Brahmapur - The Sakala
ବ୍ରହ୍ମପୁରରୁ ଆରମ୍ଭ ହେଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା
ବ୍ରହ୍ମପୁର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା । ଏବର୍ଷ ବ୍ରହ୍ମପୁରରୁ ଆରମ୍ଭ ହୋଇଛି ଅଭିଯାନ । ପାଞ୍ଚଟି ଜିଲ୍ଲାର ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୫୪୮, ନୟାଗଡ଼ ଜିଲ୍ଲାରୁ ୧୫୦, ଗଜପତି ଜିଲ୍ଲାରୁ ୯୦, କନ୍ଧମାଳ ଜିଲ୍ଲାରୁ ୧୧୪ ଓ ବୌଦ୍ଧ ଜିଲ୍ଲାରୁ ୬୮ ଜଣ ସାମିଲ ଅଛନ୍ତି । କନ୍ୟାକୁମାରୀରୁ ତିରୁବନନ୍ତପୁରମ ଯାଏ ୫ଦିନ ଧରି ତୀର୍ଥ ଭ୍ରମଣ କରିବେ । ବ୍ରହ୍ମପୁର ରେଳ ଷ୍ଟେସନରେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଶୋଇ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଏବଂ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ଓ ବହୁ ପ୍ରଶାସନିକ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ସ୍ବାଗତ କରି ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଯିବା ଆସିବା, ରହିବା ଓ ଭ୍ରମଣ ବ୍ୟବସ୍ଥା ବିନା ମୂଲ୍ୟରେ କରାଯାଇଛି।
ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା, ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି
ବ୍ରହ୍ମପୁର: ବ୍ରହ୍ମପୁର ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ(Child welfare committee member)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଜଣେ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଦୁର୍ବୁତ୍ତ ଜଣକ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ଘଟଣା ସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ ପହଁଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
ପୁଲିସ ସନ୍ଦେହରେ ମୃତକଙ୍କ ଡ୍ରାଇଭରକୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁୁବନେଶ୍ବର: ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଛନ୍ତି ।  ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି। ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି । ତେଣୁ ଭକ୍ତ ମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର  ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ,  ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ Chit ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ।
ସେହିପରି ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା,  ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ। ଏହାସହିତ ବିଭିନ୍ନ  କାର୍ଯ୍ୟ ରେ ବ୍ୟବହାର ପାଇଁ ହଲ, ପୂଜକ ମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ   ମଧ୍ୟ ନିର୍ମାଣ କରାଯିବ। ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ ।
ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ,  landscaping   ସହିତ  ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ  ଯେ,  ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ  କ୍ରମେ  ୫ଟି ସଚିବ ଭି କେ ପାଣ୍ଡିଆନ୍  ନିକଟରେ ବୁଢୀ  ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ  କରିବା ସହ ମନ୍ଦିରର  ବିକାଶ  ସମ୍ପର୍କରେ ପୂଜକ,  ସ୍ଥାନୀୟ  ଜନତା, ଲୋକ ପ୍ରତିନିଧି ଓ ଜିଲ୍ଲା  ପ୍ରଶାସନ ସହ ଆଲୋଚନା କରିଥିଲେ ।
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଧମକ ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ
ବ୍ରହ୍ମପୁର : କେହି ନ ଥିବା ବେଳେ ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଅରୁଣ ବେହେରାଙ୍କୁ ୨୦ ବର୍ଷ ଜେଲଦଣ୍ଡର ଆଦେଶ ହୋଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ପୋକ୍ସୋ କୋର୍ଟ ଜଜ୍‍ ଅନୂପ ରଞ୍ଜନ ପଟ୍ଟନାୟକ ଏହି ଦଣ୍ଡ ଦେବା ସହ ଅଭିଯୁକ୍ତଙ୍କୁ ୩୫ହଜାର ଟଙ୍କା ଜରିମାନା ପୈଠ କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ଦେଇ ନ ପାରିଲେ ଆଉ ୩ ବର୍ଷ ଜେଲଦଣ୍ଡର ଆଦେଶ ମଧ୍ୟ ରହିଛି। ଏହା ବାଦ୍‍ ପୀଡ଼ିତା ନାବାଳିକାକୁ ୫ଲକ୍ଷ ଟଙ୍କା ଦେବା ପାଇଁ ଡିଏଲ୍‍ଏସ (ଜିଲ୍ଲା ଆଇନସେବା ପ୍ରାଧିକରଣ)ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜନୈକା ନାବାଳିକାର ବାପା ସୁରଟରେ କାର୍ଯ୍ୟ କରନ୍ତି।
ମା’ କୌଣସି କାମରେ ବାହାରକୁ ଯାଇଥିବାର ସୁଯୋଗ ନେଇ ୨୦୧୭ ନଭେମ୍ବର ୧୨ ତାରିଖରେ ସେହି ଗ୍ରାମର ଯୁବକ ଅରୁଣ ବେହେରା ନାବାଳିକାଙ୍କ ଘର ଭିତରେ ପଶି ଏକ ଛୁରି ଦେଖାଇ ଜୋର ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା। ସେହିଦିନ ରାତି ୧୨ଟାରେ ମା’ ବାହାର ଗ୍ରାମରୁ ଫେରିବା ପରେ ନାବାଳିକା ଜଣକ ତାଙ୍କୁ ସମସ୍ତ କଥା କହିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ନାବାଳିକାଙ୍କ ବାପା ସୁରଟ୍‍ରୁ ଫେରି ପୋଲସରା ଥାନାରେ ଏତଲା ଦେଇଥିଲେ। ଏତଲା ପରେ ପୁଲିସ ଘଟଣାର ତଦନ୍ତ କରି ଅରୁଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାର ବିଚାରଣା ଚାଲିଥିବା ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦର୍ଶାଇ ଅଭିଯୁକ୍ତ ଅରୁଣଙ୍କୁ ପୋକ୍ସ ଜଜ୍‍ ୨୦ ବର୍ଷ ଜେଲ୍‍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ଜଣକ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି।
ବ୍ରହ୍ମପୁର ବଡ଼ ମେଡିକାଲରେ ଭଙ୍ଗା ଚେୟାରକୁ ଇଟା ଭରସା
ବ୍ରହ୍ମପୁର: ଛୋଟମୋଟ ଅବ୍ୟବସ୍ଥା ହିଁ ବିଭିନ୍ନ ବିଭାଗର ପାରିବାର ପଣିଆକୁ ପଦାରେ ପକାଇଥାଏ। ଉନ୍ନତ ଭିତ୍ତିଭୂମି ସହିତ ଲୋକଙ୍କ ସୁବିଧାକୁ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁୁ ବହୁ ସ୍ଥାନରେ ଜୁଗାଡ କରି ସଂସ୍ଥା ଚାଲୁ ରଖାଯାଇଥିବା ଦେଖିବାକୁ ମିଳିଛି। ଏମକେସିଜି ମେଡ଼ିକାଲ କଲେଜର ସିଟି ସ୍କାନ ରୁମ ଆଗରେ ରୋଗୀଙ୍କ ପାଇଁ ଦୁଇଟି ଚେୟାର ପଡ଼ିଛି। ସେଥିରୁ ଗୋଟିଏର ଷ୍ଟାଣ୍ଡ ଭାଙ୍ଗି ଯାଇଛି। ମରାମତି କରାଯିବା ପରିବର୍ତ୍ତେ ସିମେଣ୍ଟ ଇଟାକୁ ବ୍ୟବହାର କରି ଚେୟାରକୁ ଚଳନୀୟ କରାଯାଇଛି। ସିଟି ସ୍କାନ ପାଇଁ ଆସିଥିବା ରୋଗୀ ଏଠାରେ ଅପେକ୍ଷା କରିବା ପାଇଁ ବସିଥାନ୍ତି। ଏଠାକୁ ବହୁ ଗୁରତର ରୋଗୀ ମଧ୍ୟ ଆସିଥାନ୍ତି। ସେଠାରେ ସିମେଣ୍ଟ ଇଟା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେବଡ଼ ମେଡ଼ିକାଲରେ ଏଭଳି ଛୋଟିଆ ଘଟଣା ଉପରେ ସ୍ୱାସ୍ଥ୍ୟ ପ୍ରଶାସନର ନଜର ପଡ଼ୁନଥିବାରୁ ରୋଗୀ ଓ ସମ୍ପର୍କିୟଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେଠାରେ ବସିବାକୁ ରୋଗୀ ଅମଙ୍ଗ ହେଉଥିବା ବେଳେ ପଡ଼ିଯିବାର ଭୟ ଘାରୁଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହ ଚେୟାର ପରିବର୍ତ୍ତନ ଅଥବା ମରାମତି କରିବାକୁ ଦାବି ହୋଇଛି।