Strike - The Sakala
କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ
ବାରିପଦା: ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ ଘଟଣାରେ ଆଜି ବିଜେଡି ପକ୍ଷରୁ ଆହୂତ ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ ବା ବନ୍ଦ ଡାକରା ଫଳରେ ସମଗ୍ର ଜିଲ୍ଲାରେ ପ୍ରଭାବ ପଡିଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ସ୍କୁଲ୍ କଲେଜ୍ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କର୍ମୀ । କଂଗ୍ରେସ ଦଳ ଏହାକୁ ସମର୍ଥନ ଜଣାଇଛି ।
ଶୁକ୍ରବାର ସନ୍ଧ୍ୟାରେ ଏନେଇ ବିଜେଡି ପକ୍ଷରୁ ବାଇକ ରାଲି ଯୋଗେ ବାରିପଦା ସହରର ବ୍ୟବସାୟୀ ଓ ଜନସାଧାରଣଙ୍କୁ ସମର୍ଥନ ପାଇଁ ନିବେଦନ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଡା ଦେବାଶିଷ ମାରାଣ୍ଡିଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଶ୍ରୀନାଥ ସୋରେନ, ଗଣେଶ୍ବର ପାତ୍ର, ରାଇସେନ ମୁର୍ମୁ, ଚକ୍ର ଧର ହେମ୍ବ୍ରମ, ପ୍ରୀତିନନ୍ଦା କାନୁନଗୋ, ଅନୁସୂୟା ପାତ୍ର, ସୁବ୍ରମଣ୍ୟମ ମହାନ୍ତି ଦେବାଶିଷ ମହାନ୍ତି, ଜୀତେନ୍ଦ୍ର ମହାନ୍ତି, ଉପନଗରପାଳ ସୀମା ଦାସ, ଦୀପ୍ତିଲତା ମିଶ୍ର, ଅରୁଣ ବରାଡ, ସୁନୀଲ ନାୟକ, ଆଶିର୍ବାଦ ବେହେରା, ରାଜୀବ ଜେନା, ଚିତ୍ରେଶ୍ବର ବେହେରା, ଦିପକ ମଢୁଆଳ ପ୍ରମୁଖ ନେତୃତ୍ୟରେ ବିଭିନ୍ନ ସ୍ଥାନରେ ହରତାଳ ଜାରି ରହିଛି । ତେବେ ଅତ୍ୟାବଶକ ସେବାକୁ ହରତାଳରୁ ବାଦ ଦିଆଯାଇଛି । ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ, କଚେରୀ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି । ସମଗ୍ର ଜିଲ୍ଲାରେ କଂଗ୍ରେସ ଦଳ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଓ ଭୂବନ ସାହୁଙ୍କ ନେତୃତ୍ୟରେ କର୍ମୀ ହରତାଳରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଉନ୍ନୟନ ବିଭାଗରେ ପରିଚାଳିତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଘଟଣାର ପୁନରାବୃତ୍ତି ନହେବା, ଘଟଣାର ନ୍ୟାୟିକ ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ବିରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ମୃତ ଛାତ୍ରୀର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହିତ ବାପା କିମ୍ବା ମା'ଙ୍କୁ ସରକାରୀ ଚାକିରୀ ଯୋଗାଇଦେବା ନେଇ ଦୁଇ ଦଳର ଦାବି ଓ ଆଭିମୁଖ୍ୟ ସମାନ ଥିବାରୁ ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ମିଳିତ ଭାବେ ପ୍ରଦର୍ଶନ କରାଯାଉଛି ବୋଲି ଉଭୟ ଦଳର ନେତୃବୃନ୍ଦ କହିଛନ୍ତି ।
ଫେବୃଆରୀ ୧୮ସୁଦ୍ଧା ଦାବି ପୂରଣ ନ ହେଲେ ୨୦ରୁ ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ । ଫେବୃଆରୀ ୨୦ରୁ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ । ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ ଚେତାବନୀ ଦେଲା ୩ ପ୍ରମୁଖ ଠିକାଦାର ସଂଘ । ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ । ପ୍ରେସମିଟ୍‌ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘର ଚେତାବନୀ । ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ । ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରିଛି ମହାସଂଘ ।
ଆସନ୍ତା ଫେବୃଆରୀ ୨୦ରୁ ରାଜ୍ୟବ୍ୟାପୀ ଠପ ହେବ ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ । ପ୍ରଭାବିତ ହେବ ଆଲୋକ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ବେରଜ କାମ । ଏକାଠି ହେବେ ରାଜ୍ୟର ୭୦ ହଜାର ଠିକାଦାର ଓ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଙ୍ଘ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଛି ମିଳିତ ମଞ୍ଚ ଓଡିଶା ଠିକାଦାର ମହାସଂଘ । ମିଳିତ ମଞ୍ଚର ଆବାହକ ଅନିଲ କୁମାର ମହାଲିକଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୮ ଦଫା ଦାବି ପ୍ରଦାନ କରାଯାଇଛି । ୧୮ ଫେବୃଆରୀ ସୁଦ୍ଧା ରାଜ୍ୟ ସରକାର ଦାବି ପୂରଣ ନ କଲେ ୨୦ ତାରିଖ ରେ ସମସ୍ତ ନିର୍ମାଣ କାର୍ଯ୍ୟ ଅନର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରାଜଧାନୀ ରାଜରାସ୍ତାରେ ବିଶାଳ ବିକ୍ଷୋଭ ସମାବେଶ କରାଯିବା ନେଇ ଚେତାବନୀ ଦେଇଛି ମହାସଂଘ I ପୂର୍ତ୍ତ ବିଭାଗ ସରକୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ 0.00% ପ୍ରତିଶତରୁ କମ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ, WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ । ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦାଳନରୁ ଓହରିଥିବା ନେଇ ସୂଚନା ଦେଲେ OMSA ସଭାପତି । ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ହୋଇପାରେ ସ୍ୱାସ୍ଥ୍ୟସେବା ।
ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ତେଣୁ ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା ।  ଆସନ୍ତାକାଲିଠୁ ସବୁ ଡାକ୍ତରଖାନାରେ ରୋଗୀ ସେବା ସ୍ଵାଭାବିକ ହେବ ବୋଲି ଓମସା ସଭାପତି କିଶୋର ମିଶ୍ର କହିଛନ୍ତି । ୧୪ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସାରା ରାଜ୍ୟରେ ୨ ଘଣ୍ଟିଆ OPD ବନ୍ଦ କରିଥିଲେ ଡାକ୍ତର ସଂଘ ।
କଲକାତା: ଦେଶରେ ଶ୍ରମିକମାନଙ୍କ ଅଧିକାର ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ବିରୋଧ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏହାସହିତ, କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଠିକ୍ ନୁହେଁ। ଏହା ବିରୁଦ୍ଧରେ , ସଂଗଠନ ଜୁଲାଇ ୯ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ମହାଗଠବନ୍ଧନର ସାଂଗଠନିକ ଦଳଗୁଡ଼ିକ ମଧ୍ୟ ଏହାର ସମର୍ଥନରେ ଆଗକୁ ଆସୁଛନ୍ତି। ଏବେ ବ୍ୟାଙ୍କ କର୍ମଚାରୀଙ୍କ ଏକ ସଂଗଠନ ମଧ୍ୟ କହିଛି ଯେ ସେମାନେ ଏହି ଧର୍ମଘଟରେ ଯୋଗଦେବେ। ଏହାସହ ବୀମା କ୍ଷେତ୍ରର କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେଉଛନ୍ତି। ସଂଘ କହିଛି ଯେ, ଏଆଇବିଇଏ,ଏଆଇବିଓଏ ଏବଂ ବେଫି ଭଳି ବ୍ୟାଙ୍କିଙ୍ଗ କ୍ଷେତ୍ରର ଶ୍ରମିକ ସଂଗଠନ ଏହି ଧର୍ମଘଟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ତେବେ ସଂଘ ଏକ ବିବୃତ୍ତିରେ ଏହା ମଧ୍ୟ କହିଛି ଯେ ବୀମା କ୍ଷେତ୍ର ମଧ୍ୟ ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ସଂଗଠନ ଅନୁଯାୟୀ, ବ୍ୟାଙ୍କିଂ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରରେ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହେବ। ବ୍ୟାଙ୍କ କର୍ମଚାରୀ ସଂଘ ଦାବି କରିଛି ଯେ ଏହି ଧର୍ମଘଟରେ ୧୫ କୋଟିରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିବେ। ସେମାନେ ସରକାରଙ୍କ “କର୍ପୋରେଟ-ସମର୍ଥକ ଅର୍ଥନୈତିକ ସଂସ୍କାର ଏବଂ ଶ୍ରମିକ ବିରୋଧୀ ନୀତି” ବିରୋଧରେ ପ୍ରତିବାଦ କରିବେ। ଏହାର ଅର୍ଥ ହେଉଛି କର୍ମଚାରୀମାନେ ସରକାରଙ୍କ ନୀତି ପ୍ରତି ବିମୁଖ, ଯାହା କମ୍ପାନୀଗୁଡ଼ିକୁ ଲାଭଦାୟକ ଏବଂ ଶ୍ରମିକ ବିରୋଧୀ। କର୍ମଚାରୀମାନେ ସରକାରଙ୍କ ନୀତି ବିରୁଦ୍ଧରେ ପ୍ରତିବାଦକୁ ଜୋରଦାର କରିବେ ବୋଲି ସଂଗଠନ କହିଛି।
ଲୋୟର୍ ପିଏମଜିରେ ପୁଣି ମିଶନଶକ୍ତି ମହିଳାଙ୍କ ଧାରଣା, ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି ଦାବି
ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ । ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଲେ ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଛନ୍ତି । ନାରାବାଜିରେ କମ୍ପିଲା ଗାନ୍ଧୀ ମାର୍ଗ । ଦୁଇ ଦିନରେ ପହଞ୍ଚିଲା ମିଶନ ଶକ୍ତି ମାଆ ମାନଙ୍କ ଆନ୍ଦୋଳନ । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।
ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି ।
ଘରୋଇ ବସ ମାଲିକ ସଂଘର ଚେତାବନୀ : ସନ୍ଧ୍ୟା ସୁଦ୍ଧା ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ ନକଲେ କାଲିଠୁ ବନ୍ଦ ହେବ ବସ ଚଳାଚଳ
କଟକ : ଜଟିଳ ରୂପ ଧାରଣ କରୁଛି ଡ୍ରାଇଭରମାନଙ୍କ ଆନ୍ଦୋଳନ । ଗୋଟିଏ ପଟେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ଆଉ ଗୋଟିଏ ପଟେ ବସ୍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । କଟକରେ ସଂଘର ଜରୁରୀ ବୈଠକ ବସି ନିଷ୍ପତ୍ତି ନିଆଯାଇଛି, ଆସନ୍ତାକାଲି ଘଣ୍ଟାଏ ପାଇଁ ପ୍ରତୀକାତ୍ମକ ଆନ୍ଦୋଳନ କରାଯିବ । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାଜରାସ୍ତାରେ ବସ୍ ରଖି ଆନ୍ଦୋଳନ କରାଯିବ । କାରଣ ଆନ୍ଦୋଳନ ବେଳେ ବସ୍ ଚାଳକମାନଙ୍କୁ ଡ୍ରାଇଭରମାନେ ଦୁର୍ବ୍ୟବହାର କରୁଛନ୍ତି । କିଛି ସ୍ଥାନରେ ବସ୍ ଚାଳକଙ୍କୁ ମାଡ଼ ମଧ୍ୟ ମରାଯାଉଛି । ତେଣୁ ବସ୍ ଚାଳକଙ୍କୁ ସୁରକ୍ଷା ଦିଆଯିବା ସହ ଉଭୟ ଜାତୀୟ ଓ ରାଜ୍ୟପଥକୁ ଡ୍ରାଇଭରଙ୍କ କବଳରୁ ମୁକ୍ତ କରାଯାଉ । ଆଜି ସଂଧ୍ୟା ସୁଦ୍ଧା ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିଦିଆଯିବ ବୋଲି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି, ଆନ୍ଦୋଳନକାରୀ ଡ୍ରାଇଭର ରାସ୍ତାରେ ଆମ ଗାଡ଼ି ଚାଳକ ଓ ବସ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ କାଲି ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରିବୁ । ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ବସ ଚଳାଇବୁ ନାହିଁ। ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ ବୋଲି ସେ କହିଛନ୍ତି।
ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ ଚଳାଇବା ପାଇଁ ପୁଲିସର ସହଯୋଗ ଆଦୌ ମିଳୁନାହିଁ। ଡ୍ରାଇଭର ସଂଘର ଦାବିକୁ ନେଇ ଆମର କୌଣସି ଆପତ୍ତି ନାହିଁ। ହେଲେ ଆନ୍ଦୋଳନକାରୀ ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଧାନସଭାରେ ଉଠିଛି ଡ୍ରାଇଭରଙ୍କ ପ୍ରସଙ୍ଗ।ଏ ପ୍ରସଙ୍ଗରେ ଗୃହରେ ଆଜି ହଟ୍ଟଗୋଳ ହୋଇଛି । ଏ ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରମାନଙ୍କ ସହ ଆଲୋଚନା କରିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଆସନ୍ତାକାଲି ଆଲୋଚନା କରି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ। ରୁଲିଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବୁଧବାରଠାରୁ ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
ଗତକାଲିଠୁ ଡ୍ରାଇଭର ସଂଘ ଆନ୍ଦୋଳନ କରୁଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି । ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ।ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତାଠାରୁ ଆରମ୍ଭ କରି ପ୍ରତି କଲେଜ ସମୁଖରେ ପ୍ରତିବାଦ କରାଯିବ ବୋଲି ସଙ୍ଗଠନ କହିଛି ।
ବନ୍ଦ ଦୃଷ୍ଟିରୁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ୨୨ ପ୍ଲାଟୁନ୍‍ ପୁଲିସ ଫୋର୍ସ, ୧୦୦ ଅଫିସର ଏବଂ ୪ ଜଣ ଅତିରିକ୍ତ ଡିସିପି ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ମନିଟରିଂ କରିବେ। ବିଧାନସଭା ଚାଲୁଥିବାରୁ ଏହାର ଚାରିପଟେ ଏକାଧିକ ପୁଲିସ କର୍ମଚାରୀ ଏବଂ ଅଫିସରଙ୍କୁ ମୁତୟନ କରାଯିବ। ରାଜଧାନୀର ଏଜି ଛକ, ମାଷ୍ଟର୍‍କ୍ୟାଣ୍ଟିନ, ସହିଦନଗର, ରୁପାଲି ଛକ ଆଦି ଏକାଧିକ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏକାଧିକ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ରାଜଧାନୀରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁମାନେ ଆଇନ୍‍କୁ ହାତକୁ ନେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଶାନ୍ତିରେ ବନ୍ଦ ପାଳନ କରିବାକୁ ଡିସିପି କହିଛନ୍ତି।
ସେହିପରି ବନ୍ଦ ଡକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ୍‍ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍‍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍‍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି। ଲୋକସେବା ଭବନର ମୁଖ୍ୟ ଗେଟ୍‍ ସକାଳ ୧୦ଟା ୧୫ ମିନିଟ୍‍ରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍‍ ଦେଇ ଯାତାୟାତ କରିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର୍‍ ପାସ୍‍ ଥିବା ଗାଡ଼ି ମଧ୍ୟ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ। ମଙ୍ଗଳବାର ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିସରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେ ସଙ୍ଗେ ପାସ୍‍ ଯୋଗାଇଦେବେ।