teachers appointed - The Sakala

ଅଗଷ୍ଟରେ ୭ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ଖୁବ୍‌ ଶିଘ୍ର ପ୍ରକାଶ ପାଇବ ଆଉ ୪ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର : ସାରା ରାଜ୍ୟରେ ‘୫-ଟି’ ଆଧାରରେ ଜାରି ରହିଛି ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ସହ ଖାଲିଥିବା ଶିକ୍ଷକ ପଦ ପୂରଣକୁ ସରକାର ପ୍ରାଥମିକତା ଦେଇଛନ୍ତି। ଅନୁକୂଳ ଶୈକ୍ଷିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ଚଳିତ ବର୍ଷ ୨ ଲକ୍ଷରୁ ଅଧିକ ପିଲା ବିଭିନ୍ନ ଛୋଟ ବଡ଼ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଛାଡ଼ି ସରକାରୀ ସ୍କୁଲ ମୁହାଁ ହୋଇଛନ୍ତି। ଏନେଇ ଖୋଦ୍‍ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶନିବାର ବିଧାନସଭାରେ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷକ ଅଭାବ ପୂରଣ କରିବା ପାଇଁ ସରକାର ଯତ୍ନବାନ ଅଛନ୍ତି। ଆସନ୍ତା ଅଗଷ୍ଟ ମାସରେ ଖାଲି ଥିବା ୧୧,୪୦୩ ପଦ ଗୁଡ଼ିକ ମଧ୍ୟରୁ ପ୍ରାୟ ୭୦୦୦ ପଦ ପୂରଣ ହେବାକୁ ଯାଉଛି। ଏହି ନିଯୁକ୍ତି ପ୍ରକ୍ରିୟା ପରେ ଅବଶିଷ୍ଟ ପଦ ଗୁଡ଼ିକ ପାଇଁ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଧାର୍ଯ୍ୟ ସମୟ ମୁତାବକ ସମସ୍ତ ପଦ ତୁରନ୍ତ ପୂରଣ କରାଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

୨୦୨୧-୨୨ରେ ୬୧୩୧ ଜଣ କଳା ଓ ବିଜ୍ଞାନ ବିଭାଗର ଟ୍ରେଣ୍ଡ ଗ୍ରାଜୁଏଟ୍‍ ଶିକ୍ଷକ(ଟିଜିଟି) ସହିତ ସଂସ୍କୃତ, ହିନ୍ଦୀ, ଖେଳ ଓ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଆଯାଇଥିବା ତ୍ୱରିତ ପଦକ୍ଷେପ ଦ୍ୱାରା ମାଧ୍ୟମିତ ବିଦ୍ୟାଳୟରେ ୩୪୬୨ ଅତିରିକ୍ତ ଶିକ୍ଷକ ପଦ ମଞ୍ଜୁର କରାଯାଇଛି। ଏହାକୁ ମିଶାଇ ମୋଟ ୧୧୪୦୩ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ସ୍କୁଲ ଗୁଡ଼ିକରେ ପ୍ରଧାନ ଶିକ୍ଷକ ପଦ ଖାଲି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ୧୧୫୦ ପ୍ରଧାନ ଶିକ୍ଷକ ପଦବୀ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ ବୋଲି ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ସିବିଏସଇ ଢାଞ୍ଚାରେ ପଢୁଥିବା ପିଲାମାନେ ମଧ୍ୟ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଛନ୍ତି। ଆଦର୍ଶ ବିଦ୍ୟାଳୟର ୧୦୨୫ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଏହା ଆଦର୍ଶ ବିଦ୍ୟାଳୟ ସ୍କୁଲ ଏକ ଉଲ୍ଲେଖନୀୟ ସଫଳତା ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। କରୋନା କାରଣରୁ ବହୁ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ଶ୍ରେଣୀ ଗୁଡ଼ିକୁ ଉତ୍ତୀର୍ଣ୍ଣ କରାଯାଇଥିଲା। ଏହି ସମୟରେ ମହାମାରୀ ପରିସ୍ଥିତି କାରଣରୁ ପାଠ ପଢାଇବା ସମ୍ଭବ ହୋଇନାହିଁ। ତେଣୁ ୧୨,୫୦୦ ବିଶେଷ ରିସୋର୍ସ ପର୍ସନଙ୍କ ଦ୍ୱାରା ୨,୫୦,୦୦୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିକ୍ଷକ/ଶିକ୍ଷୟିତ୍ରୀ ପିଲାମାନଙ୍କୁ ବ୍ରିଜ କୋର୍ସ ମାଧ୍ୟମରେ ପିଲାମାନଙ୍କର ପଢା କ୍ଷତିକୁ ଭରଣ କରିବେ ବୋଲି ଜଣାପଡିଛି। ଖର୍ଚ୍ଚଦାବି ଆଲୋଚନା ବେଳେ ରାଜ୍ୟ ସରକାର ୨୦ରୁ କମ୍‍ ଶିକ୍ଷକ ଥିବା ସ୍କୁଲ ଗୁଡ଼ିକର ପାଖ ସ୍କୁଲର ସମ୍ମିଶ୍ରଣକୁ ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ, ରାଜ୍ୟ ସରକାର ମନଇଚ୍ଛା ସମ୍ମିଶ୍ରଣ କରିନାହାନ୍ତି। ଏହି ସମ୍ମିଶ୍ରଣ ପାଇଁ ନିତି ଆୟୋଗ ଦ୍ୱାରା ସୁପାରିଶ କରାଯାଇଛି। ଯାହା ଆଧାରରେ ଏପରି କରାଯାଉଛି। ତେଣୁ ବିରୋଧିଙ୍କ ଯୁକ୍ତି ଆଧାରହୀନ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଦୃଢୋକ୍ତି ପ୍ରକାଶ କରିଥିଲେ।

ସେହିପରି ଦିନେ ଦାରିଦ୍ର୍ୟ ପାଇଁ ଗଣମାଧ୍ୟମର ଆକର୍ଷଣ ହୋଇଥିବା ନଗଡ଼ାରୁ ବିଦ୍ୟାର୍ଥୀମାନେ ସଫଳଭାବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲା କୋଟିଆରେ ଥିବା ଆଦର୍ଶ ବିଦ୍ୟାଳୟରୁ ୫୯ ଜଣ ବିଦ୍ୟାଳୟରେ ନାଁ ଲେଖାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ମୋସ୍କୁଲ ଯୋଜନାରେ ୬୪୫୯୦.୪୬ ଲକ୍ଷ ଟଙ୍କା ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ କରାଯାଇଛି। ବିଜ୍ଞାନ ଓ ଗଣିତ ଶିକ୍ଷାକୁ ଲୋକପ୍ରିୟ କରିବା ପାଇଁ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ପ୍ରତିଯୋଗିତା କରାଯାଉଛି। ଏହି ଯୋଜନା ପାଇଁ ୬୭ ଲକ୍ଷ ୮୫ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ସମଗ୍ର ଶିକ୍ଷା ବାବଦରେ ଚଳିତ ବର୍ଷ ୩୫୪୫ କୋଟି ୨୫ ଲକ୍ଷ ୧୧ ହଜାର ଟଙ୍କା, ପିଏମ୍‍ ପୋଷଣ ବାବଦରେ ୮୫୧ କୋଟି ୧୩ ଲକ୍ଷ ୫୯ ହଜାର ଟଙ୍କାର ବ୍ୟୟବରାଦ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ସାମଗ୍ରିକ ଭାବେ ୨୦୬୩୫,୯୭,୯୬,୦୦୦ ଟଙ୍କା ଚଳିତ ବର୍ଷ ବ୍ୟୟବରାଦ କରାଯାଇଛି।