Richest Person of World - The Sakala

ବିଶ୍ଵ ଧନୀ ତାଲିକାରେ ୭ମ ସ୍ଥାନକୁ ଖସିଲେ ଶିଳ୍ପପତି ଗୌତମ ଆଦାନୀ
ନୂଆଦିଲ୍ଲୀ: ବିଶ୍ଵ ଧନୀ ତାଲିକାରୁ ଖସିଲେ ଦେଶର ଅନ୍ୟତମ ଶିଳ୍ପପତି ଆଦାନୀ । ବହୁ ଚର୍ଚ୍ଚିତ ହିଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ।

ଗତ ସେପ୍ଟେମ୍ବର ୨୦୨୨ରେ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଥିଲେ । ଫୋର୍ବସ ଡାଟା ଅନୁଯାୟୀ ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଛି । ଆଦାନୀ ଏବେ ଧନୀ ତାଲିକାର ୭ ନମ୍ବର ସ୍ଥାନକୁ ଖସିବା ପରେ ଧନୀ ତାଲିକାରେ ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ତଳକୁ ଖସି ଆସିଛନ୍ତି । ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି । କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟରେ ଆଦାନୀ ଗ୍ରୁପର ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା ଭଳି ସାଂଘାତିକ ଅଭିଯୋଗ ରହିଛି ।

ପୂର୍ବରୁ ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ । ଗତବର୍ଷ ସେପ୍ଟେମ୍ବରରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ।ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା । ପରେ ସେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ସ୍ଥାନକୁ ଉଠିଥିଲେ ।

ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ଆଦାନୀ
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଚତୁର୍ଥ ସ୍ଥାନରେ ଗୌତମ ଆଦାନି । ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଉନ୍ନୀତ ହେଲେ ଭାରତୀୟ ଉଦ୍ୟୋଗପତି ତଥା ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି । ଫୋର୍ବସ୍ ତଥ୍ୟ ଅନୁଯାୟୀ, ୬୦ ବର୍ଷୀୟ ଆଦାନୀଙ୍କ ମୋଟ ସମ୍ପତ୍ତି ଗୁରୁବାର ସୁଦ୍ଧା ୧୧୫.୫ ବିଲିୟନ ଡ଼ଲାରରେ ପହଞ୍ଚିଥିବାବେଳେ ବିଲ୍ ଗେଟ୍ସଙ୍କ ସମ୍ପତ୍ତି ହେଉଛି ୧୦୪.୬ ବିଲିୟନ ଡ଼ଲାର। ୯୦ ବିଲିୟନ ଡଲାର ସହିତ ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଦଶମ ସ୍ଥାନରେ ରହିଛନ୍ତି।

ବିଲ ଗେଟସ୍‌ ତାଙ୍କ ସମ୍ପତ୍ତିର ୨୦ ବିଲିଅନ୍‌ ଡଲାର ଦାନ କରିବେ ବୋଲି ଘୋଷଣା କରିବା ପରେ ସେ ଧନୀ ତାଲିକାରେ ତଳକକୁ ଖସିଛନ୍ତି। ବିଲ୍ ଗେଟ୍‌ସ ତାଲିକାର ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତି ୧୧,୪୦୦ କୋଟି ଡଲାରରୁ ଅଧିକ ଥିବା ବେଳେ ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ପରିମାଣ ୧୦,୨୦୦ କୋଟି ଡଲାରକୁ ଖସିଆସିଛି।

୨୩୫.୮ ବିଲିୟନ୍‌ ଡଲାର୍‌ ଥାଇ ଉପରୋକ୍ତ ତାଲିକାର ସର୍ବାଗ୍ରେ ଅଛନ୍ତି, ‘ଟେସ୍‌ଲା’ ଏବଂ ‘ସ୍ପେସ୍‌ଏକ୍ସ’ର ସଂସ୍ଥାପକ ଏଲନ୍‌ ମସ୍କ୍‌। ସେହିପରି ଲୁଇ ଭୁଟନ୍‌ର ବର୍ନାର୍ଡ ଆର୍ନଲ୍ଟ ଦ୍ୱିତୀୟ, ଆମାଜନ୍‌ର ଜେଫ୍‌ ବେଜୋସ୍‌ ତୃତୀୟ, ଆଦାନି ଚତୁର୍ଥ ଓ ବିଲ୍ ଗେଟ୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି।  ୮,୮୦୦ କୋଟିରୁ ଅଧିକ ଡଲାରର ସମ୍ପତ୍ତି ସହ ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି।