Dinesh Gunawardena - The Sakala

ଦିନେଶ ଗୁଣୱାର୍ଦ୍ଦେନା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ
କଲମ୍ବୋ : ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ପରେ ଏବେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଦିନେଶ ଗୁଣୱାର୍ଦ୍ଦେନା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଜି ରାଷ୍ଟ୍ରପତି ରାନିଲ୍‌ ବିକ୍ରମସଂଘେ ତାଙ୍କ ନୂତନ କ୍ୟାବିନେଟ୍‌କୁ ଶପଥ ଗ୍ରହଣ କରାଇବା ସମୟରେ ବରିଷ୍ଠ ରାଜନେତା ଦିନେଶ ଗୁଣୱାର୍ଦ୍ଦେନା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କା ରାଜନୀତିର ତୁଙ୍ଗ ନେତା ୭୩ ବର୍ଷିୟ ଦିନେଶ ଗୁଣୱାର୍ଦ୍ଦେନା ପୂର୍ବରୁ ବୈଦେଶିକ ଏବଂ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ତତ୍‌କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏପ୍ରିଲ୍‌ ମାସରେ ତାଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀଲଙ୍କା ରାଜନୀତିର ତୁଙ୍ଗ ନେତା ଦିନେଶ ଗୁଣୱାର୍ଦ୍ଦେନା ପୂର୍ବରୁ ବୈଦେଶିକ ଏବଂ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ତତ୍‌କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏପ୍ରିଲ୍‌ ମାସରେ ତାଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

ଦିନେଶ ଗୁଣୱାର୍ଦ୍ଦେନା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ । ଜଣେ ସରଳ ଓ ସଚ୍ଚୋଟ ରାଜନେତା ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି । ଦେଶରେ ସଙ୍କଟ ବଳବତ୍ତର ରହିଥିବାବେଳେ ନୂଆ ପ୍ରଧାନମନ୍ତ୍ରୀ କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ଦେଶରୁ ପଳାଇଯାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ୭୩ ବର୍ଷିୟ ବିକ୍ରମସିଂଘେ ଗୁରୁବାର ଦିନ ଦେଶର ୮ମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଫଳରେ ଦେଶର ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଆଜି ‘ପୋଦୁଜନ ପେରମୁନା ପାର୍ଟି’ର ନେତା ଗୁଣବର୍ଦେନା ରାଷ୍ଟ୍ରପତି ବିକ୍ରମସିଂଘେଙ୍କ ଉପସ୍ଥିତିରେ ଶପଥ ନେବା ସହିତ ସେନା ଅଧିକାରୀ, ସାଂସଦ ଏବଂ ସରକାରୀ ଅଧିକାରୀମାନେ ଥିବା ପ୍ରକୋଷ୍ଠରେ ବସିଥିଲେ।ଦେଶର ଆର୍ଥିକ ସଙ୍କଟର ମୁକାବିଲା ନିମନ୍ତେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ରୁ ସହାୟତା ଲୋଡ଼ିବା ସହିତ ରାଷ୍ଟ୍ରପତି ବିକ୍ରମସିଂଘେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।

ସେପଟେ ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଜୋରଦାର ବିକ୍ଷାଭ ଜାରି ରହିଛି । ପ୍ରବଳ ବିରୋଧର ମୁକାବିଲା କରିବା ଲାଗି ସେ ଏକ ଜାତୀୟ ସରକାର ଗଠନ ସପକ୍ଷରେ ପ୍ରସ୍ତାବ ଦେଇପାରନ୍ତି । ତେଣେ ରାଷ୍ଟ୍ରପତିଙ୍କ ସଚିବାଳୟ ବାହାରେ ଆନ୍ଦୋଳନକାରୀଙ୍କ ମୁକାବିଲା ଲାଗି ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।