Babusan - The Sakala

ଆଜି ଷ୍ଟାର୍‍ କିରଣରେ ‘ବିଦ୍ୟାରାଣ’ର ପ୍ରିମିୟର
ଭୁବନେଶ୍ୱର: ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‍ କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକ୍‍ ବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଷ୍ଟାର୍‍ କିରଣରେ ବିଦ୍ୟାରାଣ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‍ ପ୍ରସାରିତ ହେବ। ଏହି ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଅଟେ। ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ ମହାବୀରର କାହାଣୀ। ଯିଏ କି ତାଙ୍କ ପିତାଙ୍କ ଦ୍ୱାରା ଅସ୍ୱୀକାର ହୋଇ ପଳାତକ ହିସାବରେ ବଢିଥିଲା। ପରିଶେଷରେ ସେ ଏକ ଝିଅ ମିଠିଙ୍କୁ ପ୍ରେମ କରନ୍ତି ଯିଏ ତାଙ୍କର ପ୍ରକୃତ ପରିଚୟ ବିଷୟରେ ଅବଗତ ନୁହଁନ୍ତି। ବିଦ୍ୟାରାଣର ଶକ୍ତିଶାଳୀ କାହାଣୀ ଏକାଧିକ ମୋଡ଼ ନେଇଛି। ଚଳଚ୍ଚିତ୍ରଟି ଏକ ଆକ୍ସନ୍‍ ଥ୍ରୀଲର ଅଟେ। ଯାହା ଦର୍ଶକଙ୍କୁ ସେମାନଙ୍କର ଟିଭି ପରଦାରେ ବାନ୍ଧି ରଖିବ। ସିଦ୍‍ର ଭୂମିକାରେ ସୁପରଷ୍ଟାର୍‍ ବାବୁସାନ ମହାନ୍ତି ଓ ମିଠି ଭୂମିକାରେ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି।

ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଭିଡ଼ିଓ କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍। ଭିଡ଼ିଓ କରି କ୍ଷମା ମାଗିଲେ  କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି ଅଭିନେତା ବାବୁସାନ। ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍। ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି।

ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି। ସେମାନଙ୍କ ନାମରେ ମକଦ୍ଦମା ହୋଇଛି। ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ଏକ ଭିଡିଓ ଜାରି କରି ଦୁଃଖ ଭରା କଣ୍ଠରେ ଏମିତି କହିଛନ୍ତି ବାବୁସାନ । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ ଘଟିଥିଲା ଘଟଣା।

ବାବସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିବା ସବ ସ୍ୱାମୀ ବାବୁସାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା। ଚେନ୍ନାଇରେ ରହି ମଧ୍ୟ ବାବୁସାନ କିଛି ଭିଡ଼ିଓ କରିଥିଲେ। ଯାହା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ଧରିଥିଲା । ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍।

ତୃପ୍ତି-ବାବୁସାନ-ପ୍ରକୃତିଙ୍କ ସମ୍ପର୍କ କନ୍ଦଳ: ଘରକୁ ଫେରିଲେ ବାବୁସାନ୍
ଭୁବନେଶ୍ବର: ବାବୁସାନ୍‍-ତୃପ୍ତି-ପ୍ରକୃତି କଳିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ଉଭୟ ପରିବାର ଏହି କଳିକୁ ନେଇ ପ୍ରଶ୍ନର କାଠଗଡ଼ାରେ ଠିଆ ହୋଇଥିବାବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ଭୁବନେଶ୍ୱର ଫେରି ଆସିଛନ୍ତି। ପ୍ରକୃତି ନିଜ ପରିବାର ସହ ଗତକାଲି ସକାଳେ ଓ ବାବୁସାନ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ  । ବର୍ତ୍ତମାନ ସେ ଘରେ ପହଞ୍ଚି ସାରିଛନ୍ତି।

ସୂଚନା ଅନୁଯାୟୀ, ପ୍ରକୃତି ଚେନ୍ନାଇରୁ ଫେରିଥିବା ନେଇ ପରିବାର ଲୋକେ ପୁଲିସକୁ ଅବଗତ କରିବା ପରେ ଖାରବେଳନଗର ଥାନା ଅଧିକାରୀ ଏବଂ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଗତକାଲି ଦିନ ୧୨ଟା ସମୟରେ ସତ୍ୟବିହାରସ୍ଥିତ ପ୍ରକୃତିଙ୍କୁ ଜେରା କରିଥିଲା। ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ମାମଲା ସମ୍ପର୍କରେ ପୁଲିସ ଅଧିକାରୀ ଦ୍ୱୟ ପଚରାଉଚରା କରିଥିଲେ। ପଚରାଉଚରା ସମୟରେ ତାଙ୍କ ସହ ବାପା ମନ୍ମଥ ମିଶ୍ର, ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ।

ରାସ୍ତାରେ କଣ ପାଇଁ ଝଗଡ଼ା ହେଲା, ବାବୁସାନ୍‍ଙ୍କ ସହ ଲିଭ୍‍ ଇନ୍‍ରେ ରହୁଥିଲେ କି? ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି କି? ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍‍ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ। ବାବୁସାନ୍‍ଙ୍କୁ ପ୍ରକୃତି ବ୍ରାଉନ୍‍ସୁଗର ଏବଂ ଗଞ୍ଜେଇ ଯୋଗାଇବା ଅଭିଯୋଗ କରିଥିଲେ ତୃପ୍ତି। ଏସମ୍ପର୍କରେ ମଧ୍ୟ ଥାନା ଅଧିକାରୀ ପ୍ରକୃତିଙ୍କୁ ପଚାରିଥିଲେ ମଧ୍ୟ ସେ ଏହାକୁ ମିଛ ବୋଲି କହିଥିଲେ।

ବଲିଉଡ୍‌ରେ ମୋ ଝିଅ ନିଜକୁ ପ୍ରତିଷ୍ଠିତ କରିଛି, ବାବୁ-ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା : ମନ୍ମଥ ମିଶ୍ର
ଭୁବନେଶ୍ବର : ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର କରି ବଲିଉଡକୁ ଯିବାକୁ ଚାହୁଁଥିଲା। ବାବୁ ଓଡ଼ିଶାରେ ବହୁତ କାମ କଲାଣି, ଏବେ ସେ ବଲିଉଡରେ କାମ କରିବାକୁ ଚାହୁଁଥିଲା। ଏଣୁ ତାକୁ ଏକ ମାଧ୍ୟମ ଦରକାର ଥିଲା। ଏଣୁ ସେ ପ୍ରକୃତିକୁ ଅସ୍ତ୍ର କରି ତାର ଆକାକ୍ଷାଂ ପୂରଣ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର। ସେ କହିଛନ୍ତି ମୋ ଝିଅ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି। ଏବେ ତା ପାଖକୁ ବଲିଉଡରୁ ବହୁ ଅଫର ଆସୁଛି। ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର ୨ ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ନାନା ପାଟେକରଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା କୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ। ଏବେ ପ୍ରକୃତିଙ୍କୁ ମୁମ୍ବାଇରୁ ଅନେକ ଆସୁଛି ଅଫର ବୋଲି ମଧ୍ୟ କହିଛନ୍ତି ମନ୍ମଥ ମିଶ୍ର।

ଆଜି ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ରକୃତିଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା କରିଥିଲା। ପ୍ରକୃତିକୁ ପୁଲିସ ପଚରାଉଚରା କରିବା ପରେ ମନ୍ମଥ ମିଶ୍ର ଏକ ବଡ ଖୁଲାସା କରି କହିଥିଲେ ଯେ ବାବୁସାନ ମୋ ଝିଅ ପ୍ରକୃତିକୁ ଅସ୍ତ୍ର ବଲିଉଡକୁ ଯିବାକୁ ଚାହୁଁଥିଲା। ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛି ପ୍ରକୃତି ମିଶ୍ର।ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25ପ୍ରତିଶତ ସରିଥିଲା ମାତ୍ର କରୋନା ପାଇଁ ବନ୍ଦ ହେଇଗଲା। ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବର ରେ ରିଲିଜ ହେବାର ଅଛି। ଏବେ ମୁମ୍ବାଇରୁ ଏବେ ଅନେକ ଅଫର ଆସୁଛି। ଗତ ୨୩ ତାରିଖ ଘଟଣା ପରେ ଆମେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ। ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆମେ ଚେନ୍ନାଇ ଯାଇଥିଲୁ। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।

ମନ୍ମଥ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚେନ୍ନାଇରେ ବାବୁସାନ ଏବଂ ପ୍ରକୃତି ହୋଟେଲରେ ଥିଲେ। ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି। ଘରକୁ ଫେରି ସ୍ତ୍ରୀ ଓ ପୁଅସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି। ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା। ବାବୁ ଚାହୁଁଥିଲା ପ୍ରକୃତି ତା ସହ ରହିବାକୁ କିନ୍ତୁ ଆମ ଝିଅ ଆମକୁ ବାଛିଥିଲା। ମୋ ଝିଅ ବଲିଉଡ ରେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ସେ ଓଡ଼ିଶାରେ ରହୁ ନଥିଲା ମଝିରେ ମଝିରେ ଆସୁଥିଲା। ପୁଣି ଫେରିଯିବ ସେ ମୁମ୍ବାଇ। ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣି ନଥିଲା ବୋଲି କହିଛନ୍ତି ବାପା ମନ୍ମଥ।

ବାବୁସାନ୍-ପ୍ରକୃତିଙ୍କୁ ପୁଲିସର ନୋଟିସ୍ : ତୁରନ୍ତ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ, ଗେଷ୍ଟ ହାଉସରେ ଜାରି ରହିଛି ତଦନ୍ତ
ଭୁବନେଶ୍ବର : ଗତକାଲି ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଡ୍ରାମା ଘଟଣାରେ ଆଜି ତଦନ୍ତକୁ ଜୋରଦାର କରିଛି ପୁଲିସ। ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍ କରିଛି ପୁଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ଫେରି ତୁରନ୍ତ ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୁଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।

କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା। ଏଣୁ ଗେଷ୍ଟହାଉସ କାହା ନାମରେ ବୁକ୍ ଥିଲା ? କେତେ ଦିନ ହେବ ବୁକ୍ ହୋଇଥିଲା ? କିଏ କିଏ ରହୁଥିଲେ ? ବାବୁସାନ୍ ଏବଂ ପ୍ରକୃତି ମିଶ୍ର କେବେ ଠାରୁ ରହୁଥିଲେ ? ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବ ବୋଲି ଜଣାପଡିଛି।

ଗତକାଲିର ଘଟଣା ଘଟିଥିବା ଘଟଣାସ୍ଥଳରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି । ଗତକାଲି ସକାଳେ କଣ ଘଟିଥିଲା ସେ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ଜଣଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ପୁଲିସ ତୃପ୍ତିଙ୍କ ମଉସା ଓ ମାଉସୀଙ୍କୁ ପଚରାଉଚରା କରିସାରିଛି ।ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ଅଭିଯୋଗ କ୍ରମେ ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି ।

ଗତକାଲି ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍‌ଇନ୍‌ରେ ରହୁଥିଲେ ।ଏନେଇ ୨୦୨୦ ସେପ୍ଟେମ୍ବର ୨୩ ଓ ୨୫ରେ ଉଭୟ ପରିବାରକୁ ନେଇ ୨ଥର ବୈଠକ ବସିଥିଲା । ମାତ୍ର ଝଗଡ଼ା ବଢ଼ିଥିଲା ସିନା କୌଣସି ସମାଧାନ ହୋଇନଥିଲା । ଉଭୟ ଦିନକୁ ଦିନ ଅଧିକ ନିକଟତର ହୋଇଥିଲେ । ଅନେକ ସମୟରେ ପ୍ରକୃତିଙ୍କ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ବାବୁସାନ୍ ରହୁଥିଲେ । ସେମାନେ ଗୋଆରେ ବୁଲୁଥିଲେ। ସେମାନଙ୍କୁ ୩ଥର ସେ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି । ତେବେ ଗତ କିଛି ମାସ ହେଲା ବାବୁସାନ୍ ଆଉ ତାଙ୍କ ପାଖକୁ ଘରକୁ ଆସୁନଥିଲେ ।

ଶାଶୁ ଅପରାଜିତାଙ୍କ ସହ ଖାରବେଳନଗର ଥାନାରେ ପହଞ୍ଚି ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଲେ ବାବୁସାନ୍‌ଙ୍କ ସ୍ତ୍ରୀ
ଭୁବନେଶ୍ବର : ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମସଗ୍ର ରାଜ୍ୟରେ ଆଜି ଓଲିଉଡର ସେଲିବ୍ରିଟିଙ୍କ ହାଇଡ୍ରାମା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା।

ଏହି ଘଟଣା ପରେ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।

ଏହାପରେ ସନ୍ଧ୍ୟାରେ ବୋହୂ ତୃପ୍ତିଙ୍କ ସହ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଏତଲା ଦେଇଛନ୍ତି ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି।ତେବେ ଖାରବେଳ ନଗର ଥାନା ଅଧିକାରୀ ଏହି କେସ୍‌ ବିଷୟରେ କହିଛନ୍ତି ଯେ ୨ଟି ମାମଲା ରୁଜୁ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ତୃପ୍ତିଙ୍କ ସହ ଅନ୍ୟମାନଙ୍କର ବୟାନ ରେକର୍ଡ ହୋଇଛି । ଖାରବେଳନଗର ଥାନା ପୋଲିସ ବର୍ତ୍ତମାନ ବୟାନ ରେକର୍ଡ ପରେ ତଦନ୍ତ ଚାଲିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।