Industrialist Arvind Goyal donated 600 crores - The Sakala

ନିଜ ପାଖରେ କେବଳ ଏକ ଘର ରଖି, ୬୦୦ କୋଟିର ସମ୍ପତ୍ତି ଦାନ କଲେ ଶିଳ୍ପପତି ଅରବିନ୍ଦ ଗୋୟଲ
ମୁରାଦାବାଦ : ଉତ୍ତରପ୍ରଦେଶର ମୋରାଦାବାଦର ଶିଳ୍ପପତି ଡ ଅରବିନ୍ଦ କୁମାର ଗୋୟଲ ଗରିବଙ୍କ ପାଇଁ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ। ଗୋୟଲମୋରାଦାବାଦ ସିଭିଲ୍ ଲାଇନ୍ସଠାରେ ତାଙ୍କ ସହ ଏକ କୋଠି ରଖିଛନ୍ତି। ଗାୟଲ ଦୀର୍ଘ ୫୦ ବର୍ଷ ଧରି ପରିଶ୍ରମ କରି ଏହି ସମ୍ପତ୍ତି ଉପାର୍ଜ୍ଜନ କରିଥିଲେ। ଏହି ଅର୍ଥକୁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଗୋୟଲଙ୍କର ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ୧୦୦ ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ଡାକ୍ତରଖାନା ରହିଛି। କୋଭିଡ ଲକଡାଉନ୍ ସମୟରେ ମଧ୍ୟ ସେ ମୋରାଦାବାଦର ୫୦ ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଲୋକଙ୍କୁ ମାଗଣା ଖାଦ୍ୟ ଏବଂ ଔଷଧ ଦେଇଥିଲେ।

ଡ. ଗୋୟଲଙ୍କ ପରିବାର କହିଲେ, ପତ୍ନୀ ରେଣୁ, ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ବଡ ପୁଅ ମଧୁର ଗୋୟଲ ମୁମ୍ବାଇରେ ରୁହନ୍ତି। ସାନପୁଅ ଶୁଭମ୍ ପ୍ରକାଶ ଗୋୟଲ ମୋରାଦାବାଦରେ ରହି ପିତାଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତି। ତେବେ ଝିଅ ବିବାହ ପରେ ବରେଲିରେ ରୁହନ୍ତି। ତାଙ୍କ ନିଷ୍ପତ୍ତିକୁ ସନ୍ତାନ ଏବଂ ପତ୍ନୀ ସ୍ୱାଗତ କରିଛନ୍ତି। ସୋମବାର ରାତିରେ ଡ. ଗୋୟଲ ଏହି ସମ୍ପତ୍ତି ଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ୨୫ ବର୍ଷ ପୂର୍ବେ ସେ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେତେବେଳେ ଘଟିଥିବା ଏକ ଘଟଣା ବିଷୟରେ ସେ କହିଛନ୍ତି, ଏକ ଡିସେମ୍ବର ମାସରେ ଟ୍ରେନରେ ଯିବା ସମୟରେ ସେ ଜଣେ ଗରିବ ଲୋକକୁ ଶୀତରେ ଥରି ଥରି ଯିବାର ଦେଖିଥିଲେ। ତାଙ୍କ ପାଦରେ ଚାଦର କିମ୍ବା ଚପଲ ନ ଥିଲା। ସେ ଜୋତା କାଢ଼ି ତାଙ୍କୁ ଦେଇଥିଲେ, କିନ୍ତୁ ପ୍ରବଳ ଥଣ୍ଡା ହେତୁ ତାଙ୍କର ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଲା। ସେବେଠାରୁ ସେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ମୁଁ ବହୁତ ଉପରକୁ ଉଠିଛି। ଜୀବନ ଉପରେ କୌଣସି ଭରସା ନାହିଁ। ତେଣୁ ବଞ୍ଚିଥିବାବେଳେ ନିଜ ହାତରେ ସମ୍ପତ୍ତି ଦାନ କଲେ ତାହା ଅନାଥ, ଗରିବ ଏବଂ ଦରିଦ୍ର ଲୋକଙ୍କ କାମରେ ଲାଗିବ। ସମ୍ପତ୍ତି ଦାନ ପାଇଁ ସେ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖିଥିଲେ।

ଡ. ଗୋୟଲଙ୍କ ସମ୍ପତ୍ତି ସଠିକ୍ ମୂଲ୍ୟରେ ବିକ୍ରୟ କରିବା ପାଇଁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯିବ। ତିନିଜଣ ସଦସ୍ୟ ନିଜେ ଗୋୟଲଙ୍କ ଦ୍ୱାରା ମନୋନୀତ ହେବେ। ଅବଶିଷ୍ଟ ଦୁଇଜଣଙ୍କୁ ସରକାର ମନୋନୀତ କରିବେ। ଅନାଥ ଏବଂ ଗରିବ ଲୋକଙ୍କ ପାଇଁ ସମ୍ପତ୍ତି ବିକ୍ରୟ କରି ପ୍ରାପ୍ତ ଅର୍ଥରୁ ମାଗଣା ଶିକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରାଯିବ।ଡ. ଗୋୟଲ ମୋରାଦାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରମୋଦ କୁମାର ଏବଂ ମାତା ଶକୁନ୍ତଳା ଦେବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଭିଣୋଇ ସୁଶୀଲ ଚନ୍ଦ୍ରା ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଡ. ଗୋୟଲଙ୍କୁଦେଶର ୪ ଜଣ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଗରିବ ଲୋକଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏବଂ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ତାଙ୍କୁ ସମ୍ମାନିତ କରିଛନ୍ତି।