dengue patients - The Sakala

ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ ସ୍ଥିତି : ବଢୁଛନ୍ତି ରୋଗୀ, ମେଡିକାଲରେ ପ୍ଲେଟଲେଟ୍‍ ଓ ଶଯ୍ୟା ଅଭାବ
ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି। ସାଲିଆସାହିରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଥିବା ସୂଚନା ମିଳିଛି।

ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାର ହୋଇଛି। ଗତ କାଲି ସୁଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୪୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୩୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭୁବନେଶ୍ବରରୁ ପ୍ରବଳ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଗଣ୍ଟାରେ ଚିହ୍ନଟ ୧୩୯ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରୁ କେବଳ ଭୁବନେଶ୍ବରୁ ୧୩୫ ଜଣ ଡେଙ୍ଗୁ ରୋଗୀ ରହିଥିବା ବେଳେ ଉପକଣ୍ଠରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୨୬ କୁ ବୃଦ୍ଧି ପାଇଥିବା ବେଳେ ଗ୍ରାମାଞ୍ଚଳର ଡେଙ୍ଗୁରୋଗୀଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି।

ଏପରି ସ୍ଥିତିରେ କ୍ୟାପିଟାଲ ହସ୍‍ପିଟାଲରେ ଶଯ୍ୟା ଅଭାବ ଦେଖାଦେଲାଣି। ବାରଣ୍ଡାରେ ରୋଗୀ ଚିକିତ୍ସିତ ହେଉଥିବା ଘଟଣା ନଜରକୁ ଆସିଛି। ଆର୍ଥିକ ସ୍ୱଚ୍ଛଳ ଲୋକେ ଘରୋଇ ଡାକ୍ତରଖାନାକୁ ଯାଉଥିବା ବେଳେ ଅଭାବୀ ଲୋକେ ଛଟପଟ ହେଉଛନ୍ତି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲେଟ୍‌ଲେଟ୍‌ର ଅଭାବ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥିତି ଚିନ୍ତାଜନକ ଥିବା କ୍ୟାପିଟାଲ ହସ୍‍ପିଟାଲ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ରୋଗୀଙ୍କ ସଂଖ୍ୟାକୁ ଦେଖି ଶଯ୍ୟା ସଂଖ୍ୟା ବଢାଯାଉଥିବା କୁହାଯାଉଥିବା ବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ସମ୍ପ୍ରତି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍‍ ସଂଖ୍ୟା ୧୯୨୬ରେ ପହଞ୍ଚିଲାଣି।

ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଗତ ଚାରିମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ସଫେଇ ଗାଡ଼ିରେ ମାଇକ୍‍ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଉଛି, ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରାଯାଉଛି। ବସ୍ତିରେ ସଚେତନତା ବୈଠକ ଅନୁଷ୍ଠିତ ହେଉଛି। ହେଲେ ଏହାର ବିଶେଷ ପ୍ରଭାବ ପଡୁଥିବା ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭୁବନେଶ୍ୱରରେ ଅଳିଆପାହାଡ଼ ଗଦା ହେଉଛି। କିଛି ଦିନ ହେଲା ସଫେଇକୁ ନେଇ ଜଟିଳ ପରିସ୍ଥିତି ଦେଖା ଦେଇଥିବା ବେଳେ ସଫେଇ କର୍ମଚାରୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଭୁବନେଶ୍ୱରକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ସମ୍ଭବ ହେଉ ନାହିଁ। ବର୍ଷା ଋତୁ ଏବଂ ଏବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ବର୍ଷ ହେତୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଆଉ ଏହି ସୁଯୋଗରେ ସଫା ପାଣିରେ ଏଡିସ୍‍ ମଶା ବେଶ୍‍ ଭଲ ଭାବେ ବଂଶ ବିସ୍ତାର କରୁଛି। ଦିନ ବେଳା ଏଡିସ୍‍ ମଶାର ଦଂଶନ ଡେଙ୍ଗୁ ରୋଗୀ ବୃଦ୍ଧି କରୁଛି।

ଏହା ଛଡ଼ା ରାଜଧାନୀରେ ନିର୍ମାଣ କାମ ଜୋର୍‌ସୋରରେ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି। ଏଥିରେ ମଶାବଂଶ ବୃଦ୍ଧି ପାଉଛି। କିଛି ସୌଖୀନ ଲୋକ ଘର ଭିତରେ ଓ ଛାତ ଉପରେ କୁଣ୍ଡରେ ଫୁଲ ଗଛ ସହ ଅନ୍ୟାନ୍ୟ ଗଛ ଲଗାଉଛନ୍ତି। ଏହା ମଧ୍ୟ ମଶାଙ୍କ ପାଇଁ ଏକ ନିରାପଦ ସ୍ଥାନ ପ୍ରମାଣିତ ହେଉଛି। ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକେ ଘର ଆଖପାଖରେ ଲତାବୁଦା ସଫା କରିବା ଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି, ଏଭଳି ଦାୟିତ୍ୱହୀନତା ଡେଙ୍ଗୁ ବଢାଉଛି।

ଭୁବନେଶ୍ୱରରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଜୁଲାଇରେ ଚିହ୍ନଟ ହେଲେଣି ୧୪୧ ରୋଗୀ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି।

ରାଜ୍ୟର ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ଭୁବନେଶ୍ବରରୁ ଚିହ୍ନଟ ହେଲେଣି ୨ଶହରୁ ଅଧିକ ଡେଙ୍ଗୁ ରୋଗୀ । କ୍ରମଶଃ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୭ ରେ ପହଞ୍ଚିସାରିଛି । ଜୁନ୍ ଓ ଜୁଲାଇ ମାସରେ ଯଥାକ୍ରମେ ୬୮ ଓ ୧୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କେବଳ ଚିହ୍ନଟ ହୋଇଛନ୍ତି ୧୮ଜଣ ଆକ୍ରାନ୍ତ । ରାଜଧାନୀରୁ ଚିହ୍ନଟ ୨୨୭ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୧ ଜଣ ରୋଗୀ ଅଜଣା ଥିବା ବେଳେ ଭୁବନେଶ୍ୱରରେ କେବଳ ୨୧୬ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଡେଙ୍ଗରେେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ମାସରେ ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ୪ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁ ଚୌଧୁରୀଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ଘଟିଛି । ଗତ ସୋମବାର ଠାରୁ ପୂର୍ଣ୍ଣାଂଶୁ ଜ୍ବରରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ଗତ ରବିବାର ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟେଷ୍ଟିଂ ଓ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।