Nelson Mandela International Day - The Sakala

ଆଜି ନେଲସନ୍‌ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ
ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ନେଲସନ୍‌ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଉଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍‌ ମଣ୍ଡେଲା ବର୍ଣ୍ଣବୈଷମ୍ୟ ବିରୋଧୀ ନେତା ଭାବେ ସାରା ବିଶ୍ବରେ ପରିଚିତ। ସେ ୧୮ ଜୁଲାଇ, ୧୯୧୮ରେ ଜନ୍ମଗ୍ରହଣ କରିଥିଲେ। କଳାଗୋରା ଭେଦଭାବ ଦୂର କରିବା ଏବଂ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ତାଙ୍କର ପ୍ରମୁଖ ଆଭିମୁଖ୍ୟ ଥିଲା। ସେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ସଂଗ୍ରାମ କରିଥିଲେ। ଏହାରି ମଧ୍ୟରେ ଜେଲ୍‌ଯିବା, ଦେଶଦ୍ରୋହ ମାମଲାର ସମ୍ମୁଖୀନ ହେବା ପରେ ବି ସେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନଥିଲେ। ଜୀବନର ୨୭ ବର୍ଷ ସେ କେବଳ ଜେଲ୍‌ରେ କାଟି ଦେଇଥିଲେ । ଏଭଳି ଜଣେ ମହାନ ସଂଗ୍ରାମୀଙ୍କୁ ମନେ ପକାଇବା ଓ ସମାଜରେ ତାଙ୍କର ଆଦର୍ଶକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଜାତିସଂଘର ଅନୁମୋଦନ କ୍ରମେ ୨୦୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ ତାରିଖକୁ ‘ନେଲସନ୍‌ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ’ ଭାବେ ପାଳନ କରାଯାଉଛି ।

ସେ ୧୯୯୪ରୁ ୧୯୯୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ଦକ୍ଷିଣ ଆଫ୍ରିକାରେ ଜାତିବାଦ ପ୍ରଥାର ବିରୋଧରେ ସ୍ୱର ଉତ୍ତୋଳନ କରିବା  ସହ ସାମାଜିକ ସମାନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ତାଙ୍କର ଏହି ନିଃସ୍ୱାର୍ଥ କାମ ପାଇଁ ତାଙ୍କୁ ୨୫୦ରୁ ଅଧିକ ପୁରସ୍କାର ମିଳିଥିଲା । ୧୯୯୦ରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଏହା ସହ ସେ ୧୯୯୩ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହି ମହାନ୍‌ ନେତାଙ୍କ ନୀତି ଓ ଆଦର୍ଶକୁ ମନେପକାଇବା ଏବଂ ତାଙ୍କ ପଥ ଅନୁସରଣ କରିବା  ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।