Rairangpur - The Sakala

ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ
ବାରିପଦା: ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା । ବନ୍ୟା ପାଣିରେ ଜଣେ ଖବର କାଗଜ ବିକ୍ରେତା ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି। ଖବରକାଗଜ ବିକ୍ରେତା ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି(୬୫)। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଖବରକାଗଜ ବିକ୍ରି କରିବାକୁ ଯାଇଥିବା ବେଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିବା ସୂଚନା ମିଳିଛି।

ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବାରିପଦା: କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ବିତ୍ପାତ ବ୍ୟାପକ କ୍ଷୟକ୍ଷତି ରଚିଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ବାଦାମପାହାଡ ଥାନା ଅନ୍ତର୍ଗତ  ଚୁଆପାଣି ପଞ୍ଚାୟତର ଛଣୁଆ- ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ(୪୫) ସୋମବାର ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ସାରା ଲଗାଣ ବର୍ଷା ପାଇଁ ପ୍ରାୟ ୩ଟା ସମୟରେ ପଡୋଶୀ ଘରର କାନ୍ଥ ଭୁଷୁଡି ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଚାପି ହୋଇଯାଇଥିଲା ।

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବହଳଦା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ ମିମି ରେକର୍ଡ ହୋଇଛି । ଏହା ବ୍ୟତିତ ଜାମଦାରେ ୧୨୪ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି ଏବଂ ବିଜାତଳାରେ ୧୦୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ​ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ତିରିଂରେ ୯୬.୨ ମିମି, ସାରସକଣା ଓ ବିଶୋଇରେ ୯୨ ମିମି ଲେଖାଏଁ ବୃଷ୍ଟିପାତ ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ​ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଓଡ଼ିଶାରେ ୪୭,୬୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ମୟୁରଭଞ୍ଜ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 'ବିକାଶର ଧାରା, ଓଡ଼ିଶା ସାରା' ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଥିଲା, ଯାହାକି ରାଜ୍ୟରେ ଭିତ୍ତିଭୂମି ଏବଂ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

ଉଭୟ ମାନ୍ୟଗଣ୍ୟ ଅତିଥି ଶକ୍ତି, ଗମନାଗମନ, ଶିଳ୍ପ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ନଗର ଉନ୍ନୟନ କ୍ଷେତ୍ରର ମୋଟ ୭୨ଟି ପ୍ରକଳ୍ପର ମିଳିତ ଭାବେ ଉନ୍ମୋଚନ କରିଥିଲେ। ଏଥିରେ ମୁଖ୍ୟତଃ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ, ଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ (ଦୁଇଟି ୬୬୦ ମେଗାୱାଟ୍ ୟୁନିଟ୍) ଏବଂ ଝାରସୁଗୁଡ଼ାଠାରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପ ସାମିଲ ରହିଛି। ଭୁବନେଶ୍ୱରରେ ଏକ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ଏବଂ କଟକ-ଭୁବନେଶ୍ୱରକୁ ଯୋଡ଼ୁଥିବା କାଠଯୋଡ଼ି ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକର ଅଂଶବିଶେଷ।

ନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ୩୫୩ ନମ୍ବର ଜାତୀୟ ରାଜପଥର ୪-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ରାୟରଙ୍ଗପୁରରେ ଇଗ୍ନୋ (IGNOU) ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର୍ ବ୍ୟାଡମିଣ୍ଟନ୍ କମ୍ପ୍ଲେକ୍ସର ମଧ୍ୟ ଶୁଭାରମ୍ଭ ହୋଇଛି। ଏଥିସହ ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର, ନୟାଗଡ଼ ଟାଉନ୍ ବାଇପାସ୍ ଏବଂ ରାୟରଙ୍ଗପୁରରେ ଆଦିବାସୀ ଗବେଷଣା କେନ୍ଦ୍ରର ଉଦ୍‌ଘାଟନ କରାଯାଇଛି।

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ସାନ୍ତାଳୀ ସମ୍ବିଧାନର ଚର୍ଚ୍ଚା
ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଆନ୍ତରିକ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଜି ରାଷ୍ଟ୍ରପତିଙ୍କ ସଫଳ ସଂଘର୍ଷ ଓ ଶୀର୍ଷ ସ୍ଥାନକୁ ଦେଖି ଦେଶର ପ୍ରତିଟି ଶିଶୁ ଏବଂ ବଞ୍ଚିତ ଶ୍ରେଣୀର ଲୋକେ ବଡ଼ ହେବାର ସ୍ୱପ୍ନ ଦେଖୁଛନ୍ତି। ଏହାସହ ଜନଜାତି ଗୌରବକୁ ସମ୍ମାନ ଜଣାଇ ଆମ ସରକାର ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନର ଏକ ସ୍ୱତନ୍ତ୍ର ସଂସ୍କରଣ ପ୍ରସ୍ତୁତ କରିଛନ୍ତି, ଯାହା ଆଦିବାସୀ ସମାଜ ପାଇଁ ଏକ ବଡ଼ ସମ୍ମାନ।

ସୋଲାର ଭିଲେଜ ହେବ 'ପାହାଡ଼ପୁର': ମିଳିବ ମାଗଣା ବିଜୁଳି
ଆଦିବାସୀ ବହୁଳ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ରାଇରଙ୍ଗପୁରର ସୁପରିଚିତ ପାହାଡ଼ପୁର ଗାଁକୁ ଏବେ 'ସୋଲାର ଭିଲେଜ' ବା ସୌର ଗ୍ରାମରେ ପରିଣତ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ପାହାଡ଼ପୁରର ଗ୍ରାମବାସୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ, ଯାହା ସେମାନଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ଆଣିବ। ଏହାସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଉନ୍ନତି ପାଇଁ ସରକାର ସଦାସର୍ବଦା ଯତ୍ନବାନ ଅଛନ୍ତି ବୋଲି ସେ ଦୋହରାଇଛନ୍ତି।

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସମାରୋହରେ ଦେଶର ଶୀର୍ଷ ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ଯୋଗଦେବେ, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଏହି ମିଳିତ ଗସ୍ତ ଓଡ଼ିଶାର ରାଜନୈତିକ ଏବଂ ବିକାଶମୂଳକ ଦୃଶ୍ୟପଟ୍ଟକୁ ଜାତୀୟ ସ୍ତରରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମିଳିତ ଭାବେ ରାଷ୍ଟ୍ରପତିଙ୍କ ଶାଶୂଘର ଗାଁ ପାହାଡ଼ପୁର ପରିଦର୍ଶନ କରିବେ। ସେଠାରେ ଉଭୟ ଅତିଥି ସାନ୍ତାଳୀ ଜାହେରା ଓ ହୋ ଜାହେରାରେ ପୂଜାର୍ଚ୍ଚନା କରିବେ। ଏହାଛଡ଼ା ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ବୃଦ୍ଧି କରିବା ଏହି ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ଅପରାହ୍ନ ପ୍ରାୟ ୧ଟା ସମୟରେ ରାଇରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରୀ ସୂତ୍ର ଅନୁଯାୟୀ, ଏହି ଅବସରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ମଧ୍ୟ ଉଦବୋଧନ ଦେବେ। ଦୁଇ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ମୁର୍ମୁ ତାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଅଂଶସ୍ୱରୂପ ଶୁକ୍ରବାର ସନ୍ଧ୍ୟାରୁ ନିଜ ଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିଛନ୍ତି।

ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଓଡିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲାସ୍ଥିତ ରାଇରଙ୍ଗପୁର ଗସ୍ତରେ ବିଳମ୍ବ ଘଟିଛି। ଖରାପ ପାଗ କାରଣରୁ ତାଙ୍କର ପୂର୍ବ ନିର୍ଦ୍ଧାରିତ ବିମାନ ଯାତ୍ରା ପ୍ରଭାବିତ ହୋଇଛି ଏବଂ ଏବେ ସେ ସଡ଼କ ପଥରେ ଓଡ଼ିଶା ଅଭିମୁଖେ ଯାତ୍ରା କରୁଛନ୍ତି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗର କଲାଇକୁଣ୍ଡାରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କ ପଥରେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୩:୪୫ ମିନିଟରେ ସେ ରାଇରଙ୍ଗପୁରର ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବାର ଥିଲା। ମାତ୍ର ପାଗ ଖରାପ ଯୋଗୁଁଁ ଆକାଶ ମାର୍ଗ ଛାଡି ସଡକ ମାର୍ଗରେ ଆସିବେ।

ପ୍ରତିକୂଳ ପାଗରେ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେଇଛନ୍ତି। ସଡ଼କ ପଥରେ ରାଷ୍ଟ୍ରପତି ଆସୁଥିବାରୁ ସେହି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ରାଷ୍ଟ୍ରପତିଙ୍କ କନଭୟ ସହିତ ସମନ୍ୱୟ ରକ୍ଷା କରି ନିର୍ବିଘ୍ନ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି।

ରାଷ୍ଟ୍ରପତିଙ୍କ ଏହି ରାଇରଙ୍ଗପୁର ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ସେ ତାଙ୍କର ଜନ୍ମଦିନ ପାଳନ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ସମେତ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର
ବାରିପଦା: ଆଜି ଓ ଆସନ୍ତାକାଲି ମୟୂରଭଞ୍ଜ ଲାଗି ଏକ ଐତିହାସିକ ଦିନ। ପ୍ରଥମଥର ଲାଗି ଦେଶର ଦୁଇ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ ୨୦ ତାରିଖ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜନ୍ମମାଟି ପାହାଡପୁରକୁ ଆସୁଛନ୍ତି। ତତସହିତ ଓଡ଼ିଶାରେ ନୂତନ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ସମାରୋହରେ ଉଭୟ ଯୋଗଦେବାକୁ ଥିବାବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳ ସାମିଲ ହେଉଥିବାରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ପ୍ରଶାସନିକ ତତ୍ପରତା ସହିତ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପଡ଼ିଛି। ଏହି କାର୍ଯ୍ୟକ୍ରମ ଲାଗି ପାହଡପୁରଠାରୁ ନେଇ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡପୁର ସଜେଇ ହୋଇଛି।

ଆଜି ଅପରାହ୍ନ ୩.୧୫ ମିନିଟ ସମୟରେ ପ୍ରଥମେ ରାଷ୍ଟ୍ରପତି ଦାଣ୍ଡବୋଷ ଏୟାର ଷ୍ଟ୍ରିପରେ ଓହ୍ଲାଇ ସଡ଼କ ପଥରେ ଯାଇ ୩.୩୦ ମିନିଟରେ ତାଙ୍କ ରାଇରଙ୍ଗପୁର ବାସଭବନକୁ ଯାଇ ବିଶ୍ରାମ ନେବେ। ସନ୍ଧ୍ୟା ୬ଟାରୁ ୬ଟା ୩୦ମିନିଟ ପର୍ଯ୍ୟନ୍ତ ପୂର୍ବରୁ ଅନୁମତିପ୍ରାପ୍ତ ବ୍ୟକ୍ତି ବିଶେଷଜ୍ଞ ସହିତ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ତାଙ୍କ ଜନ୍ମଦିନ ଅବସରରେ ପୂର୍ବାହ୍ନ ୧୦.୨୦ ମିନିଟରେ ବାହାରି ଦାଣ୍ଡବୋଷ ଏୟାରଷ୍ଟ୍ରିଫରୁ ହେଲିକପ୍ଟରରେ ଯାଇ ସଡ଼କ ପଥରେ ଦିଘିଆବେଡା ହେଲିପ୍ୟାଡରେ ୧୦ଟା ୪୫ ମିନିଟରେ ପହଞ୍ଚି ସଡ଼କ ପଥରେ ପାହାଡପୁର ଯିବେ। ପୂର୍ବାହ୍ନ ୧୧.୫ ମିନିଟ୍‌‌ରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରି ସାଙ୍ଗରେ ନେଇ ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ଓ ଧାର୍ମିକ କେନ୍ଦ୍ର ପାରମ୍ପରିକ ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ।

ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରାକୁ ମଧ୍ୟ ଯିବେ। ସେଠାରୁ ଦିନ ୧୧ଟା ୨୫ ମିନିଟରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ/ଯୁବତୀଙ୍କ ସହିତ ଆଲୋଚନା କରିବେ। ଶେଷରେ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପାହାଡପୁରଠାରେ ପ୍ରତିଷ୍ଠିତ ଏସଏଲଏସ ମେମୋରିଆଲ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହିତ ଭାବବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଏକ ଆଞ୍ଚଳିକ ହସ୍ତଶିଳ୍ପ ମେଳାକୁ ପରିଦର୍ଶନ କରିବେ ବୋଲି କହିଛନ୍ତି ଏସଏଲଏସ ସ୍କୁଲର ଉପାଧ୍ୟକ୍ଷ ମୁନା ପ୍ରତିହାରୀ। ପରେ ଦୁଇ ରାଷ୍ଟ୍ରମୁଖ୍ୟ ଦିନ ୧ଟାରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷ ଏୟାର ଷ୍ଟ୍ରିପଠାରେ ପହଞ୍ଚିବେ। ସେଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ପ୍ରାୟ ୫୦ ହଜାର ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବା ସହିତ ଏହି ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୪୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ ଗ୍ୟାସିଫିକେସନ ପ୍ରକଳ୍ପର ଶୁଭ ଉଦଘାଟନ ରହିଛି।

ସେହିପରି କୁସୁମୀ ବ୍ଲକଠାରେ ଆଇଆଇଏଫଏମ ଦ୍ୱିତୀୟ କ୍ୟାମ୍ପସର ଶିଳାନ୍ୟାସ ଓ ରାଇରଙ୍ଗପୁର ବାଇଦାପୋଷିସ୍ଥ ନୂତନ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର, ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ, ଆଦିବାସୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓୟୁଏଟି କ୍ୟାମ୍ପସ ଓ ଏକ ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ସମୟରେ ପ୍ରଧାନମନ୍ତ୍ରୀ ସେଠାରୁ ଫେରିଯିବାକୁ ଥିବାବେଳେ ରାଷ୍ଟ୍ରପତି ନିଜ ରାଇରଙ୍ଗପୁର ବାସଭବନରେ ମଧ୍ୟାହ୍ନଭୋଜନ କରି ଦିନ ୩ଟା ୩୦ ମିନିଟରେ ଫେରିଯିବାର କାର୍ଯ୍ୟସୂଚୀ ରହିଛି।

ବାଦାମପାହାଡ ନିକଟ ପାହାଡ଼ପୁର ଓ ଦିଘିଆବେଡା ଠାରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ହୋଇଛି। ପାହାଡ଼ପୁର ଗ୍ରାମ ସହିତ ରାଇରଙ୍ଗପୁର ସହରର ସାଜସଜ୍ଜା, ଦାଣ୍ଡବୋଷସ୍ଥ ଏୟାରଷ୍ଟ୍ରିପରେ ହେଲିପ୍ୟାଡ ନିର୍ମାଣ ସହ ସେଠାରେ ସଭାସ୍ଥଳର ନିର୍ମାଣ ଓ ସାଜସଜ୍ଜା ଆଦି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜୋରଦାର କରାଯାଉଛି। ସେହିପରି ଗ୍ରାମବାସୀ ମଧ୍ୟ ନିଜ ଘର କାନ୍ଥକୁ ପାରମ୍ପରିକ ଆଦିବାସୀ ଚିତ୍ରରେ ସଜାଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଆଗମନକୁ ଉତ୍ସାହର ସହ ବାଟ ଚାହିଁ ବସିଛନ୍ତି।

ରାଇରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଘଟଣା: ମେଡିକାଲରେ ପୀଡ଼ିତାଙ୍କୁ ଭେଟିବା ସହ ପୁଲିସର ଅବହେଳାକୁ ନେଇ ଗର୍ଜିଲା ବିଜେଡି ଟିମ୍
ବାରିପଦା:  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି। ଏହି ଘଟଣା ରାଜ୍ୟରେ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ଅବନତିକୁ ପୁଣିଥରେ ପଦାରେ ପକାଇଛି। ଘଟଣା ପରେ ବିଜୁ ଜନତା ଦଳର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମୟୂରଭଞ୍ଜ-୨ ସଭାପତି ଡା ଦେବାଶିଷ ମାରାଣ୍ଡିଙ୍କ ନେତୃତ୍ୱରେ ହସ୍ପିଟାଲରେ ପହଞ୍ଚି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।

ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, କାର୍ଯ୍ୟକାରୀ ସଭାପତି ରାଇସେନ୍ ମୁର୍ମୁ, ପୌରପରିଷଦର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଚକ୍ରଧର ହେମ୍ବ୍ରମ ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ, ସ୍ଵରୁପ ବେହେରା, ଦୀପ୍ତିମାନ ବଳ,ସୁବାଷ ମଣ୍ଡଳ, ଛାତ୍ରନେତା ବିକାଶ ମହାନ୍ତ, ତନୁଜା ମହାନ୍ତଙ୍କ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ରାଇରଙ୍ଗପୁର ଟାଉନ ଥାନାକୁ ଯାଇ ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ । ପରେ ବିଳମ୍ବ ଏତଲା ରେଜିଷ୍ଟ୍ରେସନ୍, ପୀଡିତାର ଡାକ୍ତରୀ ମାଇନା ୧୨ ଘଣ୍ଟା ବିଳମ୍ବ ନେଇ ନେତୃବୃନ୍ଦ ଅସନ୍ତୋଷ ପ୍ରକାଶ କରିଥିଲେ । ସବୁକିଛି ଅବଗତ ପରେ ପୁଲିସର ବିଳମ୍ବ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ପିଡିକାଙ୍କୁ ନ୍ୟାୟ ଏବଂ ପୀଡିତା ସମେତ ପରିବାରକୁ ସୁରକ୍ଷା ଦେବା ପାଇଁ କହିଥିଲେ । ଦୁଷ୍କର୍ମ ଆସାମୀକୁ ତୁରନ୍ତ ଗିରଫ,  ପୀଡିତାକୁ ତୁରନ୍ତ ନ୍ୟାୟ ଏବଂ କ୍ଷତିପୂରଣ ନ ମିଳିଲେ ଖୁବଶିଘ୍ର ବିଜେଡି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଆଇଆଇସିଙ୍କୁ ଚେତାବନୀ ଦେଇଥିଲେ ।

ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯିବା ପରେ ଗୁରୁତର ଅବସ୍ଥାରେ ଘର ନିକଟରେ ଛାଡ଼ି ଦିଆଯାଇଥିଲା। ବର୍ତ୍ତମାନ ସେ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମେଡିକାଲ୍ ଲିଗାଲ୍ କେସ୍ (MLC) ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ମାମଲା ରୁଜୁ କରିବାରେ ଅନାବଶ୍ୟକ ବିଳମ୍ବ କରାଯାଇଥିଲା। ଏହି ବିଳମ୍ବ ପୁଲିସର କାର୍ଯ୍ୟଦକ୍ଷତା ଓ ଆନ୍ତରିକତା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି। ଏଥିସହ ନାବାଳିକାଙ୍କ ସହମତି ସମ୍ପର୍କରେ ପୁଲିସର କିଛି ପ୍ରତିକ୍ରିୟାକୁ ବିଜେଡି ଦୃଢ଼ ଭାବେ ନିନ୍ଦା କରିଛି। ନାବାଳିକାଙ୍କ କ୍ଷେତ୍ରରେ ସହମତିର ପ୍ରସଙ୍ଗ ଉଠାଇବା ଆଇନଗତ ଏବଂ ନୈତିକ ଦୃଷ୍ଟିରୁ ଅଗ୍ରହଣଯୋଗ୍ୟ ବୋଲି ଦଳ ମତ ପ୍ରକାଶ କରିଛି।

ବିଜେଡି ଦାବି କରିଛି ଯେ, ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଉ, ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସମସ୍ତ ସରକାରୀ ସହାୟତା ତୁରନ୍ତ ପ୍ରଦାନ କରାଯାଉ।

ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି ରାଜ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସୁଦାମ ମାରାଣ୍ଡି (ପୂର୍ବତନ ମନ୍ତ୍ରୀ), ବାସନ୍ତୀ ହେମ୍ବ୍ରମ (ପୂର୍ବତନ ମନ୍ତ୍ରୀ), ମିନତୀ ବେହେରା (ପୂର୍ବତନ ଅଧକ୍ଷ୍ୟ ମହିଳା କମିଶନ), ଭାରତୀ ସିଂ (କର୍ପୋରେଟର BMC), ପ୍ରୀତିନନ୍ଦ ରାଉତରାୟ (କର୍ପୋରେଟର BMC),ସାନଦ ମାରାଣ୍ଡି (ପୂର୍ବତନ ଉପ-ବାଚସ୍ପତି), ରାଜକିଶୋର ଦାସ (ପୂର୍ବତନ ବିଧାୟକ), ଗଣେଶ୍ୱର ପାତ୍ର (ପୂର୍ବତନ ବିଧାୟକ), ଶ୍ରୀନାଥ ସୋରେନ (ପୂର୍ବତନ ବିଧାୟକ), ମୟୂରଭଞ୍ଜ-୨ ସଭାପତି ଡ଼. ଦେବାଶିଷ ମାରାଣ୍ଡି, ରାଇସେନ୍ ମୁର୍ମୁ (ମୟୂରଭଞ୍ଜ-୨,କାର୍ଯ୍ୟକାରୀ ସଭାପତି), ଚକ୍ରଧର ହେମ୍ବ୍ରମ (ବ୍ଲକ ଅଧ୍ୟକ୍ଷ), ଅଭିଷେକ ପଟ୍ଟନାୟକ (ପୌରପରିଷଦର ପୌରାଧ୍ୟକ୍ଷ), ତନୁଜା ମହାନ୍ତ ଏବଂ ସ୍ଥାନୀୟ ନେତୃବୃନ୍ଦ ରାଇରଙ୍ଗପୁର ଗସ୍ତ କରି ପୀଡ଼ିତା ଓ ତାଙ୍କ ପରିବାର ସହ ଆଲୋଚନା ପରେ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭେଟି ଆଲୋଚନା କରିଛନ୍ତି ଏବଂ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି ।

ମୟୂରଭଞ୍ଜରେ ଲଜ୍ଜ୍ୟା; ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଲଜ୍ୟା । ନାବାଳିକା ଗଣ ଦୁଷ୍କର୍ମ ନେଇ ଆସିଲା ସାଙ୍ଘାତିକ ଅଭଯୋଗ । ବଡ ଭଉଣୀ ସହ ଶୌଚ ହେବାକୁ ଯାଇଥିବା ସମୟରେ ସାନ ଭଉଣୀକୁ ଟେକି ନେଇ ଗଲେ ଦୁର୍ବୁର୍ତ୍ତ । ଦୁଷ୍କର୍ମ କରି ଆଚେତ ଅବସ୍ଥାରେ ଘର ପାଖରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୁର୍ତ୍ତ। ପୀଡ଼ିତାଙ୍କ ବଡ ଭଉଣୀ ଏବଂ ବାପା ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୋଲିସ।

ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରାଇରଙ୍ଗପୁର ପୁଲିସ। ନାବାଳିକା ଜଣଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ମୋଟର ସାଇକେଲରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଅନ୍ୟ ତିନିଜଣ ଯୁବକ ତାଙ୍କୁ ଏଥିରେ ସହଯୋଗ କରିଥିବା ସୂଚନା ରହିଥିବା ଏସ୍‌ପି କହିଛନ୍ତି ।

ଜୁନ ୧୯ ଏବଂ ୨୦ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ
ରାଇରଙ୍ଗପୁର: ଆସନ୍ତା ଜୁନ ୧୯ ଏବଂ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଭୟ ଶୀର୍ଷ ନେତା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାଯାଇଛି ।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଦୁଇ ଦିନିଆ ଗସ୍ତରେ ଜୁନ ୧୯ ତାରିଖରେ ଓଡ଼ିଶା ଆସିପାରନ୍ତି । ରାଇରଙ୍ଗପୁର ଏବଂ ନିଜ ଶାଶୂଘର ଗାଁ ପାହାଡ଼ପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୦ ତାରିଖରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଏକ ସ୍ୱତନ୍ତ୍ର ବିମାନରେ ଆସିବା ପରେ ସେ ମଧ୍ୟ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଯିବେ । ଏହି ଗସ୍ତ ସମୟରେ ଉଭୟ ନେତା ମିଳିତ ଭାବେ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏଥିରେ ଏକ ନବନିର୍ମିତ ଷ୍ଟାଡିୟମ୍ ଏବଂ ବାମନଘାଟୀ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାମିଲ ରହିଛି। ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି ।

ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ
ରାଇରଙ୍ଗପୁର: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ବହଳଦା ଥାନା ୨୨୦ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଦୋକାନ ଘର ଭିତରକୁ ମାଡ଼ିଗଲା ଏକ ପିକଅଫ ଭ୍ୟାନ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦୋକାନ ମାଲିକ ଛବିରାଣି ଦତ୍ତ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ବହଳଦା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

ତିରିଂରେ ଡବଲ ମର୍ଡର: ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା
ରାଇରଙ୍ଗପୁର: ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା କରିଛି। ନିଶାରେ ଲୋକ ହିତାହିତ ଜ୍ଞାନ ଭୁଲି ଯାଏ। ଆଉ ନିଶାରେ ବିନା କାରଣରେ କାହାକୁ ମାରିଦେବା ଘଟଣା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଘଟିଛି। ମୃତକ ଦୁଇଜଣ ହେଲେ କୁଲୁଘୁଟୁ ଗ୍ରାମର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା। ଅଭିଯୁକ୍ତ ଜଣକ ହେଲା ମୋଚକା ଆଲଦା।

ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୮.୩୦ ରୁ ୯ ପାଖାପାଖି ସମୟରେ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲା।ମୃତକ ଦୁଇ ଜଣ ଆସୁଥିବା ଦେଖି ନିଶାଶକ୍ତ ଅବସ୍ଥାରେ ଆକ୍ରମଣ କରିବା ସହିତ ଲୁହା ଶାବଳରେ ପିଟି ପିଟି ଘଟଣାସ୍ଥଳରେ ଜୀବନରୁ ମାରି ଦେଇଥିଲା। ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ ମୋଚକାକୁ କାବୁ କରି ବାନ୍ଧି ନିସ୍ତୁକ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ପୁଲିସ ସୂଚନା ପାଇ ଅଭିଯୁକ୍ତକୁ ଗ୍ରାମବାସୀ କେବଳରୁ ଉଦ୍ଧାର କରି ଗିରଫ କରିବା ସହିତ ରାଇରଙ୍ଗପୂର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଆଗରୁ କୌଣସି ପୂର୍ବ ଶତ୍ରୁତା ନଥାଇ ନିଶାଶକ୍ତ ଅବସ୍ଥାରେ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡରା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତିରିଂ ଥାନା ପୋଲିସ ଡବଲ ମର୍ଡର ନେଇ ତଦନ୍ତ ଜାରି ରଖିଛି ।

ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ
ରାଇରଙ୍ଗପୁର: ଚାକିରି ଲୋଭ ଦେଖାଇ ଜଣେ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀ‌‌ରେ ବିକିଦେବା ଓ ୫ ବର୍ଷ ଧରି ଦଲାଲ କବ୍‌ଜାରେ ରହିବା ପରେ ଉଦ୍ଧାର ପାଇଁ ଯୁବତୀଜଣଙ୍କ ଫୋନ୍‌ ଯୋଗେ ପରିବାରଲୋକଙ୍କୁ ଯୋଗାଯୋଗ କରିବା ଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଯୁବତୀଜଣଙ୍କ ବାମନଘାଟି ଉପଖଣ୍ଡର ଗୋରୁମହିଷାଣି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ମଧ୍ୟ ଖୋଜଖବର ନାହିଁ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଭଞ୍ଜସେନା ଦାବି କରିଛି।

କୁକୁଡ଼ିମୁଣ୍ଡି ଗ୍ରାମର ଜେସାଇ ହାଁସଦାଙ୍କ ଝିଅ ସିନଗୋ ହାଁସଦାଙ୍କ ନାବାଳିକା ଅବସ୍ଥାରେ ବିବାହ ହୋଇଥିଲା। ଶଶୂରଘର ଲୋକ ନିର୍ଯାତନା ଦେବାରୁ ସେ ବାପଘରେ ରହୁଥିଲେ। ଚାକିରି ଅନ୍ୱେଷଣ କରୁଥିବା ବେଳେ ସେ ଏକ ଦଲାଲ ହାବୁଡ଼ରେ ପଡ଼ିଥିଲେ। ଦଲାଲଜଣଙ୍କ ଭଲ ଚାକିରି ପ୍ରଲୋଭନ ଦେଖାଇ ସିନଗୋ ସମେତ ତାଙ୍କ ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ଧନୀ ପରିବାରକୁ ବିକ୍ରି କରିଦେଇଥିଲା। ସେଠାରେ ସେମାନଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନିଆଯିବା ସହ ସେମାନଙ୍କୁ ନଜରବନ୍ଦୀରେ ରଖାଯାଇଥିଲା। ଫଳରେ ସେମାନେ ପରିବାର ସହ ଯୋଗାଯୋଗ କରିପାରିନଥିଲେ। ତେବେ ଘରଲୋକଙ୍କ ମୋବାଇଲ ନମ୍ୱର ମନେଥିବାରୁ ୫ ବର୍ଷ ପରେ ସୁଯୋଗ ପାଇ ପରିବାରଲୋକଙ୍କୁ ଫୋନ କରିଥିଲେ ସିନଗୋ। ତାଙ୍କ ସହ ଘଟିଥିବା ଅଘଟଣ ଏବଂ ଅନ୍ୟ ଦୁଇ ଭଉଣୀଙ୍କ କୌଣସି ଖୋଜଖବର ନାହିଁ ବୋଲି ଜଣାଇଥିଲେ। ଏ ସଂପର୍କରେ ପରିବାରଲୋକେ ଗୋରୁମହିଷାଣି ଥାନାରେ ଜଣାଇଥିଲେ। କିନ୍ତୁ, ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରୁ ଉଦ୍ଧାର କରି ଆଣିବାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି।

ଗଣମାଧ୍ୟମ ଜରିଆରେ ଘଟଣା ସମ୍ପର୍କରେ ଜାଣିବା ପରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜାଣିବା ପରେ ସହାୟତା ହାତ ବଢ଼ାଇଛନ୍ତି। ଭଞ୍ଜସେନାର ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଗୋରୁମହିଷାଣିରେ ଯୁବତୀଙ୍କ ପରିବାରବର୍ଗଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ଯୁବତୀଙ୍କ ପରିବାର ଝିଅକୁ ଆଣିବାକୁ ଦିଲ୍ଲୀ ଯିବା ସକାଶେ ଭଞ୍ଜସେନା ଆର୍ଥିକ ସହାୟତା ପ୍ରଦାନ କରିଛି। ଦିଲ୍ଲୀ ଯିବା ଆସିବା ପାଇଁ ଟ୍ରେନ୍‌ ଟିକଟ ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାକୁ ଫେରାଇ ଆଣିବା ନେଇ ସମସ୍ତ ଖର୍ଚ୍ଚ ସଂଗଠନ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଆଦିବାସୀ ଝିଅଙ୍କୁ ଦଲାଲ କବଳରୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ଯୋଗେ ପ୍ରତିଷ୍ଠାତା ଶ୍ରୀ ଜେନା ନିବେଦନ କରିଛନ୍ତି। ରାଜ୍ୟ ସରକାର ଏଭଳି ଏକ ସମ୍ୱେଦନଶୀଳ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯୁବତୀଙ୍କୁ ଉଦ୍ଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।