍ଦିଷ୍ଟ ନିୟମାବଳୀରେ ଏହା ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହା ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି ବୋଲି ସେ କହିଛନ୍ତି।

ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ସମାଲୋଚନା
ଭୁବନେଶ୍ବର: ଦଳୀୟ ସାଂସଦଙ୍କ ସମାଲୋଚନାର ଶିକାର ହେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଦେବାଶିଷ ସମାଲୋଚନାର ଶିକାର ହୋଇଛନ୍ତି। ବିଜେଡିର ୩ ସାଂସଦ ଦେବାଶିଷଙ୍କୁ କଡା ସମାଲୋଚନା କରିଛନ୍ତି। ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ସମେତ ସୁଲତା ଦେଓ ଏବଂ ନିରଞ୍ଜନ ବିଶି ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟଙ୍କୁ କଡା ସମାଲୋଚନା କରିଛନ୍ତି।

୧୦ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେଇସାରିଥିବା ବ୍ୟକ୍ତିଙ୍କ ବିଷୟରେ କାହିଁକି ଆଲୋଚନା କରୁଛନ୍ତି ବୋଲି ଲେଖି ନିଜ ଏକ୍ସ ହ୍ୟାଣ୍ଡେଲରେ ଦେବାଶିଷଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ  ମାନସ ମଙ୍ଗରାଜ। ଦଳୀୟ ବୈଠକ କିମ୍ବା ରାଜନୈତିକ କାମରେ ସାମିଲ ହୋଉନାହାନ୍ତି ପାଣ୍ଡିଆନ। ଦଳର ସର୍ବମାନ୍ୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଦଳୀୟ ପ୍ରସଙ୍ଗରେ ସବୁ ନିଷ୍ପତି ନବୀନ ହିଁ ନେଉଛନ୍ତି। ଯାହାର ଯାହା ଅଭିଯୋଗ ନବୀନଙ୍କୁ ଜଣାଇବା କଥା। ବରିଷ୍ଠ ନେତାମାନେ ଦଳର ସଭାପତିଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଦେବାଶିଷ ସାମନ୍ତରାୟ ଏହା ନକରି ଗଣମାଧ୍ୟମକୁ ଯାଉଛନ୍ତି, ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାରମ୍ବାର କହୁଛନ୍ତି। ନ୍ୟସ୍ତ ସ୍ୱାର୍ଥ ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଦେବାଶିଷ ଏଭଳି ମନ୍ତବ୍ୟ ଦେଉଥିବା କହି ଏକ୍ସରେ କଡା ସମାଲୋଚନା କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ସେହିପରି ସାଂସଦ ସୁଲତା ଦେଓ ଏବଂ ନିରଞ୍ଜନ ବିଶି ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି। ସୁଲତା ନିଜ ପୋଷ୍ଟରେ ଲେଖିଛନ୍ତି , ପୁଲୱାମା ଆଟାକରେ ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ତତକାଳିନ ସମୟରେ ପାଣ୍ଡିଆନ ଚା ପକାଇଥିଲେ।।ହା ଳରେ ସେବେଠାରୁ ଦେବାଶିଷ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା। ପୁନଶ୍ଚ ପାର୍ଲିଆମେଂଟରେ ଭୋଟ୍‌ ଦାନ ରାତି କୌଣସି କାରଣରୁ ଦେବାଶିଷ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସୁଲତା ନିଜ ପୋଷ୍ଟରେ ଲେଖିବା ସହ ଏଭଳି କାମରୁ ନିବୃତ ରହିବାକୁ ଦେବାଶିଷଙ୍କୁ ଅନୁରୋଧ କରିଛନ୍ତି। ସେହିପରି ନିରଞ୍ଜନ ବିଶି ଲେଖିଛନ୍ତି, ଭି. କାର୍ତିକେୟନ ପାଣ୍ଡିଆନ ବହୁତ ଦିନ ହେଲା ରାଜନୀତିରୁ ବିଦାୟ ନେଇସାରିଛନ୍ତି। କିନ୍ତୁ ୱାକ ବିଲ ବିଷୟରେ ତାଙ୍କୁ ଅଥାରେ ବଦନାମ କରାଯାଉଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିବୃତିକୁ ନିନ୍ଦା କରିବା ସହ କିଛି ଅଭିସନ୍ଧି ରଖି ଦେବାଶିଷ ଏକଥା କହୁଛନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିରଞ୍ଜନ।

ଓଡିଶାର ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ? ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ଓଡ଼ିଶାରେ କେତୋଟି ସ୍କୁଲ ଡିଜିଟାଲ ପାଠପଢାରେ ଯୋଡି ହୋଇଛି? ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀ କହିଛନ୍ତି କି, ରାଜ୍ୟରେ ୮ ହଜାର ୪୪ ପ୍ରାଥମିକ ବିଦ୍ୟାଳୟ ଓ ଏହାସହ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆଇସିଟି ଲ୍ୟାବ ଓ ସ୍ମାର୍ଟ କ୍ଲାସରୁମ୍ ଅନୁମୋଦିତ ହୋଇଛି । ରାଜ୍ୟର ୮୪୧୨ଟି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇସିଟି ଲ୍ୟାବ୍ ଥିବା ବେଳେ ୭୬୫୫ ସ୍କୁଲରେ ରହିଛି ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କି, ଓଡ଼ିଆରେ ଡିଜିଟାଲ୍ କଣ୍ଟେଣ୍ଟ ଦୀକ୍ଷା ପୋର୍ଟାଲ୍, ମଧୁ ଆପ୍, ଇ-ପାଠଶାଳା ପୋର୍ଟାଲ୍, ଖାନ୍ ଏକାଡେମୀ ଓ କୌଶଳୀ ପାଠ୍ୟକ୍ରମ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ରାଜ୍ୟର ୨୯୮୪ ଉଚ୍ଚ ପ୍ରାଥମିକ ଓ ୨,୩୮୬ଟି ମାଧ୍ୟମିକ ବିଦ୍ୟାଳୟକୁ ଭର୍ଚୁଆଲ କ୍ଲାସରୁମ୍ ରହିଛି । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ୨୦୨୪-୨୫ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାର ପ୍ରସାର ଲକ୍ଷ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ୭୩ ହଜାର ୯୧୮ ଲକ୍ଷ ଟଙ୍କା ଦିଆଯାଇଛି । ରାଜ୍ୟରେ ୯୬ ହଜାର ୭୧୮ ପ୍ରାଥମିକ ସ୍ତରର ଶିକ୍ଷକଙ୍କୁ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଶିକ୍ଷା ପାଇଁ ଟାବଲେଟ୍ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ରାଜ୍ୟ ଐତିହ୍ୟର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛ ? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ରାଜ୍ୟରେ ଶହଶହ ଐତିହାସିକ ସ୍ମାରକୀ, ଐତିହ୍ୟ ସ୍ଥାନ ରହିଛି । ଏହା ମଧ୍ୟରୁ ୮୧ଟି ସ୍ଥାନକୁ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି ଓ ସଂରକ୍ଷଣ ଦାୟିତ୍ୱ ନେଇଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଏହି ସ୍ଥାନଗୁଡ଼ିକର ସୁରକ୍ଷା ନିମନ୍ତେ ରାଜ୍ୟକୁ ଯେତିକି ସହାୟତା ମିଳିବା କଥା ସେତିକି ମିଳିପାରୁ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ଏଥିପାଇଁ କେନ୍ଦ୍ର ସରକାର ଯେତିକି ଆର୍ଥିକ ସହାୟତା ଦେଉଥିଲେ, ଏବେ ତାହାକୁ ହ୍ରାସ କରାଯାଇଛି। ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ କରିଥିବା ପ୍ରଶ୍ନରେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।

ରାଜ୍ୟରେ ଐତିହ୍ୟ ସ୍ଥାନଗୁଡ଼ିକର ସୁରକ୍ଷା ସଂକ୍ରାନ୍ତ ମାନସଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ) ମାଧ୍ୟମରେ ଓଡ଼ିଶାର ଐତିହ୍ୟ ସ୍ମାରକୀ ଗୁଡ଼ିକର ସଂରକ୍ଷିତ କରାଯାଉଛି। ଏହାର ସୁରକ୍ଷା ପାଇଁ ମନ୍ତ୍ରଣାଳୟ ୨୦୨୨-୨୩ରେ ୧୩. ୧୮ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୨.୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାରେ ମନ୍ତ୍ରଣାଳୟ ଅଧୀନରେ ୮୧ଟି ଐତିହାସିକ ସ୍ମାରକୀ ଏବଂ ଐତିହ୍ୟ ସ୍ଥାନ ରହିଛି। ଏହି ସ୍ଥାନରେ ଜବରଦଖଲ ଓ କ୍ଷତି ରୋକିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସଂରକ୍ଷଣ ନୀତି ଅନୁସାରେ ଏଏସ୍‌ଆଇ ଦ୍ୱାରା ପଦକ୍ଷେପ ଗ୍ରହଣ କରାଯାଉଛି। ସଂରକ୍ଷିତ ସ୍ମାରକୀ ଏବଂ କ୍ଷେତ୍ରଗୁଡ଼ିକରେ ଜଗିବା ପାଇଁ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ନିୟୋଜିତ କରାଯାଇଛି। ଏଥିସହ ସ୍ମାରକୀଗୁଡ଼ିକରେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ଜବରଦଖଲ ଏବଂ କ୍ଷତି ରୋକିବା ପାଇଁ ସାମୟିକ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମାତ୍ର କେଉଁ ପରିସ୍ଥିତିରେ ରାଜ୍ୟକୁ ଏ ସଂକ୍ରାନ୍ତ ଅନୁଦାନ ହ୍ରାସ କରାଯାଇଛି, ସେ ସମ୍ପର୍କରେ ମନ୍ତ୍ରୀ ନିରୁତ୍ତର ରହିଛନ୍ତି ।