Iconic Adarsha Vidyalaya - The Sakala

ଚଳିତ ବର୍ଷରୁ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ନାମଲେଖା; ନିଟ୍‍ ଓ ଜେଇଇ ପାଇଁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ
ଭୁବନେଶ୍ୱର: ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ୫ଶହ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ପ୍ରଥମ ବର୍ଷରେ ନାମ ଲେଖାଇବେ। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼଼ା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍‍ରେ ଭଲ ମାର୍କ(୯୦ ପ୍ରତିଶତରୁ ଅଧିକ) ରଖି ଉତ୍ତୀର୍ଣ୍ଣର୍ ହୋଇଥିବା ଛାତ୍ରଛାତ୍ରୀ ଏହି ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବେ।

ଅନ୍ଧାରୁଆ ଠାରେ ପ୍ରସ୍ତାବିତ ୨୫ ଏକର ଜାଗାରେ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଉ ଥିବାବେଳେ ଆଦର୍ଶ ବିଦ୍ୟାଳୟର ହବ୍‍ ଭାବେ ଏହା ବିବେଚିତ ହେବ। ମାତ୍ର ଅନ୍ଧାରୁଆରେ ବିଦ୍ୟାଳୟ ନିର୍ମାଣାଧୀନ ଥିବାରୁ ଏବର୍ଷ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ପାଠ ପଢ଼଼ିବେ। ଏନେଇ କୌସ୍ତୁଭ ଇଞ୍ଜିନିୟରିଂ କଲେଜ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଭଡ଼ା ସୁତ୍ରରେ ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନରେ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟ ଚାଲିବ। ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ +୨ ଅଧ୍ୟୟନ ସହିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେବେ। ଏଥି ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ବିଶେଷତଃ ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷିତ ୧୫ ପ୍ରତିଶତ ଡାକ୍ତରୀ ଓ ଇଞ୍ଜିନିୟରିଂ ସିଟ୍‍ରେ ପଢ଼଼ା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ନିଟ୍‍ ଓ ଜେଇଇରେ ଉତ୍ତମ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଚଳିତ ବର୍ଷ ବିଭିନ୍ନ ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀମାନେ ଏଠାରେ +୨ ଅଧ୍ୟୟନ କରିବେ। ଚଳିତ ବର୍ଷ ୧୦୨୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଶହ ପିଲାଙ୍କୁ ଆଇକନିକ୍‍ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଚୟନ କରାଯିବ। ତେବେ ଏଠାରେ ନାମଲେଖା ପାଇଁ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।