cold storage - The Sakala

ଫୋକସରେ ପନିପରିବା ଚାଷୀ: ରାଜ୍ୟରେ ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ
ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

ଫୋକସରେ ପନିପରିବା ଚାଷୀ । ପରିବା ପଚିସଢି ନଷ୍ଟ ହେବା ଭଳି ସ୍ଥିତି ଆଉ ସୃଷ୍ଟି ହେବନି । କମଦାମରେ ବିକି କ୍ଷତି ସହିବେନି ଚାଷୀ । ରାଜ୍ୟ ସରକାର ଖୋଲିବେ କୋଲ୍ଡ ରୁମ୍ । ରାଜ୍ୟରେ ପନିପରିବା ଓ ଫଳଚାଷର ରହିଛି ପର୍ୟ୍ୟାପ୍ତ ସୁଯୋଗ । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିରବାବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ହେଲେ ସଂରକ୍ଷଣ ଅଭାବରୁ ସେ ସବୁ ଅନେକ ସମୟରେ ନଷ୍ଟ ହୋଇଯାଏ । ନହେଲେ ବାଧ୍ୟ ହୋଇ କମ୍ ଦାମରେ ବିକି କ୍ଷତି ସହନ୍ତି ଚାଷୀ ।

ଏବେ ପନିପରିବାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି । ବହୁ ଦିନରୁ ବିଧାୟକମାନେ କୃଷି ସଶକ୍ତିକରଣ ପାଇଁ ଅନେକ ପରାମର୍ଶ ଦେଇଥିଲେ । ଯାହାକୁ କାର୍ୟ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।

ପନିପରିବା ଚାଷରେ ସ୍ବାବଲମ୍ବୀ ହେବାରେ ଲାଗୁଛି ଓଡ଼ିଶା । ସ୍ବତନ୍ତ୍ର ଯୋଜନା ଅଧୀନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ପରି ଚାଷ ବି ବ୍ୟାପକ ଭାବେ ଆରମ୍ଭ ହେଲାଣି । ଏପରି ସ୍ଥିତିରେ କୋଲଡ୍ ରୁମ୍ ପ୍ରତିଷ୍ଠା କରି ଚାଷର ସୁରକ୍ଷା ସହ ଚାଷୀର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯାହା ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଫାର୍ମ ପଣ୍ଡ ପ୍ଲସ୍ ଯୋଜନା କରାଯାଉଛି । ଯେଉଁଥିରେ ସମନ୍ବିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ୟ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ କରାଯାଉଛି ।

ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଆସିବ ନୂଆ ମାର୍ଗଦର୍ଶିକା
ଭୁବନେଶ୍ୱର : ରାଜ୍ୟରେ ଶୀତଳଭଣ୍ଡାର ଅଭାବୀ ସ୍ଥିତି କୃଷି ଓ କୃଷକ ସଶକ୍ତିକରଣକୁ ବ୍ୟାପକ ଭାବେ ପ୍ରଭାବିତ କରୁଛି। ତେବେ ଓଡ଼ିଶା ବିଦ୍ୟୁତ୍‌‌ ନିୟାମକ ଆୟୋଗ ଶୀତଳଭଣ୍ଡାର କ୍ଷେତ୍ରକୁ ବିଦ୍ୟୁତ୍‌‌ ଦର ୧ ଟଙ୍କା ୬୦ ପଇସା କମ୍‌‌ କରିବା ପରେ ରାଜ୍ୟରେ ଶୀତଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ହେବା ନେଇ ସରକାର ମିଶନ ମୋଡ୍‌‌ରେ କାମ କରୁଛନ୍ତି। ଏହିକ୍ରମରେ ଶୀତଳଭଣ୍ଡାର ପ୍ରତିଷ୍ଠା ନେଇ ନୂଆ ମାର୍ଗଦର୍ଶିକା ଆସିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣ ଓ ବ୍ୟବହାରରେ ଉତ୍କର୍ଷତା ଅଣାଯିବ। ଏନେଇ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି।

ବୁଧବାର ରାଜ୍ୟ କୃଷି ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଶୀତଳଭଣ୍ଡାରଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, କୃଷି ଓ ଖାଦ୍ୟ ଉତ୍ପାଦନ, ସମବାୟ ଓ ଉଦ୍ୟାନ କୃଷିର ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକମାନଙ୍କୁ ଏନେଇ ଏକ କମିଟି ଗଠନ ନେଇ ମନ୍ତ୍ରୀ ଶ୍ରୀସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ହୋଇଛି। ଏହି କମିଟି ଶୀତଳଭଣ୍ଡାର ସମ୍ପର୍କିତ ତଥ୍ୟକୁ ତର୍ଜମା କରି ବିଭିନ୍ନ ଦିଗ ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେବ। କମିଟି ପ୍ରଥମେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ବିଭିନ୍ନ ଜିଲ୍ଲାର ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯିବ।

ନୂଆ ମାର୍ଗଦର୍ଶିକାକୁ ସରଳ କରିବା ଦିଗରେ ସରକାର ପଦକ୍ଷେପ ନେବେ। ସେହିଭଳି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ଷେତ୍ର ପ୍ରଦର୍ଶନୀମାନ କରାଯିବ। ସେହିଭଳି କୋରାପୁଟ ଜିଲ୍ଲା ଆଳୁ ଚାଷକୁ ପ୍ରୋତ୍ସାହିତ କରାଯାଉଥିବା ହେତୁ ସେଠାରେ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ପ୍ରାଥମିକତା ଦିଆଯିବ। ସେହିଭଳି ସମନ୍ୱିତ ପାକ୍‌‌(ପ୍ରାଥମିକ କୃଷି ସମବାୟ ସମିତି) ହାଉସ୍‌‌ ଗଠନ କରାଯିବ। କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ନିଆଯିବ। ସେହିଭଳି ଶୀତଳଭଣ୍ଡାର, ଶୀତଳ ଚ୍ୟାମ୍ପର ଓ ଇଣ୍ଟିଗ୍ରେଟେଡ୍‌‌ ପ୍ୟାକ୍‌‌ ହାଉସଗୁଡ଼ିକର ସମନ୍ୱିତ ପରିଚାଳନା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଉକ୍ତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଢ଼ା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଶୀତଳଭଣ୍ଡାର ପ୍ରତିଷ୍ଠା ଓ ପରିଚାଳନାର ବିଭିନ୍ନ ଦିଗ ଉପରେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ସମବାୟ ନିବନ୍ଧକ, ଓରେଡାର ମୁଖ୍ୟ ପରିଚାଳକ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଉପସ୍ଥିତ ଥିଲେ।

ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଖୁସି ଖବର : ପଞ୍ଚାୟତ ସ୍ତରରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳଭଣ୍ଡାର
ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାର ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ସୌର ଚାଳିତ ଶୀତଳ ଭଣ୍ଡାର। ‘୫-ଟି’ ଉପକ୍ରମ ଅଧୀନରେ ଜିଲ୍ଲାୱାରୀ ଗ୍ରାମ ପଞ୍ଚାୟତରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୧୦୦୦ ସୌରଚାଳିତ ଶୀଳତଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଲେ ସେଥିରେ ଫଳ ଓ ପନିପରିବା ସଂରକ୍ଷିତ ହେବ।

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଧିଷ୍ଟ ଗ୍ରାମ ପଞ୍ଚାୟତରେ ଶୀଳତ ଭଣ୍ଡାର ନିର୍ମାଣ ପାଇଁ ଜମି ଚିହ୍ନଟ ହେବ। ପ୍ରତ୍ୟେକ ଶୀତଳ ଭଣ୍ଡାରର କ୍ଷମତା ୧୦ ମେଟ୍ରିକ୍‍ ଟନ୍‍ର ହେବ। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜରିଆରେ ଜାତୀୟ ଉଦ୍ୟାନ କୃଷି ମିଶନ୍‍ ଏବଂ ଅମଳ ପରବର୍ତ୍ତି ପରିଚାଳନା ଓ ବଜାର ସହାୟତା ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରେ ସାଧାରଣ ଅଞ୍ଚଳ ପାଇଁ ୩୫% ଏବଂ ଅନୁସୂଚିତ ଅଞ୍ଚଳ ପାଇଁ ୫୦% ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ଅଛି। ଏହା ଉପରେ ଅତିରିକ୍ତ ୨୦% ସବ୍‍ସିଡି ପ୍ରଦାନ କରାଯାଉଛି। ଏହି ପାଣ୍ଠିରୁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଅବଶିଷ୍ଟ ୩୦-୪୦% ପାଣ୍ଠି ଗ୍ରାମ ପଞ୍ଚାୟତର ଉନ୍ନୟନ ପାଣ୍ଠିରୁ ବହନ କରାଯିବ। ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ସମ୍ପର୍କିତ ନିଷ୍ପତ୍ତି ନେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି।

ବିଭାଗୀୟ ଅଧିକାରୀ କହିଛନ୍ତି, ପରିବା ଓ ଫଳ ଚାଷ ହେଉଥିବା ଅଞ୍ଚଳକୁ ଦୃଷ୍ଟିରେ ରଖି କ୍ଲଷ୍ଟର ହିସାବରେ ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଉଦ୍ୟାନ କୃଷି ବିଭାଗ ସହାୟତାରେ ମିଶନ୍‍ ଫର ଇଣ୍ଟିଗ୍ରେଟେଡ୍‍ ଡେଭଲପମେଣ୍ଟ ଅଫ୍‍ ହର୍ଟିକଲଚର୍‍ (ଏମ୍‍ଆଇଡିଏଚ୍‍) ଏବଂ ରାଜ୍ୟ ଯୋଜନା ଅଧୀନରେ କରାଯାଉ ଥିବା ପନିପରିବା ଓ ଫଳ ଚାଷ ହେଉଥିବା ଅଞ୍ଚଳରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସମ୍ପୃକ୍ତ ଅଞ୍ଚଳର ଚାଷୀ ଚାହିଦା ନଥିବା ସମୟରେ ନିଜର ଫଳ ଓ ପନିପରିବା ଶୀତଳ ଭଣ୍ଡାରରେ ରଖିବା ସୁବିଧା ପାଇବେ।

ଏହା ଦ୍ୱାରା ଚାଷୀ ମାନଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ନିସ୍ତାର ମିଳିବ। ଶୀତଳ ଭଣ୍ଡାର ସୁବିଧା ମିଳିଲେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଆର୍ଥିକ କ୍ଷତିରୁ ସୁରକ୍ଷା ଦେଇ ହେବ। ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଜମି ଚିହ୍ନଟ ଦାୟିତ୍ୱ ସମ୍ପୃକ୍ତ ବିଡିଓଙ୍କ ଉପରେ ନ୍ୟସ୍ତ କରାଯାଇଛି। ତେବେ ଜମି ଚିହ୍ନଟ ପୂର୍ବରୁ ସ୍ଥାନୀୟ ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ ପରାମର୍ଶ ନେବା ଜରୁରୀ ହେବ। ଏହା ଦ୍ୱାରା ଅଧିକରୁ ଅଧିକ ଚାଷୀ ଶୀତଳ ଭଣ୍ଡାର ଦ୍ୱାରା ଉପକୃତ ହୋଇପାରିବେ। ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ବିଡିଓଙ୍କୁ ସବ୍‍ସିଡି ପାଣ୍ଠି ଯୋଗାଇ ଦିଆଯିବ। ଶୀତଳ ଭଣ୍ଡାର ନିର୍ମାଣରେ ପଞ୍ଚାୟତ ଅଧିକାରୀଙ୍କର ମଧ୍ୟ ଭାଗିଦାରୀ ରହିବ। ଜମି ଚିହ୍ନଟ ପରେ ପରବର୍ତ୍ତି ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବୃହତ ଓ ମଧ୍ୟମ ଧରଣର ଶତାଧିକ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଆଳୁ ମିଶନ୍‍ ଜରିଆରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯାଇ ଥିଲା ଏବଂ ବିଦ୍ୟୁତ୍‍ ବିଲ୍‍ ଉପରେ ମଧ୍ୟ ସବସିଡି ଦେବା ପ୍ରାବଧାନ ରହିଥିଲା। ତେବେ ପରିଚାଳନାଗତ ତ୍ରୁଟି ଏବଂ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ହେତୁ ସିଂହଭାଗ ଶୀତଳ ଭଣ୍ଡାର ଏବେ ଅକାମୀ ହୋଇ ପଡ଼ିଛି। ବିଦ୍ୟୁତ ବିଲ୍‍ ବୋଝ ଶୀତଳ ଭଣ୍ଡାର ଅଚଳ ହେବା ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ଏପରିସ୍ଥଳେ ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ହେଲେ ଆଗ ଭଳି ଆଉ ବିଦ୍ୟୁତ ଦେୟ ସମସ୍ୟା ରହିବ ନାହିଁ। ତେଣୁ ଏହି ଯୋଜନା ସଫଳ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।