Partha Chatterjee - The Sakala

ରିମାଣ୍ଡ ଅବଧି ଶେଷ ହେବା ପରେ ୧୪ ଦିନ ପାଇଁ ହାଜତକୁ ଗଲେ ପାର୍ଥ ଓ ଅର୍ପିତା, ଅଗଷ୍ଟ ୧୮ରେ ହେବ ପରବର୍ତ୍ତୀ ଶୁଣାଣି
କୋଲକାତା :ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସେମାନଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଆଉ ୧୪ ଦିନିଆ ହେପାଜତରେ ନେବାକୁ ଚାହୁଁଥିଲେ। ତଦନ୍ତ ଏଜେନ୍‌ସି ଇଡିର ଓକିଲ କହଥିଲେ ଯେ ଏହି ମାମଲାରେ ନୂତନ ଅନୁସନ୍ଧାନକୁ ନେଇ ସେମାନେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବାର ଆବଶ୍ୟକତା ଅଛି। ତେବେ, ମନି ଲଣ୍ଡରିଂ ବିରୋଧୀ ସ୍ୱତନ୍ତ୍ର ଅଦାଲତର ବିଚାରପତି ଜୀବନ କୁମାର ସାଧୁ ଏହି ମାମଲାର ସମସ୍ତ ପକ୍ଷଙ୍କ ଶୁଣାଣି ପରେ ଆଦେଶ ସଂରକ୍ଷିତ ରଖିବାରୁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା। ଜୁଲାଇ ୨୩ରେ ଗିରଫ ହେବା ପରଠାରୁ ଉଭୟ ଅଭିଯୁକ୍ତ ଇଡିର ରିମାଣ୍ଡରେ ଥିଲେ।ଇଡି ଦାବି କରିଛି ଯେ ପାର୍ଥ ଚାଟାର୍ଜୀ ହେପାଜତରେ ଥିବା ୧୫ଦିନ ମଧ୍ୟରୁ ଡାକ୍ତରଖାନାରେ ଆଡମିସନ ହେତୁ ଅତି କମରେ ଦୁଇ ଦିନ ନଷ୍ଟ ହୋଇ ଯାଇଥିଲା।

ପାର୍ଥ ଓ ଅର୍ପିତାଙ୍କୁ ଜୁଲାଇ ୨୩ ତାରିଖରୁ ଇଡି ନିଜ ହେପାଜତରେ ରଖିଥିଲା। ବେଆଇନ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଇଡି ଜାଣିବାକୁ ପାଇଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ହିଁ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା।

ଇଡି ହାତରେ ଲାଗିଲା ପାର୍ଥ ଅର୍ପିତାଙ୍କ ସୁନା କିଣା ଫୋଟୋ
କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ । ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଅର୍ପିତା ବସି ହାତରେ ଚୁଡ଼ି ପିନ୍ଧୁଥିବାର ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପାର୍ଥ ଅର୍ପିତାଙ୍କୁ ନେଇ ଏକ ସୁନା ସୋରୁମରେ ଗହଣା କିଣୁଥିଲେ । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ଅର୍ପିତାଙ୍କୁ ଦେଇଥିଲେ ପାର୍ଥ ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି ଇଡିକୁ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କଲିକତା: ବିଦା ହେଲେ ପାର୍ଥ। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ଦୁର୍ନୀତି କରିଥିବାର ଆରୋପ ଲାଗିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସହଯୋଗୀ ଅର୍ପିତାଙ୍କ ଗୋଟିଏ ପରେ ଗୋଟିଏ ଫ୍ଲାଟ ଉପରେ ଚଢ଼ଉ କରି ଟଙ୍କା ଜବତ କରୁଛି। ପାର୍ଥଙ୍କ ଗିରଫକୁ ନେଇ ଏବଂ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ମୁତାବକ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ଅନ୍ୟ ସମସ୍ତ ପଦରୁ ବି ବିଦା କରାଯାଇଛି । ଏଥିରେ ସୂଚନା ଓ ପ୍ରସାରଣ ବିଭାଗ, ସଂସଦୀୟ ମାମଲା ସହିତ ଜଡିତ ବିଭାଗ ଆଦିରୁ ତାଙ୍କୁ ବିଦା କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି। ଏଥିରେ ୨୧ କୋଟି ଟଙ୍କା ଜବତ ହୋଇଥିଲା । ଏହାପରେ ବୁଧବାର ଦିନ ଅର୍ପିତାଙ୍କ ଅନ୍ୟ ଏକ ଘରେ ଇଡିର ଚଢାଉ ବେଳେ ପାଖା ପାଖି ୨୦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ପାର୍ଥଙ୍କ ସହ ଅର୍ପିତାଙ୍କୁ ମଧ୍ୟ ଇଡି ଗିରଫ କରିଛି ।

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ଝଟ୍‌କା : ଦେହ ଭଲ ଅଛି, ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯିବ କହିଲା ଭୁବନେଶ୍ବର ଏମ୍‌ସ
ଭୁବନେଶ୍ବର : ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଲାଗିଛି ବଡ ଝଟକା। ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଦେହ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି କଲିକତା ହାଇକୋର୍ଟ ପାର୍ଥଙ୍କୁ କଲିକତାରେ ଚିକିତ୍ସା ନକରି ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଥିଲେ। ତେବେ ଆଜି ଭୁବନେଶ୍ବର ଏମ୍‌ସରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା ପରେ ସେମିତି କିଛି ଗୁରୁତର ସମସ୍ୟା ନଥିବା କହିଛନ୍ତି ଭୁବନେଶ୍ବର ଏମ୍‌ସ ଡାକ୍ତର। ତାଙ୍କର ପୁରୁଣା ରୋଗ ରହିଛି। ତେବେ ଏଥିପାଇଁ ଡାକ୍ତରଖାନାରେ ଆଡ୍‌ମିସନ ହେବାର ଆବଶ୍ୟକତା ନାହିଁ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ କୁହାଯାଇଛି। ଏଣୁ ଆଜି ହିଁ ତାଙ୍କୁ ଡିସଚାର୍ଜ କରାଯିବ ଏବଂ ଏହି ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ଗତକାଲି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚିକିତ୍ସା ପାଇଁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଡନ୍‌ ପରି ବ୍ୟବହାର କରିଥିଲେ। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଆଜି ଭୋର ସମୟରେ ତାଙ୍କୁ ଏୟାର ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ସକାଳ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ସହିତ ଏସଏସକେଏମ ହସ୍ପିଟାଲର ଡାକ୍ତର ଓ ଆଇନଜୀବୀ ମଧ୍ୟ ଭୁବନେଶ୍ୱର ଆସିଛନ୍ତି।  ଏମ୍‍ସ ଭୁବନେଶ୍ୱରରେ ହୃଦରୋଗ, ନେଫ୍ରୋଲୋଜି ଓ ଶ୍ୱାସ ସମେତ ୪ଟି ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଯାହା ହାଇକୋର୍ଟଙ୍କ ନିର୍ଦେଶ ଥିଲା ସେହି ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ତେବେ ପାର୍ଥଙ୍କ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଆମେ ପାର୍ଥଙ୍କୁ ଭଲ ଭାବରେ ଯାଞ୍ଚ କଲୁ। ତାଙ୍କର କିଛି ପୁରୁଣା ରୋଗ ରହିଛି। କିନ୍ତୁ ଏଥିପାଇଁ ହସ୍‌ପିଟାଲ୍‌ରେ ତୁରନ୍ତ ଆଡ୍‌ମିସନର କୌଣସି ଆବଶ୍ୟକତା ନାହିଁ।” ଆଜି ତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା, ଏବେ ଅବସ୍ଥା ସ୍ଥିର ଅଛି। ଏହି ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା । ଗତ ଶନିବାର(୨୩ ଜୁଲାଇ) ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା।