US dollar - The Sakala

ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ତଥା ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଶୁକ୍ରବାର ଦିନ ଟଙ୍କାର ମୂଲ୍ୟ ଖସିଯାଇ ଡଲାର ପିଛା ୯୬.୧୪ ରେ ପହଞ୍ଚିଛି। ବିଶ୍ୱ ବଜାରରେ ଇରାନ ଯୁଦ୍ଧ ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦର କାରଣରୁ ଭାରତୀୟ ଅର୍ଥନୀତି ଉପରେ ଏହି ବଡ଼ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

ତୈଳ ଦର ବୃଦ୍ଧି ଓ ଇରାନ ଯୁଦ୍ଧର ପ୍ରଭାବ

ବର୍ତ୍ତମାନ ଇରାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାପକ ଭାବରେ ବୃଦ୍ଧି ପାଇଛି। ବ୍ରେଣ୍ଟ କ୍ରୁଡ୍ ଅଏଲ୍ (Brent crude) ର ମୂଲ୍ୟ ବ୍ୟାରେଲ ପିଛା ୧୦୯ ଡଲାର ପାର୍ କରିଯାଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ ହୋଇଥିବାରୁ, ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ତଥା ମୁଦ୍ରା ଉପରେ ପଡ଼ୁଛି। ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୫.୯୫ ଥିବା ବେଳେ ବର୍ତ୍ତମାନ ଏହା ଖସିଯାଇ ୯୬.୧୩୫୦ ରେ କାରବାର କରୁଛି।

ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଓ ମୁଦ୍ରାସ୍ଫୀତି ଭୟ

ଆମେରିକାରେ ବଣ୍ଡ୍ ୟିଲ୍ଡ (bond yields) ବୃଦ୍ଧି ଏବଂ ଦୃଢ଼ ଡଲାର ସ୍ଥିତି ଯୋଗୁଁ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଟଙ୍କାର ମୂଲ୍ୟ ପ୍ରାୟ ୬ ପ୍ରତିଶତ ହ୍ରାସ ପାଇଲାଣି। ଆର୍ଥିକ ବିଶେଷଜ୍ଞଙ୍କ ମତରେ, ଯଦି ଯୁଦ୍ଧ ଲାଗିରହେ ଏବଂ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୦ ରୁ ୧୫୦ ଡଲାର ପର୍ଯ୍ୟନ୍ତ ପହଞ୍ଚେ, ତେବେ ଆଗାମୀ ଦିନରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୭.୫ ରୁ ୯୮.୫ ପର୍ଯ୍ୟନ୍ତ ଖସିଯାଇପାରେ ବୋଲି କୋଟାକ୍ ସିକ୍ୟୁରିଟିଜ୍ (Kotak Securities) ର ଗବେଷଣା ମୁଖ୍ୟ ଅନିନ୍ଦ୍ୟ ବାନାର୍ଜୀ ପ୍ରକାଶ କରିଛନ୍ତି।

ଆରବିଆଇ ହସ୍ତକ୍ଷେପର ଆବଶ୍ୟକତା

ଭାରତୀୟ ମୁଦ୍ରାର ଏହି କ୍ରମାଗତ ଅବନତିକୁ ରୋକିବା ପାଇଁ ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ତଥା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ (Standard Chartered Bank) ର ଇଣ୍ଡିଆ ଇକୋନୋମିକ୍ସ ମୁଖ୍ୟ ଅନୁଭୂତି ସହାୟ ଙ୍କ ଅନୁଯାୟୀ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ସହ ଟଙ୍କାର ସ୍ଥିତିରେ ସୁଧାର ଆଣିବା ପାଇଁ ଆରବିଆଇ କୁ କଠୋର ଆର୍ଥିକ ନୀତି ଆପଣାଇବାକୁ ପଡ଼ିପାରେ।

ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଭବିଷ୍ୟବାଣୀ: ଶେଷ ହେବ ଆମେରିକାର ରାଜୁତି, ଡଲାରର ସ୍ଥାନ ନେବ ସୁନା
ନୂଆଦିଲ୍ଲୀ: ସାରା ବିଶ୍ବରେ ବର୍ତ୍ତମାନ ବିଭିନ୍ନ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଏଥିରେ ସବୁଠାରୁ ବଡ଼ ପ୍ରସଙ୍ଗ ଟାରିଫ୍ ଯୁଦ୍ଧ। ଏଥିଯୋଗୁ ଏବେ ବିଶ୍ବ ଅର୍ଥନୀତି ଚାପରେ। ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ପିଟର ସ୍କିଫ୍ ଏକ ବଡ଼ ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ବିଶ୍ବ ବତ୍ତର୍ମାନ ଏକ ବଡ଼ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି, ଯାହା ୨୦୦୮ର ମାନ୍ଦାବସ୍ଥା ତୁଳନାରେ ବହୁଗୁଣ ଅଧିକ। ପିଟରଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଡଲାର ଭୁଶୁଡ଼ିବାକୁ ଯାଉଛି। ଡଲାରର ସ୍ଥାନ ନେବ ସୁନା। କାରଣ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରୁଛନ୍ତି। ସେମାନେ ସେମାନଙ୍କର ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି। ପିଟରଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ୨୦୨୫ରେ ସୁନା ମୂଲ୍ୟ ୭୫% ଏବଂ ରୁପା ମୂଲ୍ୟ ୧୬୭%  ବୃଦ୍ଧି ପାଇଛି।

ପିଟରଙ୍କ କହିବାନୁଯାୟୀ ଆସୁଥିବା ସଙ୍କଟ ୨୦୦୮ଠାରୁ ଭିନ୍ନ ହେବ, ଯାହା ଆମେରିକା ଉପରେ କେନ୍ଦ୍ରିତ ହେବ। ୨୦୦୮ର ସଙ୍କଟ ସାରା ବିଶ୍ୱରେ ବ୍ୟାପିଥିଲା, କିନ୍ତୁ ଏହି ସଙ୍କଟ ଯୁକ୍ତରାଷ୍ଟ୍ର ମଧ୍ୟରେ କେନ୍ଦ୍ରିତ ହେବ। ୨୦୦୮ ସଙ୍କଟ ଯୋଗୁ ଆମେରିକାର ଗୃହ ବଜାରର ପତନ ସହିତ ଆରମ୍ଭ ହୋଇଥିଲା, ଯେତେବେଳେ ବହୁ ସଂଖ୍ୟକ ଲୋକ ସେମାନଙ୍କର ଗୃହ ଋଣ ଦେବା ବନ୍ଦ କରିଦେଇଥିଲେ। ଏହା ସମଗ୍ର ବିଶ୍ୱର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ହଲାଇ ଦେଇଥିଲା ଏବଂ ୧୯୩୦ ଦଶକର ମହା ମାନ୍ଦାବସ୍ଥା ପରେ ସବୁଠାରୁ ବଡ଼ ବିଶ୍ୱ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଥିଲା। ଏଥିସହ  ପିଟର ମଧ୍ୟ ଆମେରିକାର ଅର୍ଥନୀତି ବହୁତ ଶକ୍ତିଶାଳୀ ବୋଲି ହେଉଥିବା ଦାବିକୁ ଖାରଜ କରିଛନ୍ତି। ସ୍କିଫ୍ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ସଂଖ୍ୟା ଭୁଲ। ଏଗୁଡ଼ିକ ଅତ୍ୟନ୍ତ ବିକୃତ ଏବଂ ଏଥିରେ ସଂଶୋଧନ ଆବଶ୍ୟକ। ଆମେରିକାର  ମୁଦ୍ରାସ୍ଫୀତି ବହୁଳ ଭାବରେ ପ୍ରଭାବିତ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ, ବାଇଡେନଙ୍କ ଅଧୀନରେ ମୁଦ୍ରାସ୍ଫୀତି ଆହୁରି ବିପଜ୍ଜନକ ହେବ। ସେ କହିଛନ୍ତି ଯେ ବୃଦ୍ଧି ପାଉଥିବା ସୁନା ମୂଲ୍ୟ ଏକ ବଡ଼ ସଙ୍କଟର ଚେତାବନୀ ଦେଉଛି, ଯାହା ଏହି ବର୍ଷ ଶେଷରେ କିମ୍ବା ପରବର୍ତ୍ତୀ ବର୍ଷ ଦେଖିବାକୁ ମିଳିବ।  ଡଲାରରୁ ମୁକ୍ତି ପାଇବା ପାଇଁ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଛନ୍ତି। ସେମାନେ ଆମେରିକୀୟ ଟ୍ରେଜେରୀ ବିକ୍ରି କରୁଛନ୍ତି। ଏଥିରେ ସୁନା ତାର ପ୍ରକୃତ ଛବି ଦେଖାଉଛି।

ପିଟର କହିଛନ୍ତି ଯେ ଆମେ ବିଶ୍ୱ ଉପରେ ନିର୍ଭରଶୀଳ। ସେମାନେ ଆମକୁ ଏପରି ଜିନିଷ ଯୋଗାଇ ଦିଅନ୍ତି, ଯାହା ଆମେ ଉତ୍ପାଦନ କରୁନାହୁଁ। ଟ୍ରମ୍ପ୍ ସବୁ ଭୁଲ କରିଛନ୍ତି। ବିଶ୍ୱର ଅର୍ଥନୀତି ଆମ ଯୋଗୁଁ ଚାଲିନାହିଁ, କିନ୍ତୁ ଆମର ବିଶ୍ୱ ଯୋଗୁଁ ଚାଲିଥାଏ। ଆମର କ୍ରେଡିଟ୍-ଭିତ୍ତିକ ଅର୍ଥନୀତି, ଯାହା ଡଲାରର “ରିଜର୍ଭ ମୁଦ୍ରା” ସ୍ଥିତି ଉପରେ ନିର୍ଭର କରେ, ତାହା ଭୁଶୁଡ଼ି ପଡ଼ିଛି। ଆଗାମୀ ଦିନରେ ଡଲାର ଭୁଶୁଡ଼ି ପଡ଼ିବ ଏବଂ ସୁନା ଏହାର ସ୍ଥାନ ନେବ। ତଥାପି, ହ୍ୱାଇଟ୍ ହାଉସ୍‌ର ମୁଖପାତ୍ର କୁଶ ଦେଶାଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କ ଦାବିର ବିପରୀତ କଥା ଦୋହରାଇଛନ୍ତି। ଆମେରିକାର ଟ୍ରେଜେରୀର ବିଦେଶୀ ହୋଲ୍ଡିଂ ସମ୍ପ୍ରତି ରେକର୍ଡ ସ୍ତରରେ ପହଞ୍ଚିଛି। ଶିଳ୍ପପତିମାନେ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମେରିକାରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ ଦାୟିତ୍ୱ ନେବା ପରଠାରୁ ଆତଙ୍କିତ ଲୋକମାନେ ଏପରି ଭବିଷ୍ୟବାଣୀ କରିଆସୁଛନ୍ତି। ସୂଚନାଯୋଗ୍ୟ ଯେ, ପିଟର ସ୍କିଫ୍ ହେଉଛନ୍ତି ଜଣେ ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ୟୁରୋ ପାସିଫିକ୍ ସମ୍ପତ୍ତି ପରିଚାଳନାର ପ୍ରତିଷ୍ଠାତା। ସେ ୨୦୦୮ ଆର୍ଥିକ ସଙ୍କଟର ସଠିକ୍ ପୂର୍ବାନୁମାନ କରିବା ପାଇଁ ଜଣାଶୁଣା। ପିଟର ନିରନ୍ତର ଭାବରେ ମୂଲ୍ୟବାନ ଧାତୁଗୁଡ଼ିକୁ ଏକ ସୁରକ୍ଷିତ-ସ୍ୱର୍ଗ ନିବେଶ ବିକଳ୍ପ ଭାବରେ ସମର୍ଥନ କରିଛନ୍ତି।

ଡିଜିଟାଲ ମୁଦ୍ରା ପାଇଁ ଆର୍‌ବିଆଇର ବଡ଼ ଯୋଜନା: କମିବ ଆମେରିକୀୟ ଡଲାର୍‌ର ଦବ୍‌ଦବା
ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ଏକ ବଡ଼ ଅନ୍ତର୍ଜାତୀୟ ପଦକ୍ଷେପ ପାଇଁ ଭାରତ ସମ୍ପ୍ରତି ପ୍ରସ୍ତୁତି ଚଳାଇଛି। ଏ କ୍ଷେତ୍ରରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍‌ବିଆଇ)ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଆର୍‌ବିଆଇ ବ୍ରିକ୍ସ ଦେଶଗୁଡ଼ିକୁ ପରାମର୍ଶ ଦେଇଛି ଯେ ସେମାନେ ପରସ୍ପର ମଧ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ବାବଦ  ପେମେଣ୍ଟକୁ ସହଜ କରିବା ପାଇଁ ସେମାନଙ୍କର ସରକାରୀ ଡିଜିଟାଲ୍ ମୁଦ୍ରା (ସିବିଡିସି)କୁ ଲିଙ୍କ୍ କରନ୍ତୁ, ଯାହାଦ୍ୱାରା ସୀମାପାର ବାଣିଜ୍ୟ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପେମେଣ୍ଟ ସହଜ ହୋଇପାରିବ।  ଏହି ପଦକ୍ଷେପର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା। ଆର୍‌ବିଆଇ ସରକାରଙ୍କୁ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଡିଜିଟାଲ୍ ମୁଦ୍ରାକୁ ଲିଙ୍କ୍ କରିବାର ପ୍ରସ୍ତାବ ୨୦୨୬ ବ୍ରିକ୍ସ ସମ୍ମିଳନୀର ଏଜେଣ୍ଡାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଯଦି ଏହା ହୁଏ ତେବେ ଆମେରିକା ନାରାଜ ହେବ। କାରଣ ସାରା ଦୁନିଆରେ ଆଉ ଆମେରିକୀୟ ଡଲାରର ଦବ୍ଦବା ରହିବ ନାହିଁ।

ପ୍ରଥମ ଥର ପାଇଁ ବ୍ରିକସ ସଦସ୍ୟଙ୍କୁ ଡିଜିଟାଲ ମୁଦ୍ରା ସହ ଯୋଡିହେବା ପାଇଁ ଏଭଳି ଏକ ପ୍ରସ୍ତାବ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ, ବ୍ରିକ୍ସ ସଂଗଠନରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଅନ୍ତର୍ଭୁକ୍ତ। ତଥାପି, ଏହି ପଦକ୍ଷେପ ଆମେରିକାକୁ କ୍ରୋଧିତ କରିପାରେ। କାରଣ ଆମେରିକୀୟ ଡଲାରକୁ ବାଇପାସ୍ କରିବା ପାଇଁ ଯେ କୌଣସି ପଦକ୍ଷେପ ବିରୁଦ୍ଧରେ ଟ୍ରମ୍ପ୍ ପ୍ରଶାସନ ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ବ୍ରିକ୍ସ ମେଣ୍ଟକୁ ଆମେରିକୀୟ ବିରୋଧୀ ବୋଲି କହି ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଆମେରିକା ପୂର୍ବରୁ ବ୍ଲକ୍ ର କାର୍ଯ୍ୟକଳାପ ସମ୍ପର୍କରେ ସତର୍କ ଏବଂ କଠୋର ମନୋଭାବ ବଜାୟ ରଖିଛି। ଏହା ଉପରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା କହିଛି ଯେ ସେମାନଙ୍କ ପାଖରେ ଏହି ବିଷୟରେ କୌଣସି ସୂଚନା ନାହିଁ। ତେବେ ଦକ୍ଷିଣ ଆଫ୍ରିକା ଏବଂ ରୁଷର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକଏହା ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଆର୍‌ବିଆଇର ପ୍ରସ୍ତାବ ରିଓ ଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ୨୦୨୫ ଘୋଷଣା ଉପରେ ଆଧାରିତ, ଯେଉଁଥିରେ ସୀମାପାର କାରବାରକୁ ସହଜ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକର ପେମେଣ୍ଟ ସିଷ୍ଟମ ମଧ୍ୟରେ ଆନ୍ତଃକାର୍ଯ୍ୟକ୍ଷମତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସୀମାପାର କାରବାରକୁ ତ୍ୱରାନ୍ୱିତ କରିବା ଏବଂ ଏହାର ମୁଦ୍ରାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆର୍‌ବିଆଇ ଭାରତର ଡିଜିଟାଲ୍ ଟଙ୍କାକୁ ଅନ୍ୟ ଦେଶର ସିବିଡିସି ସହିତ ସଂଯୋଗ କରିବାକୁ ସାର୍ବଜନୀନ ଭାବରେ ଆଗ୍ରହ ପ୍ରକାଶ କରିଛି। ତଥାପି, ଏହା କହିଛି ଯେ ଟଙ୍କାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରୟାସ ଡି-ଡଲାରାଇଜେସନ୍ କୁ ପ୍ରୋତ୍ସାହିତ କରିବା ପାଇଁ ନୁହେଁ। ଯଦିଓ ବ୍ରିକ୍ସ  ସଦସ୍ୟମାନଙ୍କ ମଧ୍ୟରୁ କେହି ସେମାନଙ୍କର ଡିଜିଟାଲ୍ ମୁଦ୍ରାକୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିନାହାଁନ୍ତି, ସମସ୍ତ ୫ଟି ମୁଖ୍ୟ ସଦସ୍ୟ ଏ ନେଇ ପାଇଲଟ୍ ପ୍ରକଳ୍ପ ଚଳାଉଛନ୍ତି। ଭାରତର ଡିଜିଟାଲ୍ ମୁଦ୍ରା (ଯାହାକୁ ଇ-ରୁପି କୁହାଯାଏ) ୨୦୨୨ ଡିସେମ୍ବରରେ ଶୁଭାରମ୍ଭ ହେବା ପରଠାରୁ ମୋଟ ୭ ନିୟୁତ ଖୁଚୁରା ବ୍ୟବହାରକାରୀଙ୍କୁ ଏହା ଆକର୍ଷିତ କରିଛି, ଯେତେବେଳେ କି ଚୀନ୍ ଡିଜିଟାଲ୍ ୟୁଆନର ନ୍ତର୍ଜାତୀୟ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଛି।

ଶେଷ ହେବ ଡଲାରର ଦବ୍‌ଦବା
ନୂଆଦିଲ୍ଲୀ: ବିଶ୍ବରେ ଡଲାରର ଶକ୍ତି ବିଷୟରେ ଆଉ ସମସ୍ତଙ୍କୁ କିଛି କହିବାର ଆବଶ୍ୟକତା ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ଡଲାରର ଶକ୍ତି ବଢ଼ିବାରେ ଲାଗିଛି। ସମ୍ପୂର୍ଣ୍ଣ ବିଶ୍ବ କାରବାର ଡଲାରରେ ନିୟନ୍ତ୍ରିତ ହେଉଛି। ଏଥ଄ପାଇଁ  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ବିଶ୍ବ ବଜାରରେ ଶେଷ ହେବ ଡଲାରର ଦବ୍‌ଦବା। ଡଲାରର ଦବ୍‌ଦବା ଶେଷ କରିବାକୁ ଭାରତ, ବ୍ରାଜିଲ, ରୁଷ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ରାଷ୍ଟ୍ର ସମୂହ ଅଣ୍ଟା ଭିଡିଛନ୍ତି। ଏଥିରେ ବ୍ରିକ୍ସ ସହ ରହିଛନ୍ତି ୧୯ ଦେଶ, ଯେଉଁମାନେ କି  ବ୍ରିକ୍ସରେ ସାମିଲ ହେବାକୁ ପ୍ରସ୍ତୁତ। ଏଠାରେ ସୂଚନାଯୋଗ୍ୟ ଯେ, ବ୍ରିକ୍ସ ରାଷ୍ଟ୍ର ସମୂହର ଯୋଗଦାନ ବିଶ୍ବ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ଏକ ଚତୁର୍ଥାଂଶ ହେବ। ବର୍ତ୍ତମାନ ବ୍ରିକ୍ସରେ ଯୋଗଦେବା ପାଇଁ ଆହୁରି ୧୯ଟି ଦେଶ ଆବେଦନ କରିଛନ୍ତି। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୨୦୧୦ରେ ଏହି ସଂଗଠନରେ ଯୋଗଦେଇଥିଲା। ବ୍ରିକ୍ସରେ ରହିଥିବା ପାଞ୍ଚଟି ଦେଶ ଡଲାରର ଶକ୍ତି କମ୍‌ଜୋର କରିବାକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହାବ୍ୟତୀତ ବ୍ରିକ୍ସରେ ସାମିଲ ହେବାକୁ ଇଚ୍ଛୁକ ୧୯ଟି ଦେଶ ଏହି ଅଭିଯାନରେ ଅଂଶଗ୍ରହଣ କରିବେ। ସେମାନଙ୍କୁ ବ୍ରିକ୍ସରେ ସାମିଲ କରାଯାଉ କିମ୍ବା ନ ଯାଉ ବ୍ରିକ୍ସ ଦେଶଗୁଡିକ ସହିତ ସେମାନଙ୍କର ରଣନୀତିକ ଭାଗିଦାରୀ ବହୁତ ଭଲ ରହିଛି।

ଭାରତ ଟଙ୍କାରେ ବାଣିଜ୍ୟ କାରବାର କରିବାକୁ ଚାହୁଁଛି

ଭାରତ କିଛି ବର୍ଷ ହେବ ଟଙ୍କାରେ ବାଣିଜ୍ୟ କାରବାର କରିବା ବିଷୟରେ କହୁଛି। ଏଥିପାଇଁ ସେ ଅନେକ ଦେଶ ସହ ମଧ୍ୟ ଆଲୋଚନା କରିସାରିଲାଣି। ଅନ୍ୟ ଦେଶ ସହିତ ନିଜ ମୁଦ୍ରାରେ ବାଣିଜ୍ୟ କାରବାର ପାଇଁ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି। ରିପୋର୍ଟ ଅନୁଯାୟୀ, ଆରବିଆଇ ବୋତ୍ସୱାନା, ଫିଜି, ଜର୍ମାନୀ, ଗୁଏନା, ଇସ୍ରାଏଲ୍, କେନିଆ, ମାଲେସିଆ, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ଓମାନ, ରୁଷ, ସିଚେଲ୍ସ, ସିଙ୍ଗାପୁର, ଶ୍ରୀଲଙ୍କା, ତାଞ୍ଜାନିଆ, ଉଗାଣ୍ଡା ଏବଂ ବ୍ରିଟେନକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଭାଗବତ କରଦ କହିଛନ୍ତି ଯେ ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏପର୍ଯ୍ୟନ୍ତ ୧୮ଟି ଦେଶର ଘରୋଇ ତଥା ପ୍ରାଧିକୃତ ବିଦେଶୀ ବ୍ୟାଙ୍କକୁ ମୋଟ ୬୦ ଟି ଅନୁମୋଦନ ପ୍ରଦାନ କରିଛି। ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ରସବ୍ୟାଙ୍କ, ଟିଙ୍କଫ ବ୍ୟାଙ୍କ, ସେଣ୍ଟ୍ରୋ କ୍ରେଡିଟ ବ୍ୟାଙ୍କ ଏବଂ ମସ୍କୋ କ୍ରେଡିଟ ବ୍ୟାଙ୍କ ସମେତ ୨୦ ରୁଷିଆ ବ୍ୟାଙ୍କ ଫେବୃଆରୀରେ ଭାରତର ସହଭାଗୀ ବ୍ୟାଙ୍କ ସହିତ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିଛନ୍ତି। ଟଙ୍କାରେ କାରବାରରେ ବୃଦ୍ଧି ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ବଢ଼ାଇବ।

ଡଲାରର ଶକ୍ତି କମ୍‌ କରିବାକୁ ଚାଇନାର ଚେଷ୍ଟା

ଅପରପକ୍ଷେ ଚୀନ୍ ମଧ୍ୟ ଏହାର ମୁଦ୍ରା ୟୁଆନ୍ ମାଧ୍ୟମରେ ଡଲାରର ଶକ୍ତି କମ୍‌ କରିବାକୁ ଚେଷ୍ଟା କରୁଛି। ରୁଷ ନିଜ ଦେଶରେ ଚାଇନାର ୟୁଆନକୁ ସ୍ୱୀକୃତି ଦେଇଛି। ଏହା ବ୍ୟତୀତ ରୁଷ କେବଳ ବିାବର ପ୍ରାୟ ଏକ ଡଜନ ଦେଶ ସହିତ ୟୁଆନ୍‌ରେ ବାଣିଜ୍ୟ କରିବାକୁ ଘୋଷଣା କରିଛି। ସେବେଠାରୁ ୟୁଆନ୍‌ର ଆଧିପତ୍ୟ ଆହୁରି ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ୟୁଆନ୍ ଏକ ବିଶ୍ୱ ମୁଦ୍ରା ଭାବରେ ମାନ୍ୟତା ପାଇଛି। ଏହା ବ୍ୟତୀତ ଚାଇନା ବିଶ୍ବର ୧୩୦ ଟି ଦେଶ ସହିତ ବାଣିଜ୍ୟ କାରବାର କରିଥାଏ।  ଏହା ଡଲାର ପାଇଁ ଏକ ବଡ ଝଟ୍‌କା।

ରୁଷର ଡି-ଡଲାରାଇଜେସନ୍ ପ୍ଲାନ୍‌

ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଏବଂ ୟୁରୋପ ରୁଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ରୁଷର ୩୦୦ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ କବ୍‌ଜା କରାଯାଇଛି। ରୁଷର କୋଟିପତିମାନଙ୍କ ସମ୍ପତ୍ତି ଏବଂ ଟଙ୍କା ଜବତ କରାଯାଇଛି। ଯାହା ପରେ ରୁଷ ଡି-ଡଲାରାଇଜେସନ୍ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ସେ ସାରା ବିଶ୍ୱରେ ରୁବେଲରେ କାରବାର ବିଷୟରେ କହିଥିଲା, କିନ୍ତୁ ବିଶ୍ୱ ମୁଦ୍ରାରେ ପରିଣତ ହେବାକୁ ଆଡକୁ ଆଗେଇବା ପାଇଁ ରୁବେଲ୍‌ ପାଖରେ ସେତେଟା ଶକ୍ତି ନ ଥିଲା। ଯେଉଁଥିପାଇଁ ତାଙ୍କୁ ୟୁଆନ୍ ଆଡକୁ ଯିବାକୁ ପଡିଲା। ଭାରତ ସହ ମଧ୍ୟ ରୁଷ  ଟଙ୍କାରେ କାରବାର କରିବା ପାଇଁ ଆଲୋଚନା କରୁଛି। ରୁଷ ଯେଉଁଆଡେ ସେଠାରେ ତାର ଡି-ଡଲାରାଇଜେସନ୍ ଅଭିଯାନ ମଧ୍ୟ ଚଳାଇଛି।

ବ୍ରିକ୍ସ ନୂଆ ମୁଦ୍ରା ଆଣିବ

ଏସବୁ ମଧ୍ୟରେ ବ୍ରିକ୍ସ ରାଷ୍ଟ୍ର ସମୂହ  ନିଜର ସ୍ବତନ୍ତ୍ର ମୁଦ୍ରା ଆଣିବାକୁ ଚିନ୍ତା କରୁଛନ୍ତି। ମାର୍ଚ୍ଚ ୩୦ ରେ ରୁଷ ସଂସଦର ଉପ ବାଚସ୍ପତି ଆଲେକ୍ସଜାଣ୍ଡାର୍ ବାବାକୋଭ କହିଛନ୍ତି ଯେ ବ୍ରିକ୍ସ ବର୍ତ୍ତମାନ ନିଜର ମୁଦ୍ରା ଆଣିବାକୁ ଚିନ୍ତା କରୁଛି। ସମସ୍ତ ପାଞ୍ଚଟି ଦେଶ ଏଥିରେ ସହଜରେ ସହମତ ହୋଇପାରିବେ। ଏଥିସହିତ, ୧୯ଟି ଦେଶ ଯେଉଁମାନେ ବ୍ରିକ୍ସରେ ଯୋଗଦେବାକୁ ଆବେଦନ କରିଛନ୍ତି ସେମାନେ ମଧ୍ୟ ସେହି ମୁଦ୍ରା ଗ୍ରହଣ କରିପାରିବେ। ବ୍ରିକ୍ସରେ ଯୋଗଦେବାକୁ ଆନୁଷ୍ଠାନିକ ଭାବେ କହିଥିବା ଦେଶମାନଙ୍କ ମଧ୍ୟରେ ସାଉଦି ଆରବ ଏବଂ ଇରାନ ମଧ୍ୟ ଅଛନ୍ତି। ବ୍ରିକ୍ସରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଥିବା ଅନ୍ୟ ଦେଶ ମଧ୍ୟରେ ଆର୍ଜେଣ୍ଟିନା, ସଂଯୁକ୍ତ ଆରବ ଏମିରେଟ୍ସ, ଆଲଜେରିଆ, ଇଜିପ୍ଟ, ବାହାରିନ୍‌ ଏବଂ ଇଣ୍ଡୋନେସିଆ, ପୂର୍ବ ଆଫ୍ରିକାର ଦୁଇଟି ଦେଶ ଏବଂ ପଶ୍ଚିମ ଆଫ୍ରିକାର ଗୋଟିଏ ଦେଶ ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ ଡଲାରର ଦମ୍‌ କମ୍‌ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି।

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ : ସାଧାରଣ ଲୋକଙ୍କ ଉପରେ କିପରି ପଡିବ ଏହାର ପ୍ରଭାବ
ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପାଇ ୮୦ଟଙ୍କା ୫ ପଇସାରେ ପହଞ୍ଚିଛି ।ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହୋଇଛି ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହୁରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।

ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଯେ ଖୁବ୍ ଭାବେ ପ୍ରଭାବିତ ହେ‌ବେ ଏଥିରେ ଆ‌ଦୌ ସନ୍ଦେହ ନାହିଁ।

ଅନ୍ୟପଟେ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୋମବାର ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବାଧିକ ସ୍ଥିତିରେ ରହିଛି। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଡଲାର-ଟଙ୍କା ବିନିମୟ ମୂଲ୍ୟ ୬୩.୩୩ ରହିଥିଲା ବେଳେ ୨୦୨୨ ଜୁଲାଇ ୧୧ ସୁଦ୍ଧା ଏହା ୭୯.୪୧ ଛୁଇଁଥିଲା। ଯଦ୍ବାରା ୮ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଅନ୍ୟୂନ ୨୫ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି।

ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିବ

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ । ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

କିପରି ଧାର୍ଯ୍ୟ ହୁଏ ଟଙ୍କାର ମୂଲ୍ୟ

ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ। ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ ଓ ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ। ଯେହେତୁ ବିଶ୍ୱରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେହେତୁ ବିଶ୍ୱ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ଓ ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ। ଏହି ଆଧାରରେ ବଜାରରେ ଟଙ୍କାର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ବର୍ତ୍ତମାନ ସମୟରେ ନିବେଶକ ଭାରତୀୟ ବଜାରରୁ ବାହାରି ଯାଉଛନ୍ତି। ସେମାନେ ନିଜର ନିବେଶ କାଢି ନେଉଥିବା ବେଳେ ଆମର ଆମଦାନୀ ଦେୟ ବଢ଼ି ବଢି ଚାଲିଛି। ଯାହାର ସିଧା ପ୍ରଭାବ ଏବେ ଟଙ୍କା ଉପରେ ପଡୁଥିବା ବେଳେ ଏହା ଦୁର୍ବଳ ହେବାରେ ଲାଗିଛି।

ଏପରି ସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ‌କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରପ୍ତାନି ତୁଳନାରେ ଅଧିକ ଆମଦାନୀ, ଉଚ୍ଚ ହାରରେ ମୁଦ୍ରାସ୍ଫୀତି ଏବଂ ବିଦେଶୀ ନିବେଶକମାନଙ୍କ ଦ୍ବାରା ପର୍ଯ୍ୟାପ୍ତ ପୁଞ୍ଜି ପ୍ରତ୍ୟାହାର ଦ୍ବାରା ଏବେ ଭାରତୀୟ ଟଙ୍କା ତୁଳନାରେ ଡଲାର ଅଧିକ ସଶକ୍ତ ହୋଇଛି। ଅର୍ଥନୀତିର ଏହି ତିନୋଟି ମୁଖ୍ୟ ଦିଗକୁ କେନ୍ଦ୍ର ସରକାର ଠିକଣା ଭାବେ ମୁକାବିଲା କରିପାରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।