Dr Ashutosh Biswas - The Sakala

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମେଡିକାଲ ଝଟ୍‌କା : ଦେହ ଭଲ ଅଛି, ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯିବ କହିଲା ଭୁବନେଶ୍ବର ଏମ୍‌ସ
ଭୁବନେଶ୍ବର : ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଲାଗିଛି ବଡ ଝଟକା। ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଦେହ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି କଲିକତା ହାଇକୋର୍ଟ ପାର୍ଥଙ୍କୁ କଲିକତାରେ ଚିକିତ୍ସା ନକରି ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଥିଲେ। ତେବେ ଆଜି ଭୁବନେଶ୍ବର ଏମ୍‌ସରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା ପରେ ସେମିତି କିଛି ଗୁରୁତର ସମସ୍ୟା ନଥିବା କହିଛନ୍ତି ଭୁବନେଶ୍ବର ଏମ୍‌ସ ଡାକ୍ତର। ତାଙ୍କର ପୁରୁଣା ରୋଗ ରହିଛି। ତେବେ ଏଥିପାଇଁ ଡାକ୍ତରଖାନାରେ ଆଡ୍‌ମିସନ ହେବାର ଆବଶ୍ୟକତା ନାହିଁ ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ କୁହାଯାଇଛି। ଏଣୁ ଆଜି ହିଁ ତାଙ୍କୁ ଡିସଚାର୍ଜ କରାଯିବ ଏବଂ ଏହି ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ଗତକାଲି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚିକିତ୍ସା ପାଇଁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଡନ୍‌ ପରି ବ୍ୟବହାର କରିଥିଲେ। ଏପରିକି ଇଡି ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ କଲିକତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଆଜି ଭୋର ସମୟରେ ତାଙ୍କୁ ଏୟାର ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ସକାଳ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ସହିତ ଏସଏସକେଏମ ହସ୍ପିଟାଲର ଡାକ୍ତର ଓ ଆଇନଜୀବୀ ମଧ୍ୟ ଭୁବନେଶ୍ୱର ଆସିଛନ୍ତି।  ଏମ୍‍ସ ଭୁବନେଶ୍ୱରରେ ହୃଦରୋଗ, ନେଫ୍ରୋଲୋଜି ଓ ଶ୍ୱାସ ସମେତ ୪ଟି ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଯାହା ହାଇକୋର୍ଟଙ୍କ ନିର୍ଦେଶ ଥିଲା ସେହି ଅନୁସାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ତେବେ ପାର୍ଥଙ୍କ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଆମେ ପାର୍ଥଙ୍କୁ ଭଲ ଭାବରେ ଯାଞ୍ଚ କଲୁ। ତାଙ୍କର କିଛି ପୁରୁଣା ରୋଗ ରହିଛି। କିନ୍ତୁ ଏଥିପାଇଁ ହସ୍‌ପିଟାଲ୍‌ରେ ତୁରନ୍ତ ଆଡ୍‌ମିସନର କୌଣସି ଆବଶ୍ୟକତା ନାହିଁ।” ଆଜି ତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କର ଯାହା କିଛି ପୁରୁଣା ରୋଗ ଥିଲା, ଏବେ ଅବସ୍ଥା ସ୍ଥିର ଅଛି। ଏହି ରିପୋର୍ଟ କଲିକତା ହାଇକୋର୍ଟରେ ଦାଖଲ ହେବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୧ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା । ଗତ ଶନିବାର(୨୩ ଜୁଲାଇ) ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା।