West Indies vs India - The Sakala

ପଞ୍ଚମ ଟି-୨୦: ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ
ଫ୍ଲୋରିଡ଼ା: ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ୧୬୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜକୁ ୧୬୬ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ବ୍ୟାଟିଂରେ ଶୁଭମନ ଗିଲ୍ ୯ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ଵୀ ଜୟସଓ୍ଵାଲ୍ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସୂର୍ଯ୍ୟକୁମାର ଯାଦବ ଓ  ତିଳକ ବର୍ମା ସମ୍ଭାଳିଥିଲେ। ତିଳକ ବର୍ମା ୧୮ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ ୯ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ପାରିକୁ ସମ୍ଭାଳିଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାଥ ଦେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୧୪ ରନ କରି ଆଉଟ ହେଇଥିଲେ।  ସୂର୍ଯ୍ୟକୁମାର ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ୪୫ ବଲରେ ୬୧ ରନ କରି ର୍ଯ୍ୟକୁମାର ଆଉଟ ହୋଇଥିଲେ। ପରେ ଅର୍ଶଦୀପ ସିଂ ୨ ବଲରେ ୬ ରନ ଓ  କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ଖାତା ଖୋଲି ପାରି ନ ଥିଲେ। ଅକ୍ଷର ପଟେଲ ୧୦ ବଲରେ ୧୩ ରନ କରି ହୋଇଥିଲେ। ମୁକେଶ କୁମାର ୧ ବଲରେ ୪ ରନ କରି ଅପରାଜିତି ରହିଥିଲେ।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ରୋମାରିଓ ସେଫାର୍ଡ ୪ ଟି ୱିକେଟ ନେଇଥିବା ବେଳେ ଅକିଲ ହୋସେନ ଓ ଜାସନ ହୋଲଡର ୨ଟି  ୱିକେଟ ନେଇଥିଲେ। ରୋଷ୍ଟନ ଚେଜ୍  ଗୋଟିଏ ୱିକେଟ ନେଇଥିଲେ।

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ହେଉଛି ନିର୍ଣ୍ଣାୟକ ଲଢେଇ । ଆଜିର ମ୍ୟାଚ୍ ଜିତି ସିରିଜ୍ ହାସଲ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି ।

ଆଜି ଚତୁର୍ଥ ଟି-୨୦: ଆମେରିକାରେ ମୁହାଁମୁହିଁ ହେବେ ଭାରତ-ଇଣ୍ଡିଜ୍‌‌
ଲାଉଡରହିଲ, ଫ୍ଲୋରିଡା: ଭାରତ ଓ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ପର୍ଯ୍ୟାୟ ମୁକାବିଲା ଶେଷ ହୋଇଛି। ୱେଷ୍ଟଇଣ୍ଡିଜ୍‌‌ରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟର ୩ଟି ମ୍ୟାଚ୍‌‌ରେ ଘରୋଇ ଦଳ ପ୍ରଥମ ଦୁଇଟି ମ୍ୟାଚ୍‌‌ ଜିତି ୨-୧ରେ ଆଗୁଆ ରହିଛି। ଏହି ସିରିଜ୍‌‌ର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଶେଷ ଦୁଇଟି ଆମେରିକାର ଫ୍ଲୋରିଡା ସହରରେ ଖେଳାଯିବ। ଏଠାରେ ଘରୋଇ ଦଳ ୨ଟିରୁ ଗୋଟିଏ ମ୍ୟାଚ୍‌‌ ଜିତିଲେ ୨୦୧୬ ପରେ ଯେ କୌଣସି ଫର୍ମାଟରେ କ୍ରମାଗତ ସିରିଜ୍‌‌ ଜିତିବାକୁ ସମର୍ଥ ହେବ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାରତୀୟ ଦଳ ଏହି ମ୍ୟାଚ୍‌‌ ଜିତି ପ୍ରଥମେ ସିରିଜ୍‌‌କୁ ପ୍ରତ୍ୟାବର୍ତ୍ତନ କରିବ ଓ ପରେ ଅନ୍ୟକଥା ଚିନ୍ତା କରିବ। ଏହି ସଫଳତା ପାଇବାକୁ ହେଲେ ଭ୍ରମଣକାରୀ ଭାରତକୁ କିଛିଟା ଭଲ ଖେଳ ଦେଖାଇବାକୁ ପଡ଼ିବ।

ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚ୍‌‌ ମଧ୍ୟରୁ ୱେଷ୍ଟଇଣ୍ଡିଜ୍‌‌ ଜିତିଥିବା ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବୋଲରଙ୍କ ଶୃଙ୍ଖଳା ଓ ନିକୋଲସ୍‌‌ ପୂରନଙ୍କ ଆକ୍ରମଣାତ୍ମକ ଖେଳର ପ୍ରଭାବ ଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌‌ରେ ଭାରତୀୟ ତାରକା ସୁର୍ଯ୍ୟକୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଥିଲା। ଚତୁର୍ଥ ମୁକାବିଲାରେ ଜିତିବାକୁ ହେଲେ ଏହି ଖେଳାଳିମାନଙ୍କଠାରୁ ଦଳ ବୀରତ୍ୱପୂର୍ଣ୍ଣ ପ୍ରଦର୍ଶନ ଆଶା ରଖୁଛି। କିନ୍ତୁ ଭାରତୀୟମାନେ ଏଯାଏ ଦଳଗତ ପ୍ରଦର୍ଶନ କରିପାରି ନାହାନ୍ତି। ବ୍ୟାଟିଂରେ ଓପନର ଇଶାନ କିସାନଙ୍କୁ ବଦଳାଇ ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ଦିଆଗଲା। କିନ୍ତୁ ସେ ଫେଲ ମାରିଲେ। ଏହି ବର୍ଷର ପ୍ରଥମାର୍ଦ୍ଧ ପରେ ଶୁବମାନ ଗିଲ ଆଉ ଭଲ ଖେଳିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଦଳ କହାକୁ ବଦଳାଇବ, କାହାକୁ ସୁଯୋଗ ଦେବା ତାହା ଏବେଠାରୁ କହିବା କଷ୍ଟକର। କିନ୍ତୁ ଗିଲ୍‌‌ କିମ୍ବା ସଞ୍ଜୁ ସାମସନଙ୍କ ସ୍ଥାନରେ ପୁଣିଥରେ କିସାନଙ୍କୁ ଖେଳାଇବା କଥା ଚିନ୍ତା କରାଯାଉଛି। ପେସ ବୋଲରମାନେ କିଛି ପ୍ରଭାବ ପକାଇପାରି ନାହାନ୍ତି। ଏଣୁ ମୁକେଶ କୁମାର କିମ୍ବା ଅର୍ଶଦୀପ ସିଂଙ୍କ ସ୍ଥାନରେ ଦଳରେ ଥିବା ଉମ୍ରାନ ମଲିକ କିମ୍ବା ଆଭେଷ ଖାନ୍‌‌ଙ୍କୁ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌‌ର ଟପ୍‌‌ ଅର୍ଡର ଏଯାଏ କ୍ଲିକ୍‌‌ କରିନାହିଁ। ଫଳରେ ଦିନିକିଆ ଅଧିନାୟକ ସାଇ ହୋପଙ୍କ ଖେଳିବା ସମ୍ଭାବନା ଅଧିକ। ଫିଟ୍‌‌ ହୋଇଥିଲେ ଜେସନ ହୋଲ୍ଡର ଏହି ମ୍ୟାଚ୍‌‌ ନିଶ୍ଚିତ ଖେଳିବେ।

ଦ୍ବିତୀୟ ଟ୍ବେଣ୍ଟି-୨୦: ଓ୍ୱେଷ୍ଟଇଣ୍ଡିଜକୁ ୧୫୩ ରନର ଟାର୍ଗେଟ୍ ଦେଲା ଭାରତ
ତ୍ରିନିବାଦ: ରବିବାର ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୫୨ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଓ୍ୱେଷ୍ଟଇଣ୍ଡିଜକୁ ୧୫୩ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଶୁଭମନ ଗିଲ୍ ୯ ବଲରୋ ୭ ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୨୩ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ତିଳକ ବର୍ମା ଏକ ଅର୍ଦ୍ଧ ଶତକୀୟ ଇଂନିସ ଖେଳିଥିଲେ। ତିଳକ ବର୍ମା  ୪୧ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୭ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍ ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରେ ଅର୍ଶଦୀପ ସିଂ ୩ ବଲରେ ୬ ରନ କରି ଅପରାଜିତ ରହିଥିଲେ। ରବି ବିଷ୍ଣୋଇ ୪ ବଲରେ ୮ ରନ କରି ଅପରାଜିତ ରହିଥିଲେ।

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଅକିଲା ହୋସେନ, ରୋମାରିଓ ସେଫାର୍ଡ ଓ ଅଲଜାରୀ ଯୋଶେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମ ଟି-୨୦: ଭାରତକୁ ୧୫୦ ରନର ଟାର୍ଗେଟ ଦେଲା ଓ୍ଵେଷ୍ଟଇଣ୍ଡିଜ
ତ୍ରିନିଦାଦ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ୍‌କୁ କବ୍‌ଜା କରିବା ପରେ ଆଜି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ବ୍ରାଏନ ଲାରା ଷ୍ଟାଡିୟମ୍‌ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୧୪୯ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୫୦ ରନର ଆବଶ୍ୟକତା ରହିଛି।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ୍ ୧୯ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ କାଇଲ୍ ମାୟର୍ସ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ । ଜନସନ ଚାର୍ଲ୍ସ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ନିକୋଲାସ୍ ପୁରନ୍ ୩୪ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋଭମାନ ପାୱେଲ  ଓ  ଶିମ୍ରନ୍ ହେଟମାୟର ସମ୍ଭାଳିଥିଲେ। ଶିମ୍ରନ୍ ହେଟମାୟର ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପାୱେଲଙ୍କ ସାଥ ଦେବା ପାଇଁ ରୋମାରିଓ ଶେଫର୍ଡ ଆସିଥିଲେ। ରୋଭମାନ ପାୱେଲ ୩୨ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ପରେ ଜେସନ ହୋଲ୍ଡର ବ୍ୟାଟିଂ କରିବାକୁ ଆସିଥିଲେ। ଜେସନ ହୋଲ୍ଡର ୫ ବଲରେ ୬ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ  ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ- ଓ୍ଵେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ୱେଷ୍ଟଇଣ୍ଡିଜର ସହଜ ବିଜୟ
ବ୍ରିଜ୍‌‌ଟାଉନ୍‌‌: ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଲୋ ସ୍କୋରିଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ୮୦ ବଲ୍‌‌ ବାକି ରଖି ୬ ୱିକେଟରେ ସହଜରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୦.୫ ଓଭରରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୩୬.୪ ଓଭରରେ ୪ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରି ବିଜୟୀ ହୋଇଛି। ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ତାରୋଉବାରେ ମଙ୍ଗଳବାର ଖେଳାଯିବ। ଅଧିନାୟକ ସାଇ ହୋପ୍‌‌ ୬୩* ରନର ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। କାଏଲ ମାୟର୍ସ ୩୬, ବ୍ରାଣ୍ଡନ କିଙ୍ଗ୍‌‌ ୧୫ ଓ କିସି କାର୍ଟି ଅପରାଜିତ ୪୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ପାଇଁ ଶର୍ଦ୍ଦୁଳ ଠାକୁର ୩ ଓ କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ। ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଛି।

ଇଶାନଙ୍କ ପଞ୍ଚମ ଅର୍ଦ୍ଧଶତକ: ଟସ୍‌‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନର ଇସାନ କିସାନ ଓ ଶୁବମାନ ଗିଲ୍‌‌ ପ୍ରଥମ ୱିକେଟରେ ୯୦ ରନ ସଂଗ୍ରହ କରିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଭାରତୀୟ ଇନିଂସ ତାସ୍‌‌ ଘର ପରି ଭୁସୁଡି ପଡ଼ିଥିଲା। ଗିଲଙ୍କୁ ଆଉଟ କରି ସ୍ପିନର ଗୁଦାକେଶ ମୋତି ବ୍ରେକ୍‌‌ ଥ୍ରୁ ଦେଇଥିଲେ। ଗିଲ୍‌‌ ୩୪ ରନ କରି ଆଉଟ ହେବା ପରେ କିସାନ ଦଳ ତରଫରୁ ସର୍ବାଧିକ ୫୫ ରନକରି ପ୍ୟାଭିଲିୟନ ଫେରିଥିଲେ। କିସାନ କ୍ୟାରିୟରର ୫ମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଗିଲ୍‌‌ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦ ରନ ପୂରଣ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୭ ଶତକ ଓ ୯ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବାକି ବ୍ୟାଟରମାନେ କିଛି ଖାସ୍‌‌ କରିପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ରନ କରି ଆଉଟ ହୋଇଥିôବା ବେଳେ ଶାର୍ଦ୍ଦୁଳ ଠାକୁର ୧୬, ରବୀନ୍ଦ୍ର ଜାଡେଜା ୧୦ ରନ ସଂଗ୍ରହ କରିଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନଥିଲେ। ଏହି କ୍ରମରେ ସଞ୍ଜୁ ସାମସନ ୯, ଅକ୍ଷର ପଟେଲ ୧, କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୭, ମୁକେଶ କୁମାର ୬ ରନ କରି ଆଉଟ ହେବା ସହ ନିରାଶ କରିଥିଲେ। କୁଲଦୀପ ଯାଦବ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ୱେଷ୍ଟଇଣ୍ଡିଜ ପାଇଁ ବାମହାତୀ ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫେର୍ଡ ୩ଟି ଲେଖାଏ, ଅଲଜାରି ଜୋଶେଫ ୨, ଜେଡେନ ସିଲ୍ସ ଓ ୟାନିକ କାରିଆ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ।

ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌‌ ଖେଳିଥିବା ଉଭୟ ଦଳରୁ ୨ ଜଣ ଲେଖାଏଁ ୪ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ ରୋହିତ ଓ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅକ୍ଷର ପଟେଲ ଓ ସଞ୍ଜୁ ସାମସନଙ୍କୁ ଏହି ମ୍ୟାଚ୍‌‌ ଖେଳିବାର ସୁଯୋଗ ଦିଆଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍‌‌ ଦଳରୁ ରୋଭମାନ ପାୱେଲ ଓ ଡୋମିନିକ୍‌‌ ଡ୍ରେକ୍ସଙ୍କୁ ବାଦ୍‌‌ ଦିଆଯାଇଛି। ଏମାନଙ୍କ ସ୍ଥାନରେ କିସି କାର୍ଟି ଓ ଫାଷ୍ଟ ବୋଲରଙ୍କୁ ଆଲଜରି ଯୋଶେଫ୍‌‌ଙ୍କୁ ଖେଳିବାକୁ ସୁଯୋଗ ମିଳିଛି।

ସଂକ୍ଷିପ୍ତ ସ୍କୋର

ଭାରତ: ୧୮୧/୧୦, ୪୦.୫ ଓଭର (କିଶାନ- ୫୫, ଗିଲ୍‌‌- ୩୪, ସୂର୍ଯ୍ୟକୁମାର- ୨୪, ଠାକୁର- ୧୬, ଜାଡେଜା- ୧୦, ମୋତି- ୩/୩୬, ରୋମାରିଓ- ୩/ ୩୭)।

ୱେଷ୍ଟଇଣ୍ଡିଜ: ୧୮୨/୪, ୩୬.୪ ଓଭର (ହୋପ୍‌‌- ୬୩*, କାର୍ଟି- ୪୮* , ମାୟର୍ସ- ୩୬, କିଙ୍ଗ୍‌‌- ୧୫, ଠାକୁର- ୩/ ୪୨, କୁଲଦୀପ- ୧/୩୦)।

ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ୫ ୱିକେଟ୍‌ରେ ଜିତିଲା ଭାରତ
ବ୍ରିଜ୍‌‌ଟାଉନ୍‌‌: ଦୁଇ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌‌ରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‌‌କୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ରେ ଭାରତ ୧-୦ରେ ଆଗୁଆ ରହିଛି। ଦିନିକିଆ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ଏହିଠାରେ ଶନିବାର (ଜୁଲାଇ୨୯) ଖେଳାଯିବ।

ଏହି ମ୍ୟାଚ୍‌‌ରେ କୁଲଦୀପ ୬ ରନ୍‌‌ରେ ୪ଟି ଓ ଜାଡେଜା ୩୭ ରନ୍‌‌ରେ ୩ଟି ୱିକେଟ ନେବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ୨୩ ଓଭରରେ ୧୧୪ ରନ୍‌‌ କରିଥିଲା। ଜବାବରେ ଭାରତ ୨୨.୫ ଓଭରରେ ୫ୱିକେଟ ହରାଇ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ପାଳି ଆରମ୍ଭ କରିଥିବା ଇଶାନ କିସାନ ସର୍ବାଧିକ ୫୨ (୪୬ବଲ୍‌‌, ୭ ଚୌକା, ୧ଛକା), ସୂର୍ଯ୍ୟକୁମାର ଯାଦବ ୧୯ ରନ୍‌‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ ୭, ହାର୍ଦ୍ଦିକ ପାଣ୍ଡ୍ୟା ୫, ଶାର୍ଦ୍ଦୁଳ ଠାକୁର ୧ ରନ୍‌‌ରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ରନ୍‌‌ରେ ଅପରାଜିତ ରହିଥିଲେ। ନଂ-୭ରେ ବ୍ୟାଟିଂ କରିବାକୁ ଆସି ରୋହିତ ଶର୍ମା ୧୨ ରନ୍‌‌ କରିଥିଲେ ଓ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ନଥିଲେ।

ଏହି ମ୍ୟାଚ୍‌‌ରେ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌‌ ଆରମ୍ଭରୁ କ୍ରମାଗତ ୱିକେଟ ହରାଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ପେସ୍‌‌ ବୋଲରମାନେ ଘରୋଇ ଦଳର ପ୍ରଥମ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏମାନଙ୍କ ପରେ ବାମହାତୀ ସ୍ପିନର ଜାଡେଜା ବୋଲିଂ କରିବାକୁ ଆସି ମିଡଲ ଅର୍ଡରରେ ୩ଜଣଙ୍କୁ ଆଉଟ କରିଦେଇଥିଲେ। ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ୧୮ ଓଭର ଶେଷସୁଦ୍ଧା ୬ ୱିକେଟରେ ୯୭ ରନ୍‌‌ ଥିଲା। ୧୯ତମ ଓଭରରେ କୁଲଦୀପ ବୋଲିଂ କରିବାକୁ ଆସିବା ପରେ ୱେଷ୍ଟଇଣ୍ଡିଜ ତାଙ୍କୁ ମୁକାବିଲା କରି ନପାରି ଶେଷ ୪ଟି ୱିକେଟକୁ ମାତ୍ର ୧୮ ରନ୍‌‌ରେ ହରାଇଥିଲା। କୁଲଦୀପ ମାତ୍ର ୩ ଓଭର ବୋଲିଂ କରି ୨ଟି ମେଡେନ ସହ ୬ ରନ୍‌‌ରେ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଘରୋଇ ଦଳ ପକ୍ଷରୁ ୯ମ ଖେଳାଳିଭାବେ ଆଉଟ ହୋଇଥିବା ଅଧିନାୟକ ସାଇ ହୋପ୍‌‌ ସର୍ବାଧିକ ୪୩ ରନ୍‌‌ କରିଥିଲେ।

ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତର ଘାତକ ବୋଲିଂ, ୧୧୪ ରନରେ ଅଲଆଉଟ୍ ହେଲା ଓ୍ଵେଷ୍ଟଇଣ୍ଡିଜ
ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି।

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ ୧୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସାଇ ହୋପ୍ ୪୫ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟକୌଣସି ଖେଳାଳି ବ୍ୟାଟିଂରେ ସଫଳ ହୋଇ ନଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍‍ ଦ୍ୱିତୀୟ ଟି-୨୦: ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ
ସେଣ୍ଟ କିଟ୍ସ,: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ସୋମବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍‍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ଚକ୍‍ମା ଦେଇଥିଲା। ରୋହିତଙ୍କ ନେତୃତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସେ ୩ ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଖେଳାଇଥିଲେ ଓ ଏହା କାମ ଦେଇଥିଲା। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ଦଳର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟ ହେବ। ଇଂଲଣ୍ଡ ବିପକ୍ଷ ଟି-୨୦ରେ ୱିକେଟକିପର ବ୍ୟାଟର ରିଷଭ ପନ୍ତ ରୋହିତଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‍ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ସାବ୍ୟସ୍ତ ହୋଇଛନ୍ତି। ଯଦି ଲୋକେଶ ରାହୁଲ ଉପଲବ୍ଧ ନ ହୁଅନ୍ତି ତେବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ ଓପନିଂ ନେଇ ଏକ୍ସପେରିମେଣ୍ଟ ଜାରି ରଖିବ କି ନା ତାହା ଦେଖିବାକୁ ବାକି ରହିଲା।

ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଟି-୨୦ ଫର୍ମାଟ୍‍ରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରମାଣ କରିଛନ୍ତି। ଦୀର୍ଘଦିନ ଧରି ଭାରତୀୟ ଦଳରେ ଜଣେ କ୍ୱାଲିଟି ବାମହାତୀ ଦ୍ରୁତ ବୋଲରଙ୍କ ଅଭାବ ରହିଥିଲା। ୨୩ ବର୍ଷୀୟ ପଞ୍ଜାବର ଅର୍ଶଦୀପ ଏହି ଅଭାବ ପୁରଣ କରିଛନ୍ତି। ସେ ଆଗାମୀ ମ୍ୟାଚ୍‍ଗୁଡିକରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୪ ରନ ଦେଇ ସେ ୨ ୱିକେଟ ଅକ୍ତିଆର କରିଥିଲେ। ସେହିପରି ଦୀନେଶ କାର୍ତ୍ତିକ ଫିନିସର ଭୂମିକାକୁ ବେଶ୍‍ ଉତ୍ତମ ଢଙ୍ଗରେ ସମ୍ପାଦିତ କରିଛନ୍ତି। ପ୍ରଥମ ମ୍ୟାଚ୍‍ରେ ସେ ଦ୍ରୁତ ଗତିରେ ରନ (୧୯ ବଲରୁ ୪୧ ରନ) କରି ଦଳର ସ୍କୋରକୁ ୧୯୦ ପାର କରାଇଥିଲେ। ୩୭ ବର୍ଷୀୟ କାର୍ତ୍ତିିକ ଟି-୨୦ ବିଶ୍ୱକପ୍‍ ଦଳରେ ସାମିଲ ହେବା ନିଶ୍ଚିତ ମନେ ହେଉଛି। ସ୍ପିନ ବୋଲିଂରେ ଯୁବ ସ୍ପିନର ବିଷ୍ଣୋଇ ଓ ଅଶ୍ୱିନ ମଧ୍ୟ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୪ ଓଭର ବୋଲିଂ କରି ୨୨ ରନ ଦେଇ ୨ ଓ ବିଷ୍ଣୋଇ ୨୬ ରନ ଦେଇ ୨ ୱିକେଟ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚ୍‍ରେ ଜାଡେଜା, ଅଶ୍ୱିନ ଓ ବିଷ୍ଣୋଇଙ୍କୁ ଟିମ୍‍ ମ୍ୟାନେଜମେଣ୍ଟ ଖେଳାଇବା ଜାରି ରଖିବ ନା ଅକ୍ଷର ପଟେଲ ଓ କୁଲଦୀପଙ୍କୁ ଖେଳାଇବା ତାହା ଦେଖିବାକୁ ବାକି ରହିଲା।

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ
ତ୍ରିନିଦାଦ୍‍,: ଏକଦିବସୀୟ ସିରିଜ ସମାପ୍ତ ପରେ ଆଜି ଠାରୁ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ୍‍ ଆଉ ୩ ମାସ ବାକି ରହିଥିବାରୁ ଏହି ସିରିଜର ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଏକଦିବସୀୟ ସିରିଜରେ ବିଶ୍ରାମ ନେଇଥିବା ରୋହିତ୍‍ ଶର୍ମାଙ୍କ ସମେତ ଯଶପ୍ରୀତ୍‍ ବୁମ୍‍ରା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ୱିନ ଟି-୨୦ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏକ ପୂର୍ଣ୍ଣଦକ୍ଷତା ସମ୍ପନ୍ନ ଭାରତୀୟ ଦଳକୁ ଏହି ସିରିଜରେ ଦେଖିବାକୁ ମିଳିବ। ସେହିଭଳି ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନସୁଇପ୍‍ କରିଥିବା ଭାରତ ପାଇଁ କିନ୍ତୁ ଟି-୨୦ ସିରିଜ ଏତେଟା ସହଜସାଧ୍ୟ ହେବ ନାହିଁ। ଘରୋଇ ୱେଷ୍ଟଇଣ୍ଡିଜ ଦଳରେ ଅଧିନାୟକ ନିକୋଲାସ ପୁରନଙ୍କ ସମେତ ବ୍ରାଣ୍ଡନ କିଙ୍ଗ୍‍, ରୋଭମାନ ପାୱେଲ ଓ କାଏଲ୍‍ ମେୟର୍ସଙ୍କ ପରି ବିସ୍ଫୋରକ ବ୍ୟାଟର୍‍ ରହିଥିବାରୁ ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକଦିବସୀୟ ସିରିଜ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି। ସିରିଜର ପ୍ରଥମ ୩ଟି ମ୍ୟାଚ୍‍ ୱେଷ୍ଟଇଣ୍ଡିଜରେ ଖେଳାଯିବ। ଏହାପରେ ଶେଷ ୨ଟି ମ୍ୟାଚ୍‍ ଆମେରିକାରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସମସ୍ତ ମ୍ୟାଚ୍‍ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ।

ଟି-୨୦ ସିରିଜ କାର୍ଯ୍ୟସୂଚୀ

ଜୁଲାଇ ୨୯: ପ୍ରଥମ ଟି-୨୦, ତ୍ରିନିଦାଦ୍‍

ଅଗଷ୍ଟ ୧: ଦ୍ୱିତୀୟ ଟି-୨୦, ସେଣ୍ଟ କିଟ୍ସ

ଅଗଷ୍ଟ ୨: ତୃତୀୟ ଟି-୨୦, ସେଣ୍ଟ କିଟ୍ସ

ଅଗଷ୍ଟ ୬: ଚତୁର୍ଥ ଟି-୨୦, ଫ୍ଲୋରିଡା

ଅଗଷ୍ଟ ୭: ପଞ୍ଚମ ଟି-୨୦, ପ୍ଲୋରିଡା

ସିଧା ପ୍ରସାରଣ: ଡିଡି ସ୍ପୋର୍ଟ୍ସ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‍ ତୃତୀୟ ଦିନିକିଆ: କ୍ଲିନ୍‍ ସ୍ୱିପ୍‍ ଲକ୍ଷ୍ୟରେ ଭାରତ
ପୋର୍ଟ ଅଫ୍‍ ସ୍ପେନ୍‍: ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଜିତିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍‍ ବୁଧବାରେ ଏଠାରେ ଖେଳାଯିବ। ଗୋଟିଏ ଟିମ୍‍ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ୍‍ ଜିତି ଭାରତ ଦ୍ୱିତୀୟ ଦିନିକିଆରେ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛି। ଏହା ସତ୍ତ୍ବେ ଦଳ ନିୟମିତ ଖେଳାଳିଙ୍କୁ ନେଇ ଖେଳୁ ନଥିବାରୁ ଏହି ମ୍ୟାଚ୍‍ ସହ ସିରିଜ୍‍ କ୍ଲିନ୍‍ ସ୍ୱିପ୍‍ କରିବା ଲକ୍ଷ୍ୟରେ ରହିଛି। କୋଚ୍‍ ରାହୁଲ ଦ୍ରାବିଡ଼ କିମ୍ବା କାମଚଳା ଅଧିନାୟକ ଶିଖର ଧାୱନ କେବଳ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ନୀତି ଗ୍ରହଣ କଲେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇ ପାରେ। ନଚେତ ଆଭେଶ ଖାନ୍‍ଙ୍କୁ ବାଦ୍‍ ଦେଲେ ଅନ୍ୟ କୌଣସି ଖେଳାଳିଙ୍କୁ ବାଦ୍‍ ଦେବା ସମ୍ଭବ ନୁହେଁ। ଆହତ ସମସ୍ୟା ଦେଖା ନଦେଲେ ଭାରତୀୟ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ।

ଚଳିତ ଦିନିକିଆ ସିରିଜ୍‍ରେ ସ୍ଥାନ ପାଇଥିବା ଭାରତୀୟ ଖେଳାଳିମାନେ ଏଯାଏ ଭଲ ପ୍ରଦର୍ଶନ କରିଛନ୍ତି। ଦୁଇଟିଯାକ ମ୍ୟାଚରେ ମୁକାବିଲା ଉତ୍କଣ୍ଠାପୂଣ୍ଣ ମୁକାବିଲା ହୋଇଥିଲାବେଳେ ଭାରତ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‍କୁ ୩ ରନ୍‍ ଓ ଦ୍ୱିତୀୟ ମ୍ୟାଚ୍‍କୁ ୨ ୱିକେଟରେ ଜିତିବା ଭାରତର ଦକ୍ଷତାକୁ ପ୍ରମାଣିତ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‍ରେ ଶୁବମାନ ଗିଲ୍‍ ୬୪ ଓ ୪୩ ରନ୍‍ କରିଛନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ କିମ୍ବା ଇଶାନ କିସାନଙ୍କୁ ଖେଳାଇବାକୁ ଟିମ୍‍ ଚାହିଁବ ନାହିଁ। ଗାଏକ୍ୱାଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‍ରେ ପେସ୍‍ ବୋଲିଂ ବିପକ୍ଷରେ ସଂଘର୍ଷ କରିଥିଲେ। କିସାନ ମିଡଲ ଅର୍ଡରରେ ଭଲ ବ୍ୟାଟିଂ କରିବା ନେଇ ସନ୍ଦେହ ରହିଛି। ଏହି ଦୁଇ ଖେଳାଳି ଫୋକସରେ ଅଛନ୍ତି। ୱିକେଟକିପର ସଞ୍ଜୁ ସାମସନଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାପରେ ରହି ଅର୍ଦ୍ଧଶତକ ହାସଲ କରିବା ପରେ ସେ ଟିମ୍‍ରେ ରହିବେ ବୋଲି ଆଶା କରାଯାଇପାରେ। ଆଉ ଜଣେ ଖେଳାଳି ସୂର୍ଯ୍ୟକୁମାର ଯାଦବ ଦୁଇଟିଯାକ ମ୍ୟାଚ୍‍ରେ ଫେଲ୍‍ ମାରିଛନ୍ତି। କିନ୍ତୁ ତାଙ୍କୁ ବାଦ୍‍ ଦେବା କଷ୍ଟକର। ଦଳ ବ୍ୟାଟିଂରେ ଭଲ କରୁ ନଥିଲେ ମଧ୍ୟ ଅକ୍ଷର ପଟେଲଙ୍କ ଉପସ୍ଥିତି ଭାରତକୁ ଫାଇଦାରେ ରଖିଛି।

ବୋଲିଂରେ ଡେବ୍ୟୁଟାଣ୍ଟ ଆଭେଶ ଖାନ୍‍ ୬ ଓଭରରେ ୫୪ ରନ୍‍ ଦେଇଥିଲେ। ସେ ଓ ପ୍ରସିଦ୍ଧ କ୍ରିଷ୍ଣା ସମାନ ପ୍ରକାର ବୋଲିଂ କରୁଛନ୍ତି। ଏଣୁ ବାମହାତୀ ଅର୍ଶଦୀପ୍‍ ସିଂଙ୍କୁ ଏହି ମ୍ୟାଚ୍‍ରେ ସୁଯୋଗ ମିଳିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ଭଲ ବୋଲିଂ କରିଛନ୍ତି। ଉପଅଧିନାୟକ ତଥା ଅକ୍ଷରଙ୍କ ପ୍ରତିଦ୍ୱନ୍ଦ୍ୱୀ ରବୀନ୍ଦ୍ର ଜାଡେଜା ଆହତ ହେବାରୁ ପ୍ରଥମ ଦୁଇଟି ମ୍ୟାଚ୍‍ରୁ ବାଦ୍‍ ପଡ଼ିଥିଲେ। ଏବେ ଭାରତ ସିରିଜ୍‍ କବ୍‍ଜା କରିବା ପରେ ଫିଟ୍‍ ବାମହାତୀ ସ୍ପିନିଂ ଅଲରାଉଣ୍ଡର ଜାଡେଜା ଶେଷ ମ୍ୟାଚ୍‍ ଖେଳିପାରନ୍ତି। ସେ କାହା ସ୍ଥାନରେ ଖେଳିବେ ତାହା ଅନୁମାନ କରିବା କଷ୍ଟକର। ଅକ୍ଷରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ତାଙ୍କୁ ଟିମ୍‍ରେ ରଖାଯିବ। ମ୍ୟାନେଜମେଣ୍ଟ ଯଦି ଦୁଇ ଜଣ ବାମହାତୀ ସ୍ପିନରଙ୍କୁ ନେଇ ଖେଳେ ତେବେ ଚହଲ ବାଦ୍‍ ପଡ଼ିପାରନ୍ତି। ଏଣୁ ତୃତୀୟ ଦିନିକିଆରେ ଖେଳାଳି ସାମିଲକୁ ନେଇ ଟିମ୍‍ ମ୍ୟାନେଜ୍‍ମେଣ୍ଟକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‍ ଦଳ କିଛି ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଲଢ଼େଇ କରୁଛି। ସାଇ ହୋପ୍‍, ନିକୋଲାସ୍‍ ପୂରନ, ରୋଭମ୍ୟାନ୍‍ ପାୱେଲ, ରୋମାରିଓ ସେଫର୍ଡ ଓ ଆକିଲ ହୋସେନ୍‍ଙ୍କ ଉପରେ ନିର୍ଭର କରୁଛି। ଗୁରୁତ୍ୱପୂର୍ଣ୍ଣ ସମୟରେ ଏମାନେ ଫେଲ୍‍ ମାରୁଛନ୍ତି। ଏଭଳି ସ୍ଥିତିରେ ଅଭିଜ୍ଞ ଜେସନ ହୋଲ୍ଡର ତୃତୀୟ ଦିନିକିଆରେ ଖେଳିବା ପ୍ରାୟ ନିଶ୍ଚିତ। ଘରୋଇ ମାଟିରେ ବାଂଲାଦେଶଠାରୁ ୩-୦ରେ ହାରିବା ଏବଂ ଭାରତ ନିକଟରୁ ୨-୦ରେ ପଛୁଆ ରହିବା ପରେ ଏହି ମ୍ୟାଚ୍‍ ଜିତି ପରାଜୟର ଧାରାକୁ ଭାଙ୍ଗିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଇପାରେ।