Yuvakshi Vig - The Sakala

ତାନ୍ୟା ସିଂହ ଓ ଯୁବାକ୍ଷୀ ବିଗ୍ ସିବିଏସ୍‌ଇ ଦ୍ୱାଦଶ ଟପ୍ପର, ରଖିଛନ୍ତି ୫୦୦ରୁ ୫୦୦ ମାର୍କ
ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୯୨.୭୧ % ରହିଛି । ତେବେ ସିବିଏସ୍‌ଇ ଦ୍ୱାଦଶରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ଦ୍ୱାଦଶରେ ୯୪.୫୪% ଛାତ୍ରୀ ପାସ୍ କରିଥିବାବେଳେ ୯୧.୨୫ % ଛାତ୍ର ପାସ୍ କରିଛନ୍ତି । ସେହିପରି ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି । ଚଳିତ ବର୍ଷ ଦେଶରେ ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ପ୍ରକାଶ ପାଇଥିବା ରେଜଲ୍ଟରୁ ତ୍ରିଭେନ୍ଦ୍ରମ୍ ରିଜିଅନରେ ସର୍ବାଧିକ ୯୮.୮୩% ପାସ୍ ରହିଛି । ସେହିପରି ଭୁବନେଶ୍ୱର ରିଜିୟନରେ ପାସ୍ ହାର ୯୦.୩୭% ରହିଛି ।

ତେବେ ସିବିଏସଇ ଟପ୍ପରଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି କାରଣ ଦୁଇଜଣ ଛାତ୍ରୀ ଏଥର ୫୦୦ ରୁ ୫୦୦ ମାର୍କ ରଖି ଦେଶରେ ରେକର୍ଡ କରିଛନ୍ତି। ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ସିବିଏସଇ ୧୨ଶ ଶ୍ରେଣୀ ପରୀକ୍ଷାରେ ପରଫେକ୍ସ ରେଜଲ୍ଟ ହାସଲ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପରଫେକ୍ଟ ରେଜଲ୍ଟ ଅର୍ଥ ସେ ମୋଟ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି ।ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଯୁବାକ୍ଷୀ ସିବିଏସଇ ୧୨ଶ ପରୀକ୍ଷାରେ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ସାଇକୋଲୋଜୀ (ମନସ୍ତତ୍ତ୍ବ) ଓ ଚିତ୍ରକଳା ପରୀକ୍ଷା ଦେଇଥିଲେ । ଏସବୁ ପେପରରେ ସେ ୧୦୦ରୁ ୧୦୦ ମାର୍କ ରଖିଛନ୍ତି । ଫଳରେ ମୋଟ ୫୦୦ ମାର୍କରୁ ସେ ୫୦୦ ରଖିପାରିଛନ୍ତି ।

ସେହିପରି ୫୦୦ ମାର୍କରୁ ୫୦୦ ସ୍କୋର କରି ସାରା ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ। ବୁଲନ୍ଦଶହରର ଡିଏଭି ପବ୍ଲିକ ସ୍କୁଲ(ଡିପିଏସ୍‌)ର ଛାତ୍ରୀ ତାନ୍ୟା ସବୁ ବିଷୟରେ ୧୦୦ ଲେଖାଏ ମାର୍କ ରଖିଥିବା ତାଙ୍କ ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।ଏହି ରେଜଲ୍ଟ ପରେ ଡିପିଏସ୍‌ରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ତାନ୍ୟା କହିଛନ୍ତି, “ମୁଁ ଡିପିଏସ୍‌ର ଛାତ୍ରୀ। ସମସ୍ତଙ୍କ ସହଯୋଗ ଯୋଗୁ ମୋତେ ଏହି ସଫଳତା ମିଳିଛି। ମୁଁ ୫୦୦ରୁ ୫୦୦ ମାର୍କ ରଖିଛି। ଏଥିସହ ସର୍ବଭାରତୀୟ ସ୍ତରରରେ ଯୁଗ୍ମ ଟପ୍ପର ହୋଇଛି।

ଏହି ଡିପିଏସ୍‌ ସ୍କୁଲର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତା ୫୦୦ରୁ ୪୯୯ ମାର୍କ ରଖିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ସୌମ୍ୟା ନାମଦେବ ୪୯୭ ମାର୍କ ରଖିଛନ୍ତି। ନିଜର ଏହି ସଫଳତା ପରେ ତାନ୍ୟା, ଭୂମିକା ଓ ସୌମ୍ୟା ବେଶ ଖୁସି ରହିଛନ୍ତି। ଡିପିଏସ୍‌ ସ୍କୁଲର ୨୫୦ ଜଣ ପିଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସ୍କୁଲ ସବୁ ପିଲା କୃର୍ତ୍ତକାର୍ୟ୍ୟ ହୋଇଛନ୍ତି।ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି।

ସୂଚନାଯୋଗ୍ୟ ପିଲାଙ୍କ ମଧ୍ୟରେ ଅଯଥା ପ୍ରତିଯୋଗିତାକୁ ରୋକିବାକୁ ସିବିଏସଇ ପକ୍ଷରୁ ଟପ୍ପର ତାଲିକା ପ୍ରକାଶ କରାଯାଏ ନାହିଁ । ତେବେ ପରଫେକ୍ଟ ରେଜଲ୍ଟ ହାସଲ କରିଥିବାରୁ ତାଙ୍କୁ ଅନୌପଚାରିକ ଭାବେ ସିବିଏସଇ ଟପ୍ପର ବୋଲି କୁହାଯାଉଛି ।