Aparajita Mohanty - The Sakala
ଆଜିଠାରୁ 'ଆଓ ନେକ୍ସଟ୍'ରେ ଷ୍ଟ୍ରିମିଂ ହେଉଛି ବ୍ଲକବଷ୍ଟର ଓଡ଼ିଆ ହରର ଫିଲ୍ମ 'ବୋଉ ବୁଟୁ ଭୂତ'
ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ବର୍ଷ ବଡ଼ ପରଦାରେ ଧମାଲ ମଚାଇଥିବା ବ୍ଲକବଷ୍ଟର ହରର-କମେଡି ଚଳଚ୍ଚିତ୍ର 'ବୋଉ ବୁଟୁ ଭୂତ' (Bou Buttu Bhuta) ଆଜିଠାରୁ ଓଟିଟି (OTT) ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଦର୍ଶକମାନେ ଏହି ସୁପରହିଟ୍ ସିନେମାଟିକୁ ଏକମାତ୍ର ଓଡ଼ିଆ ଓଟିଟି ପ୍ଲାଟଫର୍ମ 'ଆଓ ନେକ୍ସଟ୍' (AAO NXT) ରେ ଏକ୍ସକ୍ଲୁସିଭ୍‌ ଭାବେ ଦେଖିପାରିବେ।
ଗତ ରଜ ଉତ୍ସବ ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତାର ନୂଆ ରେକର୍ଡ ସୃଷ୍ଟି କରିଥିଲା। ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି, ବର୍ଷୀୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହରର ଏବଂ କମେଡିର ଏକ ନିଆରା ମିଶ୍ରଣ ହୋଇଥିବାରୁ ଏହା ସବୁ ବର୍ଗର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।
ସିନେମାଟିର କାହାଣୀ ମୁଖ୍ୟତଃ ମା', ପୁଅ ଏବଂ ଏକ ଭୂତର କାରନାମା ଉପରେ ଆଧାରିତ। ଯଦି ଆପଣ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରଟିକୁ ଦେଖିପାରି ନଥିଲେ କିମ୍ବା ପୁଣିଥରେ ଏହାର ମଜା ନେବାକୁ ଚାହୁଁଛନ୍ତି, ତେବେ ଆଜି ହିଁ 'ଆଓ ନେକ୍ସଟ୍' ଆପ୍ ଡାଉନଲୋଡ୍ କରି ଏହି ବ୍ଲକବଷ୍ଟର ସିନେମାକୁ ଉପଭୋଗ କରନ୍ତୁ।
ଭୁବନେଶ୍ୱର: ଚଳିତବର୍ଷ ରଜରେ ପରଦାକୁ ଆସିବ ୨ଟି ନୂଆ ଓଡ଼ିଆ ସିନେମା। ବାବୁସାନ୍‌ଙ୍କ ‘ବୋଉ ବୁଟୁ ଭୂତ’ ଏବଂ ସବ୍ୟସାଚୀଙ୍କ ‘ଅନନ୍ତା’। ଏହାସହିତ ରଜର ଅବ୍ୟବହିତ ପୂର୍ବରୁ ଗତ ୬ ତାରିଖରେ ମୁକ୍ତିଲାଭ କରିଛି ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ଆଉ ଏକ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍‌’। ରଜ ଉପଲକ୍ଷେ ଏହି ୩ଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ବୋଉ ବୁଟୁ ଭୂତ’ ଏବଂ ‘ଅନନ୍ତା’ ଆସନ୍ତା ୧୨ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାଗୁଡ଼ିକର ଟ୍ରେଲର୍‌ ଓ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି।
ସାଧାରଣତଃ ଆଗରୁ ରଜ, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ପ୍ରତିଯୋଗିତା ଭାବେ ସିନେମା ରିଲିଜ୍‌ ହେଉଥିବାବେଳେ ଚଳିତବର୍ଷ ରଜରେ ମାତ୍ର ୨ଟି ସିନେମା ପରଦାକୁ ଆସିବ। କରୋନା ମହାମାରୀ ପରଠୁ ଯଦିଓ ଓଡ଼ିଆ ସିନେମାଠାରୁ ଦର୍ଶକ ମୁହଁ ଫେରାଇ ନେବା ଭଳି ପ୍ରତୀୟମାନ ହେଉଛି, ତଥାପି ମୌଳିକ କାହାଣୀକୁ ନେଇ ନିର୍ମିତ କେତୋଟି ଓଡ଼ିଆ ସନେମା ପରଦାକୁ ଆସିବା ପରେ ଦର୍ଶକ ହଲ୍‌ମୁହାଁ ହେଉଥିବା ବି ଦେଖିବାକୁ ମିଳିଛି। ରଜରେ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ରାଣ୍ଡିପୁଅ ଅନନ୍ତା’ର କାହାଣୀକୁ ନେଇ ନିର୍ମିତ ‘ଅନନ୍ତା’ ଶେଷରେ ଦର୍ଶକଙ୍କ ନିଟକରେ ପହଞ୍ଚିବାକୁ ଯାଉଛି। ସିନେମାର ନାଁକୁ ନେଇ ଅନେକ ବିବାଦ ପରେ ନାଁ ବଳାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ସୂର୍ଯ୍ୟମୟୀ ରହିଛନ୍ତି। ସୁଶାନ୍ତ କୁମାର ମହାପାତ୍ର ଓ ଶ୍ୱେତପଦ୍ମା ମହାନାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର।
ସେହିପରି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ତୃପ୍ତୀ ମହାନ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ରେ ବାବୁଶାନ୍‌ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ସେହିପରି ଅପରାଜିତା ଏବଂ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
ସେହିପରି ରେଞ୍ଜ ରୟାଲ୍‌ ଲାବ୍‌ ବ୍ୟାନର୍‌ରେ ଏବଂ ଜୀ ସାର୍ଥକ ସହଯୋଗରେ ପ୍ରସ୍ତୁତ ‘ଫାଷ୍ଟ ଲଭ୍‌’ ଚଳିତ ମାସ ୬ ତାରିଖରେ ମୁକ୍ତିଲାଭ କରିଥିବାବେଳେ ରଜରେ ମଧ୍ୟ ସିନେମାଟି ଦର୍ଶକଙ୍କୁ ହଲମୁହାଁ କରାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି। ଏଥିରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ସମେତ ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।
କାନ୍ଦିଲେ ଅପରାଜିତା, କହିଲେ- ଅବାଟକୁ ଚାଲିଯାଇଛି ବାବୁସାନ
ଭୁବନେଶ୍ବର : ଗତକାଲିର ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା। ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।
ଗଣମାଧ୍ୟମକୁ ଗତକାଲି ଘଟଣା ବିଷୟରେ ନିଜ ପ୍ରତିକ୍ରିୟା ନେଇ ଅପରାଜିତା ମହାନ୍ତି କହିଛନ୍ତି ‘ବାବୁସାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କଥା କଥାରେ ରାଗି ଯାଏ ବୋଲି ଅପରାଜିତା କହିଛନ୍ତି।
ଏଥି ସହିତ ବାବୁସାନ ଆଗରୁ ମଦ୍ୟପାନ କରୁଥିଲା କିନ୍ତୁ ତାହା ଅଧିକ ପରିମାଣର ନଥିଲା। କୋଭିଡ୍ ସମୟରେ କିଛି ଖରାପ ସଙ୍ଗତରେ ସେ ପଡ଼ିଗଲା। ଯାହା ପରଠୁ ଘରକୁ ସମୟ ନଦେବା । ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲା। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ସେଥିପାଇଁ ତା’ର ସର୍ବନାଶ ହୋଇଛି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ବାବୁସାନର ଚରିତ୍ର ବଦଳି ଗଲା। ସେ ଡିପ୍ରେସନରେ ରହିଲା। ଘରକୁ ନଫେରି କୁଆଡେ ରହିଲା। ବାପା-ମା, ସ୍ତ୍ରୀ-ଛୁଆଙ୍କ ପ୍ରତି ତାର ଥିବା ଭଲ ପାଇବା କମିବାରେ ଲାଗିଲା ବୋଲି ଅପରାଜିତା କହିଛନ୍ତି।
ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ ବୋଲି ଅପରାଜିତା କହିଛନ୍ତି। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।
ଅନ୍ୟପଟେ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପରସ୍ପରର ଭଲ ବନ୍ଧୁ ବୋଲି କହୁଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ବନ୍ଧୁର ସଂଜ୍ଞା କହିଛନ୍ତି ଅପରାଜିତ ମହାନ୍ତି। ସେ କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।
ସେପଟେ ଖାରବେଳନଗର ଥାନାରେ ଦାଏର ହୋଇଥିବା ୨ଟି ମାମଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରଥମେ ସାତଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ । ଆଉ ବାକି ବାବୁଶାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଚେନ୍ନାଇରୁ ଫେରିବା ପରେ ଉଭୟ ଆସି ଥାନାରେ ନିଜ ନିଜ ପକ୍ଷ ରଖିବାକୁ ପୁଲିସ ପକ୍ଷରୁ କୁହାଯାଇଛି ।