Antarctic Bill in india - The Sakala

ଲୋକସଭାରେ ‘ଦ ଇଣ୍ଡିଆନ ଆଣ୍ଟାର୍କଟିକା’ ବିଲ୍‌ ପାରିତ
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗତକାଲି (ଶୁକ୍ରବାର) ଲୋକସଭାରେ ‘ଦ ଇଣ୍ଡିଆନ ଆଣ୍ଟାର୍କଟିକା ବିଲ୍‌, ୨୦୨୨’ ପାରିତ ହୋଇଛି। ବିଲ୍‌ ମାଧ୍ୟମରେ ଭାରତୀୟ ଉପାୟ ଅବଲମ୍ବନ କରି ଆଣ୍ଟାର୍କଟିକାର ପରିବେଶ ଏବଂ ଏହାର ପରିସଂସ୍ଥାର ସୁରକ୍ଷା କରାଯିବ। ଆଣ୍ଟାର୍କଟିକା ଅଞ୍ଚଳରେ ଭାରତ ଦ୍ୱାରା ସ୍ଥାପନ ହୋଇଥିବା ରିସର୍ଚ୍ଚ ଷ୍ଟେସନରେ ଦେଶର ଘରୋଇ ଆଇନ ଲାଗୁ ହେବାକୁ ଯାଉଛି।

ଗତକାଲି ଲୋକସଭାରେ ଏହି ବିଲ୍‌ ଗୃହୀତ ହୋଇଛି। ଭାରତ ସରକାରଙ୍କ ତରଫରୁ ସଂସଦରେ ଏହି ସ୍ୱତନ୍ତ୍ର ବିଲ ଆଗତ ହେବା ପରେ ଲୋକସଭାରେ ବିତର୍କ ହୋଇଥିଲା । ବିତର୍କ ବେଳେ କେନ୍ଦ୍ରମନ୍ତ୍ରୀ ଜିତ୍ରେନ୍ଦ୍ର ସିଂ କହିଛନ୍ତି କି ୧୯୫୯ ମସିହାରେ ଆଣ୍ଟାର୍କଟିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୧୯୮୩ ମସିହାରେ ଭାରତ ଏହି ବିଲ ଉପରେ ସ୍ୱାକ୍ଷର କରିଥିଲା । ଏହି ଚୁକ୍ତି ମୁତାବକ ଆଣ୍ଟାର୍ଟିକାକୁ କୌଣସି ପ୍ରକାର ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବ ନାହିଁ । ଏହାସହ କୌଣସି ଦେଶ ଏଠାରେ ଖନନ କିମ୍ବା କୌଣସି ବେଆଇନ କାର୍ଯ୍ୟ କରିପାରିବେ ନାହିଁ । କେବଳ ସେତିକି ନୁହେଁ ୧୯୫୯ ଚୁକ୍ତି ମୁତାବକ ଅଣ୍ଟାର୍କଟିକା ମହାଦ୍ୱୀପରେ କେହି ଆଣବିକ ଶକ୍ତି ପରୀକ୍ଷା କରିପାରିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି ।

କେନ୍ଦ୍ରମନ୍ତ୍ରୀ ଜିତ୍ରେନ୍ଦ୍ର ସିଂ କହିଛନ୍ତି ଲୋକସଭାରେ ‘ଦ ଇଣ୍ଡିଆନ ଆଣ୍ଟାର୍କଟିକା ବିଲ୍‌, ୨୦୨୨’ ପାରିତ ସମୟର ଏହା ମଧ୍ୟ କହିଛନ୍ତି ଯେ  ଏହି ବିଲ ପାରିତ ହେବା ପରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ଏହି କମିଟିରେ ଭୂ ବିଜ୍ଞାନ ସଚିବ ମୁଖ୍ୟ ରହିବେ ଓ ଅନ୍ୟ ମନ୍ତ୍ରଣାଳୟରୁ ଏଥିରେ ପ୍ରତିନିଧି ରହିବେ । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଣ୍ଟାର୍କଟିକାରେ ରହିଥିବା ଭାରତୀୟ ଅନୁଷ୍ଠାନ ଓ କର୍ମଚାରୀ ରହୁଥିବା ଅଞ୍ଚଳରେ ଭାରତର ଘରୋଇ ଆଇନ ଲାଗୁହେବ ।

ସୂଚନାଯୋଗ୍ୟ ଗତକାଲି ‘ଦ ଇଣ୍ଡିଆନ ଆଣ୍ଟାର୍କଟିକା ବିଲ୍‌, ୨୦୨୨’  ପାରିତ ସମୟରେ ଭାରତ ସରକାରଙ୍କୁ ବିରୋଧୀଦଳମାନେ କୌଣସି ଆପତ୍ତି ଉଠାଇ ନଥିଲେ। କାରଣ ‘ଦ ଇଣ୍ଡିଆନ ଆଣ୍ଟାର୍କଟିକା ବିଲ୍‌, ୨୦୨୨’ କେବଳ ଭାରତ ଓ ଭାରତରେ ରହୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ବିଲରେ ସିଏଏ ଓ ଏନଆରସି ସହ କୌଣସି ସମ୍ବନ୍ଧ ନାହିଁ । ତେଣୁ କେନ୍ଦ୍ର ସରକାର ସଂସଦରେ ଏହି ବିଲ ଆଗତ କରିବା ବେଳେ ବିରୋଧୀଦଳମାନେ କୌଣସି ଆପତ୍ତି ଉଠାଇ ନଥିଲେ ।

ଅନ୍ୟପଟେ ଗତକାଲି ଲୋକସଭାରେ ଦରଦାମ୍‌ ବୃଦ୍ଧି, ଜିଏସ୍‌ଟିକୁ ନେଇ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ ପାଇଁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଜିଏସ୍‌ଟି ଏବଂ ନୂଆ ଟିକସକୁ ବିରୋଧ କରି ସ୍ଲୋଗାନ ଦେଇ ଚାଲିଥିଲେ। ଏହାକୁ ନେଇ ବାଚସ୍ପତି କ୍ଷୁବ୍ଧ ହୋଇଥିଲେ। ଗୃହକୁ ସ୍ଲୋଗାନ ଦେବାକୁ ଆସିଛନ୍ତି କି ଲୋକଙ୍କ ସମ୍ବନ୍ଧିତ ପ୍ରସଙ୍ଗ ଉଠାଇବାକୁ ବୋଲି ପ୍ରଶ୍ନ କରିଥିଲେ। ବିରୋଧୀ ନ ମାନିବାରୁ ଗୃହକୁ ସୋମବାର ଦ୍ବିପହର ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ରାଜ୍ୟସଭାକୁ ମଧ୍ୟ ସୋମବାର ଦ୍ବିପହର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ରାଜ୍ୟସଭାରେ ପ୍ରଥମେ ହଙ୍ଗାମା ହୋଇଥିଲା। ପରେ ପଞ୍ଜାବର ଆପ୍‌ ସାଂସଦ ଡ. ଅଶୋକ କୁମାର ମିତ୍ତଲ ଏସ୍‌ଏସପି, ପାଳ ଜଳାଇବା ସମେତ ଅନ୍ୟ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କୃଷିକୁ ରାଜ୍ୟ ପ୍ରସଙ୍ଗ କହିଥିଲେ। ଏହା ସତ୍ତ୍ବେ ରାଜ୍ୟ ବିଭିନ୍ନ ଯୋଜନା ଚଲାଉଥିବା କହିବା ପରେ ବିରୋଧୀ ହଙ୍ଗାମା ଆରମ୍ଭ କରିଦେଇଥିଲେ।