Indian Rupee falls - The Sakala

ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ; ଗୋଟିଏ ଡଲାରର ମୂଲ୍ୟ ୮୨ ଟଙ୍କା ୩୩ ପଇସା
ନୂଆଦିଲ୍ଲୀ: ତଳମୁହାଁ ଟଙ୍କା । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ।

ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଆଉ ସେସବୁ ସାମଗ୍ରୀର ଦର ଭାରତରେ ମହଙ୍ଗା ହେବ । ସେହିପରି ବିଦେଶରୁ ପଢୁଥିବା ଛାତ୍ରଙ୍କ ଖର୍ଚ୍ଚ ମଧ୍ୟ ବଢିବ ।

କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।

ୟୁକ୍ରେନ୍‌ ସଙ୍କଟର ପ୍ରଭାବ: ଡଲାର ତୁଳନାରେ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା
ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟର ପ୍ରଭାବ ସାରା ବିଶ୍ବକୁ ଥରହର କରିବାରେ ଲାଗିଛି। ଏଥିରୁ ବାଦ୍‌ ପଡିନି ଭାରତୀୟ ମୁଦ୍ରା ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଯୋଗୁ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଏହି ସମୟରେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଉଚ୍ଚ ମୁଦ୍ରାସ୍ଫୀତିରେ ଅସମ୍ଭାଳ ବଜାର ଦର। ବଜାରରେ ତେଜରାତିଠାରୁ ଆରମ୍ଭ କରି ପନିପରିବା ଆଉ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଏବେ ଖୁବ୍‌ ଉଚ୍ଚରେ ରହିଛି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ବଜାର ମହଙ୍ଗା। ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଏଥିରୁ ନିସ୍ତାର ମିଳିବା ସମ୍ଭାବନା କମ୍। କାରଣ ୟୁକ୍ରେନ୍‌ ସଙ୍କଟ ପ୍ରଭାବରେ ବିଶ୍ବର ଅନ୍ୟ ମୁଦ୍ରା ଭଳି ଘରୋଇ ମୁଦ୍ରା ଟଙ୍କା ଦୁର୍ବଳ ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଛି ଘରୋଇ ମୁଦ୍ରା। ବର୍ତ୍ତମାନ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ଘଟି ୮୧ ଟଙ୍କା ସ୍ତର ଅତିକ୍ରମ କରିଛି। ଡଲାର ତୁଳନାରେ ଟଙ୍କା ଏତେ ଦୁର୍ବଳ ହୋଇଛି ଯେ ଏହା ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ସୋମବାର କାରବାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୮ ପଇସା ହ୍ରାସ ଘଟି ରେକର୍ଡ ୮୧.୬୭ ଟଙ୍କାର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଅପରପକ୍ଷେ ଆମେରିକୀୟ ଡଲାର ସୁଦୃଢ଼ ହୋଇ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କା ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବାର ସମ୍ଭାବନା ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ବୃହତ୍‌ ହ୍ରାସ ଆମଦାନୀ ବିଲ୍‌କୁ ମହଙ୍ଗା କରିଛି। ଯାହାର ଫଳସ୍ବରୂପ ଦେଶରେ ସାମଗ୍ରୀ ଆଉ ସେବା ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଦେଶର ଆମଦାନୀ ବିଲ୍‌ରେ ବୃଦ୍ଧି ଘଟି ଆଗକୁ ମୁଦ୍ରାସ୍ଫୀତି ଆହୁରି ବଢ଼ିବ। ଏହାଛଡା ଘରୋଇ ବଜାରରେ ତେଲ ଦର ବଢ଼ିବା ସହ ବିଭିନ୍ନ ସାମଗ୍ରୀର ଆମଦାନୀଠାରୁ ଆରମ୍ଭ କରି ବିଦେଶରେ ପାଠପଢ଼ା ମହଙ୍ଗା ହେବ। ଟଙ୍କାର ଏଭଳି ସ୍ଥିତି ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ମୁଦ୍ରା ବଜାରରେ ହସ୍ତକ୍ଷେପ କରିବା ସମ୍ଭାବନା ବଢ଼ିଯାଇଛି।

ସୋମବାର କାରବାର ପ୍ରାରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫୮ ପଇସା ହ୍ରାସ ଘଟି ସର୍ବକାଳୀନ ସର୍ବନିମ୍ନ ୮୧.୬୭ ଟଙ୍କା ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାର ବୃଦ୍ଧି କରବିା ପରଠାରୁ ଡଲାର ତୂଳନାରେ ଯଙ୍କା ମୂଲ୍ୟରେ ଏଭଳି ବୃହତ୍‌ ହ୍ରାସ ଜାରି ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଫେଡେରାଲ ରିଜର୍ଭ ବୁଧବାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ସୁଧ ହାର ବୃଦ୍ଧି କରିବା ପରେ ଟଙ୍କା ନିମ୍ନଗାମୀ ହେଉଛି। ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ପରେ ଦେଶରେ ଆମଦାନୀ ବିଲ୍‌ ମହଙ୍ଗା ହୋଇଛି। ଟଙ୍କା ମୂଲ୍ୟରେ ହ୍ରାସର ଅର୍ଥ ହେଉଛି କୌଣସି ସାମଗ୍ରୀ ଆମଦାନୀ ପାଇଁ ଏଣିକି ଭାରତକୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଏହାବ୍ୟତୀତ ବିଦେଶ ଭ୍ରମଣ ଏବଂ ବିଦେଶରେ ପାଠପଢ଼ା ମହଙ୍ଗା ହୋଇଛି। ଅନ୍ୟପକ୍ଷେ ଟଙ୍କାର ବିନିମୟ ମୂଲ୍ୟରେ ଐତିହାସିକ ହ୍ରାସ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ସ୍ବରୂପ ଏହି ହ୍ରାସକୁ ରୋକିବା ପାଇଁ ଡଲାର ବିକ୍ରି କରିବା ସମ୍ଭାବନା ସୃଷ୍ଟି ହୋଇଛି। ଅପରପକ୍ଷେ ଟଙ୍କା ଦୁର୍ବଳ ହେବାର ପ୍ରଭାବ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ପଡିବ। ଏଥିଯୋଗୁ ଦେଶର ସମ୍ପତ୍ତି କମିବ, ଯାହା ଆର୍ଥିକ ଦୃଷ୍ଟିରୁ ଆଦୌ ଭଲ ନୁହେଁ। ଚଳିତବର୍ଷ ଜାନୁଆରୀ ପହିଲାରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୭୫.୪୩ ଟଙ୍କା ରହିଥିଲା।

ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ : ସାଧାରଣ ଲୋକଙ୍କ ଉପରେ କିପରି ପଡିବ ଏହାର ପ୍ରଭାବ
ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପାଇ ୮୦ଟଙ୍କା ୫ ପଇସାରେ ପହଞ୍ଚିଛି ।ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହୋଇଛି ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହୁରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।

ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଯେ ଖୁବ୍ ଭାବେ ପ୍ରଭାବିତ ହେ‌ବେ ଏଥିରେ ଆ‌ଦୌ ସନ୍ଦେହ ନାହିଁ।

ଅନ୍ୟପଟେ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୋମବାର ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବାଧିକ ସ୍ଥିତିରେ ରହିଛି। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଡଲାର-ଟଙ୍କା ବିନିମୟ ମୂଲ୍ୟ ୬୩.୩୩ ରହିଥିଲା ବେଳେ ୨୦୨୨ ଜୁଲାଇ ୧୧ ସୁଦ୍ଧା ଏହା ୭୯.୪୧ ଛୁଇଁଥିଲା। ଯଦ୍ବାରା ୮ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଅନ୍ୟୂନ ୨୫ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି।

ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିବ

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ । ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

କିପରି ଧାର୍ଯ୍ୟ ହୁଏ ଟଙ୍କାର ମୂଲ୍ୟ

ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ। ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ ଓ ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ। ଯେହେତୁ ବିଶ୍ୱରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେହେତୁ ବିଶ୍ୱ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ଓ ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ। ଏହି ଆଧାରରେ ବଜାରରେ ଟଙ୍କାର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ବର୍ତ୍ତମାନ ସମୟରେ ନିବେଶକ ଭାରତୀୟ ବଜାରରୁ ବାହାରି ଯାଉଛନ୍ତି। ସେମାନେ ନିଜର ନିବେଶ କାଢି ନେଉଥିବା ବେଳେ ଆମର ଆମଦାନୀ ଦେୟ ବଢ଼ି ବଢି ଚାଲିଛି। ଯାହାର ସିଧା ପ୍ରଭାବ ଏବେ ଟଙ୍କା ଉପରେ ପଡୁଥିବା ବେଳେ ଏହା ଦୁର୍ବଳ ହେବାରେ ଲାଗିଛି।

ଏପରି ସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ‌କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରପ୍ତାନି ତୁଳନାରେ ଅଧିକ ଆମଦାନୀ, ଉଚ୍ଚ ହାରରେ ମୁଦ୍ରାସ୍ଫୀତି ଏବଂ ବିଦେଶୀ ନିବେଶକମାନଙ୍କ ଦ୍ବାରା ପର୍ଯ୍ୟାପ୍ତ ପୁଞ୍ଜି ପ୍ରତ୍ୟାହାର ଦ୍ବାରା ଏବେ ଭାରତୀୟ ଟଙ୍କା ତୁଳନାରେ ଡଲାର ଅଧିକ ସଶକ୍ତ ହୋଇଛି। ଅର୍ଥନୀତିର ଏହି ତିନୋଟି ମୁଖ୍ୟ ଦିଗକୁ କେନ୍ଦ୍ର ସରକାର ଠିକଣା ଭାବେ ମୁକାବିଲା କରିପାରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।