Marburg virus - The Sakala

ବ୍ୟାପୁଛି କରୋନାଠୁ ଅଧିକ ବିପଜ୍ଜନକ ମାର୍‌ବର୍ଗ ଭୂତାଣୁ, ନେଲାଣି ୯ ଜୀବନ
କୋନାକ୍ରି : କରୋନା ସଂକ୍ରମଣ ପରେ ଏବେ ଆଉ ଏକ ଭୂତାଣୁ ବିଶ୍ବର ଚିନ୍ତା ବଢ଼ାଇ ଦେଇଛି। ଆଫ୍ରିକୀୟ ଦେଶ ଇକ୍ବେଟୋରିୟଲ ଗିନିରେ ବାଦୁଡ଼ିଠାରୁ ବ୍ୟାପୁଥିବା ମାରବର୍ଗ ଭୂତାଣୁ ସଂକ୍ରମଣ ବଢ଼ିବାେର ଲାଗିଛି। ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କ ଜୀବନ ଗଲାଣି। ୧୬ ଜଣ ସନ୍ଦିଗ୍ଧ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି। ୨୦୦ରୁ ଅଧିକ ଲୋକଙ୍କୁ ସଙ୍ଗରୋଧରେ ରଖାଯାଇଛି। ଏହା ପୂର୍ବରୁ ୨୦୨୨ ଜୁଲାଇରେ ଘାନାରେ ଏହି ରୋଗ ବ୍ୟାପିଥିଲା। ଏହି ଭୂତାଣୁ ପ୍ରାୟତଃ ଇବୋଲା ପରି। ଏହାଠାରୁ ଅଧିକ ସଂକ୍ରାମକ ମଧ୍ୟ। ଏହାର କୌଣସି ଟିକା ମଧ୍ୟ ଉପଲବ୍ଧ ନାହିଁ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମାରବର୍ଗ ଭୂତାଣୁକୁ ନେଇ ଚିନ୍ତାପ୍ରକଟ କରିଛି। ଏହି ଭୂତାଣକୁ କରୋନାଠାରୁ ଅଧିକ ବିପଜ୍ଜନକ କହିଛି। ଏଥିରେ ସଂକ୍ରମିତ ହେଉଥିବା ୫୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଉଛି। ୨୦୦୫ରେ ଅଙ୍ଗୋଲାରେ ଏହି ରୋଗ ବ୍ୟାପିଥିଲା। ଏହି ଭୂତାଣୁରେ ସଂକ୍ରମିତ ୮୮ ପ୍ରତିଶତ ରୋଗୀଙ୍କ ଜୀବନ ଚାଲି ଯାଇଥିଲା। ସଂକ୍ରମଣକୁ ଦେଖି ଇକ୍ବେଟୋରିୟଲ ଗିନିର ଆଖପାଖ ଗ୍ରାମ ମଧ୍ୟରେ ଯାଆସ ଉପରେ କଟକଣା ଲଗାଇ ଦିଆଯାଇଛି। ଏବେ ରୋଗୀଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି। ପଡ଼ୋଶୀ ଦେଶ କ୍ୟାମରୁନ ଗିନି ସୀମାକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି। ସଂକ୍ରମଣକୁ ଚିହ୍ନଟ କରିବା ଏବଂ ରୋକିବାରେ ଏହା ସହାୟତା କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମଲାଚୀ ମନାଓଉଡା କହିଛନ୍ତି।

‘ହୁ’ ଅନୁଯାୟୀ ମାରବର୍ଗ ଭୂତାଣୁରେ ସଂକ୍ରମିତ ହେବାର ତିନିଦିନ ପରେ ରୋଗୀ ନିଆରା ଦେଖାଯାଆନ୍ତି। ତାଙ୍କ ମୁହଁର ରଙ୍ଗ ଫିକା ପଡ଼ି ଯାଇଥାଏ। ଆଖି ଶୁଖି ଯାଇଥାଏ। ସଂକ୍ରମଣର ୮ରୁ ୯ ଦିନ ଭିତରେ ମୃତ୍ୟୁ ହୋଇଯାଇଥାଏ। ମତ୍ୟୁ ପୂର୍ବରୁ ରକ୍ତ ବୋହିଥାଏ ଏବଂ ହୃଦଘାତ ଆସିଥାଏ। ଭୂତାଣୁ ମୃତ୍ୟୁପରେ ମଧ୍ୟ ଶରୀରରେ ରହିଥାଏ।

ଭାରତୀୟ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ ଅନୁଯାୟୀ ଏହି ନୂଆ ଭୂତାଣୁର ମୃତ୍ୟୁହାର ଅଧିକ ରହିଛି। ଏହା ମନୁଷ୍ୟକୁ ଗମ୍ଭୀର ଭାବେ ସଂକ୍ରମିତ କରିଥାଏ। ଏବେ ଏହି ସଂକ୍ରମଣକୁ ରୋକି ଦିଆଯାଇଛି। ତେଣୁ ଭାରତ ପାଇଁ କୌଣସି ଚିନ୍ତା ନାହିଁ। ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ବାଦୁଡିଠାରୁ ପ୍ରତ୍ୟକ୍ଷ ଭାବେ କିମ୍ବା ଶରୀରର ତରଳ ପଦାର୍ଥ ଦ୍ବାରା ବ୍ୟାପିଥାଏ।

ଚିନ୍ତା ବଢ଼ାଇଲା ‘ମାରବର୍ଗ’ ଭୂତାଣୁ: ଘାନାରେ ୨ ରୋଗୀ ମୃତ, ସଙ୍ଗରୋଧରେ ୯୮ ଅଛନ୍ତି
ଅକରା: କରୋନା, ମଙ୍କିପକ୍ସ ଏବଂ ଇବୋଲା ଭଳି ଭୂତାଣୁରୁ ବିଶ୍ବ ମୁକ୍ତ ହୋଇ ନ ଥିବା ବେଳେ ଆଉ ସଙ୍କଟ ସୃଷ୍ଟି ହୋଇଛି। ବିଶ୍ବରେ ପୁଣି ଏକ ନୂଆ ‘ମାରବର୍ଗ’ ଭୂତାଣୁ ପ୍ରବେଶ କରିଛି। ଆଫ୍ରିକୀୟ ଦେଶ ଘାନାରୁ ଏହି ଭୂତାଣୁର ୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ଅତ୍ୟନ୍ତ ସଂକ୍ରାମକ ଏବଂ ବିପଜ୍ଜନକ ରୋଗ। ଇବୋଲା ଯୋଗୁଁ ଏହି ଭୂତାଣୁ ସୃଷ୍ଟି ହୋଇଥାଏ। ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଉଭୟ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଥିରୁ ଭୂତାଣୁ କେତେ ଘାତକ ହୋଇପାରେ ତାହା ଜଣାପଡୁଛି। ଘାନା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଉଭୟ ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପୁଣିଥରେ ସେହି ନମୁନାକୁ ସେନେଗଲରେ ଥିବା ପ୍ରୟୋଗଶାଳାକୁ ପଠାଯାଇଛି। ପରୀକ୍ଷଣରୁ ସେଥିରେ ମାରବର୍ଗ ଭୂତାଣୁ ଥିବା ଜଣାପଡିଥିଲା।

ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ ୯୮ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେବେ ଏ ପର୍ଯ୍ୟନ୍ତ କେହି ସଂକ୍ରମିତ ହୋଇନାହାନ୍ତି। ସଂକ୍ରମଣ ଜଣାପଡିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସତର୍କ ହୋଇଯାଇଛି। ଘାନା ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। ଘାନାର ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି। କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ‘ହୁ’ର ଆଫ୍ରିକୀୟ ନିର୍ଦ୍ଦେଶକ ଡ. ମୋତ୍ସିଦିଶୋ ମୋଏତି କହିଛନ୍ତି।

ଏ ପର୍ଯ୍ୟନ୍ତ ମାରବର୍ଗ ଭୁତାଣୁର କୌଣସି ଚିକିତ୍ସା ବାହାରି ନାହିଁ। ଡାକ୍ତରଙ୍କ ଅନୁଯାୟୀ ଅଧିକ ପାଣି ପିଇଳେ ଏବଂ ସ୍ବତନ୍ତ୍ର ଲକ୍ଷଣ ଦେଖାଦେବା ସମୟରେ ଚିକିତ୍ସା କଲେ ରୋଗୀ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ବାଦୁଡିଙ୍କଠାରୁ ଏହି ଭୂତାଣୁ ବ୍ୟାପିଥାଏ। ଶରୀରର ଘାଆରୁ ବାହାରୁଥିବା ପାଣି ମାଧ୍ୟମରେ ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ଏହି ଭୂତାଣୁରେ ସଂକ୍ରମିତ ହେଲେ ମୁଣ୍ଡବିନ୍ଧା, ଜ୍ବର, ମାଂସପେଶୀରେ ପୀଡା, ରକ୍ତ ବାନ୍ତି ଆଦି ହୋଇଥାଏ। ଖୁବଶୀଘ୍ର ଏହାର ଚିକିତ୍ସା ନ କଲେ ରୋଗୀଙ୍କ ମୃତ୍ୟୁ ହୋଇପାରେ। ସ୍ବାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ଗୁମ୍ଫା ଗୁଡିକରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ମାଂସ ଖାଇବା ପୂର୍ବରୁ ଭଲଭାବେ ସିଝାଇବାକୁ କୁହାଯାଇଛି।