cm-naveen-patnaik - The Sakala
ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଦେବେ ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବାବ। ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ବନ୍ଯା, ବାତ୍ଯାରେ ସବୁବେଳେ ମୁଁ ଆପଣଙ୍କ ପଛରେ ଅଛି । ଶେଷ ପର୍ଯ୍ଯନ୍ତ ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଥିବି ।
ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ଯକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।
କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ବିରୋଧୀ ଶିବିରରେ ଛନକା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ଏବେ ଅନ୍ୟ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ଅଙ୍କ ବିଗିଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ଏହି ମାଷ୍ଟର୍‌ଷ୍ଟ୍ରୋକ୍‌ ସମସ୍ତଙ୍କୁ ଚକିତ କରିଛି। ସବୁବେଳେ ନୂଆ ସମୀକରଣ ସୃଷ୍ଟି ହେଉଥିବା ଏହି ନିର୍ବାଚନମଣ୍ଡଳୀରେ ଚଳିତଥର ପାଇଁ ପୁଣି ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
କଣ୍ଟାବାଞ୍ଜି ଆସନଟି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ। ପ୍ରତି ନିର୍ବାଚନରେ ଏଠାରେ ନୂଆ ସମୀକରଣ ଦେଖିବାକୁ ମିଳିଥାଏ। ଏମିତିରେ ଚଳିତ ନିର୍ବାଚନରେ ଏହି ଆସନରୁ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ଘୋଷଣା ପରେ ବିଜେଡିରେ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ବିରୋଧୀ ଶିବିରରେ ଏବେ ଭାଳେଣି ପଡ଼ିଥିବା ଚର୍ଚ୍ଚା ହେଉଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ବିଜେପିର ଲକ୍ଷ୍ମଣ ବାଗ। ଦୁଇଜଣ ଯାକ ରାଜ୍ୟ ରାଜନୀତିରେ ବରିଷ୍ଠ ନେତା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ମଇଦାନରେ ଟକ୍କର୍‌ ଦେବା ସେମାନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି କୁହାଯାଉଛି।
କଣ୍ଟାବାଞ୍ଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ୩୩୪ଟି ମତଦାନ କେନ୍ଦ୍ର ରହିଛି। ନିର୍ବାଚନମଣ୍ଡଳୀରେ ସମୁଦାୟ ୨ଲକ୍ଷ ୭୪ ହଜାର ୬୯ମତଦାତା ରହିଥିବା ବେଳେ ଏଥିରେ ୧ଲକ୍ଷ ୩୮ ହଜାର ୭୫୦ ପୁରୁଷ, ୧ ଲକ୍ଷ ୩୫ ହଜାର ୨୪୭ ମହିଳା ଓ ୭୨ ଭିନ୍ନ ବର୍ଗର ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୬୩୮୮ଜଣ ନୂଆ ଭୋଟର ରହିଥିବା ବେଳେ ୩୮୫୬ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଗତ ନିର୍ବାଚନଗୁଡ଼ିକରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ଭିନ୍ନ ସମୀକରଣ ଦେଖିବାକୁ ମିଳିଥାଏ। ୧୯୬୧ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ କଂଗ୍ରେସର ଦବଦବା ରହି ଆସିଛି।
୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୬୪୨୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ପାଇଥିଲେ ୬୪୧୧୮ ଖଣ୍ଡ ଭୋଟ। ସେହିପରି ବିଜେଡି ପ୍ରାର୍ଥୀ ଅଜୟ ଦାସ ୫୪୫୨୭ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଆୟୁବ ଖାନ ଏଠାରେ ବାଜି ମାରିଥିଲେ। ୨୦୦୯ ନିର୍ବାଚନରେ ଏହି ଆସନ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ହାତରେ ରହିଥିଲା। ଏହା ପୂର୍ବରୁ ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ଆୟୁବ ଖାନ ବିଧାୟକ ହୋଇଥିବା ବେଳେ ୨୦୦୦ ଓ ୧୯୯୫ ନିର୍ବାଚନରେ ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଦଳରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୦ରେ ପ୍ରସନ୍ନ ପାଲ ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ୧୯୮୫ ରେ ଚୈତନ୍ୟ ପ୍ରଧାନ ସ୍ୱାଧୀନ ଭାବେ ବିଧାୟକ ହୋଇଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ପ୍ରସନ୍ନ ପାଲ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୪ରେ ସ୍ୱତନ୍ତ୍ର ପାର୍ଟିରୁ ରାମ ପ୍ରସାଦ ମିଶ୍ର, ୧୯୭୧ରେ ଅଚ୍ୟୁତାନନ୍ଦ ମହାନନ୍ଦ ଓ ୧୯୬୭ରେ ଲୋକନାଥ ରାଏ ବିଧାୟକ ହୋଇଥିଲେ। ସେହିପରି ଏହି ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ। ସେ ଗଣତନ୍ତ୍ର ପରିଷଦରୁ ନିର୍ବାଚନ ଲଢ଼ିଥିଲେ। ଏବେ ପୁଣି ଏହି ଆସନରୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ସ୍ୱାଭାବିକ ଭାବେ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି।
ଅସୁସ୍ଥ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଯାତ୍ରା
ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଚେନ୍ନାଇ ଯାଇଛନ୍ତି । ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାଇଛନ୍ତି।
ସୂଚନାଯୋଗ୍ୟ ଯେ, ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ ହୋଇ ବର୍ତ୍ତମାନ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶ୍ରୀମତୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଏବଂ ସେ ୧୦ ଥର ବିଧାୟିକା ଭାବରେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି। ଖଲିକୋଟ ରାଣୀ ଭାବେ ମଧ୍ୟ ସେ ସୁପରିଚିତ ଅଟନ୍ତି।
ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।
ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି ଯେ, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି । ସେ କହିଛନ୍ତି ଯେ ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେଉଛି ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବିଚାର- ବିମର୍ଷ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।
ଆଜି ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି: ପୂରଣ ହେବ ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଏଣିକି ମାଲକାନଗିରି ଆକାଶରେ ବି ଉଡ଼ିବ ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ। ନବନିର୍ମିତ ଏହି ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ ଟ୍ରାଏଲ୍‌-ରନ୍‌ ସଫଳତାର ସହ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ ।
ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ରନଓ୍ବେ ରହିଛି । ଆବଶ୍ୟକସ୍ଥଳେ ୩କିଲୋମିଟର ପର୍ଯ୍ୟନ୍ତ ଏହାକୁ ସଂପ୍ରସାରଣ ହୋଇପାରିବ । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏୟାରପୋର୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି ।
ଗତକାଲି ଏକ ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲ୍ଲାରେ ପହଞ୍ଚି ଏହି ବିମାନବନ୍ଦର ଓ ଆୟୋଜିତ ହେବାକୁ ଥିବା ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ, ଏସ୍‌ପି ନୀତେଶ ୱାଧାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ବିମାନବନ୍ଦର ନିକଟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ କେସିସି ବ୍ୟାଙ୍କ ସଭାପତି ତଥା ବରିଷ୍ଠ ବିଜେଡି ନେତା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ବିକାଶ ପରିଷଦ ଅଧକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସ୍ଥିତି ପରଖିଥିଲେ। ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦର ଚତୁଃପାର୍ଶ୍ବରେ ପୁଲିସ ଛାଉଣୀ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଅପରପକ୍ଷେ ମାଲକାନଗିରି ଜିଲ୍ଲା ବିମାନ ସେବାରେ ଯୋଡ଼ି ହେବାକୁ ଯାଉଥିବାରୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି।
ରାଜ୍ୟରେ ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ‘ମେଟ୍ରୋ ପ୍ରକଳ୍ପ’, ୪ ବର୍ଷରେ ସରିବ କାମ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ନବୀନ ଓଡ଼ିଶାରେ ନୂଆ ଇତିହାସ। ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ‘ମେଟ୍ରୋ’ ଭେଟି। ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ ।
ବାରଙ୍ଗ ରତାଗଡ ଲେଙ୍କା ସାହିରେ ‘ମେଟ୍ରୋ’ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଜନସଭାକୁ ଉଦ୍‌ବୋଧନ ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆବର୍ଷରେ ଆଜି ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରଖାଗଲା । ୪ ବର୍ଷରେ ମେଟ୍ରୋ ପ୍ରକଳ୍ପର କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ସୁବିଧା ପାଇବେ । ରାଜ୍ୟର ବିକାଶ ଇତିହାସରେ ଆଜିର ଦିନ ସବୁବେଳେ ଲିପିବଦ୍ଧ ହୋଇ ରହିବ । ମେଟ୍ରୋ କାମ ସରିବା ପରେ ପରିବହନ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିବ ।
ଏଥି ସହିତ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନା ଗାଁ ଗୁଡିକରେ ରୂପାନ୍ତର ଆଣିଛି ବୋଲି କହିବା ସହ ମେଟ୍ରୋ ପ୍ରକଳ୍ପ ଏହି ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ ବୋଲି କହିଥିଲେ। କଟକ ଓ ଭୁବନେଶ୍ୱର ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ମେଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହାକୁ ପାଳନ କରୁଛି । ନୂଆବର୍ଷର ଏ ଖୁସି ଓ ଆନନ୍ଦ ସବୁବେଳେ ଜାରି ରହୁ । ବିକାଶର ପର୍ବ ଆପଣ ମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ ହେଉଛି । ଏହି ମେଟ୍ରୋ ପ୍ରକଳ୍ପକୁ ଆଗାମୀ ଦିନରେ କଟକ, ପୁରୀ, ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି।  ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।
ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୩ ପ୍ରସ୍ତାବ ଉପରେ ଲାଗିଲା ମୋହର : ସିଭିଲ୍‌ ସର୍ଭିସ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ଦେଇପାରିବେ। ଏଥି ସହିତ ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ । ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ଏଥି ସହିତ ସହରାଞ୍ଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ।
ସେହିପରି କ୍ୟାବିନେଟ୍‌ ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ। ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ। ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ।
ଅନ୍ୟପଟେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ସଚେତନତା କରିବା ପାଇଁ କାର୍ଯ୍ୟକ୍ରମ ହେବ। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ। ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ।  ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କାଖର୍ଚ୍ଚ ହେବ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY କାର୍ଡ; ଦିନମଜୁରିଆ ରଞ୍ଜନଙ୍କ ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଯାଜପୁର: ରାଜ୍ୟର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯେଉଁଥିରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁଛି। ଏଥିପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଯାହାର ଲାଭ ଦୁର୍ଗମ ଅଞ୍ଚଳର ଲୋକେ ଉଠାଇପାରୁଛନ୍ତି। ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମର ରଞ୍ଜନ କୁମାର ପ୍ରଧାନ (୪୪)ଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।
ରଞ୍ଜନ ଦିନମଜୁରିଆ ଭାବେ କାମ କରନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ସମସ୍ତେ ନିର୍ଭର କରିଥା’ନ୍ତି। ଗତ ୩ ବର୍ଷ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କ କିଡ଼ନୀ ଖରାପ ଥିବା ଜଣାପଡ଼ିଥିଲା। ଯେଉଁଠି ପ୍ରତିଦିନ ଘରେ ଚୁଲି ଜଳିବା ଅସମ୍ଭବ, ସେଠି ରଞ୍ଜନଙ୍କ ଚିକିତ୍ସା କରିବେ କେମିତି ଭାଳେଣି ପଡ଼ିଥିଲା। କିନ୍ତୁ ତାଙ୍କର ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଜିନିଷ ବିକ୍ରିକରି ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଥିଲେ ପରିବାର। ଏଥିରେ ପାଖାପାଖି ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ବି ରଞ୍ଜନ ସୁସ୍ଥ ହୋଇପାରି ନ ଥିଲେ। ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସବୁ ବାଟବନ୍ଦ ହୋଇଯାଇଥିଲା।
ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ରଞ୍ଜନଙ୍କ ପରିବାର ଆଶ୍ୱସ୍ତି ଅନୁଭବ କଲେ। ପ୍ରଥମେ ସୁକିନ୍ଦାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସି କିଡନୀ ଡାଏଲିସିସ କରୁଥିଲେ। ମାତ୍ର ଏହା ଅଧିକ ଦୂରତା ହେବାରୁ ଡୁବୁରୀଠାରେ ଥିବା ଟାଟା ମେଡିକାଲରେ ନିଜର ଡାଏଲିସିସ କରୁଛନ୍ତି। ଆଜକୁ ୨ ବର୍ଷ ହେଲା ରଞ୍ଜନ ପ୍ରତି ସପ୍ତାହରେ ୩ ଥର ଡାଏଲିସିସ କରୁଛନ୍ତି। ଏଥିପାଇଁ ମାସିକ ଲକ୍ଷାଧିକ ଟଙ୍କା ସରକାର ବହନ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମ ଭଳି ଗରିବ ପରିବାର ପାଇଁ ଆଶୀର୍ବାଦ ହୋଇଛି ବୋଲି ରଞ୍ଜନଙ୍କ ପତ୍ନୀ ତୁଳସୀ କହିଛନ୍ତି। ରଞ୍ଜନ ଏବେ ସୁସ୍ଥ ଜୀବନଯାପନ କରୁଛନ୍ତି। ପରିବାରକୁ ଚଳାଇବା ପାଇଁ ଅନ୍ୟକୌଣସି ରୋଜଗାରର ବ୍ୟବସ୍ଥା ନ ଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ନ ଥିଲେ ମୋ’ ସ୍ୱାମୀଙ୍କ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି।
ପଥୁରୀ ସମସ୍ୟାରୁ ମୁକୁଳିଲେ ମୀନା
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି ବିଏସ୍କେୱାଇ। ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁ ନ ଥିବା ଗରିବ ଲୋକ ହେଉଛନ୍ତି ଉପକୃତ। ଏହିଭଳି ବିଏସ୍କେୱାଇରୁ ଉପକୃତ ହୋଇଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳଧରପୁର ଗ୍ରାମର ମୀନା ପାତ୍ର। ଆଜକୁ ପ୍ରାୟ ବର୍ଷେ ହେବ ମୀନାଙ୍କ ପେଟରେ ପଥୁରୀ (ଷ୍ଟୋନ୍‌) ହୋଇଥିଲା। ଅତି ଗରିବ ପରିବାରର ହୋଇଥିବା ଯୋଗୁଁ ଏହି ରୋଗର ଚିକିତ୍ସା ତାଙ୍କ ପାଇଁ ଓ ପରିବାର ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ମୀନାଙ୍କ ପାଇଁ ସଞ୍ଜୀବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଏସ୍କେୱାଇ। ଏହି କାର୍ଡ ସହାୟତାରେ ମୀନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ତାଙ୍କ ଭଳି ଅନେକ ଗରିବ ଲୋକ ବିଏସ୍କେୱାଇ ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତ। ସେଥିପାଇଁ ମୀନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠିକ। ଐତିହ୍ୟ କ୍ଷେତ୍ରର ବିକାଶ ନେଇ କ୍ୟାବିନେଟରେ ନିଆଯାଇ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ୨ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଶହ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ଲିଙ୍ଗିପୁର ପଞ୍ଚାୟତର ନାଥପୁର ଜାଡୁମଲ୍ଲୀ ମନ୍ଦିର ନିକଟରେ ଏକ ସାଧାରଣ ସଭାର ଆୟୋଜନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧର ସାଢେ଼ ଆଠ କିଲୋମିଟର ରାସ୍ତାର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ୨୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର୍ ନିର୍ମାଣ କରାଯିବ ।
ଏହା ଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆ ଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ ଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ଛଅଟି ଗ୍ରାମପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ଦୟାନଦୀର ବାସୁଅ ଘାଇ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହେବ । ଇଟିପୁର ଠାରେ ଟି ପି ସି ଏଲ ପକ୍ଷରୁ ୧୭ କୋଟି ଟଙ୍କାରେ ୩୩ କେ ଭି ର ଗ୍ରିଡ ସବ୍ ଷ୍ଟେସନ ମଧ୍ୟ ନିର୍ମାଣ ହେବ ।
ରାୟଗଡ଼ା: ଗମନାଗମନ କ୍ଷେତ୍ରରେ ରାୟଗଡ଼ାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାୟଗଡ଼ା ଜିଲ୍ଲାର ଦୁର୍ଗମ ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର,ଗୁଡାରୀ ଅଞ୍ଚଳରେ ଗମନାଗମନର ସୁବିଧା ଥିଲେ ମଧ୍ୟ ସହଜ ଯାତ୍ରା ହୋଇପାରୁ ନଥିଲା । ଅନେକ ସମୟରେ ଲୋକେ ଟ୍ରାକ୍ଟର, କମାଣ୍ଡର ଉପରେ ବସି ଯିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏଣିକି ଏହି ସମସ୍ୟା ଆଉ ରହିବ ନାହିଁ ।
୧୧ଟି ବ୍ଲକ ମଧ୍ୟରେ ଏହି ବସ୍ ଯାତାୟତ କରିବାକୁ ଥିବା ବେଳେ ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ୍ ଦାମରେ ଘରୁ ବାହାରି ଲୋକେ ଏଣିକି ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ପହଞ୍ଚି ପାରିବେ । ଲକ୍ଷ୍ମୀ ବସ୍ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।
ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର । ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା। ଏଥିରେ ୯ଟି ବ୍ଲକ୍‌ର ୧୩୮ଟି ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ। ସେହିପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଚିତ୍ରକୋଣ୍ଡା ଓ ମାଲକାନଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୧୧ଟି ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ ହେବ।
ଆଜିର କାର୍ଯ୍ୟକ୍ରମ ପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି, ସମ୍ବଲପୁର ଜିଲ୍ଲାର ୩ଟି ଓ ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗ୍ରାମବିକାଶ କ୍ଷେତ୍ରରେ ସାରା ଭାରତବର୍ଷପାଇଁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।