rice ATM - The Sakala

ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍‌ ।ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍‌ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ।

ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌ । ଗ୍ରେନ ଏଟିଏମ ବ୍ୟବସ୍ଥା ଦେଶରେ ୨୦୧୮ ମସିହାରୁ ଆରମ୍ଭ ହୋଇଛି।ପ୍ରଥମେ ଏହା ହରିୟାଣାରେ ବ୍ୟବହାର କରାଯାଇଥିଲା। ପରେ ଉତ୍ତରପ୍ରଦେଶରେ ମଧ୍ଯ କାର୍ଯ୍ୟକାରୀ କରାଯାଇଥିଲା।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ଇସ୍ତାହାରରେ କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ଶହ ଦେବୁ। କାଲି କେନ୍ଦ୍ର ୨୩ଶହ କଲା ପରେ ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା ଏବେ ୮୦୦ ଟଙ୍କା ଅଧିକ ପଡ଼ିବ। ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପାଇଯିବେ। କୌଣସି କଟ୍‌ନୀଛଟ୍‌ନୀ କରାଯିବନି। ଯେଉଁଠାରୁ କଟ୍‌ନୀଛଟ୍‌ନୀ ଅଭିଯୋଗ ଆସିବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିନା ସୁଧରେ ଚାଷୀଙ୍କୁ ମିଳିବ ଋଣ, ଉପକୃତ ହେବେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ
ଭୁବନେଶ୍ବର : ରାଜ୍ୟରେ ଏଣିକି ମିଳିବ ୨୪ ଘଣ୍ଟିଆ ରାସନ। ଏଟିଏମରୁ ଟଙ୍କା ବାହାରିବା ଭଳି ବାହାରିବ ଚାଉଳ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା କରାଯାଉଛି। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଆଜି ବିଧାନସଭାରେ ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର  ୧୨୦୫କୋଟି ୨୯  ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବେୟ ବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥା କୁ ଅଧିକ ସରଳିକରଣ କରାଯାଉଛି। ଖାଦ୍ୟ ଓ ଶଷ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶଷ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ୍ ବ୍ୟବସ୍ଥା କରାଯାଉଛି।

ଏଥି ସହିତ ରାଜ୍ୟ ସରକାର ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇବେ ।ସମବାୟ ବିଭାଗ ଜରିଆରେ ଚାଷୀଙ୍କୁ ଋଣ ମିଳିବ। ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।