Hirakud Dam to open 5 sluice gate - The Sakala

ବଢୁଛି ବନ୍ୟା ସଙ୍କଟ : ଖୋଲିଲା ହୀରାକୁଦର ଆଉ ୫ ଗେଟ୍‌, ୩୬ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ
ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ହୀରାକୁଦର ଆଉ ୫ଟି ଗେଟ୍‌ ଖୋଲିଛି। ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରୁ ପ୍ରବଳ ପାଣି ପ୍ରବେଶ କରୁଥିବାରୁ ହୀରାକୁଦରେ ଜଳସ୍ତର ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଗେଟ୍‌ ଖୋଲାଯାଉଛି। ପୂର୍ବରୁ ୨୬ ଗେଟ୍‌ ଖୋଲାଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୧୪ଟିରୁ ୧୦ଟି ଗେଟ୍‌ ଖୋଲାସରିଛି। ଆଉ ୪ଟି ଗେଟ୍‌ ରାତି ୮ଟା ସୁଦ୍ଧା ଖୋଲାଯିବ। ଆଜି ରାତିରେ ମୋଟ୍‌ ୪୦ଟି ଗେଟ୍‌ ଦେଇ ଜଳ ନିଷ୍ପାସନ କରାଯିବ।

ପ୍ରବଳ ବର୍ଷା ଏବଂ ମହାନୀରେ ଆସିଥିବା ମଧ୍ୟମ ଧରଣର ବନ୍ୟା ନେଇ ରାଜ୍ୟର ବହୁ ଅଞ୍ଚଳ ଏବେ ଜଳମଗ୍ନ ରହିଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ହୀରକୁଦର ୪୦ ଗେଟ୍‌ ଖୋଲିଲେ ସ୍ଥିତି ଭୟଙ୍କର ହେବ । ହୀରାକୁଦ ଜଳଭଣ୍ଡାରରୁ ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା କରାଯାଉଛି। ମହାନଦୀର ତଳିଆ ଅଞ୍ଚଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି। ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ମହାନଦୀ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି। କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି। ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି। ଅନ୍ୟ ଏକ କାରଣ ମହାନଦୀର ବନ୍ୟାଜଳ ଯୋଗୁଁ ଏହାର ଶାଖାନଦୀଗୁଡ଼ିକର ଜଳ ନିଷ୍କାସିତ ହୋଇପାରୁ ନାହିଁ। ଶାଖାନଦୀଗୁଡ଼ିକର ଜଳ ପଛ ଘୁଞ୍ଚା ଦେଇ ଗାଁ ଗଣ୍ଡାରେ ପ୍ରବେଶ କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଅନ୍ୟତମ କାରଣ ପାଲଟୁଛି।

ଅନ୍ୟପଟେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ହୀରକୁଦ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

ସେପଟେ ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା।ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିପାରେ। ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ କହିବା ଅନୁସାରେ ସ୍ଥିତି ଦେଖି ଓ ଟେକ୍ନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି। ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ। ନିୟନ୍ତ୍ରଣ ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି। ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ। ଗେଟ୍ ଖୋଲିବାରେ ଛତିଶଗଡ଼ ସହ କିଛି ସଂପର୍କ ନାହିଁ। ଅନ୍ୟ ପକ୍ଷରେ ତେଲ ନଦୀ ଓ ଅନ୍ୟାନ୍ୟ ନଦୀର ଜଳ ସ୍ତର କମିଲାଣି। ତଳିଆ ଅଞ୍ଚଳର ସ୍ଥିତି ଦେଖି ଆଉ ୪୦ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଅଜି ହୀରକୁଦରୁ ୪୦ଟି ଗେଟ୍‌ରେ ପାଣି ପିଷ୍କାସିତ ହେଲେ, ସେହି ପାଣି ଶୁକ୍ରବାର ମୁଣ୍ଡଳିରେ ପହଞ୍ଚିବ ବୋଲି ସେ କହିଛନ୍ତି।

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ : ୫ ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ, ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି
ବୁର୍ଲା : ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ଉତ୍ତରରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ଜଳବନ୍ଦୀ ହୋଇଛି। ବର୍ଷା ପାଣି ସାଙ୍ଗକୁ ପୋଲାଭରମର ପଛୁଆ ପାଣି ମୋଟୁ ଅଞ୍ଚଳବାସୀଙ୍କୁୁ କଲବଲ କରିଛି। ସେହିପରି ମହାନଦୀ ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ବର୍ଷା କାରଣରୁ ହୀରାକୁଦକୁ ସେକେଣ୍ଡ ପିଛା ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି।

ଆଜି ୫ ଟି ସୁଇସ୍‌ ଗେଟ୍ ଦେଇ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଦେଇ ନିଷ୍କାସନ ଆରମ୍ଭ ହୋଇଥିଲା। ଏହାପରେ ଜଳ ଭଣ୍ଡା ର ଲେଫ୍ଟ ସ୍ପିଲୱେରୁ ୩ ଟି ଏବଂ ରାଇଟ ସ୍ପିଲୱେରୁ ୨ ଟି ସୁଇସ ଗେଟ ଖୋଲିଛି। ବର୍ତ୍ତମାନ ହୀରାକୁଦରେ ୬୧୧.୫୮ ଫୁଟ୍‍ ଉପରେ ଜଳସ୍ତର ରହିଛି। ଓଡ଼ିଶା ଉପରେ ସୋମବାରଠାରୁ ଲଘୁଚାପର ପ୍ରଭାବ ହ୍ରାସ ପାଇବା ସହିତ ଏହା ଛତିଶଗଡ଼ ସମେତ ଏହା ସୀମାନ୍ତବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା କରାଇବ। ତେଣୁ ଧୀରେ ଧୀରେ ଅଧିକ ଗେଟ୍‍ ଦେଇ ଜଳ ନିଷ୍କାସିତ କରାଯିବାର ସମ୍ଭବନା ରହିଛି। ଅଧିକ ଗେଟ୍‍ ଖୋଲିଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆଜି ହୀରାକୁଦରୁ ଛଡାଯାଉଥିବା ବନ୍ୟାଜଳ ମୁଣ୍ଡଳିକୁ ୩୬ ଘଣ୍ଟା ପରେ ପହଞ୍ଚିବ। ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି।