Agniveer or Jaativeer - The Sakala

ଅଗ୍ନିପଥ ଯୋଜନାକୁ ନେଇ ମୁଣ୍ଡଟେକିଲା ନୂଆ ବିବାଦ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆପ୍‌ ସାଂସଦ
ନୂଆଦିଲ୍ଲୀ :  ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ପୁଣିଥରେ ମୁଣ୍ଡ ଟେକିଛି ନୂଆ ବିବାଦ। ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କୁ ଜାତିଗତ ଓ ଧର୍ମ ଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଁ ଉପଲବ୍ଧ ହେଉଥିବା ଫର୍ମର ଗୋଟିଏ ଭାଗ ଏବେ ସୋଶାଲ ମିଡିଆରେ ଭାଇଲ ହେବାରେ ଲାଗିଛି। ଏହାକୁ ନେଇ ଏଥର ଆପ ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି।

ଆପ ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେନାରେ ଜାତିଭେଦ ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି। ଅଗ୍ନିପଥ ଯୋଜନା ଆଶାୟୀଙ୍କୁ ନିଜର ଜାତି ଓ ଧର୍ମ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ଏହାକୁ ଆଧାର କରି ବିରୋଧୀ ଦଳ ଗୁଡ଼ିକ ସରକାରଙ୍କୁ ଘେରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପ୍ରଥମ ଥର ପାଇଁ ସେନାରେ ନିଯୁକ୍ତି ପାଇଁ ଜାତି ଓ ଧର୍ମ ପ୍ରମାଣପତ୍ର ମଗାଯାଉଛି। ଆମ୍‌ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଟ୍ବିଟ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି “ମୋଦୀ ସରକାରଙ୍କ ଅସଲ ଚେହେରା ଦେଶବାସୀଙ୍କୁ ସାମ୍ନାକୁ ଆସିଛି। କ’ଣ ମୋଦିଜୀ ଦେଶର ଦଳିତଳ ପଛୁଆ ଓ ଆଦିବାସୀମାନଙ୍କୁ ସେନା ନିଯୁକ୍ତି ପାଇଁ ଯୋଗ୍ୟ ବିବେଚନା କରୁନାହାନ୍ତି? ଭାରତର ଇତିହାସରେ ପ୍ରଥମଥର ପାଇଁ ସେନା ନିଯୁକ୍ତିରେ ଜାତି ବିଷୟରେ ପଚରାଯାଉଛି। ମୋଦିଜୀ ଆପଣଙ୍କୁ “ଅଗ୍ନିବୀର” ତିଆରି କରିବାର ଅଛି ନା ଜାତିବୀର।” ବୋଲି ସଞ୍ଜୟ ସିଂ କହିଛନ୍ତି।

मोदी सरकार का घटिया चेहरा देश के सामने आ चुका है।
क्या मोदी जी दलितों/पिछड़ों/आदिवासियों को सेना भर्ती के क़ाबिल नही मानते?
भारत के इतिहास में पहली बार “सेना भर्ती “ में जाति पूछी जा रही है।
मोदी जी आपको “अग्निवीर” बनाना है या “जातिवीर” pic.twitter.com/fxgBre38Ft

— Sanjay Singh AAP (@SanjayAzadSln) July 19, 2022

ଅନ୍ୟପଟେ ବିରୋଧୀଙ୍କ ଏହି ଅଭିଯୋଗକୁ ଖାରଜ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିରୋଧୀଙ୍କ ଅଭିଯୋଗକୁ ଭୁଲ ବୋଲି କହି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ଗୁଜବ। ସ୍ୱାଧୀନତା ପୂର୍ବରୁ ବିଦ୍ୟମାନ ଥିବା ପୂର୍ବ ବ୍ୟବସ୍ଥା ଚାଲିଛି। କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୁରୁଣା ବ୍ୟବସ୍ଥା ଜାରି ରହିଛି ବୋଲି କହିଛନ୍ତି ।

ସେହିପରି  ବିରୋଧୀଙ୍କ ଏପରି ଅଭିଯୋଗକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବିରୋଧୀ ଜାତି ପ୍ରମାଣପତ୍ରକୁ ନେଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ରାଜନୀତି କରିବା ପାଇଁ କେଉଁଠି ନା କେଉଁଠି ଦେଶର ସେନାକୁ ବଦନାମ କରାଯାଉଛି। ସ୍ୱାଧୀନତା ପରେ ଗୋଟିଏ ସ୍ୱତନ୍ତ୍ର ସେନା ଆଦେଶ ଦ୍ୱାରା ୧୯୪୯ରେ ଏହି ପ୍ରାବଧାନର ବ୍ୟବସ୍ଥା କରାଯାଇଥିଲା। ମୋଦି ସରକାର ଏବେ କୌଣସି ନୂତନ ପରିବର୍ତ୍ତନ କରିନାହାନ୍ତି। ସାତ ଦଶନ୍ଧି ଧରି ସେନାର ଜାରି ରହିଥିବା ବ୍ୟବସ୍ଥା ଅନୁସରଣ କରାଯାଉଛି। ସେନା ସ୍ପଷ୍ଟ ଭାବରେ କହିଛି ଆମର ନିଯୁକ୍ତିରେ ଧର୍ମର କୌଣସି ସ୍ଥାନ ନାହିଁ। କିନ୍ତୁ ଧର୍ମ ସମ୍ପର୍କରେ ସୂଚନା ରଖାଯାଏ। କାରଣ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଯଦି ଜଣେ ସୈନିକ ସହିଦ ହୁଅନ୍ତି, ତା’ହେଲେ ତାଙ୍କର ଅନ୍ତିମ ସଂସ୍କାର ଉକ୍ତ ଧର୍ମ ଅନୁସାରେ ହିଁ କରାଯାଏ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।