Bike Robber Gang - The Sakala

ରାଜଧାନୀରେ ମାତିଛନ୍ତି ବାଇକ୍‍ ଲୁଟେରା ଗ୍ୟାଙ୍ଗ୍‍, ୧୦ ଦିନରେ ୩୦ରୁ ଉର୍ଦ୍ଧ୍ବ ବାଇକ୍‍ ଚୋରି
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବାଇକ୍‍ ଲୁଟେରା ଗ୍ୟାଙ୍ଗ୍‍। ୧୦ ଦିନରେ ୩୦ରୁ ଊର୍ଦ୍ଧ୍ବ ବାଇକ୍‍ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ରାଜଧାନୀର ୨୨ଟି ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏହି ର‍୍ୟାକେଟ୍‍କୁ ଧରିବାରେ ପୁଲିସ ବିଫଳ ହୋଇଛି। ଏହି ବାଇକ୍‍ ଚୋରି ପଛରେ ବିହାରୀ ଏବଂ ଗଞ୍ଜାମ ଗ୍ୟାଙ୍ଗ୍‍ର ସମ୍ପୃକ୍ତି ଥିବା ପୁଲିସ କହିଛି। ତେବେ ଏହାକୁ ଛାଡ଼ି ଅନେକ ବାଇକ୍‍ ଚୋରି ହୋଇଥିଲେ ମଧ୍ୟ ଗାଡ଼ିଗୁଡ଼ିକର ଇନ୍‍ସ୍ୟୁରାନ୍ସ ନ ଥିବାରୁ ମାମଲା ରୁଜ୍ଜୁ ହୋଇ ପାରୁ ନ ଥିବା ଜଣାପଡ଼ିଛି।

ଗତ ୬ ଦିନରେ ରାଜଧାନୀରୁ ସିରିଜ୍‍ ବାଇକ୍‍ ଚୋରି ହୋଇଛି। ବଡ଼ଗଡ଼ ଥାନା ମ୍ୟୁଜିୟମ୍‍ ପ୍ଲଟ୍‍ ନମ୍ବର-ଏଫ୍‍ ୮/୧୧ ଘର ଆଗରୁ ବାଇକ୍‍ ଚୋରି ହୋଇଛି। ସନ୍ତୋଷ କୁମାର ନାଥ ଘର ସମ୍ମୁଖରେ ବାଇକ୍‍ ରଖିଥିବାବେଳେ ତାହା ଚୋରି ହୋଇଯାଇଛି। ସେହିପରି ବଡ଼ଗଡ଼ ବ୍ରିଟ୍‍ କଲୋନୀରେ ରହୁଥିବା କିଶୋରଚନ୍ଦ୍ର ଦାସଙ୍କ ଘର ଆଗରୁ ତାଙ୍କ ବାଇକ୍‍ ଚୋରି ହୋଇଛି। ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ବାଇକ୍‍ ଚୋରି ହୋଇଛି। ଏ ନେଇ ଡେଲାଙ୍ଗର ମହେଶ୍ୱର ପ୍ରଧାନ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗତ ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ଡିଷ୍ଟ୍ରିକ୍ଟସେଣ୍ଟର ସତ୍ୟଜିତ୍‍ ପରିଡ଼ା ଘର ଆଗରେ ବାଇକ୍‍ ରଖିଥିବାବେଳେ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଧଉଳି ଥାନା ପୂର୍ବଶାସନ ଉତ୍ତରା ଛକ ଖଟେଇମଣ୍ଡପ ନିକଟକୁ ରାଜକିଶୋର ବେହେରା କୌଣସି କାମରେ ଆସିଥିବାବେଳେ ତାଙ୍କ ବାଇକ୍‍ଟି ଚୋରି ହୋଇଯାଇଛି। ସେହିପରି ଦୁଇ ଦିନ ତଳେ ଖଣ୍ଡଗିରି ଥାନା ଡୁମୁଡୁମା ଡିଏନ୍‍ ପାର୍କ ନିକଟରୁ ବିଜୟ ଜେନାଙ୍କ ବାଇକ୍‍ ଚୋରି ହୋଇଥିବା ବେଳେ ଏମ୍ସ କ୍ୟାମ୍ପସ୍‍ ନିକଟରୁ ଜୀବନଜ୍ୟୋତି ଜେନାଙ୍କ ମଧ୍ୟ ଏକ ବାଇକ୍‍ ଚୋରି ହୋଇଛି।

ସେହିଭଳି ଖାରବେଳ ନଗର ଥାନା ଗୁରୁଦ୍ୱାର ନିକଟରୁ ସୁନିଲ ସାମନ୍ତରାୟଙ୍କ ବାଇକ୍‍ ଚୋରି ହୋଇଛି। ପୁଲିସ ସିସିଟିଭି ଫୁଟେଜ୍‍କୁ ଆଧାର କରି ତଦନ୍ତ କରୁଛି। ଅଫିସ୍‍ କାମରେ ସୁନିଲ ଯାଇଥିବାବେଳେ ସେଠାରୁ ଦୁର୍ବୃତ୍ତମାନେ ବାଇକ୍‍ ଚୋରି କରି ନେଇଛନ୍ତି। ଗତକାଲି ଲକ୍ଷ୍ମୀସାଗର ଥାନା ବିଡିଏ କଲୋନୀର ଲଲାଟେନ୍ଦୁ ସୂତାରଙ୍କ ଘରୁ ବାଇକ୍‍ ଚୋରି ହୋଇଛି। ଏନେଇ ଲଲାଟେନ୍ଦୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତନାଘନା କରୁଛି। ସେହିପରି ଭୁବନେଶ୍ୱରରେ ଚାକିରି କରୁଥିବା ଜଗତସିଂହପୁର, ଜଇପୁରର ଦିବ୍ୟସୁନ୍ଦର ସ୍ୱାଇଁ ଗତକାଲି ମଞ୍ଚେଶ୍ୱର ଏସ୍‍ବିଆଇ ସମ୍ମୁଖରେ ବାଇକ୍‍ ରଖି ନିକଟରେ ଥିବା ଜଳଖିଆ ଦୋକାନକୁ ଯାଇଥିବା ବେଳେ ସେଠାରୁ ତାଙ୍କ ବାଇକ୍‍ ଚୋରି ହୋଇଯାଇଥିଲା। ରାଜଧାନୀରୁ ଚୋରି ହେଉଥିବା ବାଇକ୍‍ ପୁରୀ, ନୟାଗଡ଼, କୋରାପୁଟ ଚାଲାଣ ହୋଉଥିବା ଜଣାପଡ଼ିଛି।