Pak Man - The Sakala

ନୂପୁର ଶର୍ମାଙ୍କୁ ହତ୍ୟା ଷଡଯନ୍ତ୍ର : ପାକିସ୍ତାନରୁ ଆସିଥିଲା ଯୁବକ, ସୀମାରେ ଅନୁପ୍ରବେଶ ବେଳେ ଧରିଲା ବିଏସ୍‌ଏଫ୍‌
ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର। ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଜଣେ ପାକିସ୍ତାନୀ ଯୁବକ ସୀମାରେ ଅନୁପ୍ରବେଶ କରିବା ସମୟରେ ତାକୁ ଗିରଫ କରି ବିଏସ୍‌ଏଫ୍‌ ଏବଂ ରାଜସ୍ଥାନ ପୁଲିସ  ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ରାଜସ୍ଥାନର ଶ୍ରୀ ଗଙ୍ଗନଗର ଅନ୍ତର୍ଗତ ଭାରତ-ପାକ୍ ସୀମାରେ ଜଣେ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯିବା ପରେ ସେ ନୂପୁର ଶର୍ମାଙ୍କୁ ହତ୍ୟା ପାଇଁ ଆସିଥିବା ଜଣାପଡିଛି। ପାକିସ୍ତାନୀ ଯୁବକର ବୟସ ୨୪ ହୋଇଥିବା ବେଳେ ତାର ନାମ ରିଜୱାନ୍ ଅଶରଫ ବୋଲି ଜଣାପଡିଛି। ଅଭିଯୁକ୍ତକୁ ଅଟକ ରଖାଯାଇ ଅଧିକ ପଚରାଉଚରା ଚାଲିଛି।

ଶ୍ରୀ ଗଙ୍ଗନଗର ଏସପି ଆନନ୍ଦ ଶର୍ମା କହିଛନ୍ତି ଯେ ଅଭିଯୁକ୍ତ ସୀମା ପାର ହୋଇ ଦେଶରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରାଯାଇଥିଲା। ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା। ଅନୁପ୍ରବେଶ କରିଥିବା ପାକିସ୍ତାନୀ ଯୁବକ ନିକଟରୁ କେତେକ ଧାର୍ମିକ ପୁସ୍ତକ ଏବଂ ଦୁଇଟି ଛୁରୀ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ପଚରାଉଚୁରାରେ ଆହୁରି ଅନେକ ବଡ଼ ଖୁଲାସା ହୋଇପାରେ ବୋଲି ପୁଲିସ କହିଛି। ତେବେ ମିଳିଥିବା ସୂଚନା ମୁତାବକ, ରିଜୱାନକୁ ଗିରଫ କରାଯିବା ସମୟରେ ତା’ର ଯୋଜନା କ’ଣ ଥିଲା, ସେ ବିଷୟରେ କେହି ଜାଣିନଥିଲେ। ହେଲେ ପଚରାଉଚରା କରାଯିବାରୁ ଆଜି ଭାରତ ଆସିବାର ପ୍ରକୃତ କାରଣ ଜଣାପଡ଼ିଛି। ବିଏସଏଫ ଅଧିକାରୀ ରିଜୱାନକୁ ଭାରତ ଆସିବା ପଛର କାରଣ ପଚାରିବା ପରେ ସେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଭାରତ ଆସିଥିବା କହିଥିଲା। ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁରୁ ଦେଇଥିବା ବୟାନକୁ ନେଇ ସେ ଦୁଃଖିତ ଥିବାରୁ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଥିଲା।

ଅନ୍ୟପଟେ  ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିବାଦୀୟ ବୟାନ ମାମଲାରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ ଗିରଫ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଥିବା ବେଳେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟ ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେବାବେଳେ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଥିଲେ ଓ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏହା ପରେ ଭାରତରେ ମୁସଲିମମାନେ ବି ଆନ୍ଦୋଳନ କରିଥିଲେ ।