Indian Rupee - The Sakala
ନୂଆଦିଲ୍ଲୀ: କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ମୁଦ୍ରା ‘ଟଙ୍କା’। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ସୋମବାର କାରବାର ପ୍ରାରମ୍ଭରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧ ପଇସା ହ୍ରାସ ଘଟି ୮୪.୩୮ ଟଙ୍କାର ସର୍କକାଳୀନ ନିମ୍ନ ସ୍ତରକୁ ଖସିଆସିଛି।
ମୁଦ୍ରା ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ବିଦେଶୀ ନିବେଶକମାନେ କ୍ରମାଗତ ଷ୍ଟକ୍‌ ବିକ୍ରି କରିବା ଏବଂ ଇକ୍ୱିଟି ବଜାରରେ ମାନ୍ଦା ସ୍ଥିତି ହେତୁ ଟଙ୍କା ଦୁର୍ବଳ ହେଉଛି। ଯଦି ଡଲାର ମୂଲ୍ୟରେ ହ୍ରାସ ନ ଘଟେ ଏବଂ ବିଦେଶୀ ନିବେଶକମାନେ ଘରୋଇ ବଜାରରୁ ସେମାନଙ୍କର ପାଣ୍ଠି ପ୍ରତ୍ୟାହାର ନ କରନ୍ତି ତେବେ ଟଙ୍କା ଚାପରେ ରହିବ। ମଧ୍ୟମ ଅବଧିରେ ଟଙ୍କା ୮୩.୮୦ରୁ ୮୪.୫୦ ଟଙ୍କା ସ୍ତର ମଧ୍ୟରେ କାରବାର କରିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ମାତ୍ରାରେ ବୈଦେଶିକ ମୁଦ୍ରା ରହିଥିବା ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ଟଙ୍କାର ଅବମୂଲ୍ୟାୟନ ରୋକିବାକୁ ପ୍ରୟାସ କରିୀପାରେ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ବିଦେଶୀ ନିବେଶକଙ୍କ ଦ୍ବାରା କ୍ରମାଗତ ଭାବେ ପାଣ୍ଠି ପ୍ରତ୍ୟାହାର ଯୋଗୁ ଟଙ୍କା ଦୀର୍ଘ ଦିନ ଧରି ଚାପରେ ରହିଥିଲା। ଅକ୍ଟୋବରରେ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପ୍ରାୟ ୧୨ ବିଲିୟନ ଡଲାର ମୂଲ୍ୟର ଇକ୍ୱିଟି ବିକ୍ରି କରିଥିଲେ। ନଭେମ୍ବରରେ ମଧ୍ୟ ଏହି ଧାରା ଜାରି ରହିଛି। ନଭେମ୍ବର ମାସର ପ୍ରଥମ ୧୦ ଦିନରେ ସେମାନେ ପ୍ରାୟ ୧.୬ ବିଲିୟନ ଡଲାରର ପାଣ୍ଠି ପ୍ରତ୍ୟାହାର କରିନେଇଛନ୍ତି।
ତେବେ ଭାରତୀୟ ମୁଦ୍ରା ମୂଲ୍ୟରେ ଏହି ହ୍ରାସ ଧାରା ଏଇଠି ଅଟକୁନାହିଁ। ଆସନ୍ତା କିଛି ମାସ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ୮-୧୦ ପ୍ରତିଶତ ହ୍ରାସ ହୋଇପାରେ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ମୁଦ୍ରା ଉପରେ ଚାପ ପକାଇପାରେ, ଯେଉଁଥିପାଇଁ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ହୋଇପାରେ। ଅର୍ଥାତ୍‌ ଟ୍ରମ୍ପ ୨.୦ ଶାସନ କାଳରେ ଟଙ୍କା ମୂଲ୍ୟରେ ୧୦% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ସୋମବାର ଡଲାର ତୁଳନାରେ ଟଙ୍କା ପୁନର୍ବାର ସର୍ବନିମ୍ନ ସ୍ତରକୁ ଖସିଆସିବା ଏହି ଆକଳନକୁ ଆହୁରି ଦୃଢ଼ କରୁଛି।
ଏସ୍‌ବିଆଇର ‘ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଟ୍ରମ୍ପ ୨.୦ ଭାରତ ଏବଂ ବିଶ୍ ଅର୍ଥନୀତି ଉପରେ କିପରି ପ୍ରଭାବ ପକାଇବ’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ, ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ କିଛି ଦିନ ପାଇଁ ହ୍ରାସ ହୋଇପାରେ, କିନ୍ତୁ ପରେ ଭାରତୀୟ ମୁଦ୍ରାର ସ୍ଥିତି ସୁଦୃଢ଼ ହେବ। ଏହି ଅସ୍ଥିରତା ସ୍ୱଳ୍ପ ସମୟ ପାଇଁ ଦେଖାଯାଇପାରେ, ଯେତେବେଳେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେଉଛି। ପ୍ରକାଶ ଥାଉକି, ଏହି ସମୟ ମଧ୍ୟରେ ଭାରତ ଆଗରେ ଅନେକ ଚ୍ୟାଲେଞ୍ଜ ଦେଖାଦେବା ସହ ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଏସ୍‌ବିଆଇ ରିପୋର୍ଟରେ ଦର୍ଶାଯାଇଛି। ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସହିତ ଶୁଳ୍କ, ଏଚ୍‌- ୧ବି ଭିସା ବୃଦ୍ଧି ପାଇବ ଯାହା ସ୍ୱଳ୍ପ ସମୟ ମଧ୍ୟରେ ଅସ୍ଥିରତା ବଢ଼ାଇପାରେ। ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତ ଏହାର ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହି ସୁଯୋଗଗୁଡିକର ଲାଭ ଉଠାଇବା ଉଚିତ। ଏହାବ୍ୟତୀତ ଭାରତୀୟ କମ୍ପାନୀଗୁଡିକ ବ ଦେଶିକ ମୁଦ୍ରା ମୂଲ୍ୟର ଅସ୍ଥିରତାକୁ ଏଡାଇବା ପାଇଁ ଅତିରିକ୍ତ ପଦକ୍ଷେପ ଆବଶ୍ୟକ କରିପାରନ୍ତି। ଏସବିଆଇ ରିପୋର୍ଟ ଅନୁଯାୟୀ ଟ୍ରମ୍ପଙ୍କ ଶାସନ କାଳରେ ବିଶ୍ୱ ଅର୍ଥନୀତିରେ ଅନେକ ପରିବର୍ତ୍ତନ ହୋଇପାରେ, ଯାହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ। ଏଭଳି ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଅର୍ଥନୀତି ପାଇଁ ବେଶ ଆହ୍ବାନପୂର୍ଣ୍ଣ ହେବ।
ଆର୍‌ବିଆଇ ରିପୋର୍ଟ, ଟଙ୍କା ବିଶ୍ବରେ ସବୁଠାରୁ ସ୍ଥିର ମୁଦ୍ରା
ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ଉଦୀୟମାନ ଅର୍ଥନୀତିଗୁଡିକର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ସବୁଠାରୁ ସ୍ଥିର ମୁଦ୍ରା ପାଲଟିଛି। ଏଥିରେ ଅସ୍ଥିରତା ବା ଦୋଳାୟମାନ ସ୍ତର ୨୦୦୮ଠାରୁ ସର୍ବନିମ୍ନ ସ୍ତର ବା ସବୁଠାରୁ କମ୍ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅର୍ଥନୀତିର ସ୍ଥିତି ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ମୁଦ୍ରାର ଅସ୍ଥିରତା ହେଉଛି ଏହାର ମାପ ଯାହା ଦ୍ବାରା ଏହାର ବଜାର ମୂଲ୍ୟ ପରିବର୍ତ୍ତନ କରାଯାଉଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ନେତୃତ୍ୱରେ ଏକ ଗ୍ରୁପ ଲେଖିଥିବା ସନ୍ଦର୍ଭରେ କୁହାଯାଇଛି ଯେ ବିଶ୍ବର ପ୍ରମୁଖ ମୁଦ୍ରା ମଧ୍ୟରେ ୨୦୨୩ରେ ମାତ୍ର ଏକ ମାସର ଅସ୍ଥିରତା ସହିତ ଭାରତୀୟ ଟଙ୍କା ସର୍ବନିମ୍ନ ଅସ୍ଥିର ମୁଦ୍ରା ଭାବରେ ଉଭା ହୋଇଛି।
୨୦୨୨-୨୩ରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ୭.୮ ପ୍ରତିଶତ ହ୍ରାସ ପାଇବା ପରେ ଟଙ୍କା ଚଳିତ ଆର୍ଥିକ ବର୍ଷରେ ସ୍ଥିର ହୋଇଛି। ଏହାପରେ ଟଙ୍କା ମୂଲ୍ୟରେ ଉତ୍ଥାନ ମତନ ଜାରି ରହିବା ସହ ଏହା ୦.୨ ପ୍ରତିଶତ ମଜଭୂତ ହୋଇଛି। ମୁଦ୍ରା ମୂଲ୍ୟରେ ହ୍ରାସର ମୁଖ୍ୟ କାରଣ ହେଉଛି ୟୁରୋପରେ ଯୁଦ୍ଧ ଲାଗିରହିବା ଏବଂ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର କ୍ଷେତ୍ରରେ ନିଜର ମନୋଭାବକୁ କଡାକଡି କରିବା। ୨୦୨୩ ମସିହାରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୦.୯୫ ପ୍ରତିଶତ ବୃଦ୍ଧି ପାଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୩ କ୍ୟାଲେଣ୍ଡର ବର୍ଷରେ (ଜୁନ୍ ୯ ପର୍ଯ୍ୟନ୍ତ) ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି, ଯାହା ପ୍ରମୁଖ ବୈଦେଶିକ ମୁଦ୍ରା ଧାରଣକାରୀ ଦେଶ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ସଂରକ୍ଷଣ ସ୍ଥାନ। ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ, କୁହାଯାଇଛି ଯେ ମୁଦ୍ରାସ୍ଫୀତି ହାର ହ୍ରାସ କରିବାର ଆବଶ୍ୟକତା ରହିଛି, ଯାହା ଦ୍ବାରା ଗ୍ରାହକଙ୍କ ଖର୍ଚ୍ଚ ବୃଦ୍ଧି ସହିତ କମ୍ପାନୀର ରାଜସ୍ୱ ଏବଂ ଲାଭ ମଧ୍ୟ ବୃଦ୍ଧି ହୋଇପାରିବ। ବର୍ତ୍ତମାନର ଅର୍ଥନୈତିକ ତଥ୍ୟ ଏବଂ କମ୍ପାନୀଗୁଡିକର ଫଳାଫଳକୁ ଏକତ୍ର ମିଶାଇବ ପରେ ଜଣାପଡୁଛି ଯେ, ମୁଦ୍ରାସ୍ଫୀତି ହାର ବ୍ୟକ୍ତିଗତ ବ୍ୟବହାରରେ ଖର୍ଚ୍ଚ ହ୍ରାସ କରୁଛି।
ଏହାର ଫଳସ୍ୱରୂପ, କମ୍ପାନୀର ବିକ୍ରି ହ୍ରାସ ପାଉଛି ଏବଂ ଉତ୍ପାଦନ କ୍ଷମତାରେ ବେସରକାରୀ ବିନିଯୋଗ ମଧ୍ୟ ହ୍ରାସ ପାଉଛି। ଋଣ ବଜାର ଉପରେ ରିପୋର୍ଟରେ କୁହାଯାଇଛି ଯେ ଅଭିବୃଦ୍ଧି ହାର ଏବଂ ବ୍ୟାଙ୍କ କ୍ରେଡିଟ୍ ଏବଂ ଜମା ମଧ୍ୟରେ ଥିବା ପାର୍ଥକ୍ୟ ବର୍ତ୍ତମାନ ସଂକୀର୍ଣ୍ଣ ହେବାରେ ଲାଗିଛି। ଏହା ସୂଚାଇ ଦେଉଛି ଯେ, ପାଣ୍ଠି ସଂଗ୍ରହର ଅନ୍ୟ ଉପାୟକୁ ସୁଯୋଗ ଦେବା ପାଇଁ ଋଣ ଅଭିବୃଦ୍ଧି ବର୍ତ୍ତମାନ ସ୍ଥିର ହୋଇପାରେ।
ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ : ସାଧାରଣ ଲୋକଙ୍କ ଉପରେ କିପରି ପଡିବ ଏହାର ପ୍ରଭାବ
ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଙ୍ଗଳବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କା ଆହୁରି ୭ ପଇସା ହ୍ରାସ ପାଇ ୮୦ଟଙ୍କା ୫ ପଇସାରେ ପହଞ୍ଚିଛି ।ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହୋଇଛି ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହୁରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।
ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଯେ ଖୁବ୍ ଭାବେ ପ୍ରଭାବିତ ହେ‌ବେ ଏଥିରେ ଆ‌ଦୌ ସନ୍ଦେହ ନାହିଁ।
ଅନ୍ୟପଟେ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୋମବାର ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମଧ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବାଧିକ ସ୍ଥିତିରେ ରହିଛି। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଡଲାର-ଟଙ୍କା ବିନିମୟ ମୂଲ୍ୟ ୬୩.୩୩ ରହିଥିଲା ବେଳେ ୨୦୨୨ ଜୁଲାଇ ୧୧ ସୁଦ୍ଧା ଏହା ୭୯.୪୧ ଛୁଇଁଥିଲା। ଯଦ୍ବାରା ୮ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଅନ୍ୟୂନ ୨୫ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି।
ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡିବ
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ । ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।
କିପରି ଧାର୍ଯ୍ୟ ହୁଏ ଟଙ୍କାର ମୂଲ୍ୟ
ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ। ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ ଓ ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ। ଯେହେତୁ ବିଶ୍ୱରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେହେତୁ ବିଶ୍ୱ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ଓ ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ। ଏହି ଆଧାରରେ ବଜାରରେ ଟଙ୍କାର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ବର୍ତ୍ତମାନ ସମୟରେ ନିବେଶକ ଭାରତୀୟ ବଜାରରୁ ବାହାରି ଯାଉଛନ୍ତି। ସେମାନେ ନିଜର ନିବେଶ କାଢି ନେଉଥିବା ବେଳେ ଆମର ଆମଦାନୀ ଦେୟ ବଢ଼ି ବଢି ଚାଲିଛି। ଯାହାର ସିଧା ପ୍ରଭାବ ଏବେ ଟଙ୍କା ଉପରେ ପଡୁଥିବା ବେଳେ ଏହା ଦୁର୍ବଳ ହେବାରେ ଲାଗିଛି।
ଏପରି ସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ‌କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରପ୍ତାନି ତୁଳନାରେ ଅଧିକ ଆମଦାନୀ, ଉଚ୍ଚ ହାରରେ ମୁଦ୍ରାସ୍ଫୀତି ଏବଂ ବିଦେଶୀ ନିବେଶକମାନଙ୍କ ଦ୍ବାରା ପର୍ଯ୍ୟାପ୍ତ ପୁଞ୍ଜି ପ୍ରତ୍ୟାହାର ଦ୍ବାରା ଏବେ ଭାରତୀୟ ଟଙ୍କା ତୁଳନାରେ ଡଲାର ଅଧିକ ସଶକ୍ତ ହୋଇଛି। ଅର୍ଥନୀତିର ଏହି ତିନୋଟି ମୁଖ୍ୟ ଦିଗକୁ କେନ୍ଦ୍ର ସରକାର ଠିକଣା ଭାବେ ମୁକାବିଲା କରିପାରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।