Dr APJ Abdul Kalam - The Sakala

ରାମେଶ୍ବରମ୍‌ରୁ ରାଷ୍ଟ୍ରପତି ଭବନ : ପୂଣ୍ୟାତ୍ମା କଲାମଙ୍କ ୭ମ ପୂଣ୍ୟତିଥିରେ ତାଙ୍କ ସ୍ମୃତିକୁ ମନେ ପକାଇ ଝୁରୁଛି ଭାରତ
‘‘କଷ୍ଟ ଜୀବନର ଏକ ଅଂଶ ଅଟେ। ସେହି କାରଣରୁ ଜୀବନ ସରି ଯାଇ ନଥାଏ। କିନ୍ତୁ ନିଜେ ସେହି କଷ୍ଟରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ। ଏହାଦ୍ବାରା ନିଜର ଶକ୍ତି ଓ ସାହାସ ଜାଣି ହୁଏ। କଷ୍ଟକୁ ମଧ୍ୟ ଜାଣିବାକୁ ଦିଅନ୍ତୁ ଯେ, ଆପଣ ତାକୁ କେତେ ଅସୁବିଧାରେ ପକାଇ ପାରନ୍ତି। ’’ ଏହା ଥିଲା ପୂର୍ବତନ ରାଷ୍ଟ୍ରପତି ତଥା ଭାରତର ମିସାଇଲ ମ୍ୟାନ୍ ଭାବେ ପରିଚିତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଏକ ଉକ୍ତି। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଜିତିନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ବରଂ ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ।

ଭାରତବର୍ଷରେ ଏଭଳି ଅନେକ ଯୋଗଜନ୍ମା ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥ ବଳିଦାନ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଉଥିବ। ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ଭାରତରତ୍ନ ଏପିଜେ ଅବଦୁଲ କଲାମ୍‌ ହେଉଛନ୍ତି ଅନ୍ୟତମ । ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେ ସେ ଯେତିକି ନାଁ ଅର୍ଜିଥିଲେ, ରାଷ୍ଟ୍ରପତି ଭାବେ ମଧ୍ୟ ଦେଶବିଦେଶରେ ସେତିକି ଖ୍ୟାତିସମ୍ପନ୍ନ ଥିଲେ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ। କଲାମ୍‌ଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ସାରା ବିଶ୍ବରେ ପରିଚିତ ହୋଇପାରିଥିଲା। ସେ ଦେଶବାସୀଙ୍କ ନିକଟରେ ‘ମିସାଇଲ୍‌ମ୍ୟାନ୍‌’ ଭାବେ ପରିଚିତ ଥିଲେ । ସେ ଥିଲେ ଜଣେ ର୍ନିବିବାଦୀୟ ରାଷ୍ଟ୍ରନାୟକ, ଲୋକଙ୍କର ରାଷ୍ଟ୍ରପତି, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ। ସବୁଠୁ ବଡ଼ କଥା ହେଲା, ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣାର ନିର୍ଝରିଣୀ।

୨୦୧୫ ଆଜିର ଦିନରେ ଭାରତ ହରାଇ ଥିଲା କଲାମ୍‌ଙ୍କ ଭଳି ଜଣେ ଅମୂଲ୍ୟ ରତ୍ନକୁ। ୧୯୩୧, ଅକ୍ଟୋବର ୧୫ରେ ମାଡ୍ରାସ ଅନ୍ତର୍ଗତ ରାମେଶ୍ବରର ଏକ ମୁସଲିମ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ କଲାମ୍‌। ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ସେ ସମୟରେ ବହୁତ ଖରାପ ଥିଲା। ତେଣୁ ସେ ପିଲାଟି ବେଳୁ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ। ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। ଦାରିଦ୍ରତାରେ ଜୀବନ ବିତାଇଥିବା କଲାମ୍‌ଙ୍କ ଶିଖିବାର ମନୋବୃତ୍ତି ଓ ନିଷ୍ଠା ପାଇଁ ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସେ ପହଞ୍ଚି ପାରିଥିଲେ । ସେ ତିରୁଚିଲାପଲ୍ଲୀର ସେଣ୍ଟ୍‌ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ଚେନ୍ନାଇର ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମହାକାଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ଅଗ୍ନି, ତ୍ରିଶୂଳ, ପୃଥ୍ବୀ, ଆକାଶ, ଓ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ‘ଭାରତୀୟ କ୍ଷେପଣାସ୍ତ୍ରର ଜନକ’ ବୋଲି କୁହାଯାଏ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ଏକାଦଶ ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ୍‌। ସେ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ଆତ୍ମଜୀବନୀ ‘ୱିଙ୍ଗସ୍‌ ଅଫ୍‌ ଫାୟାର୍’, ‘ଭିଜନ୍‌ ୨୦୨୦’, ‘ଇଗ୍‌ନାଇଟେଡ୍‌ ମାଇଣ୍ଡସ୍’ ଆଦି ପୁସ୍ତକ ସବୁବେଳେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।

ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ‘ଭାରତରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୪୦ ଗୋଟି ବିଶ୍ବବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପାଇଥିଲେ। ସେ କିଛିଦିନ ବାଲେଶ୍ବର ଚାନ୍ଦିପୁରରେ କାର୍ଯ୍ୟ କରିଥÒଲେ। ଏହି ସ୍ମୃତିରେ କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କଲାମ ଦ୍ୱୀପ ନାମରେ ନାମିତ କରାଯାଇଥିଲା।