Babushaan - The Sakala

ବାବୁସାନ୍‌ ତାଙ୍କ ପରିବାର ପାଖକୁ ଫେରି,ସୁଖର ସଂସାର ଗଢ଼ନ୍ତୁ : ମନ୍ମଥ ମିଶ୍ର
ଭୁବନେଶ୍ବର : ଏବେ ବାଟରେ ପଡ଼ି ହାଟରେ ଗଡୁଛି ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ କଳହ। ଷ୍ଟାର କଳିର ଗତ ୩ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି। ଘଟଣା ସହ ସମ୍ପୃକ୍ତିଥିବା ସସମ୍ତଙ୍କୁ ପୁଲିସ ପଚରାଉଚୁରା କରିଥିବା ବେଳେ କେବଳ ବାବୁସାନ ଓଡ଼ିଶା ଫେରିନଥିବା କାରଣରୁ ତାଙ୍କୁ ପୁଲିସ ପଚରାଉଚୁରା କରିପାରିନାହିଁ। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ ଏବେ କେଉଁଠି ଅଛନ୍ତି ତାହା ବାବୁସାନଙ୍କ ପରିବାର କିମ୍ବା ତାଙ୍କ ସହ ଯାଇଥିବା ପିଲ୍ମ ପୟୋଜକ ଟିମ୍‌ ମଧ୍ୟ ଜାଣିନଥିବା କହିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାବୁସାନ ଏବେ କେଉଁଠି ଅଛନ୍ତି ଏବଂ କେବେ ଓଡ଼ିଶା ଫେରିବେ ତାହା ଏବେ ପ୍ରଶ୍ନ ଘେରରେ ରହିଛି।

ଅନ୍ୟପଟେ ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି। ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

ସେପଟେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି। ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି। ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି। ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ। ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ। ସେ ଆହୁରି କହିଛନ୍ତି, ମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି। ସେ ମାନସିକ ସ୍ତରରେ ଶାନ୍ତିରେ ଅଛି।ପ୍ରକୃତି ଚେନ୍ନାଇରେ ଥିବା ବେଳେ ଗତକାଲି ତାଙ୍କ ବାପାମା’ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ପ୍ରକୃତିଙ୍କୁ ନେଇ ଆଜି ସକାଳେ ଭୁବନେଶ୍ୱର ଫେରିଥିଲେ। ତେବେ ବାବୁଶାନ କୁଆଡ଼େ ଗଲେ, ସେ ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନାହିଁ।‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଫିଲ୍ମର ଟିମ୍‌ ଆଜି ଭୁବନେଶ୍ୱର ଫେରି ଆସିଛି। ବାବୁଶାନ ହୋଟେଲରୁ ଚେକ୍‌ଆଉଟ୍‌ କରି କେଉଁଆଡ଼େ ଚାଲି ଯାଇଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନ ଥିବା ଜଣାଯାଇଛି।

ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରେ ଥିଲେ। ଯେଉଁ ହୋଟେଲ୍‌ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍‌ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।

କାନ୍ଦିଲେ ଅପରାଜିତା, କହିଲେ- ଅବାଟକୁ ଚାଲିଯାଇଛି ବାବୁସାନ
ଭୁବନେଶ୍ବର : ଗତକାଲିର ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା। ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।

ଗଣମାଧ୍ୟମକୁ ଗତକାଲି ଘଟଣା ବିଷୟରେ ନିଜ ପ୍ରତିକ୍ରିୟା ନେଇ ଅପରାଜିତା ମହାନ୍ତି କହିଛନ୍ତି ‘ବାବୁସାନ ଗୋଟିଏ ବହୁତ ଭଲ ଛୁଆ। ବହୁତ ସ୍ନେହୀ। ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେଁ। ତା’ର ମୋ ସହିତ ସବୁବେଳେ କଳି,ଝଗଡ଼ା, ଗେଲ, ଆଦର ଚାଲିଥାଏ। ତା’ ବାପା,ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ତା’ର ବହୁତ ସ୍ୱପ୍ନ ଅଛି। ତା’ କାମ ଭିତରେ ସେ ବୁଡ଼ି ରହେ। ସେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। କିନ୍ତୁ ଏ ଦେଢ଼/ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା, କ’ଣ ତା’ ସାଙ୍ଗରେ ହେଲା- ମୁଁ କିଛି ବି ଜାଣିପାରିଲିନି। ତା’ କ୍ୟାରେକ୍ଟର ପୂରା ବଦଳିଗଲା। ତା’ କଥାବାର୍ତ୍ତା ଶୈଳୀ ବଦଳିଗଲା। ବୁଝେଇଲେ ବି ବୁଝେନି। କେତେବେଳେ ଘରକୁ ଆସେ କେତେବେଳେ ଆସେନି। କଥା କଥାରେ ରାଗି ଯାଏ ବୋଲି ଅପରାଜିତା କହିଛନ୍ତି।

ଏଥି ସହିତ ବାବୁସାନ ଆଗରୁ ମଦ୍ୟପାନ କରୁଥିଲା କିନ୍ତୁ ତାହା ଅଧିକ ପରିମାଣର ନଥିଲା। କୋଭିଡ୍ ସମୟରେ କିଛି ଖରାପ ସଙ୍ଗତରେ ସେ ପଡ଼ିଗଲା। ଯାହା ପରଠୁ ଘରକୁ ସମୟ ନଦେବା । ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲା। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ସେଥିପାଇଁ ତା’ର ସର୍ବନାଶ ହୋଇଛି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତାକୁ ପସନ୍ଦ ହେଲାନି। ବାବୁସାନର ଚରିତ୍ର ବଦଳି ଗଲା। ସେ ଡିପ୍ରେସନରେ ରହିଲା। ଘରକୁ ନଫେରି କୁଆଡେ ରହିଲା। ବାପା-ମା, ସ୍ତ୍ରୀ-ଛୁଆଙ୍କ ପ୍ରତି ତାର ଥିବା ଭଲ ପାଇବା କମିବାରେ ଲାଗିଲା ବୋଲି ଅପରାଜିତା କହିଛନ୍ତି।

ଗଣମାଧ୍ୟମ ଜରିଆରେ ସାରା ଓଡ଼ିଶାବାସୀଙ୍କୁ ମୁଁ ପ୍ରାର୍ଥନା କରୁଛି, ଆପଣମାନେ ଆଶୀର୍ବାଦ କରନ୍ତୁ ଯେମିତି ସେ ତା’ ବାପାମା’,ସ୍ତ୍ରୀ ଓ ପିଲା ପାଖକୁ ଫେରି ଆସିବ ବୋଲି ଅପରାଜିତା କହିଛନ୍ତି। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।

ଅନ୍ୟପଟେ ଉଭୟ ବାବୁସାନ ଓ ପ୍ରକୃତି ମିଶ୍ର ପରସ୍ପରର ଭଲ ବନ୍ଧୁ ବୋଲି କହୁଥିବା ବେଳେ ଆଜି ଗଣମାଧ୍ୟମ ସମ୍ମୁଖରେ ବନ୍ଧୁର ସଂଜ୍ଞା କହିଛନ୍ତି ଅପରାଜିତ ମହାନ୍ତି। ସେ କହିଛନ୍ତି, ସିଏ ହେଉଛି ପ୍ରକୃତ ବନ୍ଧୁ, ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଜିନିଷରେ ସାହାଯ୍ୟ କରେ। କେବେ ବି କ୍ଷତି ହେବାକୁ ଦିଏନା। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେବ, ତା’ହେଲେ ସେ କ’ଣ ପ୍ରକୃତ ବନ୍ଧୁ? ସେ କେବେ ବି ପ୍ରକୃତ ବନ୍ଧୁ ନୁହେଁ।

ସେପଟେ ଖାରବେଳନଗର ଥାନାରେ ଦାଏର ହୋଇଥିବା ୨ଟି ମାମଲାକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରଥମେ ସାତଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ । ଆଉ ବାକି ବାବୁଶାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ୍‌ ଜାରି କରିଛି । ଚେନ୍ନାଇରୁ ଫେରିବା ପରେ ଉଭୟ ଆସି ଥାନାରେ ନିଜ ନିଜ ପକ୍ଷ ରଖିବାକୁ ପୁଲିସ ପକ୍ଷରୁ କୁହାଯାଇଛି ।

ବିବାଦ ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ-‘ମୁଁ ଜାଣିନି ମୋ ଘରେ ଏତେ ଅସୁବିଧା ଚାଲିଛି’
ଭୁବନେଶ୍ବର : ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ନିଜ ସଫେଇ ରଖିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି। ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ।ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ ଏକ ଭିଡିଓ ବାର୍ତ୍ତାରେ ଏହା ଜଣାଇଛନ୍ତି।

ଗତକାଲି ମଧ୍ୟ ରାତ୍ରରେ ପ୍ରାୟ ୫୦ ସେକେଣ୍ଡର ଭିଡିଓ ବାର୍ତ୍ତାରେ ବାବୁସାନ ମହାନ୍ତି କହିଛନ୍ତି ଯେ ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନ୍‌ଭାଇଟେଡ୍‌ ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ।

ଅନ୍ୟପଟେ ଗତକାଲିର ଘଟଣାକୁ ନେଇ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରତ୍ୟେକ କାହାଣୀ ର ଦୁଇଟି ପାଶ୍ୱର୍ ଥାଏ । ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ । ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖିଥିଲେ ପ୍ରକୃତି ।

ସୂଚନାଯୋଗ୍ୟ ଶନିବାର ଭୁବନେଶ୍ଵର ରାଜରାସ୍ତାରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଅଟକାଇଥିଲେ। ସେଠାରେ ପ୍ରକୃତିଙ୍କୁ ତୃପ୍ତି ଟଣାଓଟରା ଓ ଗାଳିଗୁଲଜ କରିଥିଲେ। ପ୍ରକୃତି ତାଙ୍କ ପରିବାର ନଷ୍ଟ କରି ଦେଇଛନ୍ତି ବୋଲି ତୃପ୍ତି କହିଥିଲେ।ଏହି ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଛନ୍ତି। ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ଦ୍ୱାରା ତାଙ୍କ ଝିଅର ସମ୍ମାନହାନି ହୋଇଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।