Odisha 12th Result - The Sakala

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ, ଅପରାହ୍ଣ ୪ଟାରେ ଘୋଷଣା ହେବ ପରୀକ୍ଷା ଫଳ
ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। କାଲି ଅପରାହ୍ଣ ୪ଟାରେ ଘୋଷଣା ହେବ ପରୀକ୍ଷା ଫଳ । ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ହେବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟର ଫଳ ବାହାରିବ । ଏକ ସପ୍ତାହ ପରେ କଳାର ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ ହେବ । ପରେ ଛାତ୍ରଛାତ୍ରୀ ଇଣ୍ଟରନେଟରୁ ନିଜ ରେଜଲ୍ଟ ପାଇପାରିବେ ।

ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ୍‍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଛନ୍ତି। କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି। ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ ଲାଗି ୧୨ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା।

ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯିବ। ପିଲାଙ୍କ ତିନୋଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯିବ। ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯିବ। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ବୋଲି ସିଏଚ୍‍ଏସ୍‍ଇ ଦର୍ଶାଇଛି।