Sunil Chhetri - The Sakala

ଅନ୍ତର୍ଜାତୀୟ ଫୁଟବଲରୁ ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ କୁଏତ ବିପକ୍ଷରେ ଖେଳିବ ଶେଷ ମ୍ୟାଚ୍
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ। ଜୁନ ୬ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ଅବସର ନେବେ ଛେତ୍ରୀ। ଏନେଇ ସେ ଆଜି ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି। ସୁନୀଲ ଛେତ୍ରୀ ବର୍ତ୍ତମାନ ଭାରତୀୟ ଫୁଟବଲ ଟିମର ଅଧିନାୟକ ଅଛନ୍ତି। ସେ ଭାରତ ପାଇଁ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ଦୀର୍ଘ ୨୦ ବର୍ଷର କ୍ୟାରିୟର ମଧ୍ୟରେ ୯୪ ଗୋଲ ସ୍କୋର ସହ ଅନେକ କୀର୍ତ୍ତି ହାସଲ କରିଛନ୍ତି ଛେତ୍ରୀ।

ଛେତ୍ରୀ ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଛେତ୍ରୀ ୨୦୦୫ରେ ଡେବ୍ୟୁ କରିଥିଲେ।

ଆଜିଠାରୁ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ , ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ ଓ ମଙ୍ଗୋଲିଆ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିବେ। ଫିଫା ମାନ୍ୟତାରେ ଭାରତ ୧୦୧ତମ ସ୍ଥାନରେ ରହିଥିବା ବେଳେ ଲେବାନନ ୯୯ତମ ସ୍ଥାନରେ ରହିଛି। ଭାନୁଆଟୁ ୧୬୪ ଓ ମଙ୍ଗୋଲିଆ ୧୮୩ତମ ସ୍ଥାନରେ ରହିଛି। ମାନ୍ୟତା ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଲେବାନନ୍‌‌ ଭାରତଠାରୁ ଦୁଇଟି ସ୍ଥାନ ଉପରେ ରହିଛି। ତେଣୁ ଲେବାନନ୍‌‌ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭାବେ ଉଭା ହୋଇଛି। ଶୁକ୍ରବାର ଭାରତ ତା’ର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ। ସେହିପରି ଏହି ଦିନ ଲେବାନନ ଓ ଭାନୁଆଟୁ ମଧ୍ୟ ମୁହାଁମୁହିଁ ହେବେ।

ଭାରତୀୟ କୋଚ୍‌‌ ଆଇଗର ଷ୍ଟିମାକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି। ଚାମ୍ପିଅନ ହେବାକୁ ଆମେ ପଡ଼ିଆକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ସମ୍ମାଦିକ ସମ୍ମଳନୀରେ ସେ ଏହି କଥା କହିଛନ୍ତି। ଦୀର୍ଘ ୩ ସପ୍ତାହର କଠିନ ପରିଶ୍ରମ ଓ ଅଭ୍ୟାସ ପରେ ଆମେ ପ୍ରଥମଥର ପାଇଁ ମ୍ୟାଚ୍‌‌ ଖେଳିବାକୁ ଯାଉଛୁ। ଏହି ଟୁର୍ଣ୍ଣାମେଣ୍ଟ ନେଇ ଆମେ ବେଶ ଉତ୍ସାହିତ ଅଛି। ବିଜୟରୁ ଅଭିଯାନ ଆରମ୍ଭ କରିବା ସହ କ୍ୱାଲିଟି ଖେଳ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛୁ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହେବାକୁ ଆଶା କରୁଛୁ। ଏଥିପାଇଁ ଆମେ ଏଠାରେ ପହଞ୍ଚିଛୁ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛୁ। ଆମ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟ ଖେଳି ଅନ୍ତର୍ଜାତୀୟସ୍ତରରେ ନିଜର ବହୁମୂଲ୍ୟ ଅଭିଜ୍ଞତା ହାସଲ କରିବା ସହ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ପାଇବେ।

ମଙ୍ଗୋଲିଆକୁ ହାଲ୍‌‌କା ଭାବେ ନେବୁନାହଁ: ଷ୍ଟିମାକ

ଫିଫା ମାନ୍ୟତାରେ ବହୁ ତଳେ ଥିଲେ ମଧ୍ୟ ମଙ୍ଗୋଲିଆକୁ ଆଦୌ ହାଲକା ଭାବେ ନେବୁନାହିଁ। ମଙ୍ଗୋଲିଆ ପ୍ରତିଯୋଗିତାମୂଳକ ଓ ଆକମ୍ରଣାତ୍କ ଖେଳ ପ୍ରଦର୍ଶନ କରିଥାଏ। ଚାପରେ ମଙ୍ଗୋଲିଆ କାଉଣ୍ଟର ଆଟାକ କରିବାର ସିଦ୍ଧହସ୍ତ। ଖେଳାଳିମାନେ ଜାତୀୟ ଦଳରେ ସ୍ଥାନ ପାଇଥିବାର ଯଥାର୍ଥତା ପ୍ରତିପାଦନ କରିବେ ଓ ଏଥିରେ ସଫଳ ହେବେ। ଶାରିରୀକ ଓ ମାନସିକସ୍ତରରେ ଆମ ଖେଳାଳିମାନେ ଫିଟ୍‌‌ ରହିଛନ୍ତି। ତେବେ ଆମ ଖେଳାଳିମାନେ ଗତ କିଛିମାସ ହେବ ପ୍ରତିଯୋଗିତାମୂଳକ ଫୁଟବଲ ମ୍ୟାଚ୍‌‌ ଖେଳି ନାହାନ୍ତି। ଅନ୍ୟପଟେ ମଙ୍ଗୋଲିଆର ଜଣେ ଖେଳାଳି ବିଦେଶୀ କ୍ଲବ ପାଇଁ ଫୁଟବଲ ଖେଳିଛନ୍ତି। ବାକି ଖେଳାଳି ମଙ୍ଗୋଲିଆ ପ୍ରମିୟର ଲିଗ୍‌‌ (ଏମ୍‌‌ପିଏଲ୍‌‌) ପାଇଁ ଖେଳୁଛନ୍ତି ଓ ଏହି ଲିଗ୍‌‌ ଏବେ ମଧ୍ୟ ଚାଲୁଛି। ତେଣୁ ମଙ୍ଗୋଲିଆ ପାଇଁ ଏହା ସୁବିଧାଜନକ ସ୍ଥିତି ସୃଷ୍ଟି କରିଛି। ସ୍ପିଡ୍‌‌, ଟେକ୍‌‌ନିକ୍‌‌, ସକାରାତ୍ମକ ଖେଳ ଦ୍ୱାରା ଆମେ ମଙ୍ଗୋଲିଆକୁ ହରାଇବାକୁ ପ୍ରୟାସ କରିବୁ। ଘରୋଇ ପରିବେଶ ମଧ୍ୟ ଆମ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ଏହାପୂର୍ବରୁ ମଣିପୁରରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଆମେ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଖେଳିଥିଲୁ। ବହୁ ସଂଖ୍ୟାରେ ଘରୋଇ ଦର୍ଶକ ଆମ ଚିୟର କରିଥିଲେ। ଏହା ଆମ ପାଇଁ ଲଭାଦାୟକ ସାବ୍ୟସ୍ତ ହୋଇଥିଲା। କଳିଙ୍ଗରେ ମଧ୍ୟ ଆମେ ଏଥିରୁ ଫାଇଦା ଉଠାଇବୁ।

କଳିଙ୍ଗରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଉତ୍ସାହିତ ଅଛୁ: ଛେତ୍ରୀ

ଭାରତୀୟ ସିନିଅର ପୁରୁଷ ଫୁଟବଲ ଦଳ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାକୁ ଯାଉଥିବାରୁ ଅଧିନାୟକ ସୁନୀଲ ଛେତ୍ରୀ ବେଶ୍‌‌ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏଠାରେ ଭାରତ ପୂର୍ବରୁ ମ୍ୟାଚ୍‌‌ ଖେଳି ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଠାକାର ଆତିଥେୟ ନେଇ ସେ ସନ୍ତୋଷ ପ୍ରକଟ କରିଛନ୍ତି। ଟ୍ରେନିଂ ପିଚ୍‌‌ ସହିତ ମୁଖ୍ୟ ଷ୍ଟାଡିୟମ ଓ ଏଠାରେ ଉପଲବ୍ଧ ସବୁ ଭିତ୍ତିଭୂମି ନିଃସନ୍ଦେହରେ ବିଶ୍ୱସ୍ତରୀୟ। ଗତ ୩ ସପ୍ତାହ ଧରି ଆମେ ଏଠାରେ କଠିନ ପରିଶ୍ରମ କରିଛୁ। ତେଣୁ ମେଙ୍ଗୋଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌‌ ଖେଳିବାକୁ ଆମେ ବେଶ ଉତ୍ସାହିତ ରହିଛୁ। ଫାଇନାଲ ସହିତ ଆମେ ମୋଟ୍‌‌ ଉପରେ ଏଠାରେ ୪ଟି ମ୍ୟାଚ୍‌‌ ଖେଳି ଚାମ୍ପିଅନ ହେବା ଲକ୍ଷ୍ୟରେ ରହିଛୁ। ଯୁବ ଖେଳାଳିମାନଙ୍କୁ ସବୁବେଳେ ସାହାଯ୍ୟ ଓ ଉତ୍ସାହିତ କରିବାକୁ ପ୍ରସ୍ତୁତ ଅଛି। ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ତେଣୁ ଯେଉଁ ନୂଆ ଖେଳାଳି ଭାରତୀୟ ଦଳରେ ଯୋଗ ଦେବେ ତାଙ୍କୁ ଆମେ ଦାୟିତ୍ୱବୋଧତାର ଶିକ୍ଷା ଦେଇଥାଉ। ଜାତୀୟ କ୍ୟାମ୍ପରେ ସବୁ ଖେଳାଳି ମୌଳିକ ଆବଶ୍ୟକତା ନେଇ ଅବଗତ ରହିବା ଉଚିତ। ଭାରତରେ ଫୁଟବଲକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି ଓ ଏହା ଶୁଭଙ୍କର। ଏସିଆକପ୍‌‌ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିରେ ସହାୟ ହେବ ବୋଲି କହିବା ଏବେ ଠିକ୍‌‌ ହେବ ନାହିଁ। ଏବେ ଆମେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌‌ ଓ ମଙ୍ଗୋଲିଆ ବିପକ୍ଷ ମ୍ୟାଚ୍‌‌ ବିଷୟରେ ଚିନ୍ତା କରୁଛୁ। ଏଠାକାର ଉଷ୍ଣ ଓ ଆଦ୍ର ପରିବେଶ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବନାହିଁ। କିନ୍ତୁ ୩ ସପ୍ତାହ ହେବ ଆମେ ଏଠାରେ ପହଞ୍ଚିଥିବାରୁ ଫାଇଦାରେ ରହିବୁ। ମଙ୍ଗୋଲିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥାଏ। ତେଣୁ ଫିଫା ମାନ୍ୟତାରେ ଯଥେଷ୍ଟ ତଳେ ଥିଲେ ମଧ୍ୟ ଆମେ ଏହି ମ୍ୟାଚ୍‌‌କୁ ଯଥେଷ୍ଟ ଗୁରୁତ୍ୱ ଦେଉଛୁ। ବିଜୟରୁ ଅଭିଯାନ ଆରମ୍ଭ କରିବୁ ଓ ଶେଷରେ ଚାମ୍ପିଅନ ହେବାକୁ ପ୍ରୟାସ କରିବୁ ବୋଲି ଛେତ୍ରୀ କହିଛନ୍ତି।

ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ
ଦୋହା : ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଯୋଡିଛନ୍ତି। ଅନ୍ତର୍ଜାତୀୟ ଗୋଲ୍‌ସ୍କୋରିଂ ତାଲିକାରେ ଛେତ୍ରୀ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ ମେସିଙ୍କୁ ଟପି ଯାଇଛନ୍ତି। ସୋମବାର ଅନୁଷ୍ଠିତ ଫିଫା ବିଶ୍ଵକପ୍ ଯୋଗ୍ୟତା ପର୍ଯ୍ୟାୟର ବାଂଲାଦେଶ ବିପକ୍ଷ ମ୍ୟାଚ୍ ଅବସରରେ ଛେତ୍ରୀ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ଏହି ମ୍ୟାଚରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା ।

ଉଭୟ ଗୋଲ୍ ଦେଇ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଗୋଲ୍‌ସଂଖ୍ୟାକୁ ୭୪ରେ ପହଞ୍ଚାଇଛନ୍ତି । ଏହି ଅବସରରେ ସେ ମେସି (୭୨ ଗୋଲ୍, ୧୪୩ ମ୍ୟାଚ) ଙ୍କୁ ଟପିଯାଇଛନ୍ତି। ଅପରପକ୍ଷରେ ବର୍ତ୍ତମାନ ଖେଳ ଜାରି ରଖିଥିବା ଖେଳାଳିଙ୍କ ମଧ୍ୟରେ ସେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌ ହୋଇଛନ୍ତି। ଏହି ତାଲିକାରେ ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲୋ (୧୭୪ ମ୍ୟାଚରୁ ୧୦୩ ଗୋଲ ସର୍ବାଗ୍ରେ ରହିଛନ୍ତି।

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ କରୋନା
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି।  ଏ ନେଇ ସୁନୀଲ ଛେତ୍ରୀ ନିଜେ ଟ୍ବିଟ କରି ଜଣାଇଛନ୍ତି।

In a not-so-happy update, I’ve tested positive for COVID-19. In better news, I feel fine as I continue my recovery from the virus and should be back on a football pitch soon. No better time to keep reminding everyone to continue taking all the safety precautions always.

— Sunil Chhetri (@chetrisunil11) March 11, 2021

ସେ ଟ୍ବିଟରେ ଲେଖିଛନ୍ତି ଯେ,ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀ‌ରେ ଧୀରେ ସୁସ୍ଥ ହେଉଛି ଏବଂ ଶୀଘ୍ର ଫୁଟବଲ୍ ପିଚକୁ ଫେରିବି। ସମସ୍ତଙ୍କୁ ସର୍ବଦା ସମସ୍ତ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ସ୍ମରଣ କରାଇବା ପାଇଁ ଭଲ ସମୟ ବୋଲି କିଛି ନ ଥାଏ ବୋଲି ସୁନୀଲ ଛେତ୍ରୀ କହିଛନ୍ତି।