Hathras - The Sakala

ଉତ୍ତରପ୍ରଦେଶ ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା; ଡମ୍ପର ଧକ୍କାରେ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ
ଲକ୍ଷ୍ମୌ: ଉତ୍ତର ପ୍ରଦେଶର ହାଥରସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ । ମନସ୍କାମନା ପୂରଣ କରିବା ପୂର୍ବରୁ ଚାଲିଗଲା ଜୀବନ । ମହାଦେବଙ୍କ ପାଖକୁ ଜଳାଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ରାତି ୨ଟା ସମୟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ୬ଜଣ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଭକ୍ତ ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭରର ପତ୍ତା ମିଳିଛି ଖୁବଶୀଘ୍ର ସେ ବନ୍ଧା ହେବ ବୋଲି ପୋଲିସ କହିଛି ।

ସୂଚନା ଅନୁସାରେ, କାଉଡିଆ ଭକ୍ତମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ ଗ୍ୱାଲିଅର ଅଭିମୁଖେ ଯାଉଥିଲେ । ବାଟରେ ଖାଇବା ପାଇଁ ସେମାନେ ଏକ ଢ଼ାବା ପାଖରେ ଅଟକି ଥିଲେ | ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।