odisha it Policies 2022 - The Sakala

୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର: ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି, ପୁଞ୍ଜିନିବେଶ ସହ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ମୁଖ୍ୟ ଲକ୍ଷ୍ୟ
ଭୁବନେଶ୍ବର: ପୂର୍ବ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ଯଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଜନସାଧରଣାଙ୍କ ଜୀବନରେ ସକାରତ୍ମକ ପ୍ରଭାବ ଓ ପ୍ରଶାନକୁ ଲୋକାଭିମୁଖୀ କରିବା ନିମନ୍ତେ ସୂଚନା ପ୍ରଯକ୍ତି ବିଦ୍ଯାକୁ ବ୍ଯବହାର କରିବାରେ ଓଡ଼ିଶା ସରକାର ଆଗରେ ରହିଛନ୍ତି। ଉତ୍ତମ ଶାସନ ୫ଟି ମନ୍ତ୍ର ସହିତ ଏକ ଡଜିଟାଲ ଗଣତନ୍ତ୍ର ହାସଲ କରିବାକୁ ରାଜ୍ଯ ପ୍ରସ୍ତୁତ ଅଛି। ଓଡଶାକୁ ଦେଶର ସୂଚନା ଓ ପ୍ରଯୁକ୍ତି ବିଦ୍ଯା ପାଇଁ  ପୁଞ୍ଜି ନିବେଶର ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଆଇ.ଟି. ଆଉଟସୋର୍ସିଙ୍ଗରେ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ଆଇ.ଟି. ପଲିସିର ମୁଖ୍ୟ ଲକ୍ଷ୍ୟ ରହିଛି। ଦେଶ ତଥା ବିଦେଶର ଆଇ.ଟି. କମ୍ପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ଏହି ପଲିସି ମାଧ୍ୟମରେ ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଆଇ.ଟି. ପଲିସି-୨୦୨୨ ରେ ଘୋଷିତ ହୋଇଥିବା ପ୍ରୋତ୍ସାହନ ଗୁଡିକ ମଧ୍ୟରୁ ପ୍ରମୁଖ ପ୍ରୋତ୍ସାହନ ଗୁଡିକୁ ନିମ୍ନରେ ଦର୍ଶାଯାଇଛି।

୧- ଆଇ.ଟି. ପାର୍କ ନିମନ୍ତେ ପ୍ରୋତ୍ସାହନ : ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ ଜର୍ମାନୀଗୁଡ଼ିକର ପୁଞ୍ଜିନିବେଶର ୨୫% (ସର୍ବାଧ‌ିକ ୨୦,୦୦ କୋଟି ଟଙ୍କା) ଯୋଗାଇ ଦିଆଯିବ। ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫% (ସର୍ବାଧିକ ୨୫.୦୦ ଲକ୍ଷ ଟଙ୍କା) ପ୍ରତିପୂର୍ଭି (reimbursement) କରାଯିବା Green Field IT Park ଗୁଡିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତନ ଦେୟ ଶତପ୍ରତିଶତ ଛାଡ କରାଯିବ।

୨- ସ୍ଥାୟୀ ପୁଞ୍ଜିନିବେଶ ସହାୟତା : ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦% (ସର୍ବାଧ‌ିକ ୩ କୋଟି ପର୍ଯ୍ୟନ୍ତ) ଯୋଗ୍ୟ ଆଇ.ଟି. ସଂସ୍ଥା ମାନଙ୍କୁ ରିହାତି ଯୋଗାଇଦିଆଯିବ ।

୩- ଯେଉଁ ଆଇ.ଟି. ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ। ଆର୍ଥିକ ସଂସ୍ଥାରୁ ଋଣକରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ୫% ସୁଧ ରିହାତି ୫ ବର୍ଷ ପର୍ଯ୍ୟନ୍ତ (ସର୍ବାଧ‌ିକ ୧୦ କୋଟି ବାର୍ଷିକ) କରାଯିବ ।

୪- ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ (Electricity Duty), ବୈଦ୍ୟୁତିକ ଯାଞ୍ଚଶୁଳ୍କ (Inspection Fee) ୫ ବର୍ଷ ପର୍ଯ୍ୟନ୍ତ ଛାଡ କରାଯିବ। ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍ ର ୩୦% (ସର୍ବାଧ‌ିକ ୩୫.୦୦ ଲକ୍ଷ) ରିହାତି ମିଳିବ।

୫- ୪୦ ରୁ ଅଧ‌ିକ କର୍ମଚାରୀ ଥ‌ିବା ଆଇ.ଟି. ୟୁନିଟ ଗୁଡିକ Incubation Space କୁ ଆଧର କରି ସର୍ବାଧ‌ିକ ୩ ବର୍ଷ ପାଇଁ Incubation Space ର ଭଡାରେ ରିହାତି ପାଇପାରିବେ । ସରକାରଙ୍କ ଦ୍ବାରା ଅନୁମୋଦିତ IT Park ଓ Incubation Cente ରେ Co-Working Spaceରେ କାର୍ଯ୍ୟ କଲେ ପ୍ରତି ସିଟ୍ ପିଛା ମାସିକ ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇ.ଟି. ପାର୍କରେ ପ୍ରତି ସିଟ୍ ପିଛା ୧୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତିପୂର୍ତ୍ତ କରାଯିବ।

୬- ଯେଉଁ ଆଇ.ଟି. ସଂସ୍ଥାମାନେ ଭଡାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ। ଯାହା ତାଙ୍କ ପ୍ରକୃତ ଭଡାର ୭୫% ରୁ ଅଧିକ ହେବନି। ମହିଳା ଅନୁସୂଚିତ ଜାତି/ନଜାତି ଓ ଭିନ୍ନକ୍ଷମ ଇଦ୍ଯୋଗୀଙ୍କୁ ଅତିରିକ୍ତ ୨୫ ପ୍ରତିଶତ  ( ସର୍ବାଧିକ ବାର୍ଷିକ ୫ ଲକ୍ଷ ) ସହାୟତା ପ୍ରଦାନ କରାଯିିବ।

୭- ଉଦ୍ୟୋଗୀମାନଙ୍କୁ ଜମିକ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ହିତୀୟ ଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ପ୍ରତିଶତ ଯୋଗାଇ ଦିଆଯିବ ।

୮- ଭୁବନେଶ୍ଵର ବିକାଶ ପ୍ରାଧିକରଣ (ବି.ଡ଼ି.ଏ) ଅଞ୍ଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇଟି କମ୍ପାନୀମାନଙ୍କୁ ୫ବର୍ଷ ପାଇଁ ଶତ go Net SGST  ପ୍ରତିପୂର୍ତ୍ତି (Reimbursement) କରାଯିବ।

୯- ମାନବସମ୍ବଳ ବିକାଶ ନିମନ୍ତେ ପ୍ରୋତ୍ସାହନ : ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତ (କାର୍ଯ୍ୟନିର୍ବାହୀ ପଦରେ) ନିମନ୍ତେ ପ୍ରତି ବ୍ୟହିପାଇଁ ୧୦,୦୦୦ ଟଙ୍କା (ସର୍ବାଧିକ ୧୦ ଲକ୍ଷ ଟଙ୍କା) ପ୍ରତି ୟୁନିଟ୍ କୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି / ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୧୦୦୦ ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଆ କର୍ମଚାରୀମାନଙ୍କ ଭବିଷ୍ୟନିସ୍ ପାଣ୍ଠି (EPF) ଓ ରାଜ୍ୟକର୍ମଚାରୀ ବାମା (ESI) ବାବଦକୁ ଶତପ୍ରତିଶତ ଅର୍ଥ (ସର୍ବାଧିକ ୫୦୦ କୋଟି) ୩ ବର୍ଷ ପାଇଁ ଯୋଗାଇଦେବାର ବ୍ୟବସ୍ଥା ରହିଛି।

୧୦- ଯୋଗ୍ୟ ଆଇ.ଟି କମ୍ପାନୀମାନଙ୍କୁ ସେମାନଙ୍କର Internet ସଂଯୋଗ / ଲିଜ୍ ଦେୟର ୫୦% ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ପ୍ରତିପୂର୍ଣ (Reimbursement) କରାଯିବ ।

୧୧- Biju Innovation Lab ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ।

୧୨- ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର Centre of Excellence (CoE) କୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଙ୍ଗ ସହାୟତା, ଗୁଣବତ୍ତା ପ୍ରମାଣତ୍ର ସହାୟତା, ପେଟେଣ୍ଟ ସହାୟତା, ଇଣ୍ଟରନେଟ ସହାୟତା, ସୁଧ ସବସିଡି ଆଦି ପ୍ରତ୍ସୋହନ ପ୍ରଦାନ କରାଯିବ।

୧୩- Artificial Intelligence, Cyber Security, Extended Reality, Automation, Block Chain, Big Data, Cloud Computing, Internet of Things, Machine Learning  କ୍ଷେତ୍ରରେ ଅତିରିକ୍ତ ସହାୟତା ଯୋଗାଇଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଓଡ଼ିଶା ଆଇ.ଟି ପଲିସି-୨୦୨୨ ଏହାର ଗେଜେଟ୍ ବିଜ୍ଞପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ।