Indian - The Sakala

ଭାରତର ଦୁଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆମେରିକାରେ ଗିରଫ
ନୂଆଦିଲ୍ଲୀ: ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ। ଭାରତର ନିରାପତ୍ତା ସଂସ୍ଥା ଓ ହରିଆଣା ପୋଲିସର ମିଳିତ ଉଦ୍ୟମରେ ୨ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରାଯାଇଛି। ବିଦେଶ ମାଟିରେ ୨ ଜଣ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଧରିବା ହରିଆଣା ପୋଲିସ ଲାଗି ଗୁରୁତ୍ବପୂର୍ଣ୍ଣ ହୋଇଛି। କପିଳ ସାଙ୍ଗବାନ ଓରଫ ନନ୍ଦୁ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଭେଙ୍କଟେଶ ଗର୍ଗକୁ ଜର୍ଜିଆରେ ଗିରଫ କରାଯାଇଛି। ତାକୁ ପ୍ରତ୍ୟର୍ପଣ କରିବା ଲାଗି ପ୍ରକ୍ରିୟା ସକାଶେ ଜର୍ଜିଆରେ ପହଞ୍ଚିଛନ୍ତି ହରିଆଣା ପୋଲିସ ଟିମ।

ଗୁରୁଗ୍ରାମରେ ବହୁଜନ ସମାଜ ପାର୍ଟି ନେତାଙ୍କୁ ହତ୍ୟା କରିବା ପରେ ସେ ଜର୍ଜିଆକୁ ଚାଲିଯାଇଥିଲା। ନନ୍ଦୁ ଗ୍ୟାଙ୍ଗ ସହ ତାର ସମ୍ପର୍କ ଥିଲା। ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ଭାନୁ ରାଣାକୁ ବି ଆମେରିକାରେ ଗିରଫ କରାଯାଇଛି। ଭାନୁର ଅପରାଧ କ୍ଷେତ୍ରର ପଞ୍ଜାବ, ହରିଆଣା, ଦିଲ୍ଲୀରେ ରହିଥିଲା। ପଞ୍ଜାବରେ ଏକ ଗ୍ରେନେଡ ଆକ୍ରମଣ ଘଟଣାରେ ଭାନୁର ହାତ ଥିଲା। ଭାରତରେ ଭାନୁର କିଛି ସହଯୋଗୀଙ୍କୁ ଗିରଫ କରାଯାଇସାରିଲାଣି।

ସମସ୍ତଙ୍କୁ ଭିସା ପାଇଁ ଦେବାକୁ ପଡ଼ିବନି ୧ ଲକ୍ଷ ଡଲାର, ଟ୍ରମ୍ପ୍‌ ପ୍ରଶାସନର ନୂଆ ନିର୍ଦ୍ଦେଶାବଳୀ...
ୱାଶିଂଟନ୍‌: ଏଚ୍‌ ୧-ବି ଭିସାକୁ ନେଇ ଆମେରିକାର ସିଟିଜନସିପ୍‌ ବା ନାଗରିକତା ଏବଂ ଇମିଗ୍ରେସନ (ପ୍ରବାସନ) ସେବା (ୟୁଏସ୍‌ସିଆଇଏସ୍‌) ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ହଜାର ହଜାର ଭାରତୀୟ ପ୍ରୋଫେସନାଲ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଲାଗୁ କରାଯାଇଥିବା  ଏଚ୍‌ ୧-ବି ଭିସା ପାଇଁ ୧ ଲକ୍ଷ ଡଲାର ଫି’ ଏବେ ସମସ୍ତଙ୍କୁ ଦେବାକୁ ପଡିବନାହିଁ। ଅର୍ଥାତ୍‌ ଏଚ୍‌ ୧-ବି ଭିସାର ସବୁ ଆବେଦକଙ୍କୁ ଦେବାକୁ ପଡ଼ିବନି ଏଚ୍‌୧-ବି ଭିସା ପାଇଁ ୧ ଲକ୍ଷ ଡଲାର। ୟୁଏସ୍‌ସିଆଇଏସ୍‌ର ନୂଆ ନିର୍ଦ୍ଦେଶାବଳୀରେ କାହାକୁ ଏହି ଫି’ ଦେବାକୁ ପଡ଼ିବ।

ୟୁଏସ୍‌ସିଆଇଏସ୍‌ ଅନୁଯାୟୀ, ଏହି ଶୁଳ୍କ ୨୦୨୫ ସେପ୍ଟେମ୍ବର ୨୧ କିମ୍ବା ଏହା ପରେ ଦାଖଲ ହୋଇଥିବା ନୂଆ ଏଚ୍‌୧-ବି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ଏହାସହିତ, ବୈଧ ଏଚ୍‌୧-ବି ଭିସା ନ ଥାଇ ଆମେରିକା ବାହାରେ ଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ସେହିଭଳି ଏହି ଭିସା ଶୁଳ୍କ କନସୁଲାର କିମ୍ବା ପୋର୍ଟ-ଅଫ୍-ଏଣ୍ଟ୍ରି ବିଜ୍ଞପ୍ତି ଆବେଦନ ପାଇଁ ପ୍ରଯୁଜ୍ୟ ହେବ। ୟୁଏସ୍‌ସିଆଇଏସ୍‌ ସ୍ପଷ୍ଟ କରିଛି ଯେ, କିଛି ବର୍ଗ ଶୁଳ୍କରୁ ମୁକ୍ତ ରହିବେ। ସେମାନେ ହେଲେ, ଯେଉଁମାନଙ୍କର ପୂର୍ବରୁ ଏକ ବୈଧ ଏଚ୍‌ ୧-ବି ଭିସା ରହିଛି। ଏହାଛଡା  ୨୦୨୫ ସେପ୍ଟେମ୍ବର ୨୧ ପୂର୍ବରୁ ଦାଖଲ ହୋଇଥିବା ଆବେଦନ। ଆମେରିକାରେ ନିଜ ସ୍ଥିତିର ପରିବର୍ତ୍ତନ, ସଂଶୋଧନ କିମ୍ବା ବିସ୍ତାର ପାଇଁ ଅନୁମୋଦିତ ଆବେଦନ ଆଦି ପରିସ୍ଥିତିରେ ଏହି ନିୟମ ଲାଗୁ ହେବ ନାହିଁ।

ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ ଶୋ’କୁ ବନ୍ଦ କଲା ପୁଣେ ପୋଲିସ
ପୁଣେ: ଓସ୍କାର ବିଜେତା ଗାୟକ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କ ସଂଗୀତର ଯାଦୁରେ ମତୁଆଲା ହେବାକୁ କିଏ ଅବା ନ ଚାହିଁବ । ମାତ୍ର ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିବା ସମୟରେ ପୁଲିସ ଆସି ଏହି ଏହାକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା ଶେଷ ହେବା ପରେ ପୁଲିସ କଣ୍ଠଶିଳ୍ପୀଙ୍କୁ ମଞ୍ଚ ଉପରକୁ ଚଢ଼ି ଗୀତ ଗାଇବାରୁ ଅଟକାଇଥିଲା । ରାତି ୧୦ଟା ପରେ ଏଆର୍ ରହମାନଙ୍କ ଏହି ମ୍ୟୁଜିକ୍ କନସର୍ଟ ପରିବେଷଣ ପାଇଁ ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇନଥିବା ସୂଚନା ମିଳିଛି । ଯେଉଁଥିପାଇଁ ପୁଲିସ ଅଧିକାରୀ ଏହାକୁ ବନ୍ଦ କରିଦେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର (ଏପ୍ରିଲ୍ ୩୦) ଏଆର୍ ରହମାନ ପୁଣେର ରାଜ ବାହାଦୂର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ କରିଥିଲେ। ଏଆର୍ ରହମାନଙ୍କ ଏହି ଶୋ’ରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ | ରହମାନ ତାଙ୍କର ଯାଦୁକରୀ କଣ୍ଠରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିଲେ । କିନ୍ତୁ ପରେ ପୁଣେ ପୋଲିସ ସେଠାରେ ପହଞ୍ଚି ରହମାନଙ୍କ ଶୋ’ ବନ୍ଦ କରିଦେଇଥିଲା । ଏହି ଶୋ’କୁ କେବଳ ରାତି ୧୦ଟା ଯାଏଁ ଅନୁମତି ମିଳିଥିଲା । ତେବେ ଶୋ’ ଧାର୍ଯ୍ୟ ସମୟସୀମା ଠାରୁ ଅଧିକ ସମୟ ଧରି ଚାଲିଥିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଏହି ଘଟଣା ନେଇ ପୁଣେ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଏଆର୍ ରହମାନ ତାଙ୍କର ଶେଷ ଗୀତ ଗାଉଥିଲେ । ତେବେ ସେ ଜାଣି ନଥିଲେ ଯେ ରାତି ୧୦ଟା ଉପରେ ହେଲାଣି | ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ଦାୟିତ୍ବରେ ଥିବା ଆମ ପୋଲିସ୍ ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରହମାନଙ୍କୁ ସମୟସୀମା ସମ୍ପର୍କରେ ଜଣାଇଥିଲେ । ଏହା ପରେ ରହମାନ ଗୀତ ବନ୍ଦ କରିଥିଲେ।

ଆଜି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ। ଶପଥ ନେବା ପୂର୍ବରୁ ରାଜଘାଟରେ ପହଞ୍ଚି ପୁଷ୍ପମାଲ୍ୟ ଦେଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣା ଦ୍ରୌପଦୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏହାପରେ ପରେ ତାଙ୍କୁ ୨୧ ତୋପ ସଲାମୀ ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ସ୍ବତନ୍ତ୍ର ପଟୁଆରରେ ସଂସଦ ନିକଟକୁ ଅଣାଯିବ। ପରେ ପରେ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଶପଥପାଠ ଉତ୍ସବ ଆରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ କୂଟନୈତିକ ମିଶନ ମୁଖ୍ୟମାନେ ଉପସ୍ଥିତ ରହିବେ। ସମ୍ବୋଧନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ ଏବଂ ତାଙ୍କୁ ଫୋର୍‌ କୋର୍ଟରେ ପୁଣିଥରେ ଗାର୍ଡ ଅଫ୍‌ ଅନର ଦିଆଯିବ। ଏଥÒସହିତ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଶେଷ ସମ୍ମାନ ପ୍ରଦାନ କରାଯିବ। ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ପାଖାପାଖି ୩୦ ଟି ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ଯାଏ ସାଉଥ ବ୍ଲକ, ନର୍ଥ ବ୍ଲକ, ରେଳ ଭବନ, କୃଷି ଭବନ, ଶାସ୍ତ୍ରୀ ଭବନ, ସଞ୍ଚାର ଭବନ, ପିଟିଆଇ ବିଲଡିଂ, ସେନା ଭବନ, ବାୟୁ ଭବନ, ଉଦ୍ୟୋଗ ଭବନ, ନିର୍ମାଣ ଭବନ ସକାଳ ୬ଟାରୁ ୨ଟା ଯାଏ ବନ୍ଦ ରହିବ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।