Gehlot government - The Sakala

ରାଜସ୍ଥାନରେ ବଢିଚାଲିଛି ମା’ ହେବା ପାଇଁ ସ୍ବାମୀଙ୍କୁ ଜେଲ୍‌ରୁ ପାରୋଲ୍ ଆବେଦନ, ସୁପ୍ରିମକୋର୍ଟରେ ପହଞ୍ଚିଲେ ଗେହଲଟ୍ ସରକାର
ନୂଆଦିଲ୍ଲୀ : ରାଜସ୍ଥାନରେ ବଢିଚାଲିଛି ସନ୍ତାନ ଜନ୍ମ ପାଇଁ ସ୍ବାମୀଙ୍କୁ ଜେଲ୍‌ରୁ ପାରୋଲ୍‌ ପାଇଁ ସ୍ତ୍ରୀଙ୍କ ଆବେଦନ। ଗତକିଛି ଦିନ ତଳେ ଜଣେ ମହିଳା ମା ହେବା ପାଇଁ ଆଜୀବନ ସଜା କାଟୁଥିବା ତାଙ୍କ ସ୍ବାମୀଙ୍କୁ କିଛି ଦିନ ପାଇଁ ଜେଲ୍‌ରୁ ପାରୋଲରେ ଛାଡିବା ପାଇଁ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଉକ୍ତ ମହିଳାଙ୍କ ଆବେଦନର ବିଚାର କରି ଆଜୀବନ ସଜା କାଟୁଥିବା ତାଙ୍କ ସ୍ବାମୀଙ୍କୁ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ୧୫ ଦିନ ପାଇଁ ପାରୋଲ ଦେଇଥିଲେ। ଉକ୍ତ ଘଟଣା ପରେ ଏବେ ଅନେକ ଏପରି ମାମଲା ସାମ୍ନାକୁ ଆସିଛି। ସେହି ଘଟଣାକୁ ଦେଖି ରାଜ୍ୟରେ ଅନେକ ମହିଳା ମା ହେବା ପାଇଁ ଜେଲରେ ସଜା କାଟୁଥିବା ସେମାନଙ୍କ ସ୍ବାମୀଙ୍କ ପାରୋଲ ଛାଡିବା ପାଇଁ ଆବେଦନ କରୁଛନ୍ତି। ଯାହାକୁ ନେଇ ଅଡୁଆରେ ପଡିଯାଇଛନ୍ତି ରାଜସ୍ଥାନ ସରକାର। ହାଇକୋର୍ଟଙ୍କ ଏପରି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ରାଜସ୍ଥାନ ସରକାର।

ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣାଙ୍କ ପୀଠରେ ଯାଚିକା ଦାଖଲ କରିଛନ୍ତି ଗେହଲଟ୍ ସରକାର। ହାଇକୋର୍ଟଙ୍କ ଏହି ଆଦେଶକୁ ଆଧାର କରି ଏବେ ଅନେକ ସଂଖ୍ୟାରେ କଏଦୀ ପାରୋଲ ଦାବି କରୁଛନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।ରାଜ୍ୟ ସରକାର ସୁପ୍ରିମକୋର୍ଟରେ କହିଛନ୍ତି, ରାଜ୍ୟର ନିୟମ ଅନୁଯାୟୀ ସନ୍ତାନ ଜନ୍ମ ପାଇଁ ପାରୋଲ ଦିଆଯିବ, ଏନେଇ ନେଇ କୌଣସି ସ୍ପଷ୍ଟ ନିୟମ ନାହିଁ। ହେଲେ ହାଇକୋର୍ଟ ଜଣେ କଏଦୀଙ୍କୁ ୧୫ ଦିନିଆ ପାରୋଲ୍ ଦେବା ପରେ ଅନ୍ୟ କଏଦୀ ମଧ୍ୟ ପାରୋଲ ଦେବାକୁ ଦାବି କରୁଛନ୍ତି। ଏମିତିରେ ଆବେଦନ ସଂଖ୍ୟା ବଢିବାରେ ଲାଗିଛି। ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨୯ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଏପ୍ରିଲ ୫ ରେ ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ଫରଜାଣ୍ଡ ଅଲି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ଆଜମେର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନନ୍ଦଲାଲଙ୍କୁ୧୫ ଦିନ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପତ୍ନୀଙ୍କ ସହ ସମ୍ପର୍କ ରଖି ଏକ ସନ୍ତାନ ପାଇବାକୁ ଏହି ଆଦେଶ ଦିଆଯାଇଥିଲା । ବିଚାରପତିମାନେ ସହମତ ହୋଇଥିଲେ ଯେ ପତ୍ନୀଙ୍କର ମଧ୍ୟ ନିଜର ଆବଶ୍ୟକତା ଅଛି। ମା ହେବା ତାଙ୍କର ଅଧିକାର। ସେ ଏଥିରୁ ବଞ୍ଚିତ ହେବା ଉଚିତ୍ ନୁହେଁ। ଏହି ରାୟରେ ଅଦାଲତ କହିଥିଲେ, ଗର୍ଭଧାରଣ ପାଇଁ ଶାରୀରିକ ସଂପର୍କ ରଖିବାକୁ କଏଦୀଙ୍କୁ ଅନୁମତି ନଦେବା ପତ୍ନୀଙ୍କ ଅଧିକାରର କ୍ଷୁର୍ଣ୍ଣ ହେବ । ଏଣୁ କୋର୍ଟ ଆଜୀବନ ସଜା କାଟୁଥିବା ତାଙ୍କ ସ୍ବାମୀଙ୍କ ପାରୋଲ ଦେଇଥିଲେ।

୨୦୧୯ରେ ଏକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।୩୪ ବର୍ଷୀୟ ନନ୍ଦଲାଲ ଭିଲଓ୍ଵାଡା। ସେବେଠାରୁ ସେ ଅଜମେର ଜେଲରେ ରହିଥିଲେ। ତାଙ୍କ ପତ୍ନୀ ରେଖା ଆଜମେରର ଜିଲ୍ଲା ପାରୋଲ୍ କମିଟିର ଅଧ୍ୟକ୍ଷଙ୍କୁ ଆବେଦନ କରି ଦାବି କରିଥିଲେ ଯେ, ତାଙ୍କ ସ୍ଵାମୀଙ୍କୁ ପାରୋଲ ଦିଆଯାଉ, ଯଦ୍ଵାରା ସେ ମାଆ ହୋଇ ପାରିବେ। ଆଜମେର କଲେକ୍ଟର ଏବଂ ପାରୋଲ କମିଟିର ଅଧ୍ୟକ୍ଷ ଏହି ଆବେଦନକୁ ବିଚାରାଧୀନ ରଖିଥିଲେ। ଏହା ପରେ ଏହି ମାମଲା ରାଜସ୍ଥାନ ହାଇକୋର୍ଟରେ ପହଞ୍ଚିଥିଲା।