Mudhi - The Sakala

ମୁଢି ଉପରେ ଜିଏସଟି ମାଡ଼ : ପ୍ରଭାବିତ ହେବେ ମିଲ ମାଲିକ ଓ ମହିଳା ଉତ୍ପାଦିକା ଗୋଷ୍ଠୀ
ବାଲେଶ୍ୱର : କେନ୍ଦ୍ର ଜିଏସଟି ପରିଷଦର ୪୭ ତମ ବୈଠକରେ ମୁଢି ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ଘୋଷଣା ହୋଇଛି। ଏନେଇ ବିଭିନ୍ନ ମହଲରେ ତର୍କ ବିତର୍କ ଚାଲିଛି। ହେଲେ ମୁଢି ପ୍ରିୟ ଉତ୍ତର ବାଲେଶ୍ୱର ବାସୀ ଙ୍କୁ ଏହି ଘୋଷଣା ନିରାଶ କରିଛି। ମୁଢି ଭାଜି ବ୍ୟବସାୟ କରୁଥିବା ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳର ଶତାଧିକ ମିଲ ମାଲିକ ମାନେ ଚିନ୍ତାଗ୍ରସ୍ତ ହୋଇଛନ୍ତି। ସେହିପରି ଶହ ଶହ ମହିଳା ସ୍ୱୟଂ ସହାୟିକା ଉତ୍ପାଦିକା ଗୋଷ୍ଠୀ ଯେଉଁମାନେ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ରେ ନିୟୋଜିତ ଅଛନ୍ତି ଏହି ଘୋଷଣା ପରେ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହେବା ସହିତ ଖାଦ୍ୟ ପ୍ରକ୍ରିୟା କରଣ ସହିତ ଜଡ଼ିତ ଥିବା ବହୁତ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଯିବା ର ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ ଯେ ନିକଟରେ ଜିଏସଟି ପରିଷଦ ପ୍ୟାକେଜିଂ କରାଯାଇ ବିକ୍ରୀ ହେଉଥିବା ମୁଢ଼ି, ଚୂଡ଼ା ସହିତ ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି। ତେଣୁ ଏହି ସବୁ ଅଞ୍ଚଳରେ ଥିବା ବହୁ ମୁଢ଼ି ମିଲ ରୁ ରାଜ୍ୟର ବିଭିନ୍ନ ସହର ସହିତ ରାଜ୍ୟ ବାହାର କୁ ମଧ୍ୟ ମୁଢ଼ି ଭଜା ଯାଇ ପ୍ୟାକିଂ ମାଧ୍ୟମରେ ପଠା ଯାଉଛି। ସେହିପରି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ଜୀବିକା ମିଶନ ଜରିଆରେ ବହୁ ମହିଳା ଉତ୍ପାଦିକା ଗୋଷ୍ଠୀ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଯଥା ଆଚାର, ପାପଡ଼, ମିକ୍ସଚର, ବିରି ବଡ଼ି ଇତ୍ୟାଦି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୀ କରିଥାନ୍ତି।

ଏହି ସବୁ କ୍ଷୁଦ୍ର ଶିଳ୍ପରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ନିୟୋଜିତ ରହି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ଯଦି ଏହି ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ତେବେ ବଜାରରେ ବିକ୍ରୀ ହେଉଥିବା ବଡ଼ ବଡ଼ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଠାରୁ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ମୂଲ୍ୟ ଅଧିକ ହେବ, ଯାହାକି ଏମାନଙ୍କୁ ବିକ୍ରୀ କରିବାରେ ସମସ୍ୟା ସୃଷ୍ଟି ହେବ। ଫଳରେ ଗ୍ରାମାଞ୍ଚଳରେ ଥିବା ଏହି କ୍ଷୁଦ୍ର ଓ କୁଟୀର ଶିଳ୍ପ ଗୁଡ଼ିକ କ୍ରମଶଃ ରୁଗ୍ଣ ହେବା ସହ ବନ୍ଦ ହେବାର ଆଶଙ୍କା ରହିଛି। ତେଣୁ ସରକାର ଏହି ନିଷ୍ପତ୍ତି ଉପରେ ପୁନର୍ଵିଚାର କରିବାକୁ ସାଧାରଣରେ ଦାବୀ ହୋଇଛି।