Presidential Election Result - The Sakala

ଦେଶକୁ ମିଳିଲା ନୂଆ ରାଷ୍ଟ୍ରପତି; ଭାରତର ପଞ୍ଚଦଶ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଓଡିଶା ପାଇଁ ଐତିହାସିକ ଦିନ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ଗଣତି ପରେ ଦ୍ରୌପଦୀ କେତେ ଭୋଟ ପାଇ ବିଜୟ ହାସଲ କରୁଛନ୍ତି ଜଣାପଡିବ ।

ମୁର୍ମୁଙ୍କ ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ସେ ଶପଥ ନେବେ । ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି । ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି । ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ । ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବୃହତ ବିଜୟ ପରେ ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କ ଘର ଅଭିମୁଖେ ବାହାରିଛନ୍ତି ।

ସାମାନ୍ୟ ଏକ ୱାର୍ଡ ସଭ୍ୟାରୁ ଆଜି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବେ ମୁର୍ମୁ । ତାଙ୍କ ପାଇଁ ଆଜି ସାରା ଓଡିଶା, ମହିଳା ସମାଜ ଏବଂ ଆଦିବାସୀ ଗର୍ବିତ ହୋଇଛନ୍ତି । ଏକ ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ଯାତ୍ରା ସହଜ ନଥିଲା । ଅନେକ ଘାତ ପ୍ରତିଘାତ ଓ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ମୁର୍ମୁ । ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସ୍ୱାମୀ ଓ ଦୁଇ ପୁଅ ଏବଂ ଝିଅକୁ ହରାଇଥିଲେ ମୁର୍ମୁ ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ମୁତାବକ ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ୟଶୱନ୍ତ ସିହ୍ନାଙ୍କୁ ୫୩୭ ଭୋଟ ମିଳିଛି ।

ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀଙ୍କ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ପ୍ରଥମେ ୧୦ଟି ରାଜ୍ୟର ବାଲାଟ ପେପର କ୍ରମାନ୍ୱୟରେ ଗଣାଯାଇଥିଲା। ଏଥିମଧ୍ୟରୁ ମୋଟ ୧୧୩୮ ବୈଧ ଭୋଟ୍ ପଡ଼ିଛି ଯାହାର ମୂଲ୍ୟ ୧,୪୯,୫୭୫ । ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧,୦୫,୨୯୯ ଏବଂ ଯଶୱନ୍ତ ସିହ୍ନାଙ୍କୁ ୩୨୯ ତଥା ୪୪,୨୭୬ ମୂଲ୍ୟର ଭୋଟ୍ ମିଳିଛି । ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ସାଂସଦ ମାନଙ୍କ ଭୋଟ୍ ଗଣନା ହୋଇଥିଲା । ଏଥିରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ୍ ପାଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେବଳ ୨୦୮ ଭୋଟ୍ ମିଳିଥିଲା ।

ଅନ୍ୟପଟେ ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କୁହାଯାଉଛି କି , ଯେଉଁ ଗ୍ରାମ ମାନଙ୍କରେ ଆଦିବାସୀ ସଂପ୍ରଦାୟର ଅଧିକ ଲୋକ ରହୁଛନ୍ତି ସେହିସବୁ ଗ୍ରାମରେ ବିଜେପି ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଛି ।