high blood pressure treatment - The Sakala
ସମଗ୍ର ଶରୀର ଓଜନର ୧୨ ଭାଗରୁ ୧ ଭାଗ ହେଉଛି ରକ୍ତ। ଏହି ରକ୍ତ ନିଜ ସଂଚଳନ ମାର୍ଗ ଆର୍ଟେରି ଦେଇ ଗତି କଲାବେଳେ ଯେଉଁ ଚାପ ସୃଷ୍ଟି ହୁଏ, ତାହାକୁ ରକ୍ତଚାପ ବା ବ୍ଲଡ୍‌ ପ୍ରେସର୍‌ କହନ୍ତି। ହୃଦୟ ସଙ୍କୁଚିତ ହେଲେ ଏହି ଚାପ ବଢ଼େ। ୯୦-୧୦୦ ଓ ୭୦ -୯୦ ହେଉଛି ସ୍ବାଭାବିକ। ଏହି ଅନୁପାତ ବଢ଼ିଲେ ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନ୍‌ସନ୍‌ ବୋଲି କୁହାଯାଏ। ଏହାର ଲକ୍ଷଣ ହେଲା – ମୁଣ୍ଡ ପଛପଟେ ଓ ବେକରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ହୃଦୟର ଅନିୟମିତ ଗତି, ହାତପାଦ ଥରିବା, ବାରମ୍ବାର ପରିସ୍ରା ଲାଗିବା ଇତ୍ୟାଦି। କୋଲେଷ୍ଟ୍ରଲ୍‌, ମୋଟାପା, ମଧୁମେହ, କିଡ୍‌ନି ବିକାର, ଅନିୟମିତ ଜୀବନ ପ୍ରଣାଳୀ ହେଉଛି ଏହାର କେତୋଟି ମୁଖ୍ୟ କାରଣ। ଅଧିକାଂଶ କ୍ଷେତ୍ରରେ ମଧ୍ୟମ ବୟସରୁ ମୋଟାପା ସହ ରକ୍ତଚାପ ଆରମ୍ଭ ହୋଇଥାଏ।
-ଦିନଚର୍ଯ୍ୟା, ନିୟମିତ ଭ୍ରମଣ, ଜଗିଙ୍ଗ୍‌ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବ। କ୍ରୋଧ, ଲୋଭ, ଚିନ୍ତା, ଉତ୍ତେଜନା ଓ କ୍ଳାନ୍ତି ପରିବର୍ତ୍ତେ ବିଶ୍ରାମ, ଆନନ୍ଦ ଓ ଶାନ୍ତପୂର୍ଣ୍ଣ ଜୀବନଶୈଳୀ ଅନୁସରଣ କରିବ।
-ଲୁଣିଆ, ତେଲିଆ, ମିଠା, ଅଧିକ କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ, ମଦ୍ୟ, ଧୂମପାନ, ମାଂସ, ଥଣ୍ଡା, ଚା’, କଫି, ସମ୍ପୂର୍ଣ୍ଣ ବର୍ଜନ।
-ଫଳ, ତନ୍ତୁପୂର୍ଣ୍ଣ ପନିପରିବା, ସେଓ, କାକୁଡ଼ି, ତରଭୁଜ, ସପୁରି, ଅମୃତଭଣ୍ଡା, ବଥୁଆ, ଧନିଆପତ୍ର, ପୁଦିନା ଓ ସୋୟା ଇତ୍ୟାଦି ଗ୍ରହଣୀୟ।
-ସକାଳେ ଅଁଳା ରସ ସହିତ ମହୁ ସେବନ ଏବଂ ଅଧଘଣ୍ଟା ପରେ ଏକ କପ୍ ପାଣିକଖାରୁ ରସ ନେବେ କିମ୍ବା ପାତାଳଗରୁଡ଼ ପତ୍ରର ରସରେ ଅଶ୍ବଗନ୍ଧା ଚୂର୍ଣ୍ଣ ମିଶାଇ ସେବନ କରିବ।
-ଦୈନିକ ପିଆଜ ରସ ପିଇବେ, ଏକ କୋଲା ରସୁଣ ଛେଚି ମହୁ ସହିତ ଦିନକୁ ୨ ଥର ଖାଇବ।
-ସକାଳେ ଖାଲିପେଟରେ ଅଧା କପ୍ କଅଁଳ ସଜନା ଶାଗ ରସ ସେବନ କଲେ ଉପକାର ମିଳେ। ରକ୍ତଚାପ ବଢ଼ିଲେ ଥଣ୍ଡା ପାଣିରେ ଏନିମା ନେବ। ମୁଣ୍ଡରେ କୋଲ୍ଡ କମ୍ପ୍ରେସ୍‌ ବା ପଟି ଦେଇ ୪୫ ମିନିଟ୍‌ ପର୍ଯ୍ୟନ୍ତ ସ୍ନାନ କରିବ।
-ସଜ ଓ କଅଁଳ କଲରା ପତ୍ରର ରସକୁ ଉଚ୍ଚ ରକ୍ତଚାପର ଧନ୍ବନ୍ତରୀ ବୋଲି କୁହାଯାଏ।