International Chess Day - The Sakala

ଆଜି ଅନ୍ତର୍ଜାତୀୟ ଚେସ୍‌ ଦିବସ
‘ଚେସ୍’ ଦୁଇ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଖେଳାଯାଉଥିବା ପ୍ରାଚୀନ, ବୌଦ୍ଧିକ ଓ ସାଂସ୍କୃତିକ ଖେଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ଅଲମ୍ପିକ୍‌ କ୍ରୀଡ଼ା ସମୟରେ ୧୯୨୪, ଜୁଲାଇ ୨୦ ତାରିଖରେ ୱାର୍ଲଡ୍‌ ଚେସ୍‌ ଫାଉଣ୍ଡେସନ୍‌(ଏଫ୍‌ଆଇଡିଇ) ପ୍ୟାରିସ୍‌ରେ ସ୍ଥାପିତ ହୋଇଥିଲା। ୧୯୬୬ ମସିହାରୁ ପ୍ରତିବର୍ଷ ଏହାର ପ୍ରତିଷ୍ଠା ଦିବସକୁ ‘ଅନ୍ତର୍ଜାତୀୟ ଚେସ୍‌ ଦିବସ’ ଭାବେ ପାଳନ କରାଯାଉଛି। ଏହି ଦିନରେ ଜିଲ୍ଲା, ରାଜ୍ୟ, ଜାତୀୟ ଓ ବିଶ୍ବସ୍ତରରେ ଚେସ୍‌ ପ୍ରତିଯୋଗିତା ଆୟୋଜନ କରାଯାଏ। ଏଫ୍‌ଆଇଡିଇ ସଂସ୍ଥା ଏହାର ମୁଖ୍ୟ ପୃଷ୍ଠପୋଷକ। ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ୍‌ ସମିତି ଏଫ୍‌ଆଇଡିଇକୁ ୧୯୯୯ରେ ଏକ ବିଶ୍ବସ୍ତରର କ୍ରୀଡା ସଂଗଠନର ମାନ୍ୟତା ପ୍ରଦାନ କରିଛି। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଚେସ୍‌ ଖେଳର ଅୟଆରମ୍ଭ ହୋଇଥିବା କଥା କୁହାଯାଏ। ପ୍ରଥମେ ଏହାର ନାମ ଥିଲା ‘ଚତୁରଙ୍ଗ’।

ଗୁପ୍ତଯୁଗ ଶାସନ କାଳରେ ଏହାର ପ୍ରଚାର ପ୍ରସାର ହୋଇଥିବା କଥା କୁହାଯାଏ। ସେତେବେଳେ ରଣନୀତି ଓ ବୁଦ୍ଧିର ବିକାଶ ପାଇଁ ଚେସ୍‌ ଖେଳାଯାଉଥିଲା। ଚତୁରଙ୍ଗ ବା ଚତୁରଙ୍ଗିଣୀ ଶବ୍ଦ ସେନାରୁ ଆସିଥିଲା। ଯାହାର ଅର୍ଥ ଚରୋଟି ତତ୍ତ୍ବରୁ (ଗଜ, ଅଶ୍ବ, ରଥ ଓ ପଦାତିକ ସେନା) ନିର୍ମିତ ସେନା। ଏହା ଭାରତରୁ ପରେ ପର୍ସିଆ ଓ ୟୁରୋପକୁ ବ୍ୟାପିଥିଲା। ଚେସ୍‌ ହେଉଛି ରଣକୌଶଳ ଓ ତୀକ୍ଷ୍‌ଣ ବୁଦ୍ଧିର ଖେଳ। ପ୍ରାଚୀନ କାଳରୁ ଚେସ୍‌କୁ ମାନସିକ ଶକ୍ତିର ଏକ ଖେଳ ରୂପେ ଖେଳାଯାଉଛି। ଏହାକୁ ଯେକୌଣସି ସ୍ଥାନ ଓ ସମୟରେ ଖେଳାଯାଇ ପାରିବ। ଭାରତରେ ଚେସ୍‌କୁ ଅଧିକ ଲୋକପ୍ରିୟ କରିବାରେ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍‌ ଆନନ୍ଦଙ୍କର ବଡ଼ ଯୋଗଦାନ ରହିଛି।