SpiceJet flights - The Sakala

ବାରମ୍ବାର ତ୍ରୁଟି ଦେଖାଦେବା ପରେ ସ୍ପାଇସଜେଟ୍ ଉପରେ ଡିଜିସିଏର ବଡ଼ କାର୍ଯ୍ୟାନୁଷ୍ଠାନ, ୨ ମାସ ପାଇଁ ୫୦% ବିମାନ ଉଡାଣ ଉପରେ ରୋକ୍‌
ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ବିମାନ ଗୁଡିକରେ କିଛିଦିନ ହେବ ଲାଗାତର ତ୍ରୁଟି ପରିଲକ୍ଷିତ ହେଉଛି। ଗତ କିଛି ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୧୦ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସିଛି। ଯାହାକୁ ନେଇ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ। ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କଡା କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ୮ ସପ୍ତାହ ପାଇଁ ୫୦ ପ୍ରତିଶତ ଉଡାଣ ଉପରେ ରୋକ ଲାଗାଯାଇଛି। ଏହି ଆଠ ସପ୍ତାହ ଏୟାରଲାଇନ ଉପରେ ଅତିରିକ୍ତ ନଜର ରଖାଯିବ । ଯଦି ଭବିଷ୍ୟତରେ ବିମାନ ସେବାପ୍ରଦାନକାରୀ କମ୍ପାନୀ ୫୦ ପ୍ରତିଶତରୁ ଅଧିକ ଉଡାଣ କରିବାକୁ ଚାହିଁବ ତେବେ କମ୍ପାନୀଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଅତିରିକ୍ତ ଭାର ଉଠାଇବାର କ୍ଷମତା ତାଙ୍କ ପାଖରେ ଅଛି ନା ନାହିଁ, ପର୍ଯ୍ୟନ୍ତ ପରିମାଣର ସଂଶାଧନ ଏବଂ କର୍ମଚାରୀ ଅଛନ୍ତି ନା ନାହିଁ ।

ସୂଚନାଯୋଗ୍ୟ ଗତକିଛି ଦିନ ମଧ୍ୟରେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ସିରିଏଲ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଯାହାକୁ ନେଇ ଯାତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଗତ ୧ ମାସ ମଧ୍ୟରେ ଏହି କମ୍ପାନିର ଫ୍ଲାଇଟଗୁଡ଼ିକରେ ୯ ଥର ତ୍ରୁଟି ଦେଖାଯାଇଥିଲା । ଜୁଲାଇ ୬ ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସ ଜେଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଜୁନ୍‌ ୧୯ରୁ ଏହାର ବିମାନରେ ବୈଷୟିକ ତ୍ରୁଟିର ଆଠଟି ଘଟଣା ରିପୋର୍ଟ ହେବା ପରେ ଏହି ନୋଟିସ ଜାରି କରା ଯାଇଥିଲା। ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ସ୍ପାଇସଜେଟ୍ ଦ୍ବାରା ଦାଖଲ ହୋଇଥିବା କାରଣଦର୍ଶାଅ ନୋଟିସର ଉତ୍ତରକୁ ଦୃଷ୍ଟିରେ ରଖି ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ପାଇଁ ସ୍ପାଇସଜେଟର ପ୍ରସ୍ଥାନ ସଂଖ୍ୟା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।