Kerala Police - The Sakala

Monalisa Bhosale: ପ୍ରେମିକଙ୍କ ସହ ରହିବାକୁ ଜିଦ୍: ପରିବାରକୁ ଭୟ କରି କେରଳରେ ଆଶ୍ରୟ ନେଲେ ଭାଇରାଲ୍ ଗାର୍ଲ ମୋନାଲିସା
ଥିରୁଭାନନ୍ତପୁରମ୍: କୁମ୍ଭମେଳାର ଭାଇରାଲ୍ ଗାର୍ଲ ମୋନାଲିସା ଭୋସଲେ ନିଜ ପ୍ରେମିକ ଫରମାନ ଖାନଙ୍କ ସହ କେରଳରେ ପହଞ୍ଚିଛନ୍ତି। ପରିବାର ଲୋକଙ୍କ ବିରୋଧରୁ ବର୍ତ୍ତିବା ପାଇଁ ଏବଂ ସୁରକ୍ଷା ଦାବି କରି ସେ ଥିରୁଭାନନ୍ତପୁରମର ଥମ୍ପାନୁର ପୋଲିସ ଷ୍ଟେସନରେ ଆଶ୍ରୟ ନେଇଛନ୍ତି। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକେ ବାଧା ସୃଷ୍ଟି କରିବାରୁ କେରଳକୁ ଏକ ସୁରକ୍ଷିତ ସ୍ଥାନ ଭାବି ଉଭୟ ଏଠାକୁ ପଳାଇ ଆସିଥିବା ଜଣାପଡ଼ିଛି।

ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ

ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ମୋନାଲିସା ଭୋସଲେ ଏବଂ ମହାରାଷ୍ଟ୍ରର ଫରମାନ ଖାନଙ୍କ ମଧ୍ୟରେ ଗତ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କ ରହିଛି। ଫେସବୁକ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ତେବେ ଉଭୟଙ୍କ ସମ୍ପର୍କକୁ ମୋନାଲିସାଙ୍କ ପରିବାର ଲୋକେ ବିରୋଧ କରିବା ସହ ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ବିବାହ ସ୍ଥିର କରିଥିଲେ।

ଏହାପରେ ଉଭୟ କେରଳ ପଳାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟ ରାଜ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ବଡ଼ ଧରଣର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଶଙ୍କା କରି ସେମାନେ କେରଳ ବାଛିଥିବା କହିଛନ୍ତି।

ଫିଲ୍ମ ସୁଟିଂ ବେଳେ ପୋଲିସର ଦ୍ୱାରସ୍ଥ

ପୁଭାରରେ ଏକ ଫିଲ୍ମ ସୁଟିଂ ପାଇଁ ଆସିଥିବା ବେଳେ ମୋନାଲିସା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଥମ୍ପାନୁର ପୋଲିସ ତାଙ୍କ ପିତା ଜୟ ସିଂ ଭୋସଲେ ଏବଂ ଫିଲ୍ମ ସୁଟିଂ ଟିମକୁ ଷ୍ଟେସନକୁ ଡକାଇଥିଲା। ପୋଲିସ ଆଗରେ ମୋନାଲିସା ନିଜ ପ୍ରେମିକ ଫରମାନଙ୍କ ସହ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି।

‘ମଞ୍ଜୁମ୍ମେଲ ବଏଜ୍’ ନିର୍ଦ୍ଦେଶକ ଚିଦମ୍ବରମଙ୍କ ନାମରେ ଯୌନ ନିର୍ଯାତନା ମାମଲା; ଘରକୁ ପଶି ଦୁର୍ବ୍ୟବହାର ଅଭିଯୋଗ
ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ବ୍ଲକବଷ୍ଟର ଫିଲ୍ମ ‘ମଞ୍ଜୁମ୍ମେଲ ବଏଜ୍’ର ନିର୍ମାତା ଚିଦମ୍ବରମ ଏସ. ପୋଡୁଭାଲଙ୍କ ପାଇଁ ଅଡୁଆ ବଢ଼ିଛି। କୋଚିର ଏର୍ନାକୁଲମ ସାଉଥ୍ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି। ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଣ ରହିଛି ଅଭିଯୋଗ?

ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ମହିଳା ଜଣକ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ଏହି ଘଟଣା ଘଟିଥିଲା। ଅଭିଯୋଗ ମୁତାବକ, ନିର୍ଦ୍ଦେଶକ ଚିଦମ୍ବରମ କୋଚିର ଏଲମକୁଲମ ସ୍ଥିତ ମହିଳାଙ୍କ ଫ୍ଲାଟରେ ଜୋରଜବରଦସ୍ତି ପ୍ରବେଶ କରିଥିଲେ ଏବଂ ତାଙ୍କ ସହ ଅସଦାଚରଣ କରିଥିଲେ। ମହିଳାଙ୍କ ବୟାନ ଆଧାରରେ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୪ (ମହିଳାଙ୍କ ମର୍ଯ୍ୟାଦା ହାନି କରିବା ଉଦ୍ଦେଶ୍ୟରେ ଆକ୍ରମଣ) ଏବଂ ଧାରା ୭୫ (ଯୌନ ନିର୍ଯାତନା) ଅଧୀନରେ ମାମଲା ରୁଜୁ କରିଛି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ମାମଲାରେ ଏର୍ନାକୁଲମ ସାଉଥ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନା ଅନୁଯାୟୀ, ଖୁବଶୀଘ୍ର ନିର୍ଦ୍ଦେଶକ ଚିଦମ୍ବରମଙ୍କୁ ପଚରାଉଚରା ପାଇଁ ନୋଟିସ୍ ପଠାଯିବ। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଚିଦମ୍ବରମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମଞ୍ଜୁମ୍ମେଲ ବଏଜ୍’ (Manjummel Boys) ବକ୍ସ ଅଫିସରେ ରେକର୍ଡ ସଫଳତା ହାସଲ କରିଥିଲା। ଏହି ଫିଲ୍ମଟି ମାଲାୟାଲମ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏଭଳି ସମୟରେ ଜଣେ ସଫଳ ନିର୍ଦ୍ଦେଶକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିବା ଫିଲ୍ମ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ନିଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରାଯିବା ଘଟଣା, ୫ ମହିଳାଙ୍କୁ ଗିରଫ କଲା ପୁଲିସ
ତିରୁଅନନ୍ତପୁରମ୍‌ : ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ। ପରୀକ୍ଷା ଦେବାକୁ ଯାଇଥିବା ଏକାଧିକ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କରାଯାଇଥିଲା ବାଧ୍ୟ। ଗତ ରବିବାର ଅନୁଷ୍ଠିତ ହୋଇଥିବା ‘ନିଟ୍‌’ ପ୍ରବେଶିକା ପରୀକ୍ଷାକୁ ନେଇ କେରଳରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର କୋଲାମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ମହିଳା ପରୀକ୍ଷାର୍ଥୀଙ୍କ ଯାଞ୍ଚକୁ ନେଇ ଏଭଳି କିଛି କରାଯାଇଛି ଯାହାକି ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ ନିଟ୍‌ ପ୍ରବେଶିକା ପାଇଁ କୋଲାମସ୍ଥିତ ଏମଆଇଆଇଟି ପରୀକ୍ଷା କେନ୍ଦ୍ରକୁ ବହୁ ପରୀକ୍ଷାର୍ଥୀ ଆସିଥିଲେ। ହେଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଯାଞ୍ଚ କାର୍ଯ୍ୟ ଚାଲିଥିଲା ବେଳେ ଯାଞ୍ଚକାରୀ ମହିଳା କର୍ମୀ ଜଣେ ମହିଳା ପ୍ରାର୍ଥୀଙ୍କୁ ତାଙ୍କ ଅନ୍ତଃବସ୍ତ୍ର (ବ୍ରା)ଖୋଲିବାକୁ କହିଥିଲେ।

ତାଙ୍କ ଅନ୍ତବସ୍ତ୍ରରେ ଲାଗିଥିବା ଧାତବ ହୁକ୍‌ ମେଟାଲ ଡିକ୍ଟେରରରେ ସୂଚାଉ ଥିବାରୁ ମହିଳା ପ୍ରାର୍ଥୀ ଅନ୍ତଃବସ୍ତ୍ର କାଢିଲେ ହିଁ ପରୀକ୍ଷା ଗୃହକୁ ଯାଇପାରିବେ ବୋଲି ଯାଞ୍ଚକାରୀ ମହିଳା ଜଣକ କହିଥିଲେ। ଏହାକୁ ପରୀକ୍ଷାର୍ଥୀ ବିରୋଧ କରିବାରୁ ‘ ତୁମର ଭବିଷ୍ୟତ ବଡ଼ ନା ଏହି ଅନ୍ତଃବସ୍ତ୍ର ବଡ଼’ ବୋଲି ଯାଞ୍ଚକାରୀ ମହିଳା ଜଣକ କହିବା ସହିତ ଆମର ସମୟ ନଷ୍ଟ କର ନାହିଁ ବୋଲି କହିଥିଲେ। ଏଭଳି ଘଟଣା ଜାଣିବା ପରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଅଭିଭାବକ ପୁଲିସ ନିକଟରେ ଏତଲା ଦାଏର କରିଥିଲେ। କେବଳ ଏହି ପରୀକ୍ଷାର୍ଥୀ ନୁହେଁ, ଏହି କେନ୍ଦ୍ରକୁ ପରୀକ୍ଷା ଦେବାକୁ ଆସିଥିବା ଆହୁରି ଅନେକ ମହିଳା ପରୀକ୍ଷାର୍ଥୀ ନିଜର ଅନ୍ତଃବସ୍ତ୍ର କାଢି ପରୀକ୍ଷା ଗୃହକୁ ପ୍ରବେଶ କରିଥିବା ପରେ ଜଣାପଡ଼ିଥିଲା। ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ କେରଳ ଶିକ୍ଷାମନ୍ତ୍ରୀ ଡ.ଆର ବିନ୍ଦୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ତୁରନ୍ତ ଏହି ଯାଞ୍ଚକାରୀ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ‌ଯେଉଁମାନେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ ପୁଲିସ ସେମାନଙ୍କ ନାଁରେ ଧାରା ୩୫୪ ଓ ଧାରା ୫୦୯ ଅଧୀନରେ ମାମଲା ରୁଜୁ କରିଥିବା ବେଳେ ଆଜି ୫ ଜଣ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି।

କେରଳ ପୁଲିସ ଅନୁସାରେ ରବିବାର କୋଲ୍ଲାମ ଜିଲ୍ଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଏପରି ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା ।ଏହାପରେ ଏହିପରି ଆହୁରି ଅନେକ ମାମଲା ସାମ୍ନାକୁ ଆସିଥିବା ପୁଲିସ କହିଛି।ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ ହୋଇଛି। ପାଖାପାଖି ପରୀକ୍ଷା ଦେବାକୁ ଯାଇଥିବା ୯୦ ପ୍ରତିଶତ ଛାତ୍ରୀଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଛି। ଏହି ଘଟଣାକୁ ଗରୁତର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ୫ ଜଣ ମହିଳାଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇ ପଚରାଉଚୁରା କରାଯାଉଛି। ଆଗକୁ ଆଉ କାହାର ସଂପୃକ୍ତ ଥିବା ଜଣାପଡିଲେ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସୋମବାର ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କ ବାପା ଏହି ଘଟଣାକୁ ଗଣମାଧ୍ୟମ ସାମନାକୁ ଆଣିଥିଲେ । ପ୍ରଥମ ଥର ନିଟ୍ ଦେବାକୁ ଯାଇଥିବା ଏହି ଛାତ୍ରୀ ଜଣଙ୍କ ତିନି ଘଣ୍ଟା ଯାଏଁ ନିଜର ଅନ୍ତଃବସ୍ତ୍ର ନ ପିନ୍ଧି ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ଥିବା ଡ୍ରେସ କୋଡ୍ ଅନୁସାରେ ତାଙ୍କ ଝିଅ ଡ୍ରେସ ପିନ୍ଧିଥିବା ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ଅନ୍ତଃବସ୍ତ୍ର ପାଇଁ ନିଟ୍ ପକ୍ଷରୁ କୌଣସି ପ୍ରକାର ନିର୍ଦ୍ଦେଶ ନଥିବା ସେ କହିଛନ୍ତି । ଅନ୍ୟପଟେ ଏହି ଘଟଣା ଉପରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ଏହା ଉପରେ ରିପୋର୍ଟ ଦାଖଲ କରିବା ପାଇଁ କୋଲ୍ଲାମ ଗ୍ରାମାଞ୍ଚଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।