SpiceJet - The Sakala

ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା
ଗୁରୁବାର ଦିନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ୟାକ୍ସିଂ କରୁଥିବା ଏକ ସ୍ପାଇସ୍ ଜେଟ୍ (SpiceJet) ବିମାନ ରନୱେରେ ସ୍ଥିର ଥିବା ଏକ ଆକାଶା ଏୟାର (Akasa Air) ବିମାନ ସହ ଧକ୍କା ହୋଇଛି। ଏହି ଘଟଣାରେ ଉଭୟ ବିମାନର କ୍ଷତି ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ୧୬ ଏପ୍ରିଲ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏହି ଘଟଣା ଘଟିଥିଲା। ଲେହରୁ ଆସୁଥିବା ସ୍ପାଇସ୍ ଜେଟ୍ ର B737-700 ବିମାନଟି ଅବତରଣ ପରେ ପାର୍କିଂ ବେ’ (bay) ଆଡ଼କୁ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଆକାଶା ଏୟାରର ବିମାନ ସହ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ସ୍ପାଇସ୍ ଜେଟ୍ ବିମାନର ଡାହାଣ ପାର୍ଶ୍ୱର ୱିଙ୍ଗଲେଟ୍ (right winglet) ଏବଂ ଆକାଶା ଏୟାର ବିମାନର ବାମ ପାର୍ଶ୍ୱର ହୋରିଜେଣ୍ଟାଲ୍ ଷ୍ଟାବିଲାଇଜର୍ (left-hand horizontal stabiliser) କ୍ଷତିଗ୍ରସ୍ତ ହୋଇଛି।

ଯାତ୍ରୀମାନେ ସୁରକ୍ଷିତ

ଆକାଶା ଏୟାରର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ପ୍ରସ୍ତୁତ ହେଉଥିଲା (ଫ୍ଲାଇଟ୍ ନମ୍ବର QP 1406)। ଦୁର୍ଘଟଣା ପରେ ବିମାନଟିକୁ ତୁରନ୍ତ ବେ’ କୁ ଫେରାଇ ନିଆଯାଇଥିଲା। ଆକାଶା ଏୟାରର ମୁଖପାତ୍ର ସୂଚନା ଦେଇଛନ୍ତି ଯେ, ଧକ୍କା ହେବା ବେଳେ ସେମାନଙ୍କ ବିମାନଟି ସ୍ଥିର ଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଦୁର୍ଘଟଣାଗ୍ରସ୍ତ ସ୍ପାଇସ୍ ଜେଟ୍ ବିମାନଟିକୁ ମଧ୍ୟ ସାମୟିକ ଭାବେ ଉଡ଼ାଣରୁ ବାଦ୍ ଦିଆଯାଇଛି ବା ଗ୍ରାଉଣ୍ଡେଡ୍ କରାଯାଇଛି।

ତଦନ୍ତ ନିର୍ଦ୍ଦେଶ

ଏହି ସମ୍ବେଦନଶୀଳ ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏବଂ ସମ୍ପୃକ୍ତ ବିମାନ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।

ବାରମ୍ବାର ତ୍ରୁଟି ଦେଖାଦେବା ପରେ ସ୍ପାଇସଜେଟ୍ ଉପରେ ଡିଜିସିଏର ବଡ଼ କାର୍ଯ୍ୟାନୁଷ୍ଠାନ, ୨ ମାସ ପାଇଁ ୫୦% ବିମାନ ଉଡାଣ ଉପରେ ରୋକ୍‌
ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ବିମାନ ଗୁଡିକରେ କିଛିଦିନ ହେବ ଲାଗାତର ତ୍ରୁଟି ପରିଲକ୍ଷିତ ହେଉଛି। ଗତ କିଛି ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୧୦ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସିଛି। ଯାହାକୁ ନେଇ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ। ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କଡା କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ୮ ସପ୍ତାହ ପାଇଁ ୫୦ ପ୍ରତିଶତ ଉଡାଣ ଉପରେ ରୋକ ଲାଗାଯାଇଛି। ଏହି ଆଠ ସପ୍ତାହ ଏୟାରଲାଇନ ଉପରେ ଅତିରିକ୍ତ ନଜର ରଖାଯିବ । ଯଦି ଭବିଷ୍ୟତରେ ବିମାନ ସେବାପ୍ରଦାନକାରୀ କମ୍ପାନୀ ୫୦ ପ୍ରତିଶତରୁ ଅଧିକ ଉଡାଣ କରିବାକୁ ଚାହିଁବ ତେବେ କମ୍ପାନୀଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଅତିରିକ୍ତ ଭାର ଉଠାଇବାର କ୍ଷମତା ତାଙ୍କ ପାଖରେ ଅଛି ନା ନାହିଁ, ପର୍ଯ୍ୟନ୍ତ ପରିମାଣର ସଂଶାଧନ ଏବଂ କର୍ମଚାରୀ ଅଛନ୍ତି ନା ନାହିଁ ।

ସୂଚନାଯୋଗ୍ୟ ଗତକିଛି ଦିନ ମଧ୍ୟରେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ସିରିଏଲ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଯାହାକୁ ନେଇ ଯାତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଗତ ୧ ମାସ ମଧ୍ୟରେ ଏହି କମ୍ପାନିର ଫ୍ଲାଇଟଗୁଡ଼ିକରେ ୯ ଥର ତ୍ରୁଟି ଦେଖାଯାଇଥିଲା । ଜୁଲାଇ ୬ ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସ ଜେଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଜୁନ୍‌ ୧୯ରୁ ଏହାର ବିମାନରେ ବୈଷୟିକ ତ୍ରୁଟିର ଆଠଟି ଘଟଣା ରିପୋର୍ଟ ହେବା ପରେ ଏହି ନୋଟିସ ଜାରି କରା ଯାଇଥିଲା। ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ସ୍ପାଇସଜେଟ୍ ଦ୍ବାରା ଦାଖଲ ହୋଇଥିବା କାରଣଦର୍ଶାଅ ନୋଟିସର ଉତ୍ତରକୁ ଦୃଷ୍ଟିରେ ରଖି ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ପାଇଁ ସ୍ପାଇସଜେଟର ପ୍ରସ୍ଥାନ ସଂଖ୍ୟା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ। ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

କେତେ ସୁରକ୍ଷିତ ବିମାନ ଯାତ୍ରା? ୧୭ ଦିନରେ ୮ ଥର ଜରୁରୀ ଅବତରଣ, ସ୍ପାଇସଜେଟର ପରିଚାଳନା ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା
ନୂଆଦିଲ୍ଲୀ : ଦେଶରେ ଚଳାଚଳ କରୁଥିବା ବିମାନ ଗୁଡିକରେ କିଛିଦିନ ହେବ ଲାଗାତର ତ୍ରୁଟି ପରିଲକ୍ଷିତ ହେଉଛି। ଗତ ୧୭ ଦିନରେ ବିଭିନ୍ନ ଏୟାରଲାଇନସର ଏକାଧିକ ବିମାନ ୮ ଥର ଜରୁରୀ ଅବତରଣ କରିଛନ୍ତି। ବିଶେଷକରି ସ୍ପାଇସଜେଟ୍ ବିମାନରେ ଅଧିକ ତ୍ରୁଟି ସାମ୍ନାକୁ ଆସୁଛି। କିନ୍ତୁ ଆଜି ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଶାରଜା ଠାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ରବିବାର ସକାଳେ କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଗତ ଦୁଇ ସପ୍ତାହ ମଧ୍ୟରେ କରାଚିରେ ଭାରତୀୟ ବିମାନର ଏହା ଦ୍ୱିତୀୟ ଜରୁରୀକାଳୀନ ଅବତରଣ। ଏଥି ସହିତ ଆଜି ମଧ୍ୟ ବିମାନ ଚଳାଚଳ ନିୟାମକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଅଧିକାରୀମାନେ ହିଛନ୍ତି ଯେ ଜୁଲାଇ ୧୫ରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବାହାରିନ-କୋଚି ବିମାନଟି ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ବିମାନର କକପିଟରୁ ଏକ ଜୀବନ୍ତ ପକ୍ଷୀ ମିଳିଥିଲା।ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ ବିମାନଟି ୩୭,୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ସହ-ପାଇଲଟଙ୍କ ପାର୍ଶ୍ୱରେ ଥିବା ଗ୍ଲୋଭ୍‌ କମ୍ପାର୍ଟମେଣ୍ଟରୁ ପକ୍ଷୀଟି ମିଳିଥିଲା। ତେବେ, ଏହି ଘଟଣା ପରେ ବିମାନଟି ସୁରକ୍ଷିତ ଭାବେ କୋଚିରେ ଅବତରଣ କରିଥିଲା ବୋଲି ସେମାନେ କହିଛନ୍ତି।  ଏହାରି ମଧ୍ୟରେ ଦେଶରେ ବିମାନ ଯାତ୍ରା କେତେ ସୁରକ୍ଷିତ ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ୱଦେଶୀ ବିମାନର ଜରୁରୀକାଳୀନ ଅବତରଣ ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରଥମେ ଭିସ୍ତାରା ତାପରେ ସ୍ପାଇସଜେଟ୍ ଏବଂ ବର୍ତ୍ତମାନ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଗତ ୧୭ ଦିନ ମଧ୍ୟରେ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ କାରଣରୁ ବିମାନଗୁଡିକ ମଧ୍ୟରୁ ଅନେକଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡୁଥିବାବେଳେ କେତେକ ଅବତରଣ କରିବା ପରେ ଆଉ ଉଡ଼ାଣ ଭରିନଥିଲେ। ସ୍ପାଇସଜେଟରେ ଜରୁରୀକାଳୀନ ଅବତରଣ ଘଟଣା ଅଧିକ ଘଟୁଛି। ଏହି ଘଟଣା ଯୋଗୁଁ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ) ଏହି ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛି।

ଅନ୍ୟପଟେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ନିକଟ ଅତୀତରେ ଘଟି ଯାଇଥିବା ସିରିଏଲ ତ୍ରୁଟିକୁ ଦର୍ଶାଇ ସ୍ପାଇସ୍‌ ଜେଟର ଉଡ଼ାଣକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଆଗତ ହୋଇଛି। ଆଗତ ଆବେଦନରେ ଦର୍ଶାଯାଇଛି ଯେ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ଏକାଧିକ ଗୁରୁତର ବୈଷୟିକ ତ୍ରୁଟି ଘଟଣା ଘଟିବା ପରେ ସ୍ପାଇସ୍‌ ଜେଟ୍‌ର ବିମାନ ଚଳାଚଳକୁ ବନ୍ଦ କରିଦେବା ଆବଶ୍ୟକ।ଏହି ଉଦ୍ଦେଶ୍ୟରେ ଏୟାର କ୍ୟାରିଅର ସ୍ପାଇସ ଜେଟର ବିମାନ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସ୍ପାଇସ୍‌ ଜେଟ୍‌ ବିମାନରେ ବୈଷୟିକ ତ୍ରୁଟିର ଅନେକ ଘଟଣା ଘଟିବା ପରେ ଏହି ଆବେଦନ କରାଯାଇଛି।ଆବେଦନରେ ଆଇନଜୀବୀ ରାହୁଲ ଭରଦୱାଜ କହିଛନ୍ତି ଯେ ସ୍ପାଇସ ଜେଟ୍‌ ବିମାନ ସହିତ ଏକାଧିକ ସାମ୍ପ୍ରତିକ ଘଟଣା ଘଟିଛି। ସ୍ପାଇସ ଜେଟ୍‌ର କାର୍ୟ୍ୟକୁ ସଠିକ୍‌ ଭାବରେ ପରିଚାଳନା କରାଯାଉଛି କି ନାହିଁ ସେ ବିଷୟରେ ଅନୁସନ୍ଧାନ ପାଇଁ ଏହି ଆବେଦନରେ ଏକ କମିଶନ ମଧ୍ୟ ମାଗା ଯାଇଛି।

ଜୁଲାଇ ୬ ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସ ଜେଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଜୁନ୍‌ ୧୯ରୁ ଏହାର ବିମାନରେ ବୈଷୟିକ ତ୍ରୁଟିର ଆଠଟି ଘଟଣା ରିପୋର୍ଟ ହେବା ପରେ ଏହି ନୋଟିସ ଜାରି କରା ଯାଇଥିଲା। ଅନ୍ୟପକ୍ଷରେ ଡିଜିସିଏ କହିଛି ଯେ ସୁରକ୍ଷିତ, ଦକ୍ଷ ଏବଂ ନିର୍ଭରଯୋଗ୍ୟ ବିମାନ ସେବା ପ୍ରତିଷ୍ଠା କରିବାରେ ସ୍ପାଇସ୍‌ ଜେଟ୍‌ ବିଫଳ ହୋଇଛି। ଏହି ବିଜ୍ଞପ୍ତିର ଉତ୍ତର ଦେବା ପାଇଁ ନିୟାମକ ସ୍ପାଇସ୍‌ ଜେଟ୍‌କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌ ପରେ ସ୍ପାଇସ୍‌ ଜେଟ୍‌ର ଅଧ୍ୟକ୍ଷ ତଥା ଏମ୍‌ ଡି ଅଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ପାଇସ୍‌ ଜେଟ୍‌ ଉଡ଼ିବା ପାଇଁ ଶତ ପ୍ରତିଶତ ସୁରକ୍ଷିତ।