Atanu Sabyasachi Nayak - The Sakala
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା “ଆମ ଶାସନ’ ବ୍ୟବସ୍ଥା, ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ, ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ, କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି । କ୍ଷମତାକୁ ଆସିବାର ୧୪ ମାସ ପରେ ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର ଉପାଦେୟତାକୁ ବିଜେପି ସରକାର ସ୍ୱୀକାର କରିଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଲୋକପ୍ରିୟ ଯୋଜନାକୁ କେବଳ ନାମ ପରିବର୍ତ୍ତନ କରି ଓ ପୂର୍ବ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭବନ ଗୁଡିକର ରଙ୍ଗ ପରିବର୍ତ୍ତନ କରିବା ପ୍ରାଥମିକତା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଭିତରୁ ୨୪ଟି ଯୋଜନାର ନାମ ପୂର୍ବରୁ ହୋଇସାରିଥିଲା ଓ ଆଜି ଆରମ୍ଭ ହୋଇଥିବା ‘ଆମ ଶାସନ’ ବ୍ୟବସ୍ଥା ପରେ ଏହି ସଂଖ୍ୟା ୨୫କୁ ଛୁଇଁଲା।
ଶ୍ରୀ ନାୟକ କହିଥିଲେ, ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇଥିବା ‘୫-ଟି – ମୋ ସରକାର’ ବ୍ୟବସ୍ଥା ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହୋଇଥଲା । କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ଏହାକୁ ପ୍ରଶଂସା କରିଥିବା ବେଳେ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ଏହାକୁ ପ୍ରଶଂସା କରିବା ସହିତ, ଏହି ବ୍ୟବସ୍ଥାକୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଲାଗୁ କରିବା ଦରକାର ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ସୁଶାସନ ଇଣ୍ଡେକ୍ସ ଓ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ଓଡ଼ିଶାର ଏହି ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । କିନ୍ତୁ, ରାଜ୍ୟର ବିଜେପି ନେତା ମାନେ ଏହାକୁ ରାଜନୀତି କରି ସମାଲୋଚନା କରି ଆସୁଥିଲେ। ବର୍ତ୍ତମାନ କେବଳ ନାମ ପରିବର୍ତ୍ତନ କରି ସମାନ ବ୍ୟବସ୍ଥାକୁ ଲାଗୁ କରାଯାଇଛି । କେବଳ ନାମ ପରିବର୍ତ୍ତନ କରି ଏହାକୁ ଲାଗୁ କରିବା, ଖଡା ବଡି ଥୋଡ ନା ଥୋଡ଼ ବଡି ଖଡ଼ା ସଦୃଶ୍ୟ ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି, କିନ୍ତୁ ସରକାରଙ୍କ ନା ଅଛି ଫିଡ୍ବ୍ୟାକ ବ୍ୟବସ୍ଥା ନା ଅଛି ଉତ୍ତରଦାୟୀତ୍ୱ। ନାମ ବଦଳେଇ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିଥିଲେ ହେଁ, ଫିଡ୍ବ୍ୟାକ ବ୍ୟବସ୍ଥାର ଅନୁପସ୍ଥିତ କାରଣରୁ ଏହି ଯୋଜନା ଗୁଡିକ ଅନ୍ତସାର ଶୁନ୍ୟ ହୋଇଯାଇଛି। ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ କପି ପେଷ୍ଟରେ ସୀମିତ ହୋଇ ରହିଯାଇଛି ।
ସମ୍ବେଦନଶୀଳ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଅତ୍ଯନ୍ତ ଦୁର୍ଭାଗ୍ୟଜନକ: ବିଜେଡ଼ି
ଭୁବନେଶ୍ବର: ସମ୍ବେଦନଶୀଳ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି ବରିଷ୍ଠ ନେତା ଅତନୁ ସବ୍ୟସାଚୀ କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ଏହାର ଅବ୍ୟବସ୍ଥା ନେଇ ସମ୍ବେଦନଶୀଳ ଘଟଣା ଘଟୁଛି। ଯୋଗାଣ ମନ୍ତ୍ରୀଙ୍କ ବିବୃତି ଆହୁରି ଦୁର୍ଭାଗ୍ୟ ଜନକ। ୨୦୨୨ ରେ ମୁଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିଲି, ପିୟୁଷ ଗୋୟଲ କେନ୍ଦ୍ର ମନ୍ତ୍ରୀ ଥିଲେ। Food Index ରାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା । 0.836 ପଏଣ୍ଟ ପାଇଥିଲୁ। ଖାଦ୍ୟ ଯୋଗାଣରୁ ନେଇ ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ପିୟୁଷ ଗୋୟଲ ମୋତେ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ। ଜାତିସଙ୍ଘ ବି ଭୋକର ଓଡ଼ିଶାରରୁ ଖାଦ୍ୟ ପରିପୂର୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ। ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ। ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ। ହେଲେ ନ ପହଞ୍ଚିବାରୁ ଆମ୍ବ ଟାକୁଆ ଖାଇଲେ। ଶସ୍ତା ମନ୍ତବ୍ୟ ନ ଦିଅନ୍ତୁ ମନ୍ତ୍ରୀ। ପିଆଜ ଯୋଗାଣରେ ବି ଏପରି ଶସ୍ତା କଥା କହିଥିଲେ। ଓଡ଼ିଶାର ସୁନାମ ଏହି ଘଟଣା ପରେ ହଜିଛି। ସମ୍ବେଦନଶୀଳ ଘଟଣାରେ ଯୋଗାଣ ମନ୍ତ୍ରୀ ବାସ୍ତବବାଦୀ ହୁଅନ୍ତୁ ବୋଲି ବିଜେଡ଼ି ବରିଷ୍ଠ ନେତା ଅତନୁ ସବ୍ୟସାଚୀ କହିଥିଲେ।
ସମସ୍ତ କଲେଜରେ ମିଳିବ ୱାଇଫାଇ ସୁବିଧା, ଯୋଡି ହେବ ରେଡ଼କ୍ରସ ଶାଖା: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଆଜି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ଉଚ୍ଚ ସୋପାନକୁ ନେବା ପାଇଁ ବହୁ ଯୋଜନା କରିଛନ୍ତି। ସେହି ଖସଡ଼ାକୁ କିଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି, ସେ ଦିଗରେ ଆଲୋଚନା ହୋଇଛି।  ଭିତ୍ତିଭୂମି ସଜାଡିବା ପାଇଁ ବିଗତ ଦିନରେ ଅର୍ଥ ଦିଆଯାଇଛି।  ତାହାର ଠିକ ବିନିଯୋଗ କିପରି ହେବ ସେ ନେଇ ଆଜି ଆଲୋଚନା ହୋଇଛି।
ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ ହୋଇଛି ତାହା କାର୍ଯ୍ୟକାରୀ ନେଇ ସମସ୍ୟା ଉପରେ ବି ଆଲୋଚନା ହୋଇଛି। ଯେପରି ଗୋଟେ ସମାନତା ରହିବ। ସବୁ ବିଶ୍ୱବିଦ୍ୟାଳୟରେ ଛାତ୍ରବୃତ୍ତି କିଭଳି ବିନା ସମସ୍ୟାରେ ଠିକ ସମୟରେ ପାଇ ପାରିବେ ସେ ଦାୟିତ୍ୱ ଅଧ୍ୟକ୍ଷ ମାନଙ୍କୁ ଦିଆଯାଇଛି। ସରକାର ମଧ୍ୟ ପ୍ରସ୍ତୁତ ଯେ ଟେକନୋଲୋଜି ମାଧ୍ୟମରେ ଶିକ୍ଷା ଆଗକୁ ଯିବ। ତେଣୁ ବିଶ୍ୱବିଦ୍ୟାଳୟରେ ୱାଇଫାଇ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ୱାଇଫାଇ ଦିଆଯିବ। ଏଥି ସହ ସବୁ କଲେଜ ରେଡ଼କ୍ରସ ଶାଖା ରହିବ। ସେଥିରେ ଛାତ୍ରଛାତ୍ରୀ ସାମିଲ ହେବେ। ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ଫିଡ଼ବ୍ୟାକ ବି ପାଇଥିଲୁ। ଶୃଙ୍ଖଳା ମୁଖ୍ୟ କଥା। ବିଶୃଙ୍ଖଳା ଯାହା ବିରୋଧରେ ପ୍ରମାଣିତ ହେବ କାର୍ଯ୍ୟାନୁଷ୍ଠାନ ହେବ। ଏକ ଶୈକ୍ଷିକ ବାତାବରଣ ପାଇଁ ଉଦ୍ୟମ ରହିଛି। ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଉଦ୍ୟମ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ: ଅତନୁ ସବ୍ୟସାଚି
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କହିଲେ ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି କି, ସୌମ୍ୟ ବାବୁ କ’ଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ସମସ୍ତେ ଜାଣିଛନ୍ତି । ବିଗତ ଦିନରେ ମଧ୍ୟ ସେ ବ୍ଲାକମେଲ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ ‘ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା’ । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ।
‘ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍‌ କରି ବାରମ୍ବାର ଲେଖୁଛନ୍ତି ସୌମ୍ୟ ବାବୁ । ଏହା ଆଦୌ ଗ୍ରହଣୀୟ ନୁହେଁ କହିଲେ ଅତନୁ ସବ୍ୟସାଚୀ । ସୌମ୍ୟ ବାବୁ ଜାଣିବା ଆବଶ୍ୟକ ଦଳରେ ରହି ଦଳ ବିରୋଧରେ କାର୍ଯ୍ୟ କଲେ ଆଗକୁ ବଢିପାରିବେ କି ? ସୌମ୍ୟ ବାବୁ ଯେଉଁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତ ଉତ୍ତର ଦେଇପାରିବ ନାହିଁ । ଗୋଟେ ପଥରକୁ ଢେଲା ମାରିଲେ ସେହି ପଥର ପ୍ରତିଫଳିତ ହୋଇ ନିଜ ଆଡକୁ ଆସିବ । ଦଳରେ ରହିକି ଦଳ ବିରୋଧି ମନ୍ତବ୍ୟ ଦେବା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିବା ଏହା ଗ୍ରହଣୀୟ ନୁହେଁ । ଏହା ଦଳ ବିରୋଧୀ କାର୍ଯ୍ୟ କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳର ସଭାପତି ନିଷ୍ପତି ନେବେ ।
ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର: ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ । ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯଇଛି। ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଅତନୁ ।
ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାର୍ଷିକ ବିଭାଗୀୟ ସମୀକ୍ଷା କରିଥିଲେ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ବାଦ ପଡିଥିବା ଜଣାପଡ଼ିଛି ।
ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବରକନ୍ୟା ଝରଣା, ନୟାଗଡ଼ରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା। ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପହଞ୍ଚିଥିଲେ।
କୁଳୁକୁଳୁ ଝରଣାକୁ ସମସ୍ତେ ବେଶ ଉପଭୋଗ କରିଥିଲେ। ଏହି ଝରଣାକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବ ବୋଲି କହିଥିଲେ। ଏହି ଗସ୍ତରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ କହଁର, ସରୋଜ ରଣସିଂହ, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଗସ୍ତ କରିଥିଲେ।
ବିନା ସୁଧରେ ଚାଷୀଙ୍କୁ ମିଳିବ ଋଣ, ଉପକୃତ ହେବେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ
ଭୁବନେଶ୍ବର : ରାଜ୍ୟରେ ଏଣିକି ମିଳିବ ୨୪ ଘଣ୍ଟିଆ ରାସନ। ଏଟିଏମରୁ ଟଙ୍କା ବାହାରିବା ଭଳି ବାହାରିବ ଚାଉଳ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା କରାଯାଉଛି। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ଆଜି ବିଧାନସଭାରେ ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର  ୧୨୦୫କୋଟି ୨୯  ଲକ୍ଷ ୪୯ ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବେୟ ବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥା କୁ ଅଧିକ ସରଳିକରଣ କରାଯାଉଛି। ଖାଦ୍ୟ ଓ ଶଷ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶଷ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ୍ ବ୍ୟବସ୍ଥା କରାଯାଉଛି।
ଏଥି ସହିତ ରାଜ୍ୟ ସରକାର ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇବେ ।ସମବାୟ ବିଭାଗ ଜରିଆରେ ଚାଷୀଙ୍କୁ ଋଣ ମିଳିବ। ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହା ଦ୍ୱାରା ଉପକୃତ ହେବେ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।