Elephant Rescue - The Sakala
ତେଲକୋଇ ରେଞ୍ଜ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲ ନିକଟରୁ ମାଈ ହାତୀଛୁଆ ଉଦ୍ଧାର, ପଡାଙ୍ଗ ବନ୍ଧନଝରି ବିଟରେ ଚାଲିଛି ଚିକିତ୍ସା
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ସେକ୍ସନ କୃଷ୍ଣପୁର ସଂରକ୍ଷତ ଜଙ୍ଗଲ ନିକଟରୁ ଏକ ଅସୁସ୍ଥ ମାଇ ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି। ହାତୀଛୁଆଟିର ବୟସ ୨ବର୍ଷ ହେବ । ପଡାଙ୍ଗ ବିଟରେ ବନ୍ୟପ୍ରାଣୀ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଚାଲିଥିବା କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ହାତୀ ଛୁଆଟି ଜଙ୍ଗଲ ନିକଟସ୍ଥ ଚାଷଜମି ପାଖରେ ଏକୁଟିଆ ବୁଲୁଥିବା ଗଜସାଥି ଦେଖିବାକୁ ପାଇଥିଲେ। କିଛି ସମୟ ଅନୁଧ୍ୟାନ କରିବା ପରେ ହାତୀଛୁଆ ପାଖରେ ମା’ ହାତୀ ଏବଂ ଅନ୍ୟ ହାତୀ ଦଳ ନଥିବା ଜାଣି ପାଖକୁ ଯିବାରୁ ହାତୀ ଛୁଆଟି ଅସୁସ୍ଥ ଥିବା ଜଣାପଡିଥିଲା। ହାତୀପଲ ତାକୁ ସେଠାରେ ଛାଡି ଯାଇଥିବା ଜଣାପଡିଛି । ହାତୀଛୁଆକୁ ବନବିଭାଗ ଗଜସାଥି ରକ୍ଷକ ଗାଡ଼ିରେ ସେଠାରୁ ଉଦ୍ଧାର କରି ପଡାଙ୍ଗ ବନ୍ଧନଝରି ବିଟରେ ତା’ର ଚିକିତ୍ସା ହେଉଥିବା ଡି ଏଫ ଓ କହିଛନ୍ତି। ହାତୀଛୁଆକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାକୁ ହାତୀପଲ ସାଙ୍ଗରେ ନେଇନାହାନ୍ତି। ଅଧିକ ଚିକିତ୍ସା ପରେ ତାକୁ ପୁଣି ହାତୀପଲଙ୍କ ସହିତ ମିଶାଇବାକୁ ବନ ବିଭାଗ ଚେଷ୍ଟା କରିବ। ନଚେତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି।
ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀ ଆତଙ୍କ, ଖୁବଶୀଘ୍ର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନବିଭାଗର ସୂଚନା
ପୁରୀ: ଗତକାଲି ପୁରୀର ଚନ୍ଦନପୁରରେ ଗୋଟିକିଆ ଦନ୍ତା ହାତୀ ଆତଙ୍କ ରଚିଥିବାବେଳେ ଆଜି ବାଲୁଖଣ୍ଡ ଅଭୟାରଣ୍ୟରେ ପଶିଛି। ହାତୀକୁ ଘଉଡାଇବାକୁ ପୁରୀ ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବନବିଭାଗର ସ୍ୱତନ୍ତ୍ର ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯିବାକୁ ଉଦ୍ୟମ ଜାରି ରହିଛି। ଏନେଇ ରେଞ୍ଜର ବେଣୁଧର ବେହେରା ସୂଚନା ଦେଇଛନ୍ତି ।
ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଞ୍ଚଳରେ ହାତୀକୁ ଠାବ କରାଯାଇଛି । ହାତୀଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସେପଟେ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯିବା ସହିତ ଆଖପାଖ ଅଞ୍ଚଳରେ ଯିବାଆସିବା ନକରିବାକୁ ସତର୍କ କରାଯାଇଛି । ହାତୀର ଗତିବିଧି ଉପରେ ବନବିଭାଗର ସ୍ୱତନ୍ତ୍ର ନଜର ରହିଛି । ଦନ୍ତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ରାତିରେ ଲୋକଙ୍କ ଘରେ ତାଟିକବାଟ ପଡ଼ିଛି । ବନବିଭାଗ ବି ଡାକବାଜି ଜରିଆରେ କେହି ରାତିରେ ବାହାରେ ନ ବୁଲିବାକୁ ସତର୍କ ସୂଚନା ଦେଇଛି। ପ୍ରଥମ ଥର ପାଇଁ ପୁରୀ ସହରରେ ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି )ରେ ଏକ ଡଗ ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି । ଏଥିପାଇଁ ଗ୍ରାମବାସୀ, ବନ ଓ ଅଗ୍ନିଶମ ବିଭାଗଙ୍କ ଉପସ୍ଥିତ ବୁଦ୍ଧିକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ବୁଧବାର ରାତିରେ ଧାନ ଖାଇବାକୁ ଆସିଥିବା ହାତୀପଲ ମଧ୍ୟରୁ ଦୁଇଟି ହାତୀ ଶିମିଳିପାଳ ସନ୍ନିକଟ ବାରିପଦା ରେଞ୍ଜ ଅନ୍ତର୍ଗତ ହଳଦିବଣୀ ଫରେଷ୍ଟ କାର୍ୟ୍ୟାଳୟ ଅଧୀନ କାଠରୁମା (ଦେହୁରୀ ସାହି )ର ସାଧୁ ମୁର୍ମୁଙ୍କ ବିଲରେ ଥିବା ଏକ ପରିତ୍ୟକ୍ତ ଡଗୱେଲ ଭିତରେ ଖସି ପଡ଼ିଥିଲେ । ସକାଳେ ଗ୍ରାମବାସୀ ଜାଣିବା ପରେ ତାଙ୍କର ଉପସ୍ଥିତ ବୁଦ୍ଧି ଦ୍ୱାରା ଉଭୟଙ୍କୁ ଉଦ୍ଧାର କରାଯାଇଛି ।
pic.twitter.com/UpGKcislSD
— Sakala (ସକାଳ) (@TheSakala) December 8, 2022
ବୁଧବାର ରାତି ଦୁଇଟା ସମୟରେ ୩୫ଟିକିଆ ହାତୀ ପଲ ଧାନ ଖାଇବାକୁ ବିଲକୁ ପଶିଥିଲେ । ଅଜାଣତରେ ଡଗ ୱେଲରେ ୬ଟି ହାତୀ ଖସିପଡ଼ିଥିଲେ । ସେଥି ମଧ୍ୟରୁ ଚାରିଟି ହାତୀ କୌଶଳ କ୍ରମେ ଉଠିଯାଇଥିଲେ । ଦୁଇଟି ହାତୀ ଶାବକ ଉଠି ପାରିନଥିଲେ । ଗୋଟିଏ ଦନ୍ତା ଓ ଅନ୍ୟଟି ହାତୀ ଶାବକ ଦୀର୍ଘ ସମୟ ଆପ୍ରାଣ ଉଦ୍ୟମ ପରେ ମଧ୍ୟ କାଦୁଅରେ ପଶି ରହିଥିଲେ । ଘଟଣା ସ୍ଥଳରେ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ସଦଳ ବଳେ ପହଂଚିଥିଲେ । ଚନ୍ଦୁଆରୁ ଅଗ୍ନିଶମ ବିଭାଗ ମଧ୍ୟ ସେଠାରେ ପହଞ୍ଚିଥିଲେ । ସେମାନେ ହାତୀଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀଙ୍କ ସହଯୋଗ ନେଇଥିଲେ । ଡଗଓ୍ବେଲ ହିଡ ଧାରକୁ କାଠ ଖଣ୍ଡ ଓ ଡାଳୁଅ ପକାଇବା ପରେ ହାତୀ ଦୁଇଟିକୁ ଉଦ୍ଧର କରିଥିଲେ । ତିନିଦିନ ହେବ ୩୫ଟି ହାତୀ ଉକ୍ତ ଅଞ୍ଚଳରେ ରହି ଅମଳ ସମୟର ଚାଷ ଜମିରୁ ଧାନ ଖାଇବା ସହିତ ବ୍ୟାପକ କ୍ଷତି ପହଞ୍ଚାଉଥିବା ଅଭିଯୋଗ ହେଉଥିଲା ।
ଗଜରାଜ ସୁରକ୍ଷା: ଖର୍ଚ୍ଚ ବଢୁଛି ତଥାପି କମୁନି ହାତୀ ମୃତ୍ୟୁ ଚିନ୍ତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି କ୍ରମବର୍ଦ୍ଦିଷ୍ଣୁ ହାତୀ ମୃତ୍ୟୁ ସଂଖ୍ୟା। ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ କନ୍ଧନୂଆପଲ୍ଲୀ ଜଙ୍ଗଲରେ ବୁଧବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି ବୋଲି ବନବିଭାଗ କହିଛି। ଗତ ୪ ମାସ ମଧ୍ୟରେ ଆଜିକୁ ମିଶାଇ ବିଦ୍ୟୁତ୍‌ ଆଘାତରେ ୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମାତ୍ର ୧୫ ଦିନର ବ୍ୟବଧାନରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଛି।
୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମୋଟ ୨୪୫ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝରରେ ୨୧, ଅନୁଗୁଳ ଓ ସାତକୋଶିଆରେ ୧୨ଟି, ଆଠଗଡ଼, ଦେବଗଡ଼, ଶିମିଳିପାଳ ଦକ୍ଷିଣରେ ୧୧, ବାଲେଶ୍ୱର ବନ୍ୟପ୍ରାଣୀ, କଳାହାଣ୍ଡି ଦକ୍ଷିଣରେ ୧୦ଟି, ଖୋର୍ଦ୍ଧା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ଗତ ୧୨ ବର୍ଷରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୪ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେହିପରି ୧୪୪ ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ବେଳେ ୩୬ଟି ଟ୍ରେନ୍‍ ଆଘାତରେ ୧୩୫ଟି ହାତୀଙ୍କର ଶିକାର ଦ୍ୱାରା ଓ ୬ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ହାତୀ ପଲଙ୍କୁ ଗାଁ ଅଭିମୁଖୀ ହେବାରୁ ପ୍ରତିହତ କରିବା ପାଇଁ ଓ ଜନ ଜୀବନର ସୁରକ୍ଷା ପାଇଁ ଗତ ତିନି ବର୍ଷରେ ୪୨ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ କରାଯାଇଛି। ବଜେଟରୁ ଖର୍ଚ୍ଚ କରାଯାଇଥିବା ଏହି ଅର୍ଥରୁ ୩୧ କୋଟି ୫୭ ଲକ୍ଷ ଟଙ୍କା କେବଳ କାମ୍ପା ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ହାତୀ ଘଉଡାଇବା ଓ ପ୍ରବେଶକୁ ରୋକିବା ପାଇଁ ସୌରଶକ୍ତି ଆଲୋକ ବ୍ୟବସ୍ଥା କରିବା, ଗଜସାଥୀ, ଗଜ ବନ୍ଧୁ ମୁତୟନ ବାବଦରେ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାସହ ହାତୀ ସ୍କ୍ୱାର୍ଡ ଓ ହାତୀ ଟ୍ରାକରଙ୍କୁ ନିଯୁକ୍ତି କରାଯାଇଛି। ହାତୀ ସ୍କ୍ୱାର୍ଡ ପାଇଁ ଗତ ତିନି ବର୍ଷରେ ବଜେଟ ଅନୁଦାନରୁ ୩୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ସୌରଶକ୍ତି ଚାଳିତ ବ୍ୟବସ୍ଥା ପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି କାମ୍ପା ପାଣ୍ଠି ଅର୍ଥରେ ହାତୀ ଟ୍ରାକର ମୁତୟନ ସହିତ ସୌରଶକ୍ତି ତାରବାଡ ଏବଂ ଟ୍ରେଞ୍ଚ ଖୋଳା ହେଉଛି। ସୌରଶକ୍ତି ଚାଳିତ ତାରବାଡ ବୁଲାଇବା ପାଇଁ ଗତ ତିନି ବର୍ଷରେ କାମ୍ପା ପାଣ୍ଠିରୁ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ହାତୀ ଟ୍ରାକର ମୁତୟନ ପାଇଁ ୮ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି। କେବଳ ହାତୀ ଘଉଡାଇବାକୁ ସରକାର ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଥିବା ବେଳେ ଏହାର ଫଳ ଶୂନ୍‍ ଭଳି ଜଣାପଡୁଛି।
ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ମୁଖ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପ୍ରତି ୧୦ ଟି ହାତୀ ମୃତ୍ୟୁରେ ଜଣେ ମଣିଷର ହାତ ରହିଛି। ସରକାର ବି ଏକଥାକୁ ସ୍ୱୀକାର କରି କହିଛନ୍ତି ଯେ ରାଜ୍ୟରେ ମରିଥିବା ହାତୀ ଭିତରୁ ୭୦ଟି ମୃତ୍ୟୁ ମଣିଷ ଯୋଗୁଁ ହୋଇଛି। ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ। ବର୍ତ୍ତମାନ ସେଥିମଧ୍ୟରୁ ୫ ବର୍ଷରେ ୨୩୩ଟି ହାତୀଙ୍କର ଜୀବନ ଯାଇଛି। ଯାହା ମଧ୍ୟରେ ୧୪ଟି ହାତୀ ଶିକାରୀମାନଙ୍କ ଦ୍ୱାରା , ୬୩ ହାତୀ ବିଦ୍ୟୁତ ଆଘାତ ଦ୍ୱାରା, ୨୦ଟି ହାତୀ ରେଳ ଦୁର୍ଘଟଣାରେ, ୪ଟି ସଡକ ଦୁର୍ଘଟଣାରେ ଓ ୮୫ ଟି ହାତୀ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କହିଛନ୍ତି।
ଅପରପକ୍ଷେ ହାତୀ ମଣିଷ ଲଢ଼େଇରେ ୨୦୨୧-୨୨ ବର୍ଷରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧୮ ଜଣ ଆହତ ହୋଇଛନ୍ତି। ୨୦୨୦-୨୧ ମସିହା ଠାରୁ ଏହା ଯଥେଷ୍ଟ ବେଶୀ। ୨୦୨୦ ମସିହାରେ ରାଜ୍ୟରେ ହାତୀ- ମଣିଷ ଲଢ଼େଇରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୯ ଜଣ ଆହତ ହୋଇଥିଲେ। ସେହିପରି ୨୦୧୯-୨୦ରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୨ ଜଣ ଆହତ ହୋଇଥିଲେ। ସରକାର ହାତୀ ଘଉଡାଇବା ପାଇଁ ଯାବତୀୟ ପଦକ୍ଷେପ ନେବା ସତ୍ତ୍ବେ ହାତୀ ମୃତ୍ୟୁ ଓ ମଣିଷ-ହାତୀ ଲଢ଼େଇ ଭଳି ସମସ୍ୟାକୁ ପ୍ରତିହତ କରିବାରେ ସଫଳ ହୋଇ ପାରୁନାହାଁନ୍ତି।