bike accident - The Sakala

ସ୍କୁଟି ବାଇକ୍ ମୁହାଁମୁହିଁ ଧକା: ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର
ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।ଜମିରେ ଧାନ କାଟୁ ଥିବା ଚାଷୀ ଆଉ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍ଥାନୀୟ କଇଥାପାଳ ଗ୍ରାମର ଖଗେଶ୍ୱର(୫୮) ନାୟକ ଆଉ ରମେଶ ନାୟକ(୫୮) ବଜାଜ ସିଟି ୧୦୦ (OR02 AE ୮୨୫୮୦) ଯୋଗେ ସିହୋପଡା ପଟରୁ ଘରକୁ ଫେରୁଥିବା ବେଳେ ଅପର ପଟୁ ଅର୍ଥାତ୍ ବରିପଡା ଆଡୁ ଓଳାଭର ଯାଉଥିବା ସୁଶାନ୍ତ ବିନ୍ଧାଣୀ(୪୮) ସ୍କୁଟି (OD 29 K ୬୦୪୦) କୁ ମୁହାଁ ମୁହିଁ ଚାଷଜମି ପାଖରେ ଥିବା ଏକ ବୁଲାଣିରେ ଧକ୍କା ଦେଇଥିଲା। ଫଳରେ ଧକ୍କା ଏତେ ଜୋରରେ ହୋଇ ଥିଲା ଯେ ସ୍କୁଟି ଆରୋହୀ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଛନ୍ତି।

ବାଇକ୍ ଆରୋହୀ ଜଣଙ୍କ ପଛ ପଟମୁଣ୍ଡ ପିଟି ହେବା ସହ ଆଉ ଜଣଙ୍କର ମୁହଁରେ ଗଭୀର ଆଘାତ ଲାଗିଥିଲା। ପ୍ରବଳ ବେଗରେ ରକ୍ତସ୍ରାବ ହୋଇ ଥିବା ବେଳେ ରାସ୍ତାଟି ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ କିନ୍ତୁ ବାଇକ୍ ଆରୋହୀ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି । ତେବେ ସ୍କୁଟି ଆରୋହୀ ଗୁରୁତର ହେବା ସହିତ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ମଧ୍ୟ ମେଡିକାଲ ନିଆ ଯାଇଛି ।ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ୍ କରି ଥାନାକୁ ନେଇଥିବାର ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଚାରିମାସ ତଳେ ମଧ୍ୟ ଏହି ରାସ୍ତାରେ ଦୁଇ ଯୁବକ ଗାଡି ଧକ୍କାରେ ପ୍ରାଣ ହରାଇଥିବା ବେଳେ ଗତବର୍ଷ ବି ଏହି ରାସ୍ତାର ପେଗରପଡା ଠାରେ ମଧ୍ୟ ବେପରୁଆ ଗାଡି ଚାଳନା ଯୋଗୁଁ ଦୁଇଜଣଙ୍କ ଜୀବନ ଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୃତ ଦୁଇ ଜଣ ହେଲମେଟ ପିନ୍ଧିଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟି ନଥାନ୍ତା ବୋଲି ଆଲୋଚନା ହେଉଛି । ତେବେ ରାଜକନିକା ପୁଲିସ ଦୁଇ ମୃତ ଦେହକୁ ପଞ୍ଚନାମା ନିମନ୍ତେ ଆଳିକୁ ପଠାଇ ଥିବାର ଜଣା ପଡ଼ିଛି । ଦୁଇ ଜଣଙ୍କର ମୃତ୍ୟୁ ପରେ କୈଥାପାଳରେ ଶୋକର ଛାୟା ଖେଳି ଯାଇଛି।

ଭାରସାମ୍ୟ ହରାଇ ଗଛରେ ପଟିହେଲା ବାଇକ: ଜଣେ ମୃତ, ୨ ଗୁରୁତର
କେନ୍ଦୁଝର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଇକରେ ଥିବା ଦୁଇ ସାଥି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ବାଉରୀପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ଲମ୍ବୋଧର ମହାନ୍ତଙ୍କ ପୁଅ ଜ୍ୟୋତିଷ କୁମାର ମହାନ୍ତ(ନାଣ୍ଡୁ)। ଆହତ ମାନେ ବନମାଳିପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ସଚିନ ମହାନ୍ତ।

ସୂଚନା ଅନୁଯାୟୀ, ମୃତକ ଏବଂ ଦୁଇ ଆହତ ବାଉରୀପଦା ଗ୍ରାମରୁ ଗୋଟିଏ ବାଇକରେ ମନୋହରପୁର ରାସ୍ତା ଦେଇ ନିଜ ଗ୍ରାମ ବନମାଳୀପୁରକୁ ଯାଉଥିଲେ। ବାଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛରେ ପିଟି ହୋଇଥିଲା। ଫଳରେ ତିନିଜଣ ତଳେ ପଡି ଯାଇଥିଲା। ବାଇକ୍ ଚଲାଉଥିବା ଜ୍ୟୋତିଷଙ୍କ ଛାତିରେ ଆଘାତ ଲାଗିଥିଲା। ଅନ୍ୟ ଦୁଇ ସାଥୀ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ। ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ନାଣ୍ଡୁଙ୍କୁ ମୃତ ଘୋଷଣା କରିଛନ୍ତି।

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଆରଇସି-୧୬ ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡାର ଦମୁ ଖେମୁଣ୍ଡୁ। ଗୁରୁତର ଆହତ ହୋଇଥିବା ୨ଜଣ ହେଲେ ପର୍ଶୁରାମ ଖରା ଓ ତାରଲକୋଟା ଗ୍ରାମର କୁଶ ଖିଲ।

ସୂଚନା ଅନୁଯାୟୀ, ସାଧୁରାମ ଓ ପର୍ଶୁରାମ ମାଲକାନଗିରିରୁ ଏକ ସାଇକେଲ କିଣିବା ପରେ ଏହାକୁ ଏକ ବାଇକ୍‌ରେ ଧରି ଘରକୁ ଫେରୁଥିଲେ। ଏହି ସମୟରେ ବୀପରିତ ପଟୁ ବାଇକ୍‌ରେ ଆସୁଥିବା ତାରଲାକତା ଅଞ୍ଚଳର ଦୁଇଜଣଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।