Mahadev - The Sakala
ଝାଡ଼ଖଣ୍ଡର ରହସ୍ୟମୟ 'ଟୁଟି ଝରନା' ଶିବ ମନ୍ଦିର: ଯେଉଁଠି ମା' ଗଙ୍ଗା ନିଜେ କରନ୍ତି ମହାଦେବଙ୍କ ଜଳାଭିଷେକ
ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଭେଦ କରିପାରି ନାହାନ୍ତି। ସେହିଭଳି ଏକ ଅଦ୍ଭୁତ ଏବଂ ରହସ୍ୟମୟ ମନ୍ଦିର ହେଉଛି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଅବସ୍ଥିତ ଟୁଟି ଝରନା ମନ୍ଦିର। ଏହି ପ୍ରାଚୀନ ଶିବ ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏଠାରେ ଥିବା ଶିବଲିଙ୍ଗ ଉପରେ ବର୍ଷର ୧୨ ମାସ ଏବଂ ୨୪ ଘଣ୍ଟା ଲଗାତାର ପ୍ରାକୃତିକ ଭାବରେ ଜଳାଭିଷେକ ହେଉଥାଏ। ମାନ୍ୟତା ରହିଛି ଯେ ମାତା ଗଙ୍ଗା ସ୍ୱୟଂ ଭଗବାନ ଭୋଳାନାଥଙ୍କର ଏହି ଜଳାଭିଷେକ କରନ୍ତି।
ବ୍ରିଟିଶ ଅମଳରେ ହୋଇଥିଲା ଆବିଷ୍କାର
ଏହି ମନ୍ଦିରର ଇତିହାସ ବେଶ୍ ରୋଚକ। କୁହାଯାଏ ଯେ ୧୯୨୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ରେଳ ଲାଇନ୍ ବିଛାଇବା କାମ ଚାଲିଥିଲା। ସେହି ସମୟରେ ଜଳ ସନ୍ଧାନରେ ଖୋଳାଯାଉଥିବା ବେଳେ ମାଟି ତଳୁ ଏହି ମନ୍ଦିରଟି ମିଳିଥିଲା। ଖୋଦେଇ ପରେ ଦେଖାଯାଇଥିଲା ଯେ ମନ୍ଦିର ଭିତରେ ଏକ ଶିବଲିଙ୍ଗ ରହିଛି ଏବଂ ତା'ର ଠିକ୍ ଉପରେ ମାତା ଗଙ୍ଗାଙ୍କର ଏକ ଶ୍ୱେତ ରଙ୍ଗର ପ୍ରତିମୂର୍ତ୍ତି ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତା ଗଙ୍ଗାଙ୍କ ପ୍ରତିମୂର୍ତ୍ତିର ନାଭିରୁ ଜଳ ବାହାରି ତାଙ୍କ ହାତ ପାପୁଲି ଦେଇ ସିଧାସଳଖ ଶିବଲିଙ୍ଗ ଉପରେ ପଡ଼ୁଛି। ସେବେଠାରୁ ଏହାକୁ ଏକ ଚମତ୍କାର ଭାବରେ ଗ୍ରହଣ କରାଯାଇଛି।
ବିଜ୍ଞାନ ପାଇଁ ମଧ୍ୟ ଏକ ଅସମାହିତ ରହସ୍ୟ
ଶିବଲିଙ୍ଗ ଉପରେ ଅବିରତ ଖସୁଥିବା ଏହି ଜଳର ଉତ୍ସ କେଉଁଠି, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉନ୍ମୋଚନ କରିବାକୁ ଅନେକ ପ୍ରୟାସ କରିଛନ୍ତି, କିନ୍ତୁ କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ। ଏହା ସହିତ ମନ୍ଦିର ପରିସରରେ ଏକ ହ୍ୟାଣ୍ଡପମ୍ପ ମଧ୍ୟ ରହିଛି, ଯାହାକୁ ଚଳାଇବାକୁ ପଡ଼େ ନାହିଁ। ସେଥିରୁ ଆପେ ଆପେ ୨୪ ଘଣ୍ଟା ପାଣି ବାହାରୁଥାଏ। ଖରାଦିନେ ପାଖରେ ଥିବା ନଦୀ ଶୁଖିଯାଉଥିଲେ ସୁଦ୍ଧା ଏହି ହ୍ୟାଣ୍ଡପମ୍ପରୁ କେବେହେଲେ ପାଣି ବାହାରିବା ବନ୍ଦ ହୁଏ ନାହିଁ।
ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ
ସ୍ଥାନୀୟ ଲୋକ ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ମନ୍ଦିର ଆସ୍ଥାର ଏକ ବଡ଼ କେନ୍ଦ୍ର ପାଲଟିଛି। ଲୋକଙ୍କ ବିଶ୍ୱାସ ରହିଛି ଯେ, ଯେଉଁଠି ସ୍ୱୟଂ ଗଙ୍ଗା ମାତା ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି, ସେଠାରେ ଅନ୍ୟ କାହାର ଜଳାଭିଷେକ କରିବାର ଆବଶ୍ୟକତା ନାହିଁ। ବିଶେଷକରି ଶ୍ରାବଣ ମାସରେ ଏହି ଐତିହାସିକ ତଥା ରହସ୍ୟମୟ ମନ୍ଦିରରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ଭିଡ଼ ଜମିଥାଏ।
ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର ଥାଏ ବିଶେଷ କୃପା..
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ତ୍ବ ଅଛି। ମହାଦେବଙ୍କ ଉପାସନା କରିବା ଦ୍ବାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ସେହିପରି କିଛି ରାଶି ଏଭଳି ଅଛି, ଯାହାକି ମହାଦେବଙ୍କ ପ୍ରିୟ ହୋଇଥିବା ବେଳେ ସେମାନଙ୍କ ଉପରେ ଶିବଙ୍କ ବିଶେଷ କୃପାପ୍ରାପ୍ତି ଥାଏ ବୋଲି କୁହାଯାଏ।
ମେଷ: ଏହି ରାଶି ବ୍ୟକ୍ତିଙ୍କ ଉପରେ କୌଣସି ସମସ୍ୟା ଆସିଲେ, ଦେବ ଦେବ ମହାଦେବଙ୍କ ଆରାଧନା କରିବା ଆବଶ୍ୟକ। ମେଷ ରାଶି ବ୍ୟକ୍ତିବିଶେଷଙ୍କୁ ଶ୍ରାବଣ ମାସରେ ସବୁଦିନ ଶିବଲିଙ୍ଗ ଉପରେ ଜଳଲାଗି କରିବା ଉଚିତ।
ମକର: ମକର ମଧ୍ୟ ଶିବଙ୍କ ପ୍ରିୟ ରାଶି। ଶ୍ରାବଣ ମାସରେ ଏହି ରାଶିର ଲୋକେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗ ଉପରେ ଜଳ ଏବଂ ଶମି ପତ୍ର ଚଢ଼ାଇବା ଶୁଭଙ୍କର। ଏହାସହ ଶିବ ଚାଳିଶା ମଧ୍ୟ ପାଠ କରିବା ଉଚିତ।
କୁମ୍ଭ: ଏହି ରାଶି ଉପରେ ମଧ୍ୟ ଶିବଙ୍କ କୃପା ସଦା ବଜାୟ ରହେ ବୋଲି କୁହାଯାଏ। ଏହି ରାଶିର ସ୍ବାମୀ ଶନି ଦେବ ହୋଇଥିବାରୁ ଏହା ଶିବଙ୍କ ପ୍ରିୟ ରାଶି। ଶ୍ରାବଣ ମାସରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିବା ସହ ଶିବଲିଙ୍ଗରେ ଆଖୁ ରସ ଚଢ଼ାଇବା ଶୁଭ।
ମୀନ: ମୀନ ରାଶି ଲୋକଙ୍କ ମଧ୍ୟରେ ଦିବ୍ୟ ଚେତନା ଗୁଣ ଅଛି। ଏହି କାରଣ ଯୋଗୁଁ ଉକ୍ତ ରାଶି ଲୋକଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ପ୍ରାପ୍ତି ଥାଏ। ଶ୍ରାବଣ ମାସରେ ମୀନ ରାଶିର ବ୍ୟକ୍ତିମାନେ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ବାରା ଜୀବନରେ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ି ନ ଥାଏ।
ନିଆରା ପରମ୍ପରା: ଟୋକେଇରେ ମହାଦେବଙ୍କ ପ୍ରତିମାକୁ ନିଆଯାଇଥାଏ ଓ ପୂଜା ସରିଲେ ଅଣାଯାଇଥାଏ
ପୁରୀ (ପ୍ରଦୀପ ରଞ୍ଜନ ବିଶ୍ୱାଳ): କାହିଁ ପୁରାତନ କାଳରୁ ଡେଲାଙ୍ଗ ଅଞ୍ଚଳରେ ଦଣ୍ଡାୟମାନ ବିଶ୍ୱନାଥ ପାହାଡ଼ରେ ଅବସ୍ଥିତ ଶ୍ରୀବିଶ୍ୱନାଥ ଦେବଙ୍କ ମନ୍ଦିର। ସେଠାରେ ଅନାଦିକାଳରୁ ପୂଜାପାଇ ଆସୁଛନ୍ତି ମହାଦେବ। ଅନ୍ୟ ଶୈବପୀଠ ତୁଳନାରେ ଏଠାରେ ନିଆରା ନିତିକାନ୍ତି ଦେଖିବାକୁ ମିଳେ। ଯେଉଁଠି ଠାକୁରଙ୍କୁ ମହାଦେବଙ୍କ ପ୍ରତିମାକୁ ବେତ ଟୋକେଇରେ ପ୍ରତିଦିନ ପାହାଡ଼ ଉପର ମନ୍ଦିରକୁ ନିଆଯାଇଥାଏ ଓ ପୂଜା ସରିଲା ପରେ ସନ୍ଧ୍ୟାରେ ପୁଣି ଟୋକେଇରେ ଭର୍ତ୍ତି କରି ତଳକୁ ଅଣାଯାଇଥାଏ।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଡେଲାଙ୍ଗ ହାଟବଜାର ଛକଠାରୁ ଖୋର୍ଦ୍ଧା ଅଭିମୁଖେ ଜଗଦଳପୁର ଗ୍ରାମଦେଇ ପ୍ରାୟ ତିନିକିଲୋମିଟର ଯାତ୍ରାକଲେ ପଡ଼ିଥାଏ ଶୈବପୀଠ ଶ୍ରୀବିଶ୍ୱନାଥ ପାହାଡ଼। ପାହାଡ଼ ତଳୁ ପ୍ରାୟ ଦେଢ଼କିଲୋମିଟର ଉପରକୁ ପାହାଡ଼ ଦେଇ ଯିବାପରେ ପଡ଼ିଥାଏ ଶ୍ରୀବିଶ୍ୱନାଥଙ୍କ ଶିବ ମନ୍ଦିର। ମନ୍ଦିରର ଅବସ୍ଥିତି ଯେତିକି ମନୋରମ, ସେତିକି ଆକର୍ଷଣୀୟ ଓ ପ୍ରାକୃତିକ ପରିବେଶଭରା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କାହିଁ କେଉଁ ପୁରାତନ କାଳରୁ ଠାକୁରଙ୍କ କେତେକ ନିଆରା ନିତିକାନ୍ତି ପ୍ରଚଳିତ ହୋଇ ଆସୁଅଛି। ସାଧାରଣତଃ ଶିବ ମନ୍ଦିରଗୁଡ଼ିକରେ ମହାଦେବଙ୍କ ପ୍ରତିମା ସମେତ ମା’ ପାର୍ବତୀ ପୂଜା ପାଉଥିବା ବେଳେ ଏହି ମନ୍ଦିରରେ କେବଳ ମହାଦେବ ପୂଜାପାଇ ଆସୁଛନ୍ତି।
ନିତି ଅନୁଯାୟୀ ଠାକୁରଙ୍କ ସେବା କରିଆସୁଥିବା ମାର୍ଫତଦାରଙ୍କ ପରିବାର ଲୋକେ ପ୍ରତିଦିନ ସକାଳୁ ଠାକୁରଙ୍କୁ ଘଣ୍ଟ ଭିତରେ ରଖି ଏକ ବେତରେ ତିଆରି ଟୋକେଇରେ ପାହାଡ଼ ଉପରକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି ଓ ସନ୍ଧ୍ୟା ହେଲେ ଠାକୁରଙ୍କୁ ସେହି ଟୋକେଇରେ ଭର୍ତ୍ତି କରି ନିଜ ଅଗଣାରେ ଥିବା ମନ୍ଦିର ଭିତରେ ସ୍ଥାପନ କରି ରାତ୍ର ପୂଜା ସମ୍ପନ୍ନ କରିଥାନ୍ତି। ତେବେ ୮୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମାର୍ଫତଦାର ବାଳକୃଷ୍ଣ ପଣ୍ଡାଙ୍କ ଦେହାନ୍ତ ପରେ ଜୟକୃଷ୍ଣ ପଣ୍ଡାଙ୍କ ପରିବାର ଲୋକେ ଠାକୁରଙ୍କ ଏହି ରୀତିନୀତି ଯଥାବିଧି ସମ୍ପନ୍ନ କରିଆସୁଛନ୍ତି।
ଏହା ସହିତ କେବଳ ଜାଗର ଓ ମାଘସପ୍ତମୀରେ ୭ଦିନ ଧରି ହେଉଥିବା ମହାଯଜ୍ଞରେ ଠାକୁର ପାହାଡ଼ ଉପରେ ରାତିରେ ପୂଜା ପାଆନ୍ତି। ମାନସିକଧାରୀମାନେ ନିଜନିଜର ମାନସିକ ପୂରଣ ହେବା ପାଇଁ ପାହାଡ଼ ଉପରେ ଥିବା ଛୋଟଛୋଟ ପଥରରେ ମନ୍ଦିର ନିର୍ମାଣ କରିଥାଆନ୍ତି। ସେହିପରି ପାହାଡ଼ ଉପରେ ଛିଡ଼ାହୋଇ ଦେଖିଲେ ପୁରୀ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ବାନା ଦେଖାଯାଏ। ଏହି ମନ୍ଦିରର ଚତୁଃପାର୍ଶ୍ବରେ ମା’ ସର୍ବମଙ୍ଗଳା, ଭୈରବୀ ଓ ଲକ୍ଷ୍ମୀଙ୍କ ସହିତ ଶ୍ରୀ ଗଣେଶ, ମହାବୀର, ତ୍ରୀନାଥ ଗୋସାଇଁ ପୂଜା ପାଉଛନ୍ତି। ପହାଡ଼ ଉପର ମନୋରମ ଦୃଶ୍ୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଯେଉଁଠିକି ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ପୂଜକଙ୍କ କହିବାନୁଯାୟୀ ପ୍ରତି ସଂକ୍ରାନ୍ତିରେ ଏଠାରୁ ୫ ହଜାରରୁ ଅଧିକ ଭକ୍ତ ମହାଦେବଙ୍କ ଦର୍ଶନ ପାଇଁ ଆସିଥାନ୍ତି।
ସେହିଭଳି କାର୍ତ୍ତିକମାସ ଚାଲିଥିବା ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି। ଅପରପକ୍ଷେ ମାନସିକ ରଖି ଅନେକ ଏଠାରେ ଭୋଜିଭାତ ଜଳଲାଗି କରିଥାଆନ୍ତି ଓ ମନ୍ଦିର ପରିସରରେ ଗୁହାରିଆ କୋଠରିମାନ ରହିଛି, ଯେଉଁଠାରେ ମନସ୍କାମନା ରଖି ଗୁହାରିଆ ପଡ଼ିଥାଆନ୍ତି। ଏଠାରେ ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ ବୋଲି କୁହନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବନ୍ଧୁ ବାରିକ।
ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଧାରାରେ ଦେବ ଦେବ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରର ସବୁ ବାଧାବିଘ୍ନ ଓ ବାସ୍ତୁଦୋଷ ଦୂର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ କେଉଁ ସ୍ଥାନରେ ରଖିବେ, ତାହାକୁ ନେଇ କିଛି ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସମ୍ପର୍କରେ…
ଭୋଳାନାଥଙ୍କ ନିବାସ ସ୍ଥାନ କୈଳାସ ପର୍ବତ ଉତ୍ତର ଦିଗରେ ରହିଛି। ତେଣୁ ଘରେ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଉତ୍ତର ଦିଗରେ ରଖନ୍ତୁ।
କ୍ରୋଧ ମୁଦ୍ରାରେ ଥିବା ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ। ଏହା ବିନାଶର ପ୍ରତୀକ ବୋଲି କୁହାଯାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ଶିବଙ୍କ ପ୍ରସନ୍ନ ମୁଖର ଫଟୋ କିମ୍ବା ମୂର୍ତ୍ତିକୁ ଘରେ ରଖନ୍ତୁ।
ଶିବଙ୍କ ସହିତ ମା’ ପାର୍ବତୀ, କାର୍ତ୍ତିକେୟ, ଶ୍ରୀଗଣେଶଙ୍କ ଚିତ୍ରଥିବା ଫଟୋ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଆସେ।
ଘରର ଏମିତି ସ୍ଥାନରେ ଶିବଙ୍କର ମୂର୍ତ୍ତି କିମ୍ବା ଫଟୋ ରହିବା ଉଚିତ, ଯେଉଁଠି ସମସ୍ତଙ୍କ ନଜର ପଡୁଥିବ।
ମୂର୍ତ୍ତି କିମ୍ବା ଫଟୋକୁ ସଫାସୁତୁରା ରଖିବା ସହିତ ଉକ୍ତ ସ୍ଥାନକୁ ମଧ୍ୟ ସଫା ରଖନ୍ତୁ। ନଚେତ୍‌ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଧନହାନୀ ହେବାର ଆଶଙ୍କା ଥାଏ।