kotia - The Sakala

କୋଟିଆରେ ପଶି ଆଧାର କାର୍ଡ ଇ-ସର୍ଭେ କରୁଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ, ତଡ଼ିଦେଲା କୋଟିଆ ପୁଲିସ
ପଟ୍ଟାଙ୍ଗି: ଆନ୍ଧ୍ରକୁ ଛାଡ଼ୁନି କୋଟିଆ ଲୋଭ। ପୁଣି କୋଟିଆରେ ପଶି ଆନ୍ଧ୍ର ସରକାରୀ କର୍ମଚାରୀଙ୍କ ଦାଦାଗିରି। କୋଟିଆ ସେମ୍ବୀ ଗାଁର ଆନ୍ଧ୍ର ପ୍ରଶାସନର ଏକ ଟିମ୍ ରାସନ୍ ଓ ଆଧାର କାର୍ଡ ଇ-ସର୍ଭେ କରିବା ବେଳେ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ରାସନ୍‌କାର୍ଡ ପ୍ରଦାନ କରିବା ନିମନ୍ତେ ବିବାଦୀୟ କୋଟିଆକୁ ସର୍ଭେ କରିବାକୁ ଆସିଥିବା ଆନ୍ଧ୍ର ନେତା ଓ ଅଧିକାରୀଙ୍କୁ କୋଟିଆ ପୁଲିସ ତଡ଼ି ଦେଇଛି। ସୂଚନାନୁଯାୟୀ, ଆଜି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀ ଓ ନେତାମାନେ ଉପର ସେମ୍ୱି ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଗ୍ରାମବାସୀଙ୍କୁ ଏକତ୍ରିତ କରିଥିଲେ। ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ ଲାଗି ସର୍ଭେ ଆରମ୍ଭ କରିଥିଲେ। ଏ ବାବଦରେ ସୂଚନା ପାଇ କୋଟିଆ ପୁଲିସ ସେଠାରେ ପହଞ୍ଚି ବିରୋଧ କରିବାରୁ ସେମାନେ ସେଠାରୁ ପଳାଇଥିଲେ।

କୋଟିଆରେ ପୁଣି ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶାର ଯୋଜନାକୁ ବିରୋଧ, ଭାଙ୍ଗିଦେଲେ ନାମଫଳକ
ପଟ୍ଟାଙ୍ଗି: ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣି ଓଡ଼ିଶା ବିରୋଧରେ ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଯାଇଛି। ଆନ୍ଧ୍ରର କିଛି ଜନପ୍ରତିନିଧି ଗରିବ, ନିରୀହ ଲୋକଙ୍କୁ ମତେଇ ଫାଟୁସିନେରି ଅଞ୍ଚଳରେ ଲାଗିଥିବା ଓଡ଼ିଶା ସରକାରଙ୍କ ନାମ ଫଳକଗୁଡ଼ିକୁ ଭାଙ୍ଗି ଦେଇଛନ୍ତି।

ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶ କରିଥିବା ପଞ୍ଚାୟତ ତଥା ଫଗୁଣସିନେରି ଏବଂ ଫାଟୁସିନେରି ପଞ୍ଚାୟତର ଜନପ୍ରତିନିଧି ବେଶୁ ପାଙ୍ଗି ଏବଂ ସେମି ହିମେରିକଙ୍କ ନେତୃତ୍ୱରେ ରବିବାର ଏକ ବୈଠକ ବସିଥିଲା। ଏଥିରେ ଡୋଲିଆମ୍ୱା, ଫଗୁଣସିନେରି, ଫାଟୁସିନେରି, ହରମାଣ୍ଡେଙ୍ଗି, ମାଡକାର, ଡୋଲିଆମ୍ୱା ଆଦି ଗ୍ରାମବାସୀମାନେ ଯୋଗ ଦେଇଥିଲେ। ପରେ ସେମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ହରମାଣ୍ଡେଙ୍ଗି ଛକ, ଡୋଲିଆମ୍ୱା ଛକ ଆଦି ସ୍ଥାନର ଲଗାଯାଇଥିବା ନାମ ଫଳକଗୁଡ଼ିକୁ ଚିରିବା ସହ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆଜି ପୁଣି ହରମାଣ୍ଡେଙ୍ଗି ଛକରେ ଆନ୍ଧ୍ର ଜନପ୍ରତିନିଧି ତଥା ବେଶୁ ପାଙ୍ଗି ଏବଂ ସେମି ହିମେରିକଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମବାସୀ ଏକତ୍ରିତ ହୋଇ ପୁଣିଥରେ ବୈଠକ କରିଥିଲେ। ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ବିରୋଧ କରିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଓଡ଼ିଶା ସରକାର ଏହି ଷଡ଼ଯନ୍ତ୍ରକୁ ଭଣ୍ଡୁର ନକଲେ ଆଗାମୀ ଦିନରେ କୋଟିଆ ଉପରେ ଆନ୍ଧ୍ରର କର୍ତ୍ତୃତ୍ବ ବଢ଼ିବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି: ପ୍ରତିବାଦ ସତ୍ତ୍ବେ ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ
ଭୁବନେଶ୍ବର: କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି। ପ୍ରତିବାଦ ସତ୍ତ୍ବେ ବି ବଢୁଛି ଅନୁପ୍ରବେଶ। ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ। ମୋବାଇଲ ଟାୱାରଠୁ ନେଇ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ପ୍ରଲୋଭିତ କରୁଛି ଆନ୍ଧ୍ର। ଘରେ ଘରେ ଲଗାଯାଉଛି ତେଲୁଗୁ ଷ୍ଟିକର। ମନମୁଖୀ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ। ଆନ୍ଧ୍ରର ଦାଦାଗିରିକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ। କହିଛି କୋଟିଆର ପ୍ରାକୃତିକ ସମ୍ପଦ ଉପରେ ରହିଛି ପଡୋଶୀ ରାଜ୍ୟର ନଜର। ସଂଘୀୟ ବ୍ୟବସ୍ଥାର କରାଯାଉଛି ଉଲ୍ଲଙ୍ଘନ। ନିଜ ଦେଶ ଭିତରେ କିପରି ଦୁଇଟି ପରିଚୟ ପତ୍ର ଜାରି ହୋଇପାରିବ ସେନେଇ ଉଠିଛି ପ୍ରଶ୍ନ। କୋଟିଆରେ ବ୍ୟାପକ ବିକାଶ କରିଛନ୍ତି ପୂର୍ବର ବିଜେଡି ସରକାର। ଏବେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ବିଭାଗର ହସ୍ତକ୍ଷେପ ଲୋଡିଛି ଉତ୍କଳ ସମ୍ମିଳନୀ। ଏହାସହ ବିବାଦର ଅନ୍ତ ଘଟାଇବା ପାଇଁ ବିଜେପି ସରକାରକୁ ୫ଟି ପ୍ରସ୍ତାବ ଦେଇଛି ଉତ୍କଳ ସମ୍ମିଳନୀ।

ପୋଲାଭରମ ପ୍ରକଳ୍ପ ଓ କୋଟିଆ ଉଭୟ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ପ୍ରତି ଅନ୍ୟାୟ କରିଚାଲିଛି। କିନ୍ତୁ ସବୁ ଜାଣି ଚୁପ୍ ବସିଛନ୍ତି ମୋହନ ସରକାର। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସାମାଜିକ ସଂଗଠନ। ପୋଲାଭରମରେ ପାଣି ଓ କୋଟିଆର ଖଣି ଉପରେ ଆଖି ରଖି ଆନ୍ଧ୍ର ଲାଭବାନ ହେବାକୁ ବସିଛି। ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଆମ୍ ଜନତା ଅଧିକାର। ସେପଟେ ସିଟିଜେନସ ଫୋରମ କହିଛି କେନ୍ଦ୍ର ନିକଟରେ ଦାବି ରଖନ୍ତୁ ରାଜ୍ୟ ସରକାର।

କୋଟିଆ ଜୟପୁର ରାଜାଙ୍କ ରାଜ୍ୟ ଥିଲା। ପାରଳା ମହାରାଜା ଓ ଜୟପୁର ରାଜା ୧୯୩୬ରେ ଓଡ଼ିଶାରେ ଏହାକୁ ମିଶ୍ରଣ କଲେ। ତେଣୁ କୋଟିଆର ୨୧ଟି ଗାଁ ଓଡ଼ିଶାର ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ଖୁବଶୀଘ୍ର ଗ୍ରାଉଣ୍ଡକୁ ଯିବ ଉତ୍କଳ ସମ୍ମିଳନୀ। ଏଥିସହ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ସୀମାନ୍ତ ସୁରକ୍ଷା ବାହିନୀ ସୃଷ୍ଟି କରାଯିବ ବୋଲି କୁହାଯାଇଛି।

କୋଟିଆବାସୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି ଓଡ଼ିଶା ସରକାର
କୋରାପୁଟ(ସୁବୋଧ ଚେଟ୍ଟୀ ଓ ପଟାଙ୍ଗୀରୁ ଶ୍ରୀକାନ୍ତ ଚୌଧୁରୀ): ଓଡ଼ିଆଙ୍କ ଉଦାରତାର ସୁଯୋଗ ନେଇ ସୀମାନ୍ତରେ ନିଜ କାୟାବିସ୍ତାର କରିବାରେ ଉଦ୍ୟମ ଜାରି ରଖିଥିଲା ଆନ୍ଧ୍ରପ୍ରଦେଶ। ଏହା ମଧ୍ୟରେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାଦବିବାଦ ପୁଣି ମୁଣ୍ଡ ଟେକିଥିଲା। ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର କୋଟିଆବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କରିବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେଇଛନ୍ତି। ଯେଉଁଥିପାଇଁ କୋଟିଆ ଆଜି ବିକାଶର ପାଦଦେଶରେ ପହଞ୍ଚିଛି।

ବିବାଦର ପୃଷ୍ଠଭୂମି

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବରୁ ଜୟପୁର ରାଜାଙ୍କର ଏକ ଅଂଶ ରହିଥିଲା କୋଟିଆ ପଞ୍ଚାୟତ। ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ତତ୍କାଳୀନ ଭାରତ ସରକାର ୧୯୩୬ ମାର୍ଚ୍ଚ ୧୯ରେ ଏକ ଅଧ୍ୟାଦେଶ (କନ୍‌ଷ୍ଟିଟ୍ୟୁଚନ ଅଫ୍‌ ଓରିଶା ଅଣ୍ଡର ୧୯୩୬,ନଂ-ଏଫ-୨୦/୩୫ ଜି(ବି) ଜାରି କରିଥିବାବେଳେ କୋଟିଆ ପଞ୍ଚାୟତ ସମେତ ସମଗ୍ର ପଟ୍ଟାଙ୍ଗି ବ୍ଲକକୁ ଓଡ଼ିଶାରେ ସାମିଲ କରିଥିଲେ। ତଦନୁଯାୟୀ, ୧୯୪୨ରେ କୋଟିଆର ୨୮ଟି ରାଜସ୍ୱ ଗ୍ରାମ ମଧ୍ୟରୁ ୭ଟି ରାଜସ୍ୱ ଗ୍ରାମ ଯଥା-ତୁରିଆ, ବରାବନ୍ଧ, ତଳକାଣ୍ଟି, ଗୁମେଲପଦର, ମାତାଲାମ୍ବା, ସୁଲିଆମାରି ଏବଂ କାଟ୍ରାଗୁଡ଼ାକୁ ପଟ୍ଟାଙ୍ଗି ତହସିଲ କୋଟିଆ ପଞ୍ଚାୟତର ରାଜସ୍ୱ ଗ୍ରାମ ଭାବେ ରେକର୍ଡ କରାଯିବା ସହ ଖଜଣା ଆଦାୟ କରାଗଲା। ତେବେ ମିଳିତ ସର୍ଭେ ସମୟରେ ଭୁଲବଶତଃ କୋଟିଆ ପଞ୍ଚାୟତର ବାକି ୨୧ଟି ଗ୍ରାମକୁ ଛାଡ଼ିଦିଆ ଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୫୫ରେ ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ମଧ୍ୟ ଉକ୍ତ ୨୧ଟି ଗ୍ରାମକୁ ସର୍ଭେ କରାଯାଇ ନ ଥିଲା। ସେତେବେଳେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ କେହି ଉକ୍ତ ୨୧ଟି ଗ୍ରାମ ପ୍ରତି ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଭାରତ ସରକାରଙ୍କ ନୋଟିଫିକେସନ୍‌ ଅନୁଯାୟୀ ଉକ୍ତ ୨୧ଟି ଗ୍ରାମପୁଞ୍ଜ ଓଡ଼ିଶାର ଓ ଓଡ଼ିଶା ସେହି ଅଞ୍ଚଳର ବିକାଶମୂଳକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର କୋଟିଆରେ ୧୯୬୩ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ,୧୯୬୮ରେ ଏକ ପୁଲିସ ଫାଣ୍ଡି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ ଅଫିସ, କୃଷି ବିଭାଗ ଓଭର୍‌ସିଅର ଓ ଗ୍ରାମ୍ୟ କୃଷି କେନ୍ଦ୍ର, ପୋଷ୍ଟ ଅଫିସ, ୩୮୦ ଶଯ୍ୟା ବିଶିଷ୍ଟ ସମାଜ ମଙ୍ଗଳ ବିଭାଗର ଏକ ଆବାସିକ ବିଦ୍ୟାଳୟ, ସାପ୍ତାହିକୀ ହାଟ, ପ୍ରାଣୀ ଚିକିତ୍ସା କେନ୍ଦ୍ର ସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ବିଭିନ୍ନ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା କରିବା ସହ ବିଭିନ୍ନ ସରକାରୀ ବିଭାଗର ଗୃହ ନିର୍ମାଣ କରିଥିଲେ। ଅନ୍ୟ ପକ୍ଷରେ ୧୯୫୫ରେ ଆନ୍ଧ୍ରପ୍ରଦେଶ ମାଡ୍ରାସ ପ୍ରେସିଡେନସିରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ମଧ୍ୟ ସୀମାନ୍ତ ୨୧ଟି ଗ୍ରାମ ପ୍ରତି କେବେ ଦୃଷ୍ଟି ପକାଇ ନ ଥିଲା। କିନ୍ତୁ କୋଟିଆର ଚତୁଃପାର୍ଶ୍ବରେ ଥିବା ଏକାଧିକ ପାହାଡ଼ରେ ସୁନା, ପ୍ଲାଟିନମ୍‌, ମାଙ୍ଗାନିଜ, ବକ୍ସାଇଟ୍‌, ଗ୍ରାଫାଇଟ୍‌ ଓ ଚୂନ ପଥର ଖଣି ରହିଥିବା ଜାଣିବା ପରେ ୧୯୬୨ରୁ ବିବାଦ ଆରମ୍ଭ କରିଥିଲା। ୧୯୬୨ରେ ଆନ୍ଧ୍ରପ୍ରଦେଶ ସୀମାକୁ ନେଇ ବିବାଦ ଉଠାଇବା ସହ କୋଟିଆର ଖଣି ଉପରେ ଦୃଷ୍ଟି ଦେବା କାରଣକୁ ନେଇ ୧୯୬୪ରେ ପଟ୍ଟାଙ୍ଗିର ତତ୍କାଳୀନ ବିଡିଓ ବିଏନ୍‌ ମହାପାତ୍ର ଏବଂ ତହସିଲଦାର ଏସ୍‌ଏସ୍‌ ନିଶାନ୍ତ ରାଜ୍ୟ ସରକାରଙ୍କୁ ଆନ୍ଧ୍ରପ୍ରଦେଶର ଗତିବିଧି ସମ୍ପର୍କରେ ସୂଚନା ଦେଇ କୋଟିଆରେ ପୁଲିସ ମୁତୟନ ପାଇଁ ପରାମର୍ଶ ଦେଇଥିଲେ। ତେବେ ଓଡ଼ିଶାକୁ ପ୍ରତି ଆକ୍ରମଣ କରିବାକୁ ସେତେବେଳେ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ କୋଟିଆ ଅଞ୍ଚଳରେ ତାଙ୍କ ପୁଲିସ ମୁତୟନ କରିଥିଲେ। ଶେଷରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ଓଡ଼ିଶା ସରକାର ୧୯୬୮ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଥିଲେ। କୋଟିଆର ଉକ୍ତ ୨୧ଟି ଗ୍ରାମ ଉପରେ ଓଡ଼ିଶାର କର୍ତ୍ତୃତ୍ବ ରହିବା ଓ ଆନ୍ଧ୍ରପ୍ରଦେଶ ପୁଲିସ ସେଠାରୁ ହଟିବାକୁ ଆଦେଶ ଦେବା ପାଇଁ ଓଡ଼ିଶା ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଥିଲା। ୧୯୮୮ରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଦେଇ ମାମଲାର ବିଚାର ଯାଏ ସ୍ଥିତାବସ୍ଥା ଜାରି ରଖିବାକୁ ଆଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କୋରାପୁଟ ଜିଲ୍ଲା ଜଜ୍‌ଙ୍କୁ କମିଶନର୍‌ ଭାବେ ନିଯୁକ୍ତ କରି ବିବାଦୀୟ ସୀମାନ୍ତ ଅଞ୍ଚଳ ସମ୍ପର୍କରେ ଉଭୟ ପକ୍ଷର ପ୍ରମାଣ ରେକର୍ଡ କରିବାକୁ ଦାୟିତ୍ୱ ଦେଇଥିଲେ। ୨୦୦୦ ମସିହାରେ କମିଶନର୍‌ ତଥା ଜିଲ୍ଲା ଜଜ୍ ମୁକୁନ୍ଦ ମିଶ୍ର ଉଭୟ ପକ୍ଷର ପ୍ରମାଣ ରେକର୍ଡ କରି ସର୍ବୋଚ୍ଚ ନ୍ୟାୟାଳୟକୁ ଦେଇଥିଲେ। କମିଶନର ତଥା ଜିଲା ଜଜ୍‌ଙ୍କ ରେକର୍ଡ ଅନୁଧ୍ୟାନ କରିବା ପରେ ୨୦୦୬ ମାର୍ଚ୍ଚ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଆଦେଶ ଜାରି କରି ଭାରତୀୟ ସମ୍ବିଧାନର ୧୩୧ ଧାରା ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ କରିବା ନ୍ୟାୟାଳୟର କ୍ଷମତା ପରିଧି ମଧ୍ୟରେ ନ ଥିବା ଦର୍ଶାଇଥିଲେ। ସେଥିପାଇଁ କୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ମନାକରିବା ସହ ଏହା କେବଳ ସଂସଦରେ ସମାଧାନ କରାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ। ତେବେ ସଂସଦରେ ମଧ୍ୟ ଆଜି ଯାଏ ଏ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଅମାନ୍ୟ କରି ବାରମ୍ବାର ଅନୁପ୍ରବେଶ କରୁଛି। ବିବାଦୀୟ କୋଟିଆ ଅଞ୍ଚଳ ଓଡ଼ିଶାର ବୋଲି ପ୍ରମାଣ କରିବାକୁ ୨୦୦୨ରେ କେତେକ ବୁଦ୍ଧିଜୀବୀ ଜିଲ୍ଲା ପ୍ରଶାସନ ଓ ତତ୍କାଳୀନ ବିଧାୟକ ଜୟରାମ ପାଙ୍ଗିଙ୍କ ସହାୟତାରେ କୋଟିଆରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଏକ ମନ୍ଦିର ପ୍ରତିଷ୍ଠା କରି ଆଦିମ ଶ୍ରୀକ୍ଷେତ୍ର ଭାବେ ନାମିତ କରିଥିେଲ। ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଏଠାରେ ଆରମ୍ଭରୁ ରଥଯାତ୍ରାର ଗୋଟିଏ ଦିନ ପରେ ରଥଟଣା ହୋଇଆସୁଛି। ଜଣେ ଆଦିବାସୀ ଦିଶାରୀ ଏଠାରେ ନିୟମିତ ପୂଜା କରୁଛନ୍ତି।

ବିବାଦୀୟ ଅଞ୍ଚଳରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରି ନ ଥିବାବେଳେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ସୀମା ଟପିବାରେ ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ କିଛି ବର୍ଷ ଚୁପ ରହିବା ପରେ ଆନ୍ଧ୍ର ଉକ୍ତ ଅଞ୍ଚଳରେ ୨୦୧୮ରେ ପୁନର୍ବାର ବେଆଇନ ଭାବେ ଅନୁପ୍ରବେଶ କରିଥିଲା। ଆନ୍ଧ୍ର ପକ୍ଷରୁ ବିବାଦୀୟ ଗ୍ରାମଗୁଡ଼ିକରେ କଂକ୍ରିଟ ରାସ୍ତା, ସ୍କୁଲଗୃହ, ଅଙ୍ଗନବାଡ଼ି କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯିବା ସହ ରାସନ କାର୍ଡ ପ୍ରଦାନ ସାଙ୍ଗକୁ ଗ୍ରାମବାସୀଙ୍କୁ ଭୋଟ ଦାନରେ ସାମିଲ କରାଯାଉଛି। ନିଜ ଅଞ୍ଚଳ ବୋଲି ଆନ୍ଧ୍ରପ୍ରଦେଶ ଦାବି କରୁଥିବା ଗ୍ରାମଗୁଡ଼ିକ ହେଲା ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୁଳି ପଦର, ଆରଜୁ ୱାଲସା, ନେରେଡିୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡ଼ା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସିମାଗଡ଼ା। ଏହି ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ପ୍ରଦେଶ ସରକାର ବିଜୟନଗରମ୍‌ ଜିଲ୍ଲାର ସାଲୁର ମଣ୍ଡଳ ଅଧୀନରେ ତିନୋଟି ପଞ୍ଚାୟତ ଯଥା ଗଞ୍ଜେଇ ପଦର, ଫଗୁଣ ସିନେରୀ ଓ ଫାଟୁ ସିନେରୀ ଗଠନ କରିଛନ୍ତି। ସେହିପରି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନ ସମୟରେ ଆନ୍ଧ୍ର ପକ୍ଷରୁ ନେରେଡି ୱାଲସା ଠାରେ ଦୁଇଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରି ଭୋଟ ଗ୍ରହଣ କରାଯାଉଛି। ବିବାଦୀୟ ଗ୍ରାମର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶ ସରକାରୀ ସ୍କୁଲରେ ପଢୁଛନ୍ତି। ୨୧ଟି ଗ୍ରାମରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସନକାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ, ବାର୍ଦ୍ଧକ୍ୟ ଓ ବିଧବାଙ୍କୁ ମାସିକ ୩୦୦୦ଟଙ୍କା ଭତ୍ତା, ଆବାସ ଯୋଜନାରେ ଘର, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରତି ପରିବାରକୁ ମାଗଣା ବିଦ୍ୟୁତ ସଂଯୋଗ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ଏହି ଅଞ୍ଚଳକୁ ହାତେଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ଥିବା ଖଣିଜ ପଦାର୍ଥ। ଭୂତତ୍ୱ ବିଭାଗ ପକ୍ଷରୁ ସ୍ୱଷ୍ଟ କରା ଯାଇ ନ ଥିଲେ ମଧ୍ୟ କୋଟିଆର ଚତୁଃପାର୍ଶ୍ବରେ ଥିବା ପାହାଡ଼ଗୁଡ଼ିକରେ ସୁନା, ପ୍ଲାଟିନମ, ମାଙ୍ଗାନିଜ, ବକ୍ସାଇଟ, ଗ୍ରାଫାଇଟ ଓ ଚୂନ ପଥର ଖଣି ରହିଥିବା ଜାଣିବା ପରେ ଆନ୍ଧ୍ର ସେହି ଅଞ୍ଚଳକୁ ହାତେଇବା ପାଇଁ ବିଚଳିତ ହୋଇ ପଡୁଥିବା ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ବିବାଦୀୟ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରଶାସନିକ ସୁବିଧା ଯୋଗାଇ ଦେବାକୁ ଆନ୍ଧ୍ରର ୱାଇ.ଏସ୍‌.ଜଗନ୍ ମୋହନ ରେଡ୍ଡୀ ସରକାର ମାନ୍ୟମ (ଉପାନ୍ତ) ଜିଲ୍ଲା ପ୍ରତିଷ୍ଠା କରି କୋଟିଆ ଠାରୁ ୪୫ କିଲୋମିଟର ଦୂରରେ ଥିବା ପାର୍ବତୀପୁରମକୁ ଜିଲ୍ଲା ସଦର ମହକୁମା କରିଥିବାବେଳେ ସାଲୁର ବିଧାୟକ ପିଡିକା ରାଜନ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିବା ଆଲୋଚନା ହେଉଛି ।

ସଫଳ ହୋଇଛି ଓଡ଼ିଶାର ପ୍ରଥମ ଷ୍ଟ୍ରବେରୀ ଚାଷ

ଷ୍ଟ୍ରବେରୀ ଏପରି ଏକ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରୀ ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ,ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରା ଯାଇଥାଏ। ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରିବାକୁ ମନସ୍ଥ କରି ୨୦୨୨ରେ ପଦକ୍ଷେପ ନେଇଥିଲେ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର କୋରାପୁଟ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରିବାକୁ ପରିକଳ୍ପନା କରି କୋଟିଆରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଦିବାସୀ ଅଧ୍ୟୁଷିତ କୋଟିଆରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଗଲେ ସ୍ଥାନୀୟ ଲୋକେ ଓ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ ଉପକୃତ ହେବେ; ତେଣୁ ଏହାର ଦାୟିତ୍ୱ ଜିଲ୍ଲାପାଳ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋରାପୁଟ ଆଇଟିଡିଏ ପକ୍ଷରୁ କୋଟିଆରେ ଷ୍ଟ୍ରବେରୀ ଚାଷ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଶା ସରକାର କୋଟିଆର ଆଦିବାସୀ ସମୁଦାୟଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରି ଆସୁଥିବାବେଳେ କୋଟିଆରେ ଷ୍ଟ୍ରବେରୀ ଚାଷ କରି ଆଉ ଏକ ନୂଆ ଆଧ୍ୟାୟ ଆରମ୍ଭ କରିଛନ୍ତି। ସେହି କ୍ରମରେ ୨୦୨୨ରେ କୋଟିଆର ଡୋଲିଆମ୍ବରେ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରା ଯାଇଥିଲା। ପାରମ୍ପରିକ ଡଙ୍ଗର ଓ ଜଙ୍ଗଲ ଚାଷ କରୁଥିବା ଲୋକଙ୍କୁ ଏଭଳି ଏକ ଅର୍ଥକାରୀ ଫସଲ ଚାଷ ବିଷୟରେ ଆଗ୍ରହ ସୃଷ୍ଟି କରିବା ପ୍ରଶାସନ ପାଇଁ ଅତି କଷ୍ଟକର କାମ ଥିଲା। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନିଜ କାର୍ଯ୍ୟାଳୟର କିଛି ଅଭିଜ୍ଞ କର୍ମଚାରୀଙ୍କ ସହ ବିଚାରବିମର୍ଶ କରି ଷ୍ଟ୍ରବେରୀ ଚାଷ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ସହ ପାଖ ଅଞ୍ଚଳରେ ହେଉଥିବା ଚାଷ ଦେଖିବାକୁ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଆହୋରଣ କରିଥିଲେ। ଆବଶ୍ୟକ ଜଳବାୟୁ, ପରିବେଶ ଏବଂ ଅନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିଲେ ଏହିଚାଷ ପାଇଁ କୋଟିଆ ଗ୍ରାମପୁଞ୍ଜ ପ୍ରକୃଷ୍ଟ ସ୍ଥାନ ବୋଲି ବିବେଚନା କରାଯାଉଛି। ସେଥିପାଇଁ ବାରମ୍ବାର ଆଲୋଚନା ଓ ଭିଡିଓ ପ୍ରଦର୍ଶନ ପରେ ଡୋଲିଆମ୍ବ ଗ୍ରାମବାସୀ ଏଥିପ୍ରତି ଆକୃଷ୍ଟ ହୋଇଥିଲେ ଓ ଏହି ଗ୍ରାମର ଗଙ୍ଗା, ଜମୁନା ଓ ନିଶାଣିମୁଣ୍ଡା ନାମକ ତିନୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏହି ଚାଷ କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଏଥିପାଇଁ ମହାରାଷ୍ଟ୍ରର ପୁନେରୁ ଚାରା ଆଣି ଲୋକଙ୍କୁ ଯୋଗାଇ ଦେବା ସହ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା। ମାତ୍ର ୪୦ ରୁ ୪୫ଦିନ ପରେ ଫଳ ଆସିଲା ଓ ଜିଲ୍ଲା ପ୍ରଶାସନ ଏହାର ବଜାର ବ୍ୟବସ୍ଥା ମଧ୍ୟ କରିଥିଲା ଓ ଚାଷୀମାନେ ବେଶ୍ ଦି ପଇସା ରୋଜଗାର କରିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଗତବର୍ଷ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବାବେଳେ କୋଟିଆର ଷ୍ଟ୍ରବେରୀ ଚାଷ ଅଞ୍ଚଳ ପରିଦର୍ଶନ କରି ଷ୍ଟ୍ରବେରୀ ଚାଖିବା ସହ ଏହାର ସ୍ୱାଦ ଅନନ୍ୟ ବୋଲି ବକ୍ତବ୍ୟ ଦେଇ ଚାଷ କରିଥିବା ଗ୍ରାମବାସୀ ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରୋତ୍ସାହିତ କରି ଏହାର ସଂପ୍ରସାରଣ ପାଇଁ ପ୍ରସ୍ତାବ ଦେଇଥିଲେ। କୋଟିଆର ଷ୍ଟ୍ରବେରୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚାଖିବା ପରେ ଖୁବ୍ ପ୍ରଶଂସା କରିଥିଲେ। କୋଟିଆରେ ଷ୍ଟ୍ରବେରୀ ଚାଷର ସଫଳତାକୁ ଦୃଷ୍ଟିରେ ରଖି ଏହି ଚାଷକୁ ଆହୁରି ଅନୂନ୍ୟ ୪ -୫ ଟି ଗାଁରେ ପ୍ରାୟ ୫୦ ଏକର ଜମିରେ କରିବାକୁ ବିଭାଗ ସ୍ଥିର କରିଥିଲା। ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କ ଆଗ୍ରହ, ଆନୁସଙ୍ଗିକ ବ୍ୟବସ୍ଥା ଓ ପରିବେଶ ଅନୁଯାୟୀ ସ୍ଥାନ ଚିହ୍ନଟ କରିବା ପରେ ଜାନିଗୁଡ଼ାର ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ୩ ଏକର, ଓଡିଶା-ଆନ୍ଧ୍ର ସୀମାନ୍ତ ଫାଟୁସିନେରୀ ଗ୍ରାମରେ ପ୍ରାୟ ୯ଏକର ଓ ପର୍ଯ୍ୟଟନସ୍ଥଳୀ ଗାଲିଗବଡ଼ରରେ ୬ଏକର ଜମିରେ ଚାଷକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ବଜାରରେ ଏହା ଉପଲବ୍ଧ ହେବାସହ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସପିଙ୍ଗ୍‌ ମଲ୍ଗୁଡ଼ିକରେ କୋଟିଆ ଷ୍ଟ୍ରବେରୀ ବ୍ରାଣ୍ଡରେ ବିକ୍ରି କରାଯିବାକୁ ଯୋଜନା କରାଯାଇଛି। ଖୁଚୁରା ଦର ୨୦୦ ଗ୍ରାମର ପେକିଂ କରାଯାଇ ୧୦୦ଟଙ୍କାରେ ବିକ୍ରି କରା ଯାଉଥିବାବେଳେ ଚାଷୀ କିପରି ଅଧିକ ଅର୍ଥ ପାଇପାରିବେ, ତାହାର ବ୍ୟବସ୍ଥା ଆଇଟିଡିଏ କୋରାପୁଟ ତରଫରୁ କରାଯାଇଛି। ଏଥି ପାଇଁ ଜୟପୁରର ଏକ ସଂସ୍ଥା ଭୁବନେଶ୍ୱରର ବିଭିନ୍ନ ସପିଂ ମଲରେ ବିକ୍ରି କରିବାକୁ ବ୍ୟବସ୍ଥା କରିଥିବାବେଳେ ଚାରା ଯୋଗାଇଥିବା ସଂସ୍ଥା ଏବଂ ବିଶାଖାପାଟଣା ଓ ଜଗଦଲପୁରର ବିଭିନ୍ନ ବ୍ୟବସାୟୀ ମଧ୍ୟ କିଣି ନେଉଥିବା ଜଣାପଡ଼ିଛି । ଫଳରେ ସ୍ଥାନୀୟ କିଛି ଲୋକେ ପାରମ୍ପରିକ ଚାଷ ଛାଡ଼ି ପାହାଡ଼ିଆ ଜମିରେ ଷ୍ଟ୍ରବେରୀ ଚାଷ କରିବାକୁ ମନ ବଳାଇଥିବା ଦେଖିବାକୁ ମିଳିଛି।

ବିକାଶ ପଥେ କୋଟିଆ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରି ନ ଥିଲେ ମଧ୍ୟ ଆନ୍ଧ୍ରର ନାଲିଆଖିକୁ ଓଡ଼ିଶା କଡ଼ା ଟକ୍କର ଦେବା ଆରମ୍ଭ କରିଛି । ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରି କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଛି। ୨୦୧୮ ରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ‘ପରବ’ କୋଟିଆ ପଞ୍ଚାୟତ ସଦର ମହକୁମାରୁ ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ଆନ୍ଧ୍ର ପ୍ରଦେଶକୁ ଉଚିତ ଜବାବ୍ ଦେଇଥିଲେ । ୨୦୧୮-୧୯ରେ ଓଡ଼ିଶା ସରକାର କୋଟିଆର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ନିଜ ଅଞ୍ଚଳ ବୋଲି ଆନ୍ଧ୍ର ପ୍ରଦେଶ ଦାବି କରୁଥିବା ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୂଳି ପଦର, ଆରଜୁ ୱାଲସା, ନେରଡିୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସିମାଗଡା ପ୍ରମୁଖ ୨୧ଟି ଗ୍ରାମରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଦ୍ୱାରା ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ପଟ୍ଟାଙ୍ଗି ବ୍ଲକ୍ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ , ସୁନାବେଡ଼ା ଡିଭିଜନ୍‌, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ, ପୂର୍ତ୍ତ ବିଭାଗ କୋରାପୁଟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ବିଭାଗ ଦ୍ୱାରା କୋଟିଆର ବିକାଶକୁ ଆଗେଇ ନିଆଯାଉଛି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୫୦ କୋଟି ଟଙ୍କାର ପେକେଜରୁ କୋଟିଆଠାରୁ କାଟ୍ରାଗଡ଼ାକୁ ପାହାଡ଼ କାଟି ରସ୍ତା କରାଯାଇଥିବା ବେଳେ ତଳ ଗଞ୍ଜେଇପଦରରେ ଗ୍ରାମୀଣ ଆବାସ ଯୋଜନାରେ ଘର, କୋଟିଆରେ ହାଟ ପିଣ୍ଡି, ଯାତ୍ରୀ ପ୍ରତୀକ୍ଷାଳୟ, ମୋବାଇଲ୍ ଟାୱାର୍ ନିର୍ମାଣ କରାଯାଇଛି। ସେହିପରି ନୂତନ ହସ୍ପିଟାଲ୍ ବିଲ୍ଡିଂ ସମେତ କର୍ମଚାରୀ ବାସଗୃହ, ନୂତନ ଥାନା କୋଠା, ଗଞ୍ଜେଇପଦରରେ କୋଟିଆ ହାଇସ୍କୁଲର ଛାତ୍ରାବାସ, କୋଟିଆରେ ଶ୍ରେଣୀ ଗୃହ ଓ ଛାତ୍ରୀ ନିବାସ, କ୍ଲଷ୍ଟର୍ ହାଉସ୍ , କୋଟିଆ-ତୁରିଆ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। କେବଳ ଏତିକି ନୁହେଁ, ରାଜ୍ୟ ସରକାର କୋଟିଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଥୁରିଆରେ ବିଜ୍ଞାନ କଲେଜ, ଦେଓମାଳିରେ ପର୍ଯ୍ୟଟନର ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ଲୋକଙ୍କ ଗମନାଗମନ ନିମନ୍ତେ ଜୟପୁର-କୋଟିଆ ସରକାରୀ ବସ୍ ଚଳାଚଳ ଆରମ୍ଭ କରିଛନ୍ତି।

କୋଟିଆକୁ ହାତେଇବାକୁ ପୁଣି ଆନ୍ଧ୍ରର ନୂଆ ଚାଲ୍‌; ନକଲି ଡାକଘର କରି ଲୋକଙ୍କୁ ଭଣ୍ଡାଇବାକୁ ପ୍ରୟାସ
ପଟ୍ଟାଙ୍ଗି: ପୁଣି କୋଟିଆକୁ ହାତେଇବାକୁ ଆନ୍ଧ୍ର ନୂତନ ଚାଲ୍ ଆପଣାଇଥିବା ନଜରକୁ ଅସିଛି। କୋଟିଆକୁ ନିଜର ବୋଲି ଦାବି କରିବାକୁ ଓଡ଼ିଶା ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ ନିର୍ମିତ ଗୃହକୁ ରଙ୍ଗଦେଇ ଆନ୍ଧ୍ରର ଡାକଘର କୋଟିଆରେ ଥିବା ଦର୍ଶାଇବାକୁ ଷଡଯନ୍ତ୍ରପାଇ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲଦାର ଉକ୍ତ ପହଞ୍ଚି ଆନ୍ଧ୍ରର ଏହି ଚାଲ୍କୁ ଭଣ୍ଡୁର କରିଛନ୍ତି ।

ଗତ ମେ’ ମାସରେ ଓଡ଼ିଶା ଇଣ୍ଟାକ ବିଭାଗରୁ ଚାରିଜଣିଆ ଦଳ କୋଟିଆର ଡାକ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି କୋଟିଆ ଲିଖିତ ୧୦୦ ଗୋଟି ଏନ୍‌ଭଲପ୍‌ ଗୁଡ଼ିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦ ଓ ବିଧାୟକ ସୁପ୍ରିମ କୋର୍ଟଙ୍କୁ ପୋଷ୍ଟ କରିଥିଲେ। ଉକ୍ତ ଡାକଟିକଟ ଅନୁସାରେ କୋଟିଆ ଓଡ଼ିଶାର ବୋଲି ସେମାନେ ଦାବି କରିଥିଲେ। ଏହାପରେ ଆନ୍ଧ୍ର କୋଟିଆରେ ତାହାର ଏକ ଡାକ ଘର ରହିଥିବା ନେଇ ଦର୍ଶାଇବା ନିମନ୍ତେ ନୂଆ ଚାଲ ଆରମ୍ଭ କରିଥିଲା । ଗୁରୁବାର କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମକୁ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ସେଠାରେ ଓଡିଶା ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ବିଜୁ ପକ୍କା ଘରକୁ ଘର ମାଲିକଙ୍କ ବିନା ଅନୁମତିରେ ଆନ୍ଧ୍ର ସରକାରଙ୍କ ଡାକଘରରେ ପରିଣତ କରିବାକୁ ପ୍ରୟାସ କରିଛନ୍ତି।

ଏନେଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ଧାରୁଆ ସୂଚନା ପାଇ ତାଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛନ୍ତି। ବିଜୁ ପକ୍କା ଘରେ ଆନ୍ଧ୍ର ଲେଖିଥିବା ଡାକ ଘର ଚିତ୍ର ଗୁଡ଼ିକୁ ଘର ମାଲିକଙ୍କ ଅନୁମତିରେ ଲିଭାଇ ଥିବା ଦେଖିବାକୁ ମିଳିଛି । ପଟାଙ୍ଗୀ ତହସିଲଦାର, କୋଟିଆ ରାଜସ୍ୱ ନୀରିକ୍ଷକ, ଥାନା ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ପ୍ରଶାସନ ଲଗାଇଥିବା ଫଳକକୁ ହଟାଇବା ସହ ନାଲି ରଙ୍ଗ ଉପରେ ପୁଣି ଧଳା ରଙ୍ଗ ଲଗାଇ ଦେଇଛନ୍ତି ।

ରାସ୍ତା ଉପରେ ମାଟି ପକାଇ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରବେଶକୁ ବିରୋଧ
କୋରାପୁଟ: କୋଟିଆକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି । କୋଟିଆ ଉପରେ ଆନ୍ଧ୍ର ପୁଣି ଥରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିଛି । ଆଜି କୋଟିଆ ଆସୁଛନ୍ତି ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପି ରାଜନ୍ନା ଦୋରା । ମାତ୍ର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡକର ବ୍ରିଜ୍‌ ନିକଟରେ ରାସ୍ତା ଉପରେ ମାଟି ପକାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ମାଟି ପକାଇ ବିରୋଧ କରିଛି ସେନେଇ ସୂଚନା ମିଳିପାରିନି ।

ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବା ଯୋଜନା ଥିବା ବେଳେ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଭିନ୍ନ ସମୟରେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ମଧ୍ୟ ଓଡ଼ିଶା ଏହାକୁ ବିରୋଧ କରିଛି ।

ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ୨ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ମାହକାର ନିକଟରେ ରାସ୍ତା ଖୋଳି ଯାତାୟତ ରାସ୍ତାରେ ମାଟି ପକାଇ ଅବରୋଧ କରାଯାଇଛି । ହେଲେ ଏହାକୁ କିଏ ଖୋଳିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପି ରାଜନ୍ନା ଦୋରା ଗସ୍ତ କରି ଆନ୍ଧ୍ର ସରକାରଙ୍କ ‘ଦ୍ୱାରେ ଦ୍ୱାରେ ମୋ ସରକାର ଯୋଜନା’ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ।

ଆନ୍ଧ୍ରର ପୁଣି କୋଟିଆ କୂଟ, ଓଡ଼ିଶା ନଦୀରେ କରିବାକୁ ଯାଉଛି ବିଦ୍ୟୁତ୍‌ ପ୍ରକଳ୍ପ
ଭୁବନେଶ୍ୱର: ପୋଲାଭରମ ବିବାଦ ତୁଟିନାହିଁ; ଅଦାଲତରେ ଗଡ଼ୁଛି କୋଟିଆ ସୀମା ବିବାଦ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା, ତାହା କରାଯାଉ ନାହିଁ। ଏପରି ସ୍ଥିତିରେ ଓଡ଼ିଶାର ଯେଉଁ କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଓ ପ୍ରଶାସନ ଯୋଜନା କରିଛନ୍ତି; ସେହି କୋଟିଆ ଗ୍ରାମପୁଞ୍ଜର ଅଧେ ଅଞ୍ଚଳକୁ ଜଳମଗ୍ନ କରିବାକୁ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଛି। କୁରୁକୁଟି ଓ କାରିଭାସଲାରେ ଦୁଇଟି ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ ପାଇଁ ଆନ୍ଧ୍ର ସରକାର ଆଦାନୀ ଗ୍ରୀନ୍‍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଓଡ଼ିଶାର ସେରୁବନ୍ଧ ପର୍ବତରୁ ବାହାରିଥିବା ବୁଦୁରୁଗେଡ଼ା ନାଳରେ ଜଳପ୍ରକଳ୍ପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ସମ୍ପର୍କରେ ଆନ୍ଧ୍ର ସରକାର ଓଡ଼ିଶା ସରକାରଙ୍କୁ ଅନ୍ଧାରରେ ରଖିଛନ୍ତି। ବିଡ଼ମ୍ବନା ହେଉଛି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଚୁପ୍‍। ଏପରିକି ଛତିଶଗଡ଼ ସହ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସବୁବେଳେ ନାକ ପୂରାଉଥିବା ସିଡବ୍ଲ୍ୟୁସି ଆନ୍ଧ୍ରର ତଞ୍ଚକତାକୁ ନିରବରେ ଦେଖୁଥିବା ଅଭିଯୋଗ ହୋଇଛି।

କୁରୁକୁଟି ଏବଂ କାରିଭାସଲାରେ ଆନ୍ଧ୍ର ପ୍ରଦେଶ ସରକାର ୨ଟି ପମ୍ପଡ଼ ଷ୍ଟୋରେଜ୍‍ ପ୍ରକଳ୍ପ ନିମନ୍ତେ ୨୦୨୧ରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ଆଦାନୀ ଗ୍ରୀନ୍‌ ମୁଖ୍ୟ ଗୌତମ ଆଦାନୀଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ନାଗାବଳୀ ନଦୀ ଅବବାହିକାରୁ ବାହାରିଥିବା ବୁଦୁରୁଗେଡ଼ା ନାଳରେ କୁରୁକୁଟି ପ୍ରକଳ୍ପରୁ ୧୨୦୦ ମେଗାୱାଟ ଓ କାରିଭାଲାସା ପ୍ରକଳ୍ପରୁ ୧୦୦୦ ମେଗାୱାଟ୍‍ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରଖିଛି ଆନ୍ଧ୍ର।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ରିପୋର୍ଟ ଅନୁଯାୟୀ, କୁରୁକୁଟି ପ୍ରକଳ୍ପ ବୁଦୁରୁଗେଡ଼ା ନଦୀରେ କରାଯାଉଛି। ଓଡ଼ିଶାର ସେରୁବନ୍ଧ ପର୍ବତରୁ ନିର୍ଗତ ଦୁରୁଗେଡ଼ା ୮ କିମି. ପ୍ରବାହମାନ ହେବା ପରେ ଆନ୍ଧ୍ରର ଚେମିଡିପତିପୋଲମ ଗାଁର ପ୍ରବେଶ କରି ୧୪ କିମି ଅତିକ୍ରମ କରିବା ପରେ ପେଡ଼ାଗେଡ଼ା ନଦୀରେ ମିଶି ସୁବର୍ଣ୍ଣମୁଖୀ ନାମରେ ନାମିତ ହୋଇଛି। ଏହି ନଦୀର ମୁଖ୍ୟ ଜଳଧାରା କୁହାଯାଉଥିବା ଓଡ଼ିଶାର ବୁଦୁରୁଗେଡ଼ା ନାଳରେ ଆନ୍ଧ୍ର ସରକାର ନିଜର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ନାଗାବଳୀ ଅବବାହିକାର ବୁଦୁରୁଗେଡ଼ା ଓଡ଼ିଶାରୁ ନିର୍ଗତ ହୋଇଥିବାରୁ କୌଣସି ପ୍ରକଳ୍ପ ନିମନ୍ତେ ଆନ୍ଧ୍ର ସରକାର ଓଡ଼ିଶାକୁ ଅବଗତ କରିବାର ଆବଶ୍ୟକତା ରହିଛି। ମାତ୍ର ଏ କ୍ଷେତ୍ରରେ ଆନ୍ଧ୍ର ସରକାର ଓଡ଼ିଶାକୁ ଅବଗତ କରିବାର ସାମାନ୍ୟତମ ସୌଜନ୍ୟ ମଧ୍ୟ ପ୍ରକାଶ କରିନାହାନ୍ତି।

ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟ ମଧ୍ୟରେ ନାଗାବଳୀ ନଦୀଜଳ ଆବଣ୍ଟନ ନେଇ ନିଷ୍ପତ୍ତି ହୋଇପାରିନାହିଁ। ୧୯୭୮ ମସିହା ଡିସେମ୍ବର ମାସ ୧୫ ତାରିଖରେ ନାଗାବଳୀ, ଝଞ୍ଜାବତୀ, ବାହୁଡ଼ା, ନେରେଡି ଏବଂ ମିଳିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର ସେ ସମୟରେ ଟ୍ରିବ୍ୟୁଟାରୀ(ସହାୟକ ନଦୀ) ଏବଂ ଅବବାହିକାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲା। ଏହି ପ୍ରସଙ୍ଗ ଏବେ ମଧ୍ୟ ଅସମାଧିତ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ବାହାରିଥିବା ଜଳସ୍ରୋତ ବୁଦୁରୁଗେଡ଼ା ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ ଓଡ଼ିଶା ସ୍ୱାର୍ଥ ବିରୋଧୀ ବୋଲି ସ୍ୱାଭାବିକ ମନେ ହେଉଛି। ସେହିପରି ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ, ତେବେ କୋଟିଆ ଗ୍ରାମପୁଞ୍ଜର ତାଡିଭାଲସା,ନେରେଡିଭାଲସା, ତଳଗଞ୍ଜେଇ ପଦର, ଉପର ଗଞ୍ଜେଇ ପଦର ଏବଂ ଅନ୍ୟ କିଛି ପଡ଼ା ଗ୍ରାମ ଜଳମଗ୍ନ ହେବା ସମ୍ଭାବନା ରହିଛି। ଓଡ଼ିଶା ନିଜସ୍ୱ ପ୍ରଚେଷ୍ଟାରେ ଓଏଚ୍‍ପିସି ଦ୍ୱାରା ଅଦାନୀ ଗ୍ରୀନ କମ୍ପାନୀ ସହ ଯଥାକ୍ରମେ ୯୦୦ ମେଗାୱାଟ୍‍ ଏବଂ ୮୦୦ ମେଗାୱାଟ ପ୍ରକଳ୍ପ ସ୍ଥାପନ ଯୋଜନା କରିଛି। ଏହା ଦ୍ୱାରା ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପରୁ ୫୦୦ ମେଗାୱାଟ୍‍ ବିଜୁଳି କମ୍‍ ଉତ୍ପାଦନ ହେବ। ଅନୁରୂପ ଭାବରେ ଗ୍ରୀନ୍‍ ଆଦାନୀ ପକ୍ଷରୁ ସର୍ବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଥିବା ଟାଟା କନ୍‍ସଲ୍‍ଟାନ୍ସି ମଧ୍ୟ ବିସ୍ତୃତ ସର୍ଭେ କରିବା ପରେ ଓଡ଼ିଶାର କୋଟିଆ ଅନ୍ତର୍ଗତ ବହୁ ଅଞ୍ଚଳ ଜଳମଗ୍ନ ହେବ ବୋଲି ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି।

ଏକପକ୍ଷରେ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନଗିରିର ମୋଟୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦୂର ହୋଇନାହିଁ। ଏହି ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା ସଂକ୍ରାନ୍ତ ଓଡ଼ିଶାର ଦାବିକୁ ପଡୋଶୀ ଆନ୍ଧ୍ର ଅଣଦେଖା କରି ଆସୁଛି। ମାମଲା ଏବେ ବି ଅଦାଲତର ବିଚାରାଧୀନ ରହିଛି। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମଧ୍ୟ ଓଡ଼ିଶା ପକ୍ଷରୁ ବାରମ୍ବାର ପ୍ରସ୍ତାବ ଓ ଅନୁରୋଧ କରାଯାଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ। ଏ କ୍ଷେତ୍ରରେ କେନ୍ଦ୍ର ସରକାର ନିରବ ରହିଛନ୍ତି ଓ ଆନ୍ଧ୍ର ନିଜ ଜିଦ୍‍ରେ ଅଟଳ ରହିଛି। ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜକୁ ମଧ୍ୟ ଅକ୍ତିଆର କରିବା ପାଇଁ ପ୍ରୟାସ କରି ଆସୁଛି। ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରିବା ଓ କୋଟିଆରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ନିଜର ବୋଲି ଦେଖାଇବାକୁ ପ୍ରୟାସ କରୁଛି। ଏପରି ସ୍ଥଳେ ଆନ୍ଧ୍ରର ପ୍ରସ୍ତାବିତ କୁରୁକୁଟ ଓ କାରିଭାଲସା ପ୍ରକଳ୍ପକୁ ନେଇ କୋଟିଆ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି।

ଆନ୍ଧ୍ର ପ୍ରଦେଶ ସରକାରଙ୍କ ଏପରି ଯୋଜନା ସମ୍ପର୍କରେ କୋରାପୁଟ ଜିଲ୍ଲାପାଳଙ୍କ ସହ ‘ସକାଳ’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜିଲ୍ଲାପାଳ ଅବଦୁଲ ଅଖତର କୌଣସି ପ୍ରକଳ୍ପ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଗଲେ ତାହା ସମ୍ପୂର୍ଣ୍ଣ ହୋଇଯିବ ନାହିଁ। ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ପ୍ରଶାସନ ସଜାଗ ରହିଛି ବୋଲି ସେ କହିଛନ୍ତି।

ପ୍ରଥମ ଥର ପାଇଁ କୋଟିଆ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ
ଜୟପୁର: କୋଟିଆରେ ଆରମ୍ଭ ହେବ ବିକାଶର ନୂଆ ଅଧ୍ୟାୟ । ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିଲେ ବି ବିକାଶ ହିଁ ରାଜ୍ୟ ସରକାରଙ୍କ ଏକମାତ୍ର ଏଜେଣ୍ଡା । କୋଟିଆ ଗ୍ରାମପୁଞ୍ଜର କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବ ଆଦର୍ଶ ବିଦ୍ୟାଳୟ । ସ୍ଥାନୀୟ ମହିଳା ଓ ଯୁବକ ଯୁବତୀଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏନେଇ କୋଟିଆରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ କରିଛନ୍ତି ବିକାଶର ନୂଆ ବ୍ଲୁ ପ୍ରିଣ୍ଟ ।

କୋଟିଆରେ ପ୍ରତିଷ୍ଠା ହେବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । କୋଟିଆ ପଞ୍ଚାୟତ ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ଦୁଇଟି ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରୀ ଦେଇଛନ୍ତି । ଏଥିସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଚଳିତ ଶିକ୍ଷା ବର୍ଷରୁ କୋଟିଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ବିବାଦୀୟ କୋଟିଆ ଅଞ୍ଚଳ ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ ସେ କୋଟିଆର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୋଟିଆରେ ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହେବେ ସେଥିପାଇଁ ଜୀବନ ଜୀବିକା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି ।

କୋଟିଆର ମହିଳା ସ୍ୱୟଂ ସହାୟକ ଗ୍ରୁପକୁ ମଧ୍ୟ ଏଥିରେ ସାମିଲ୍ କରି ଝାଡୁ, ଖଲିପତ୍ର ପ୍ରସ୍ତୁତ କରାଯାଉଛି । ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର ଓ ଝାଡୁ ତିଆରି କେନ୍ଦ୍ରକୁ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ଆଗାମୀ ଦିନରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ବଜାର ସୁଯୋଗ ସୃଷ୍ଟି କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ମଧ୍ୟ ବୁଲିଥିଲେ ମୁଖ୍ୟ ଶାସନ ସଚିବ ।

କୋଟିଆକୁ ରାଜ୍ୟ ପ୍ରଶାସନିକ ମୁଖ୍ୟଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ବେଳେ ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । କୋଟିଆରେ ଟେଲିଫୋନ୍ ନେଟୱର୍କ ସମସ୍ୟାର ଖୁବଶୀଘ୍ର ସମାଧାନ ହେବ । କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ଜୀବିକାମିଶନ କାର୍ଯ୍ୟକ୍ରମ ସହ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।

କୋଟିଆ ସହ ଦେଓମାଳି ବିକାଶର ମଧ୍ୟ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି । ଇକୋ ଟୁରିଜିମରେ ସାମିଲ ହେବ ଦେଓମାଳି । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍ ଏବଂ ହିଲ୍ ଭ୍ୟୁ ପଏଣ୍ଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବଦଳୁଛି କୋଟିଆ, ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା
ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ କୋଟିଆ। ଏଥର କିନ୍ତୁ ସୀମା ବିବାଦ କି ପଞ୍ଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଷ୍ଟ୍ରବେରି ଚାଷ ପାଇଁ ସବୁଠି କୋଟିଆ ପ୍ରସଙ୍ଗ। କୋଟିଆ ପଞ୍ଚାୟତ ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏହାକୁ କିପରି ବାହାର ରାଜ୍ୟକୁ ରପ୍ତାନୀ କରାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆଇଟିଡିଏ ସହାୟତରେ ରଣନୀତି ପ୍ରସ୍ତୁତ କରୁଛି।

ଷ୍ଟ୍ରବେରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବି କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ବଜାର ସମେତ ରାୟପୁର, ହାଇଦ୍ରାବାଦ, ବିଶାଖାପାଟଣା, ଜଗଦଲପୁର ଆଦି ଅଞ୍ଚଳକୁ ପଠାଯିବାକୁ ଚିନ୍ତା କରାଯାଇଛି। ଏହାସହ ଜୟପୁରର ଶକ୍ତି ଟ୍ରେଡର୍ସ, ରିଲାଏନ୍ସ, ଟ୍ରେଣ୍ଡସ୍‍ ଆଦି ସହାୟତାରେ ବି ଏହାର ବିକ୍ରିବଟା କରାଯିବ। ଏଥିପାଇଁ କୋରାପୁଟରେ ଆଇଟିଡିଏ ନିଜର ଏକ ଆଉଟ୍‍-ଲେଟ୍‍ ବି କରି ଏହାର ବିକ୍ରିବଟା କରିବ। ସ୍ଥାନୀୟ ବଜାରରେ ଷ୍ଟ୍ରବେରିକୁ ୨୫୦ ଗ୍ରାମ ପିଛା ୮୦ରୁ ୧୦୦ ଟଙ୍କାର ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କିଲୋପିଛା ୪୦୦ ଟଙ୍କାରେ ବିକ୍ରି କରାଯିବ। ତେବେ ଜଣେ ହୋଲସେଲ୍‌ ବଜାରରେ ଏହାକୁ କିଣିଲେ କିଲୋପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାଷ ପାଇଁ କୋଟିଆ ପଞ୍ଚାୟତର ଦୋଳିଆମ୍ବ ଗାଁକୁ ଚୟନ କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଦୋଳିଆମ୍ବ ଗାଁର ୫ ଏକର ଜାଗାକୁ ଏଥିପାଇଁ ଚୟନ କରାଯାଇଥିବା ବେଳେ ସମସ୍ତ ୫୦ ପରିବାରକୁ ଏଥିରେ ସାମିଲ କରାଯାଇଥିଲା। ଷ୍ଟ୍ରବେରୀ ଚାଷ ସମସ୍ତଙ୍କ ପାଇଁ ନୂଆ ଥିବାରୁ ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ଗାଁର ମା ଗଙ୍ଗା, ମା ଯମୁନା ଓ ନିଶାଶିମୁଣ୍ଡା ନାମକ ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଥିଲେ।

ଏ ବାବଦରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ସତ୍ୟରଞ୍ଜନ ମହାନ୍ତି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଆରକୁରୁ ସଫଳ ଚାଷୀ, ଉଦ୍ୟୋଗୀ ଓ ତାଲିମଦାତାଙ୍କୁ ଅଣାଯାଇଛି। ସେମାନଙ୍କ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ଗାଁ ଲୋକଙ୍କୁ ତାଲିମ ବି ଦିଆଯାଇଛି। ଏବେ ଜମିରୁ ଷ୍ଟ୍ରବେରୀ ଅମଳ ହେବା ଆରମ୍ଭ ହୋଇଛି। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ଏକର ପିଛା ପାଖାପାଖି ୩୦ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅପରପକ୍ଷେ ପ୍ରତି ଥର ଅମଳରେ ଏକର ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ୫ ଏକରରେ ୬୨ ଲକ୍ଷ ୫୦ ହଜାର ଟଙ୍କା ଆୟ କରାଯାଉଛି।

ଭିଟାମିନ୍‍ ସି ଓ ଆଇରନ୍‍ରେ ଭରପୂର ଥିବା ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାଯାଇଛି। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ଯୋଗାଇ ଦେଇଥିଲେ ଜିଲ୍ଲା ପ୍ରଶାସନ।

ଭୋଟ୍ ଦେଉଛି କୋଟିଆ, ଚାଲିଛି ଗଣତନ୍ତ୍ରର ମହାପର୍ବ; ୧୩ଟି ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
କୋରାପୁଟ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।

କୋରାପୁଟର କୋଟିଆରେ ମଧ୍ୟ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ୍ ଦେଉଛନ୍ତି କୋଟିଆବାସୀ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ । ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।

ଆଜି କୋଟିଆ ଗସ୍ତରେ ଯିବେ ସବୁ ଦଳର ବିଧାୟକ
କୋଟିଆ: କୋଟିଆ ପାଇଁ ଏକ ଶାସକ ଓ ବିରୋଧୀ । ଆଜି କୋଟିଆ ଗସ୍ତ କରିବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ । ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି । ସମସ୍ତ ଦଳର ବିଧାୟକ କୋଟିଆ ଯିବେ ବୋଲି ସହମତି ପ୍ରକାଶ କରିଛନ୍ତି । କୋଟିଆ ଓଡ଼ିଶାର ଥିଲା, ରହିବ । ଏଥିପାଇଁ ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି । ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ କୋଟିଆକୁ ନେଇ ଦୈନିକ ନୂଆ ଷଡଯନ୍ତ୍ର କରୁଛି ଆନ୍ଧ୍ର । ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ସ୍ୱାଧିନତା ଦିବସରେ କୋଟିଆରେ ଉଡିଲା ତ୍ରିରଙ୍ଗା ।

ଓଡ଼ିଶା ପ୍ରଶାସନ ଦ୍ୱାରା ବିବାଦୀୟ ୨୮ଖଣ୍ଡ ଗାଁରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଦଳଗତ ନିର୍ବିଶେଷରେ ବହୁ ରାଜନେତା ସମେତ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ । କୋଟିଆର ଜନସାଧାରଣ ବି ସ୍ୱାଧୀନତା ଦିବସକୁ ବେଶ ଉତ୍ସାହର ସହିତ ପାଳନ କରିଛନ୍ତି । ଏହି ଉତ୍ସବରେ କୋଟିଆ ପଞ୍ଚାୟତାର ବିବାଦୀୟ ୨୧ ଖଣ୍ଡ ଗାଁ ସମେତ ଅନ୍ୟ ୭ଟି ଗାଁରେ ପାଳନ ହୋଇଯାଇଛି ସ୍ୱାଧୀନତା ଦିବସ । କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆର ସମସ୍ତ ଗାଁ ଗୁଡିକରେ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ଆଇଏଏସ ବେଦ ଭୂଷଣ ଏବଂ ପଟାଙ୍ଗି ତହସିଲଦାର ହରିପ୍ରଦ ମଣ୍ଡଳଙ୍କ ତତ୍ୱାବଧାନରେ ସବୁ ଗାଁ ଗୁଡିକରେ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳିଥିବା ଦେଖିବାକୁ ମିଳିଛି ।

ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ
ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।