Henley Passport Index 2022 - The Sakala

ହେନ୍‌ଲେ ପାସ୍‌ପୋର୍ଟ ସୂଚକାଙ୍କ: ଏସୀୟ ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି ?
ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପାସ୍‌ପୋର୍ଟର ମାନ୍ୟତା ପ୍ରକାଶ ପାଇଛି।  ଏହି ତାଲିକାରେ ଜାପାନ ପାସ୍‌ପୋର୍ଟ ଏକ ନମ୍ବର ରହିଥିବାବେଳେ ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପାସ୍‌ପୋର୍ଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ତୃତୀୟ ସ୍ଥାନରେ ଜର୍ମାନୀ ଏବଂ ସ୍ପେନ୍, ଚତୁର୍ଥ ସ୍ଥାନରେ ଫିନଲ୍ୟାଣ୍ଡ, ଇଟାଲୀ ଏବଂ ଲକ୍ସେମବର୍ଗ, ଅଷ୍ଟ୍ରିଆ ଏବଂ ଡେନମାର୍କ ପାଞ୍ଚ ନମ୍ବରରେ ରହିଛି। ମୋଟ ୧୯୯ ଦେଶକୁ ନେଇ ପ୍ରସ୍ତୁତ ଏହି  ତାଲିକାରେ ଭାରତର ପାସପୋର୍ଟ ୮୭ ତମ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ,ଏସୀୟ ଦେଶଗୁଡିକର ପାସପୋର୍ଟ ସବୁଠୁ ଶକ୍ତିଶାଳୀ  ବିବେଚିତ ହୋଇଥିବାବେଳେ ଆମେରିକା-ୟୁରୋପ ଏ କ୍ଷେତ୍ରରେ ପଛରେ ରହିଛନ୍ତି।

ଜାପାନୀ ପାସ୍‌ପୋର୍ଟଧାରୀଙ୍କ ପାଇଁ ୧୯୩ଟି ଦେଶକୁ ବାଧାହୀନ ପ୍ରବେଶ ଅନୁମତି ଥିବାବେଳେ ସିଙ୍ଗାପୁର ଓ ଦକ୍ଷିଣ କୋରିଆ ପାସ୍‌ପୋର୍ଟଧାରୀଙ୍କୁ ୧୯୨ ଦେଶରେ ବାଧାହୀନ ପ୍ରବେଶ ଅନୁମତି ମିଳିଛି। ହେଲେ ଶକ୍ତିଶାଳି ପାସ୍‌ପୋର୍ଟ ତାଲିକାରେ ୟୁକେ ୧୮୭ ଦେଶକୁ ପ୍ରବେଶ ଅନୁମତି ସହ ଷଷ୍ଠ ସ୍ଥାନରେ ଥିବାବେଳେ ୧୮୬ ଦେଶକୁ ପ୍ରବେଶ ଅନୁମତି ପାଇଁ ଆମେରିକା ସପ୍ତମ ସ୍ଥାନରେ ରହିଛି। ସେହିପରି ଚୀନର ପାସ୍‌ପୋର୍ଟ ମାନ୍ୟତା ୬୯ ରହିଛି। ଚୀନ ପାସ୍‌ପୋର୍ଟଧାରୀଙ୍କୁ ୮୦ଟି ଦେଶରେ ବାଧାହୀନ ପ୍ରବେଶ ଅନୁମତି ରହିଛି। ରୁଷ ଟ୍ରାଭେଲ୍ ଡକ୍ୟୁମେଣ୍ଟ ୫୦ ରାଙ୍କରେ ଥିବାବେଳେ ୧୧୯ ଦେଶକୁ ସହଜରେ ଯାତ୍ରା ଅନୁମତି ମିଳିଛି। ତେବେ ଭାରତର ପାସ୍‌ପୋର୍ଟ ରାଙ୍କରେ ଏଥର କୌଣସି ସୁଧାର ଆସିପାରିନାହିଁ। କାରଣ ଭାରତର ପାସ୍‌ପୋର୍ଟ ରାଙ୍କ ୮୭ ରହିଛି। ସେହିପରି ଆଫଗାନିସ୍ତାନର ପାସ୍‌ପୋର୍ଟ ମାନ୍ୟତା ସବୁଠାରୁ ତଳେ ରହିଛି। ଆଫଗାନୀ ପାସ୍‌ପୋର୍ଟଧାରୀଙ୍କୁ ମାତ୍ର ୨୭ ଦେଶରେ ବାଧାହୀନ ପ୍ରବେଶ ଅନୁମତି ରହିଛି।

ଏହି ପାସପୋର୍ଟ ରାଙ୍କିଙ୍ଗରେ ପାକିସ୍ତାନର ସ୍ଥିତି ପୂରା ଖରାପ ରହିଛି । ଏହି ଇନଡେକ୍ସରେ ୧୯୯ ଦେଶର ପାସପୋର୍ଟ ମଧ୍ୟରେ ପାକିସ୍ତାନ ୧୦୯ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ପାକିସ୍ତାନ ପାସପୋର୍ଟ ବିଶ୍ୱର ୪ର୍ଥ ଦୁର୍ବଳ ପାସପୋର୍ଟ । ଏହି ପାସପୋର୍ଟଧାରୀଙ୍କୁ କେବଳ ୩୨ଟି ଦେଶ ବୁଲିପାରିବେ । ପାକିସ୍ତାନ ପାସପୋର୍ଟ କେବଳ ସିରିୟା, ଇରାକ ଓ ଆଫଗାନିସ୍ତାନଠାରୁ ଭଲ ଅଟେ ।